Wednesday, March 11, 2026 08:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଆଳ କରି ପଳେଇଲେ

by Our Correspondent
16 Dec, 2015- 05:02 PM
in News
1 min read
0
ଆଳ କରି ପଳେଇଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ଭଳି ସଙ୍ଗୀନ ପ୍ରସଙ୍ଗରେ ସରକାରଙ୍କ ହୋସ୍‍ ଉଡୁଥିଲା ବିଧାନସଭାରେ । ଗୃହକୁ ବନ୍ଦ କରି ଖସିଯିବାକୁ ବାଟ ଖୋଜୁଥିଲେ । ଆଉ ଏତିକି ବେଳେ ନବ ଦାସ ବିଜେଡ଼ିବାଲାଙ୍କୁ ବାଟ ଦେଖାଇଲେ । ବାଚସ୍ପତିଙ୍କୁ ହତିଆର କରି ଅତର୍ଚ୍ଛିଆରେ ବିଧାନସଭା ଛାଡ଼ି ସେମାନେ ପଳେଇଲେ । ବାକି ଥିବା ୮ ଦିନର ଶୀତ ଅଧବେସନକୁ କବର ଦେଇଦେଲେ ନବୀନ ପଟ୍ଟନାୟକଙ୍କ ସଂଖ୍ୟାବଳର ଟିମ୍‍ ।
ନବ ଦାସଙ୍କ ମାମଲା ବୁମେରାଂ ହେଉଥିବା ଜାଣି ନଇଁଯିବାକୁ ଯୋଜନା କରୁଥିଲେ ଶାସକ ଶିବିର । ନବଙ୍କ ଉପରୁ ସସ୍‍ପେଣ୍ଡ ପ୍ରତ୍ୟାହାର କରିନେବାକୁ ଦଳର ଏକ ଗୋଷ୍ଠୀ ଚାପ ପକାଇଥିଲେ । ସେହି ଅନୁଯାୟୀ ମଙ୍ଗଳବାର ରାତିରେ ଯୋଜନା ବି ପ୍ରସ୍ତୁତ ହୋଇଥିଲା । ମାତ୍ର ସକାଳୁ ସକାଳୁ ଯୋଜନା ବଦଳିଗଲା । ନଇଁ ନ ଯାଇ ବରଂ ଏହି ମୋ÷କାରେ ବିଧାନସଭା ବନ୍ଦ କରିଦେବାକୁ ଉପରୁ ନିଦେ୍ର୍ଧଶ ଆସିଲା । ସେହି ଅନୁଯାୟୀ ଷ୍ଟେଜ୍‍ ପ୍ରସ୍ତୁତ ହେଲା । ବିଜୁ ବାବୁଙ୍କ ଉପରେ ପ୍ରସ୍ତାବ ଆଲୋଚନା ହୋଇଥିଲେ ମଧ୍ୟ ବିରୋଧୀଙ୍କୁ ଲୋଡି ନ ଥିଲେ ବାଚସ୍ପତି । ନବ ଦାସଙ୍କ ଉପରୁ ନିଲମ୍ବନ ଆଦେଶର ପୁନର୍ବିଚାର ପାଇଁ ମଙ୍ଗଳବାର ଆଲୋଚନା ଆରମ୍ଭରୁ ହିଁ କଂଗ୍ରେସ ଓ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ଅସମାପ୍ତ ଆଲୋଚନା ବୁଧବାର ଦିନ ତମାମ ଚାଲିଥିଲେ ବି ବାଚସ୍ପତି ବିରୋଧୀ ସଭ୍ୟଙ୍କ କଥା ପାସଙ୍ଗକୁ ଆଣି ନ ଥିଲେ । ଆଶା କରାଯାଉଥିଲା ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡାକି ବିରୋଧୀଙ୍କୁ ମନାଇବାକୁ ଚାହିଁବେ । ମାତ୍ର ଶାସକ ଦଳ ତାହା ଚାହିଁ ନ ଥିଲା ଏବଂ ଶାସକ ଦଳର ଇସାରାରେ ବାଚସ୍ପତି ଚୁପ୍‍ ରହିଗଲେ ।
ବିରୋଧୀଙ୍କ ଅନୁପସ୍ଥିତିରେ ବିଜୁ ବାବୁଙ୍କୁ ନିଜର ସମ୍ପତି ଭାବି ଭାଷଣ ମାରିଲେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ । ଲଜ୍ଜାର କଥା, ବିଜୁବାବୁଙ୍କ ପୁଅ ତଥା ଗୃହର ନେତା ନବୀନ ପଟ୍ଟନାୟକଙ୍କୁ ଆଲୋଚନାରେ ଆଦୋ÷ ଦେଖିବାକୁ ମିଳି ନ ଥିଲା । ତେବେ ସେ ଯାହା ହେଉ, ଆଲୋଚନା ସରି ସଂକଳ୍ପ ଆଗତ ହେଲା ପରେ ତରବରିଆ ଭାବେ ଗୃହରେ ପାରିତ କରାଇ ଦିଆଗଲା ଓଡ଼ିଶା ଜିଲ୍ଲା ଯୋଜନା କମିଟି (ସଂଶୋଧନ) ବିଲ୍‍ ୨୦୧୫ । ଆଉ ପୂର୍ବଯୋଜନା ମତେ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଲେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବାକୁ । ତାଙ୍କର ମନେପଡ଼ିଲା କି ବିରୋଧୀ ଦଳଙ୍କ ଅନୁସ୍ଥିତିରେ ଗୃହ ଚାଲିବା ସମ୍ଭବ ନୁହେଁ । ତେଣୁ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖନ୍ତୁ ବୋଲି ସେ ପ୍ରସ୍ତାବ ଆଣିଥିଲେ । ଅନ୍ୟତମ ବରିଷ୍ଠ ସଭ୍ୟ ଅମର ଶତପଥୀ ଏହାକୁ ସମର୍ଥନ କରିବା ସହ ଗୃହର ବାର୍ଷିକ ନିର୍ଦ୍ଧାରିତ କାର୍ଯ୍ୟଦିବସକୁ ରୁଲ୍‍ ୧୧ ଆଧାରରେ କାଟଛାଣ୍ଟ କରିବାରେ ଅସୁବିଧା ନାହିଁ ବୋଲି କହିଥିଲେ । ବିଜେଡ଼ିରୁ ଅଛୁଆଁ ପ୍ରଭାତ ତ୍ରିପାଠୀ ବି ଏହାକୁ ସମର୍ଥନ କରିବା ପରେ ମୁଖ୍ୟ ସଚେତକ ଅନନ୍ତ ଦାସ ଆଣିଲେ ମୋସନ୍‍ । କାର୍ଯ୍ୟଦିବସକୁ ୮ ଦିନ କମାଇବା ଲାଗି ଉଦ୍ଧିଷ୍ଟ ଥିଲା ମୋସନ୍‍ । ବାଚସ୍ପତି ଏହାକୁ ବାଚନିକ ଭୋଟରେ ଗ୍ରହଣ କଲା ପରେ ବିଧାନସଭାକୁ ବନ୍ଦ ଘୋଷଣା କଲେ ।
ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ୨୧ ଟି କାର୍ଯ୍ୟଦିବସ ଆରମ୍ଭରୁ ହିଁ ବିଜେଡ଼ିକୁ ଘାଇଲା କରିଥିଲେ ବିରୋଧୀ । ଖାସ୍‍ କରି ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ସଂଖ୍ୟାବଳର ସରକାରଙ୍କୁ ଘେରି ରହିଥିଲେ ବିରୋଧୀ । ଅଣନିଶ୍ୱାସୀ ବିଜେଡ଼ି ପୋଲାଭରମ୍‍ ଇସୁ୍ୟ ଧରି ଖସିବାକୁ ଉଦ୍ୟମ କରୁଥିଲେ ବି ତାହା ସଫଳ ହୋଇ ନ ଥିଲା । ଗତ ୧୧ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ପାସ୍‍ ହୋଇ ସାରିଥିବାରୁ ବିଧାନସଭାକୁ କାଟଛାଣ୍ଟ କରି ତ୍ରାହି ପାହିବାକୁ ବାଟ ଖୋଜୁଥିଲେ ସରକାର ଓ ତାଙ୍କ ଦଳ । ଆଉ ସୋମବାର ପ୍ରଶ୍ନକାଳରେ ନବ ଦାସ ନିଜ ମୋବାଇଲରୁ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ଅଭିଯୋଗ ଆସିଲା କ୍ଷଣି ବିନା ବିଚାର ଓ ତଦନ୍ତରେ ମାତ୍ର ୩ ମିନିଟ୍‍ ଭିତରେ କାର୍ଯ୍ୟାନୁଷ୍ଠାନ ନେଇଗଲେ ବାଚସ୍ପତି ନିରଞ୍ଜନ ପୂଜାରୀ । ବାଚସ୍ପତିଙ୍କ ଏଭଳି ପଦକ୍ଷେପକୁ ଖୋଦ୍‍ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଗୃହରେ ନାପସନ୍ଦ କରି ବିଜୁବାବୁଙ୍କୁ ନେଇ ଆଲୋଚନାରେ ବିରୋଧୀ ଦଳର ଅନୁସ୍ଥିତିକୁ କଷ୍ଟଦାୟକ ବୋଲି କହିଥିଲେ । ନବ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆଉ ଦୁଇ ତିନି ଦିନ ଗଡେଇ ଦେଇଥିଲେ ଆକାଶ ଛିଣ୍ଡି ପଡ଼ି ନ ଥାଆନ୍ତା ବୋଲି ବାଚସ୍ପତିଙ୍କ ଉଦେ୍ଧଶ୍ୟରେ ଆକ୍ଷେପ କରିଥିଲେ ଦାମ । ତେବେ ଦାମବାବୁଙ୍କ ଏଭଳି ବୟାନ ବାଚସ୍ପତ କି ଶାସକ ସଭ୍ୟଙ୍କୁ ପ୍ରଭାବିତ କରି ନ ଥିଲା । ବରଂ ହାତ ଆଆନ୍ତାରେ ଥିବା ସୁଯୋଗକୁ ସାକାର କରିବାକୁ ବ୍ୟାକୁଳ ହୋଇଥିଲେ । ବିରୋଧୀ ଦଳର ସଭ୍ୟଙ୍କ ଅନୁପସ୍ଥିତିର ଆଳ ଶାସକ ଦଳକୁ ବିଧାନସଭାରୁ ଖସିଯିବାର ସୁଯୋଗ ଆଣିଦେଲା ।

Previous Post

ନବଙ୍କ ଉପରୁ ସସ୍‍ପେଣ୍ଡ ଉଠିବ

Next Post

ସାବଧାନ! ରାଜ୍ୟକୁ ଜଗା ସାହା

Next Post
ସାବଧାନ! ରାଜ୍ୟକୁ ଜଗା ସାହା

ସାବଧାନ! ରାଜ୍ୟକୁ ଜଗା ସାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA