Thursday, January 15, 2026 11:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଇଭିଏମ୍ : ଆଶା ଓ ଆଶଙ୍କା

by Jyoti prakash Mohapatra
15 Apr, 2017- 06:00 PM
in Guest Column
1 min read
0

ଉତ୍ତର ପ୍ରଦେଶ ନିର୍ବାଚନ ପରେ ଏଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପରେ ମାୟାବତୀ ଅଚାନକ ଏକ ସାମ୍ବାଦିକ ସମ୍ମିଳନୀ ଡାକି ହାରିବାର ସବୁତକ ଦୋଷ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଲଦି ଦେଲେ । ତା’ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ସେ ଲଢେଇକୁ ଡେଇଁ ପଡ଼ିଲେ । ହେଲେ ଯେତେବେଳେ କେଜରିୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେ ସମୟରେ ନିର୍ବାଚନ ଇଭିଏମ୍ ରେ ହିଁ ହୋଇଥିଲା । ମାୟାବତୀଙ୍କ କ୍ଷେତ୍ରରେ ମଧ୍ୟ ଏକା କଥା । ତେବେ ଇଭିଏମ୍ ଲଢେଇ ଭାରତରେ ବେଶି ବି ପୁରୁଣା ନୁହେଁ । ୧୯୮୨ ମସିହାରେ କେରଳ ବିଧାନସଭା ନିର୍ବାଚନ ବେଳେ ଏକ ନିର୍ବାଚନମଣ୍ଡଳୀରେ ଏହା ‘ପାଇଲଟ୍ ପ୍ରୋଜେକ୍ଟ’ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ଆରମ୍ଭରୁ ହଁ ସୃଷ୍ଟି ହୋଇଥିଲା ବିବାଦ । ସିପିଆଇ ପ୍ରାର୍ଥୀ ସିବନ୍ ପିଲ୍ଲାଇ ନିର୍ବାଚନ ପୂର୍ବରୁ ଇଭିଏମ୍ ବିରୋଧରେ କେରଳ ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଅବଶ୍ୟ ହାଇକୋର୍ଟ ତାହାକୁ ଗ୍ରହଣ କରି ନଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସେ ନିର୍ବାଚନରେ କଂଗ୍ରେସକୁ ହରାଇ ପିଲ୍ଲାଇ ଜିତିଥିଲେ ।

ତା’ପରେ ଆସିଲା କଂଗ୍ରେସ ପାଳି । ନିର୍ବାଚନରେ ହାରିଥିବା ପ୍ରାର୍ଥୀ ଜିତିଥିବା ପ୍ରାର୍ଥୀ ବିରୋଧରେ ବିନା କୌଣସି ଅଭିଯୋଗ ନ ଆଣି ଚୁପ୍ ବସିବା, ଭାରତ ରାଜନୀତିରେ କ୍ୱଚିତ୍ ଦେଖିବାକୁ ମିଳେ । କ୍ଷମତା ଅପବ୍ୟବହାର, ଅର୍ଥ ଦୁରୂପଯୋଗ, ପ୍ରଶାସନର ସହଯୋଗ ଏମିତି ଅନେକ ଅଭିଯୋଗ ଭାରି ସାଧାରଣ ଭାରତୀୟ ରାଜନୀତିରେ । ତେଣୁ ହାରିବା ପରେ କଂଗ୍ରେସ ହାଇକୋର୍ଟ ଗଲା । ହାଇକୋର୍ଟ ଅବଶ୍ୟ ତାହାକୁ ଗ୍ରହଣ କଲେନି । ପରେ ମାମଲା ଗଲା ସୁପ୍ରିମକୋର୍ଟ । ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ ଆକ୍ଟ (୧୯୫୧) ଏବଂ କଣ୍ଡକ୍ଟ ଅଫ୍ ଇଲେକ୍ସନ୍ ରୁଲ୍ସ (୧୯୬୧)ରେ ଇଭିଏମ୍ ବ୍ୟବହାର କଥା ନଥିଲା । ତେଣୁ ୧୯୮୪ରେ ସୁପ୍ରିମକୋର୍ଟଙ୍କ ରାୟ କଂଗ୍ରେସକୁ ସୁହାଇଲା । ପୁଣି ଥରେ ବ୍ୟାଲଟ୍ କାଗଜ ବ୍ୟବହାର କରି ସେଠାରେ ନିର୍ବାଚନ ହେଲା ଏବଂ କଂଗ୍ରେସ ଜିତିଲା । ସେହିଦିନଠାରୁ ହାରିଥିବା ପ୍ରାର୍ଥୀ ଇଭିଏମ୍ ବିରୋଧରେ ଅଭିଯୋଗ ଆଣିବା ପାଇଁ ବାଟ ବି ଫିଟିଗଲା । ପରେ ଅବଶ୍ୟ ସରକାର ୧୯୮୮ରେ ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ ଆକ୍ଟରେ ସଂଶୋଧନ କରି ଇଭିଏମ୍ ବ୍ୟବହାର ପାଇଁ ବାଟ ଫିଟେଇ ଦେଲେ ।

୧୯୬୦ ଦଶକୁ ଆମେରିକାରେ ପଞ୍ଚ କାର୍ଡ଼ ଭୋଟିଂ ମେସିନ୍ ବ୍ୟବହାର ଆରମ୍ଭ ହୋଇଥିଲା । ଏବେ ଚାରି ଦଶନ୍ଧି ପରେ ଫ୍ଲୋରିଡ଼ାରେ ତାହା ଜାରି ରହିଛି । ଅବଶ୍ୟ ୨୦୦୦ ମସିହାରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଏଥିରେ ତ୍ରୁଟି କାରଣରୁ ଅନେକ ବିବାଦ ସାମ୍ନାକୁ ଆସିଥିଲା । ୧୯୭୫ରେ ଆମେରିକାରେ ଇଭିଏମ୍ ବ୍ୟବହାର ଆରମ୍ଭ ହୋଇଥିଲା । ଜର୍ମାନୀ ୨୦୦୯ରେ ଇଭିଏମ୍ ବ୍ୟବହାର ବନ୍ଦ କରି ଦେଇଥିଲା । ତା’ର ଦୁଇ ବର୍ଷ ପୂର୍ବରୁ ୨୦୦୭ରେ ନେଦରଲାଣ୍ଡରେ ଏହା ବନ୍ଦ କରାଯାଇଥିଲା । ସେତେବେଳେ ଗୋଟେ ଗୋଷ୍ଠୀ ପ୍ରମାଣିତ କରି ଦେଇଥିଲେ ଯେ, ଇଭିଏମ୍ କିପରି ହ୍ୟାକିଂ ହୋଇ ପାରୁଛି । ଇଂଲଣ୍ଡ ଏବଂ ଫ୍ରାନ୍ସ କେବେ ହେଲେ ଇଭିଏମ୍ ବ୍ୟବହାର କରି ନାହାନ୍ତି । ତେବେ କଥା ହେଉଛି, ବୈଷୟିକ ବିଦ୍ୟାରେ ଦ୍ରୁତ ଅଭିବୃଦ୍ଧି ସାଙ୍ଗେ ଭାରତକୁ ଇଭିଏମ୍ ଆସିଥିଲା । ଏହାଦ୍ୱାରା ମତଦାନ ପ୍ରକ୍ରିୟା ସଅଳ ହୁଏ । ମତଗଣନା ଆହୁରି ଜଲଦି
ହୋଇପାରେ । ମୋଟ ଉପରେ ନିର୍ବାଚନର ଲମ୍ବା ଏବଂ ଜଟିଳ ପ୍ରକ୍ରିୟାକୁ କମେଇବା ଦିଗରେ ଇଭିଏମ୍ ରେ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ପୁଣି ଗୋପନୀୟ ମତଦାନ ପ୍ରକ୍ରିୟା ବ୍ୟାହତ ନ ହେବା ଦିଗରେ ଏହା କାର୍ଯ୍ୟ କରେ ।

ସତୁରି ଦଶକ ବେଳକୁ ଯେବେ ନିର୍ବାଚନ ପ୍ରକ୍ରିୟାରେ ଅନେକ ଅନିୟମିତତା ସାମ୍ନାକୁ ଆସିଲା ଏବଂ ପେପର ବ୍ୟାଲଟ୍ ମତଦାନ ବେଶ ଲମ୍ବା ଓ ଜଟିଳ ହେଲା, ସେଇ ସମୟରେ ନିର୍ବାଚନ କମିଶନ ଇଭିଏମ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଲେ । ଭାରତର ଗଣତନ୍ତ୍ରକୁ ନେଇ ପୂର୍ବରୁ ଅନେକ ଆଶଙ୍କା ସମସ୍ତେ କରୁଥିଲେ । ହେଲେ ସେସବୁ ଆଶଙ୍କାକୁ ଦୂରେଇ ଭାରତୀୟ ଗଣତନ୍ତ୍ର ବିଶ୍ୱରେ ସଫଳତାର ପାହାଚ ଚଢି ଚାଲିଛି । ଆଉ ଯେବେ ଟି.ଏନ୍ ଶେଷାନ୍ ଭାରତର ନିର୍ବାଚନ କମିଶନର ଥିଲେ, ସେତେବେଳେ ପ୍ରତିଟି ଭାରତୀୟ ପାଇଁ ନିର୍ବାଚନ କମିଶନ ଏକ ଅନୁଷ୍ଠାନ ନ ଥିଲା । ବରଂ ଥିଲା ଆଶାର ଆଲୋକ । ଏବେ ତ ଭାରତ ଅନେକ ଦେଶକୁ ନିର୍ବାଚନ ପ୍ରକ୍ରିୟାରେ ସାହାଯ୍ୟ କରୁଛି । ସହାୟତା ଯୋଗାଉଛି । ଆଉ ସବୁ ଭିତରେ ଇଭିଏମ୍ ଏଇ ପର୍ଯ୍ୟାୟକରଣରେ ଖୁବ ମହତ୍ୱପୂର୍ଣ୍ଣ ଭୂମିକା ନିଭେଇଛି । ବିଶେଷ କରି ଅନିୟମିତତା କ୍ଷେତ୍ରରେ ।

ଏବେ ଦେଖିବା ଇଭିଏମ୍ କଣ ସିଧା ଆସି ନିର୍ବାଚନରେ ବ୍ୟବହାର ହୁଏ ? ଯଦି ସିଧା ଆସି ବ୍ୟବହାର ହେଲା ଏବଂ ସେଥିରେ ପୂର୍ବରୁ ଯଦି କିଛି କିଏ ଓଲଟପାଲଟ କରିଥିବ, ଚିପ୍ ଖଞ୍ଜିଥିବ- ତାହାଲେ ତ ସବୁ ଭୁଲ୍ ହୋଇ ଯାଉଥିବ । କିନ୍ତୁ ଘଟଣା ସେମିତି ନୁହେଁ । ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଭିଏମ୍ ପ୍ରସ୍ତୁତ କରିଥାଆନ୍ତି । ପରେ ଅଚାନକ ଭାବେ କୌଣସି ଧାରାକୁ ଅନୁସରଣ ନ କରି ଏହାକୁ କ୍ରମରହିତ ଭାବେ ନିର୍ବାଚନମଣ୍ଡଳୀୱାରୀ ବଛାଯାଏ । ଇଭିଏମ୍ ପଠାଯିବା ପରେ ନିର୍ବାଚନର ମାସ ମାସ ପୂର୍ବରୁ ଏହାର ଅଚାନକ ଯାଞ୍ଚ କରାଯାଏ । ଯେଉଁଠାରେ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ଥାଆନ୍ତି । ପରେ ଯେତେବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଏ, ନିର୍ବାଚନର ୧୩ ଦିନ ପୂର୍ବରୁ ଏହାକୁ ପ୍ରାର୍ଥୀ ବା ତାଙ୍କ ଏଜେଣ୍ଟମାନଙ୍କ ସାମ୍ନାରେ ପୁନଃ ଯାଞ୍ଚ କରାଯାଏ । ସେହି ପ୍ରମାଣପତ୍ରରେ ପ୍ରାର୍ଥୀ ବା ତାଙ୍କ ଏଜେଣ୍ଟମାନଙ୍କ ଦସ୍ତଖତ ରୁହେ । ବୁଥ୍କୁ ଯିବା ପୂର୍ବରୁ ପ୍ରତି ଇଭିଏମ୍କୁ ନମ୍ବରିଂ କରାଯାଏ । ତାହା ପାଇଁ ସ୍ୱତନ୍ତ୍ର ନମ୍ବର ବଛାଯାଏ । ପୁଣି ନିର୍ବାଚନ ଦିନ ମତଦାନ ପୂର୍ବରୁ ‘ମକଭୋଟିଂ’ କରାଯାଏ । ଯେଉଁଠି ଏଜେଣ୍ଟମାନେ ଥାଆନ୍ତି । ଦସ୍ତଖତ ବି ଦିଅନ୍ତି । ସେମାନେ ଯାଞ୍ଚ କରନ୍ତି ଯେ, ଦେଉଥିବା ଭୋଟ ଠିକଣା ଦଳକୁ ଯାଉଛି କି ନାହିଁ । ଅବଶ୍ୟ ଯେଉଁଠି ଗୋଟିଏ ପାର୍ଟିର ଦବଦବା ଅଧିକ, ଆଉ ଯଦି ରଂଗିଂ ହେଉଛି-ସେଠାରେ ହୁଏ ମକଭୋଟିଂ ନ ହୋଇପାରେ । ତେବେ କଥା ହେଉଛି ବୈଷୟିକ ବିଦ୍ୟା ସାଙ୍ଗରେ ଆମେ ଆଗକୁ ଯିବା ନା ପୁଣି ପଛକୁ ଫେରିବା ?

ଅନେକ ଏହା ସପକ୍ଷରେ କହି ପାରନ୍ତି । ବିପକ୍ଷରେ ମଧ୍ୟ ଅନେକ କହିବେ । କିନ୍ତୁ ଯଦି ଦୁର୍ଘଟଣା ହୁଏ, ଆମେ ଆଉ ମଟର ସାଇକେଲଟାକୁ ତ ଫିଙ୍ଗି ଦେବାନି । ବରଂ ବେଗ ନିୟନ୍ତ୍ରଣ କରିବା । ହେଲମେଟ୍ ପିନ୍ଧିବା । ପ୍ରତିଷେଧମୂଳକ ପଦକ୍ଷେପ ନେବା । ଅବଶ୍ୟ ଏମିତି କିଛି ଟେକ୍ନୋଲୋଜି ନାହିଁ, ଯେଉଁଥିରେ ତ୍ରୁଟି ନାହିଁ । ଯଦି ଇଭିଏମ୍ କୁ ନେଇ ଅଭିଯୋଗ ଆସୁଛି, ତେବେ ତାହାର ତଦନ୍ତ ନିହାତି ଦରକାର । ନିର୍ବାଚନ କମିଶନ ମଧ୍ୟ ତାହା କରିଛନ୍ତି । ୨୦୦୯ରେ ସଭିଙ୍କୁ ନିର୍ବାଚନ କମିଶନ ଇଭିଏମ୍ ଟ୍ୟାମ୍ପରିଂ କରିବା ପାଇଁ ଖୋଲାଖୋଲି କହିଥିଲେ ଏବଂ ଡାକିଥିଲେ ମଧ୍ୟ । କେହି କରିପାରିଲେନି । ସେମିତି ୨୦୦୪ରେ ଦିଲ୍ଲୀ ହାଇକୋର୍ଟ ଏବଂ ୨୦୦୫ରେ କର୍ଣ୍ଣାଟକ ହାଇକୋର୍ଟ ଇଭିଏମ୍ ର ବୈଜ୍ଞାନିକ ଓ ବୈଷୟିକ ଦିଗ ପରୀକ୍ଷା କରିବା ପରେ ଏ ସଂପର୍କିତ ପିଟିସନ୍ ଖାରଜ କରିଥିଲେ ।

ତେବେ ଆଉ ଦୁଇଟି ଦିଗ ପ୍ରତି ଏବେ ସର୍ବାଧିକ ଧ୍ୟାନ ଦେବାର ସମୟ ଆସିଛି । ୨୦୧୧ରେ ପ୍ରସ୍ତୁତ ହୋଇଥିବା କିଛିଟା ଇଭିଏମ୍ ରେ ଭୋଟର୍ ଭେରିଫାଏଡ଼୍ ପେପର୍ ଅଡ଼ିଟ ଟ୍ରେଲ୍(ଭିଭିପିଏଟି) ରହିଥିଲା । ଯେଉଁଥିରେ ମତଦାତା ସେ ଚିରିକୁଟିରୁ ଜାଣି ପାରୁଥିଲା ସେ କାହାକୁ ଭୋଟ ଦେଇଛି । ୨୦୧୯ ନିର୍ବାଚନ ବେଳକୁ ଏହା ସାରା ଦେଶରେ ଲାଗୁ ହେବା ଦରକାର । ଦ୍ୱିତୀୟ ଦିଗଟି ହେଲା- ଟୋଟାଲାଇଜର୍ (ସମଷ୍ଟିକରଣ) । ଏହାଦ୍ୱାରା ନିର୍ଦ୍ଦିଷ୍ଟ ବୁଥ ରେ ଫଳ କାହାକୁ ଯାଉଛି ଆଉ ଜଣାପଡ଼ିବନି  । ବରଂ ଏକାଥରେ ସମଷ୍ଟି ହୋଇ ଫଳ ସାମ୍ନାକୁ ଆସିବ  ।  ଫଳରେ ନିର୍ଦ୍ଦିଷ୍ଟ ଗାଁ ବା ବୁଥ୍ ଉପରେ ରାଜନୈତିକ ହାକିମାତି ଆପେ କମିଯିବ  ।

Previous Post

କୁଆଡେ ଗଲେ ବିଜୟ, ଦିଲ୍ଲୀପ ?

Next Post

ବିଜୟଙ୍କୁ ଅଛୁଆଁ କଲେ ମୋଦି

Next Post
ବିଜୟଙ୍କୁ ଅଛୁଆଁ କଲେ ମୋଦି

ବିଜୟଙ୍କୁ ଅଛୁଆଁ କଲେ ମୋଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA