Wednesday, March 4, 2026 08:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଏଏସ୍ ମ୍ୟାଡାମ୍ ଙ୍କ ଔକାତ୍

by Our Correspondent
14 May, 2020- 02:28 PM
in Latest News, News
1 min read
0
ଓଏଏସ୍ ମ୍ୟାଡାମ୍ ଙ୍କ ଔକାତ୍

ଭୁବନେଶ୍ୱର: “ମୁଁ ଗୋଟେ ଓଏଏସ୍ ଅଫିସର । ତୋ ଭଳି ଦାଦନ ଖଟୁନି । ବେଶୀ କଥାବାର୍ତ୍ତା କରୁଛୁ ତୁ । ଚୁପ୍.. ପାଟି ବନ୍ଦ କର । ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ । ପାଣି ମାଗିବୁ ତ ଭଲରେ ମାଗ । ତୁ କ’ଣ ତୋ ଚଉଦ ପୁରୁଷ ଏଠି ଖରାରେ ଛିଡ଼ା ହେବ । କହିଲି ପରା ପାଟି ଚୁପ୍ କର.. ନିଜ ଔକାତ୍ ରେ ରହ ।”

ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଭାଷାରେ ନିଜର ଔକାତ୍ ଦେଖାଇଛନ୍ତି ବାଲିଆପାଳ ବିଡ଼ିଓ ମ୍ୟାଡାମ୍ ଛବିରାଣୀ ସାହୁ । ଭିଡ଼ିଓ ଭାଇରାଲ୍ ହେବା ପରେ ଲଜ୍ଜିତ କିମ୍ବା ଅନୁତପ୍ତ ହେବା ବଦଳରେ ନିଜକୁ ବଞ୍ଚାଇବାକୁ ବାହାନା ଦେଖାଇଛନ୍ତି । ନିଜର ଭାବି ଏମିତି କହିଥିବା ଗତକାଲି ଟିଭିରେ ସଫେଇ ଦେବା ସହ କିଛି ଶ୍ରମିକ ତାଙ୍କୁ ଦୁର୍ବ୍ୟବହାର କରିବାରୁ ସେ ତାଗିଦ୍ କରିଥିଲେ ବୋଲି କହିଥିଲେ । ସଂପୃକ୍ତ ଶ୍ରମିକଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି ଓଲଟାଇ ଧମକାଇଥିଲେ ।
ଘଟଣା ଥିଲା ଏମିତି । ଗୁଜୁରାଟ ସୁରେନ୍ଦ୍ରନଗରରୁ ଟ୍ରେନ୍ ଯୋଗେ ବାଲେଶ୍ୱର ଆସି ସେଠାରୁ ବସ୍ ଯୋଗେ ବୁଧବାର ସକାଳେ ବାଲିଆପାଳ ବ୍ଲକ୍ ରେ ପହଞ୍ଚିଥିଲେ ସ୍ଥାନୀୟ ଅଞ୍ଚଳର ପ୍ରବାସୀ ଶ୍ରମିକ । ନାଁ ରେଜିଷ୍ଟ୍ରେସନ୍ ସହ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ସେମାନଙ୍କୁ ବ୍ଲକ୍ ଫାଟକ ସମ୍ମୁଖରେ ଅପେକ୍ଷା କରିବାକୁ କୁହାଯାଇଥିଲା । ପ୍ରବଳ ଖରାରେ ସେମାନେ ଭୋକ ଉପାସରେ ଡହଳ ବିକଳ ହେଉଥିଲେ ମଧ୍ୟ ଅଧିକାରୀମାନଙ୍କର ଦେଖା ନ ଥିଲା ।
ଦୀର୍ଘ ସମୟ ପରେ ବିଡ଼ିଓ ମ୍ୟାଡାମ୍ ଆସିବାରୁ ଆଉ କେତେ ସମୟ ଖରାରେ ଛିଡ଼ା ହେବୁ ବୋଲି ଶ୍ରମିକମାନେ ପ୍ରଶ୍ନ କଲାରୁ ମ୍ୟାଡାମ୍ ଙ୍କ ସମ୍ମାନ ଉପରେ ଆଞ୍ଚ ଆସିଲା । ସେମାନଙ୍କର ଔକାତ୍ କୁ ପ୍ରଶ୍ନ କରି ନିଜର ଔକାତ୍ ଦେଖାଇଦେଲେ । ମୁଁ ଓଏଏସ୍ ଅଫିସର । ତମ ଭଳି ଦାଦନ ନୁହେଁ ବୋଲି ଶୁଣାଇଲେ ।
ଏହି ଓଏଏସ୍ ମ୍ୟାଡାମ୍ ଙ୍କ ଔକାତ୍ ର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକେ ଛିଛାକର କରୁଛନ୍ତି । ରାଜ୍ୟ ସରକାରଙ୍କ ସମଗ୍ର ପ୍ରଶାସନିକ କଳ କରୋନା ମୁକାବିଲାରେ ଝାଳନାଳ ବୁହାଉଥିବା ବେଳେ ଏଭଳି କିଛି ଅଫିସରଙ୍କ ଆଚରଣ ସମଗ୍ର ବ୍ୟବସ୍ଥାକୁ ବଦନାମ କରୁଛି । ଲୋକଙ୍କ ସେବାରେ ନିଯୁକ୍ତ ଏଭଳି ଅଫିସରଙ୍କର ଯୋଗ୍ୟତା ଉପରେ ଅନେକ ପ୍ରଶ୍ନ କରିଛନ୍ତି ।
ଏହି ଓଏଏସ୍ ମ୍ୟାଡାମ୍ ଙ୍କ ଉପରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଭିନ୍ନ କଥା । ମାତ୍ର ଜନସେବାରେ ନିଯୁକ୍ତ ଜଣେ ସରକାରୀ ଅଧିକାରୀଙ୍କ ସାଧାରଣ ମଣିଷଙ୍କ ପ୍ରତି ବ୍ୟବହାର ଉପରେ ଏହି ମ୍ୟାଡାମ୍ ଙ୍କୁ ଆହୁରି ଟ୍ରେନିଂ ଦେବାର ଆବଶ୍ୟକତା ରହିଛି ବୋଲି ସୋସିଆଲ୍ ମିଡ଼ିଆରେ ପ୍ରତିକ୍ରିୟା ଆସୁଛି । ନିଜର ଆଚରଣ ଜରିଆରେ ମର୍ଯ୍ୟାଦା ରଖିବା ଏବଂ ଲୋକଙ୍କ ସମ୍ମାନ ଲାଭ କରିବାର ଶିକ୍ଷା ଦରକାର ଓଏଏସ୍ ମ୍ୟାଡାମ୍ ଙ୍କୁ ।

ଏହି ପରିପ୍ରେକ୍ଷୀରେ ନବନିଯୁକ୍ତ ପୁଲିସ ସବ ଇନସପେକ୍ଟର ଶୁଭଶ୍ରୀ ନାୟକଙ୍କ କଥା ଉଲ୍ଲେଖ କରୁଛୁ । ମାଲକାନଗିରି ଜିଲ୍ଲାର ଦୁର୍ଗମ ମାଥିଲି ବ୍ଲକ୍ ର ମୂଳବାସିନ୍ଦା ଶୁଭଶ୍ରୀ ପୁଲିସ ଏସଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଭୁବନେଶ୍ୱରରେ ଟ୍ରେନିଂ ନେଉଥିଲେ । ମାତ୍ର କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କୁ ମାଲକାନଗିରି ପଠାଇଛନ୍ତି । ନୂଆ ଚାକିରିର ମାତ୍ର ଦୁଇ ମାସ ଭିତରେ ଶୁଭଶ୍ରୀ ପୁଲିସ ଠାଣି ଦେଖାଇନାହାନ୍ତି । ବରଂ କର୍ତ୍ତବ୍ୟ ଓ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ଡ୍ୟୁଟିରେ ଥିବା ବେଳେ ରାସ୍ତାକଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଅସହାୟ ଭୋକିଲା ମହିଳାଙ୍କୁ କୋଳକୁ ଟାଣିଆଣି ନିଜ ହାତରେ ଯେଭଳି ଖୁଆଇ ଦେଲେ ଏବଂ ସବୁ ପ୍ରକାର ଯତ୍ନ ନେଲେ ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ।
ଏହାର ଭିଡ଼ିଓ ଭାଇରାଲ୍ ହେବା ପରେ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଶଂସା କରିବାକୁ ଭୁଲିନାହାନ୍ତି । ପୁଲିସ ଡିଜି ମଧ୍ୟ ପ୍ରଶଂସା କରିଛନ୍ତି । ନିକଟରେ ସାଉଥ୍ ମେଗାଷ୍ଟାର ଚିରଞ୍ଜୀବୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଟେଲିଫୋନ୍ ରେ କଥା ହୋଇଥିଲେ । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ଭେଟି କଥା ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଶୁଭଶ୍ରୀଙ୍କ ଭଳି ଅନେକ ଦରଦୀ ଅଫିସର ମଧ୍ୟ ଅଛନ୍ତି । ଯେଉଁମାନଙ୍କ ଆଚରଣ ଓ କାର୍ଯ୍ୟ ଲୋକଙ୍କ ମନକୁ ଝୁରାଏ । ବାଲିଆପାଳ ବିଡ଼ିଓ ମ୍ୟାଡାମ୍, ଶୁଭଶ୍ରୀଙ୍କ ଭଳି ଟ୍ରେନି ଅଫିସରଠାରୁ ଟ୍ରେନିଂ ନେବା ଦରକାର ବୋଲି ଅନେକ ପରାମର୍ଶ ଦେଇଛନ୍ତି ।
Previous Post

୬୦୦ ଡେଇଁଲା କରୋନା; ନୂଆ ୭୩ ପଜିଟିଭ୍ ରୁ ୫୦ ସୁରତ ଫେରନ୍ତା

Next Post

୧୧୩ ବର୍ଷରେ କରୋନାକୁ ହରାଇଲେ

Next Post
୧୧୩ ବର୍ଷରେ କରୋନାକୁ ହରାଇଲେ

୧୧୩ ବର୍ଷରେ କରୋନାକୁ ହରାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA