ସବୁଠି ତ୍ରାହି ତ୍ରାହି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ମାରି ଦେଲାଣି ଏ ମହାମାରୀ । କିନ୍ତୁ କରୋନା ଯେ, ପରୋକ୍ଷରେ ଅନେକ କରୁଣା କରୁଛି, ତାହା ମଧ୍ୟ ଆମକୁ ବୁଝିବାକୁ ପଡ଼ିବ । କେବଳ ମାନବ ଜାତି ଏବଂ ତାର ଅର୍ଥନୀତିକୁ ଛାଡ଼ିଦେଲେ ଜୀବଜଗତ ଏବଂ ପରିବେଶ ଉପରେ ଅନେକ ଭଲ ପ୍ରଭାବ ପକାଇଛି କରୋନା । ପ୍ରଦୂଷଣ କମିଛି, ସଡ଼କ ଦୁର୍ଘଟଣା କମିଛି, ପୁଣି ବିନା ଟଙ୍କା ଖର୍ଚ୍ଚରେ ଆପେ ଆପେ ପରିଷ୍କାର ହୋଇଯାଇଛି ଗଙ୍ଗା । ଲୋକଙ୍କୁ ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା, ସଂଯମତା ଏବଂ ସ୍ୱଚ୍ଛତାର ଜ୍ଞାନ ଶିଖାଇଛି । ସବୁ ପଛ, କେବଳ ଚାଷ ଯେ ଆଗ… ଲୋକଙ୍କୁ ମନେ ପକାଇ ଦେଇଛି ଏହି ମହାମାରୀ ।


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA