Saturday, March 14, 2026 03:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

କିପରି କରିବେ ଆଗାମୀ ବର୍ଷରେ ସଞ୍ଚୟ ଓ ନିବେଶ

by Roop kumar Pradhan
26 May, 2017- 11:21 AM
in Guest Column
1 min read
0

ଆପଣଙ୍କ ବାର୍ଷିକ ଆର୍ଥିକ ଯୋଜନା ରଣନୀତି ପୁର୍ନବାର ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି । ଯେପରି ଆପଣଙ୍କ କର୍ମକ୍ଷେତ୍ରରେ ନିଯୁକ୍ତିଦାତା କିମ୍ବା ଜଣେ ବ୍ୟବସାୟୀ ଆକାଉଣ୍ଟସ୍ ଖାତା, ବଜେଟ୍ ଓ ବ୍ୟବସାୟର ରଣନୀତି ସବୁ ଆସନ୍ତାବର୍ଷ ପାଇଁ ପ୍ରସ୍ତୁତ କରନ୍ତି ସେହିପରି ଆପଣ ଆଗାମୀ ବର୍ଷ କିପରି ସଞ୍ଚୟ କରିବେ ଓ ନିବେଶ କରିବେ ଏହା ଉପରେ ଦୃଷ୍ଟି ଦେବା ଏକାନ୍ତ ଅପରିହାର୍ଯ୍ୟ । ଅଧିକାଂଶ ବ୍ୟକ୍ତି ନିଜର ନିବେଶ ସମ୍ପର୍କିତ ନିଷ୍ପତ୍ତି ଉପରେ କିମ୍ବା କୌଣସି ଜିନିଷ କିଣିବା କ୍ଷେତ୍ରରେ ନିଜକୁ ଅଧିକ ଚତୁର ବୋଲି ଭାବିନିଅନ୍ତି । ଏହା କାର୍ଯ୍ୟବ୍ୟସ୍ତ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ଏକଦମ ସତ୍ୟ ଯିଏକି ସେମାନଙ୍କର ରୋଜଗାର ବିଷୟରେ ଆତ୍ମବିଶ୍ୱାସୀପୂର୍ଣ୍ଣ ଓ ନିଃସନ୍ଦେହ ଅଟନ୍ତି । କିଛି ଲୋକ ଅଛନ୍ତି ଯିଏକି କମ୍ପାନୀର ସେୟାର୍ ଲାଭାଂଶ ଚେକ, ପିପିଏଏଫ ଆକାଉଣ୍ଟ ପରିପକ୍ୱ ରାଶି କିମ୍ବା ମାସିକ ଜମା, କିମ୍ବା ସ୍ଥାୟୀଜମା ରାଶିର ସୁଧ ବିଷୟରେ ଭୁଲିଯାଆନ୍ତି କିମ୍ବା ସଞ୍ଚୟ ଜମାଖାତାରେ ପଡ଼ି ରହିଥିବା ବଡ଼ ପାଣ୍ଠି ବିଷୟରେ ଚିନ୍ତା କରନ୍ତି ନାହିଁ । ସେମାନେ ଭାବି ନିଅନ୍ତି ଯେ ସଞ୍ଚୟ ଜମାଖାତାରେ କିମ୍ବା ସ୍ଥାୟୀ ଜମାଖାତାରେ ଗଚ୍ଛିତ ଅର୍ଥ ପ୍ରକୃତରେ ବହୁତ ଭଲ କାମ କରୁଛି । ମାତ୍ର ସେମାନେ ଭୁଲିଯିବା ଉଚିତ୍ ନୁହେଁ କି ସମ୍ପତ୍ତି ସୃଷ୍ଟି ପାଇଁ କିମ୍ବା ଧନଶାଳୀ ହେବା ପାଇଁ ଏକ ଦୀର୍ଘକାଳୀନ ରଣନୀତିର ନିହାତି ଆବଶ୍ୟକତା ଅଛି ।

 ଜଣେ ବ୍ୟକ୍ତିର ଆୟ ବ୍ୟୟର ହିସାବ ବିଷୟରେ ସମୀଚନ ଭାବରେ ବୁଝିବା ପରେ ହିଁ ନିବେଶ ବିଷୟରେ ଚିନ୍ତା କରାଯାଇପାରେ । ଆପଣ ବିଗତବର୍ଷର ସହଜସାଧ୍ୟ ହିସାବକୁ ନେଇ ସେହି ତଥ୍ୟ  ଆଧାରରେ କେତେ ଟଙ୍କାର ସ୍ଥାୟୀଜମାର ଆବଶ୍ୟକତା ଅଛି ତାହାର ହିସାବ କରନ୍ତୁ । ଏହି ସଞ୍ଚୟ ରାଶିକୁ ଆପଣ ମ୍ୟୁଚୁଆଲ୍ ଫଣ୍ଡର ଅଲଟ୍ରା-ସର୍ଟ-ଟର୍ମ ସ୍କିମରେ ସଞ୍ଚୟ କରିପାରନ୍ତି । ସ୍ପଳ୍ପକାଳୀନ ଆବଶ୍ୟକତା ବା ମାସିକ ଦୈନନ୍ଦିନ ଜୀବନଶୈଳୀ ଖର୍ଚ୍ଚ ଆବଶ୍ୟକତାଠାରୁ ଅଧିକ କିଛି ବଳକା ଖର୍ଚ୍ଚ ଯଦି ରହିଯାଉଛି ତେବେ ଏହି ଅର୍ଥକୁ ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟସବୁ ହାସଲ କରିବା ପାଇଁ କିମ୍ବା ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ପାଇଁ ନିବେଶ କରିବା ଉଚିତ ହେବ । ଏହି ନିବେଶ ବଡ଼ ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ଖାଲି ଯେ ସାହାଯ୍ୟ କରିବ ତାହା ନୁହେଁ ବରଂ ଯଦି ଆବଶ୍ୟକତା ଆସେ ଏହା ଉଧାର ବା ଋଣ କରିବାର ବାଟ ସହଜ କରିଦେଇଥାଏ । ଏକ ନିୟମ ଅନୁଯାୟୀ ଦୀର୍ଘକାଳୀନ ନିବେଶ ବା ସମ୍ପତ୍ତି ମୁଦ୍ରାସ୍ଫୀତି ହାରଠାରୁ ଅଧିକ ଆୟ କରିବା ନିହାତି ଜରୁରୀ । ବ୍ୟାଙ୍କ ଜମାଖାତାରେ ଯଦି କିଛି ଅଧିକ ଟଙ୍କା ରହିଯାଇଛି ତାହା ହୁଏତ ଆପଣଙ୍କୁ ନିରାପଦ ସ୍ଥାନରେ ଅଛି ବୋଲି ଦେଖାଯାଉଛି କିନ୍ତୁ ପ୍ରକୃତରେ ମୁଦ୍ରାସ୍ଫୀତିର ପ୍ରଭାବ ଯୋଗୁଁ ଆପଣଙ୍କ ଟଙ୍କାର ମୂଲ୍ୟ ଅର୍ଥାତ କ୍ରୟ କରିବା ଶକ୍ତି କମିଯାଉଛି । ସୁତରାଂ ଯଦି କିଛି ବଳକା ଟଙ୍କା ଅଛି ତେବେ ଏହି ଟଙ୍କାକୁ ଆପଣ ଦୀର୍ଘକାଳୀନ କାର୍ଯ୍ୟ କରିବାରେ ନିୟୋଜିତ କରିବା ଉଚିତ ହେବ । ମୁଦ୍ରାସ୍ଫୀତି- ପ୍ରଭାବୀ ସୁଧହାର ବଦଳରେ ଅଧିକ ସୁଧହାର ପାଇବା ପାଇଁ ଦୀର୍ଘକାଳୀନ ନିବେଶ ବା ସମ୍ପତ୍ତି ସବୁ ୩ ଟି ରିସ୍କ ସହିତ ଜଡ଼ିତ ରହିଥାଏ-ନଗଦ କରିବାର ରିସ୍କ, ପୁଞ୍ଜିବଜାର ରିସ୍କ ଏବଂ ବ୍ୟବସାୟ ରିସ୍କ । ଏହିସବୁ କାରଣ ପାଇଁ ଦୀର୍ଘକାଳୀନ ନିବେଶ କରିବା ସମୟରେ ସାବଧାନତା ସହିତ ନିବେଶ ସ୍କିମ୍  ଚୟନ କରିବା ନିହାତି ଜରୁରୀ ।

ପ୍ରାଥମିକ ଦୀର୍ଘକାଳୀନ ନିବେଶ ବା ସମ୍ପତ୍ତି ହେଉଛି ଇକ୍ୟୁଟି ବା ଅଂଶଧନ ଓ ସ୍ଥାବର ସମ୍ପତ୍ତି । ଏହା ଏମିତି ଏକ ନିବେଶ ଯାହା ଶୀଘ୍ର ନଗଦ ହୋଇପାରିବ ଏବଂ ଯେତେ ପରିମାଣରେ କିଣିବା କିମ୍ବା ବିକ୍ରି କରିବା ପାଇଁ ଚାହିଁବେ ତାହା କରିପାରିବେ । କିନ୍ତୁ ସ୍ଥାବର ସମ୍ପତ୍ତି ହେଉଛି ଏକ ଖଣ୍ଡ ସଦୃଶ୍ୟ ଏବଂ ଏହାକୁ ନଗଦ କରିବା ସହଜ ହୁଏ ନାହିଁ । ତେଣୁ ଯେଉଁ ନିବେଶକାରୀମାନେ ସ୍ଥାବର ସମ୍ପତ୍ତିକୁ ଏକ ନିବେଶ ହିସାବରେ ରଖିବାକୁ ଚାହୁଁଛନ୍ତି ସେମାନେ ଏକରକମ ନିଶ୍ଚିତ ହେବା ଦରକାର ଯେ ସେମାନେ ଏକ ଇକ୍ୟୁଟି ପୋର୍ଟଫୋଲିଓ ବହୁ ପୂର୍ବରୁ ଗଠନ କରିସାରିଛନ୍ତି ଯାହାକି ଯେତେବେଳେ ଆବଶ୍ୟକ ସେତେବେଳେ ବିକ୍ରି କରି ନଗଦ କରିପାରିବେ । ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଇକ୍ୟୁଟି ନିବେଶ ସବୁ ବିବିଧିକରଣ କରାଯିବାର ଆବଶ୍ୟକା ରହିଛି । ଯାହା ସମୟାନୁସାରେ ବ୍ୟବସାୟିକ ରିସ୍କକୁ ବହନ କରିପାରିବ । ଯଦି ନିବେଶକାରୀ ଜଣେ ବ୍ୟବସାୟୀ ତେବେ ତାଙ୍କର ଏକକ ବ୍ୟବସାୟିକ କ୍ଷତିକୁ ବହନ କରିପାରିବାର କ୍ଷମତା ରହିବା ଆବଶ୍ୟକ । ପୁଞ୍ଜିବଜାର ରିସ୍କ ବା କ୍ଷତି ପ୍ରାୟତଃ ବୃଦ୍ଧି ପାଉଥିବା ନିବେଶ ସବୁକୁ ବେଶୀ ଧକ୍କା ପହଞ୍ଚାଇବେ ଯେହେତୁ ସେମାନଙ୍କର ବଜାର ମୂଲ୍ୟ ଅର୍ଥନୈତିକ ଓ ବ୍ୟବସାୟିକ ଘଟଣାଚକ୍ର ସହିତ ଜଡ଼ିତ ଥାଏ । ରିସ୍କ ବା କ୍ଷତି ହେବାର ସମ୍ଭାବନାକୁ ପରିଚାଳନା କରିବାର ସହଜ ଉପାୟ ହେଉଛି ଆପଣ ଏକ ନିବେଶ ସମୟସୀମା ପ୍ରସ୍ତୁତ କରିବେ ଯାହାକି ଅର୍ଥନୈତିକ,ବ୍ୟବସାୟିକ ଓ ପୁଞ୍ଜିବଜାର ଦୋଳାୟମାନ ଅବସ୍ଥାକୁ ସନ୍ତୁଳିତ କରିପାରିବ । ଯଦିଓ ଅଧିକାଂଶ ନିବେଶକାରୀ ବିଶ୍ୱାସ କରନ୍ତି ଯେ ପୁଞ୍ଜିବଜାର ଉପରକୁ ଯିବା ସମୟରେ ତାର ଲାଭକୁ କରାୟତ୍ତ କରିପାରିବେ ଏବଂ ପୁଞ୍ଜିବଜାର ନିମ୍ନଗାମୀ ଯିବା ସମୟରେ ଦୂରରେ ରହିପାରିବେ । ସବୁ ସମୟରେ ଏହା ସଠିକ ଭାବରେ କରିବା ଅସମ୍ଭବ । ଦୀର୍ଘକାଳୀନ ନିବେଶ କରି ପୁଞ୍ଜିବଜାର ଉଦ୍ଧ୍ୱର୍ଗାମୀ ସମୟରେ ଅଧିକ ଲାଭ ପାଇବା ଯାହାକି ନିମ୍ନଗାମୀ ସମୟରେ ନିବେଶ କରି ଏହାକୁ ହାରାହାରି ଅବସ୍ଥାକୁ ଆଣି ଅଧିକ ଲାଭ ପାଇପାରିବେ ।

ଏକ ଦୀର୍ଘକାଳୀନ ଡେବ୍ଟ ପୋର୍ଟଫୋଲିଓ ହିଁ ଏହି କାର୍ଯ୍ୟଧାରାକୁ ସୁଚାରୁ କରିଥାଏ । ଯଦି କିଛି ଟଙ୍କା ପିପିଏଫ, ବଣ୍ଡ, ଡେବ୍ଟ ମ୍ୟୁଚୁଆଲ ଫଣ୍ଡ ଏବଂ ସଞ୍ଚୟ ସାର୍ଟିଫିକେଟରେ ନିବେଶ କରାଯାଇଥାଏ ତେବେ ଏହା ଇକ୍ୟୁଟି ଓ ସ୍ଥାବର ସମ୍ପତ୍ତି ନିବେଶ କରି କିଛି ରିସ୍କ ନିଆଯାଇପାରେ । ଏକ ନିବେଶକାରୀ ଯିଏ କି ଏକ ସ୍ଥିର ଆୟ କରୁଛନ୍ତି ସେ ଅନ୍ୟ ସବୁ ଆୟ କରୁଥିବା ସ୍କିମ୍ ବା ସମ୍ପତ୍ତି ସବୁ ବିଷୟରେ ଜମାରୁ ଯତ୍ନଶୀଳ ହୁଅନ୍ତି ନାହିଁ । ଏଥିପାଇଁ ହୁଏତ ସେମାନେ ନିଜର ନିବେଶ ପୋର୍ଟଫୋଲିଓରେ ଦୀର୍ଘକାଳୀନ ଡେବ୍ଟ ସ୍କିମ୍ ରଖନ୍ତି ନାହିଁ । ତେବେ ଡେବ୍ଟ ପୋର୍ଟଫୋଲିଓ ନିମ୍ନ ଆୟକାରୀ ନଗଦ ସ୍କିମ୍ ଓ ଉଚ୍ଚ ଆୟକାରୀ ବୃଦ୍ଧି ପାଉଥିବା ସ୍କିମ୍ ମଧ୍ୟରେ ଏକ ସେତୁ ଭାବେ କାମ କରିଥାଏ । କିନ୍ତୁ ସ୍ଥାବର ସମ୍ପତ୍ତିକୁ ବିକ୍ରି କରି ଶୀଘ୍ର ନଗଦ କରିବା ସମ୍ଭବ ହୋଇ ନ ଥାଏ କିମ୍ବା ଇକ୍ୟୁଟି ନିବେଶ କ୍ଷେତ୍ରରେ ଯେତେବେଳେ ପୁଞ୍ଜିବଜାର ନିମ୍ନଗାମୀ ଥାଏ ସେତେବେଳେ ନଗଦ କରିବା ସମ୍ଭବ ହୁଏନି । ଏଠାରେ ଆପଣଙ୍କୁ ୩ଟି ବଡ଼ ପସନ୍ଦ କରିବାକୁ ପଡ଼ିବ । ନଗଦ ଟଙ୍କା କିମ୍ବା ସ୍ୱଳ୍ପକାଳୀନ ସ୍କିମ୍ ବା ନିବେଶସବୁ ଯାହା ଅତି ସହଜରେ ନଗଦ ଟଙ୍କାରେ ପରିଣତ କରାଯାଇପାରିବ, ସ୍ଥାବର ସମ୍ପତ୍ତି କିମ୍ବା ଇକ୍ୟୁଟି ନିବେଶ ଯାହାକି ଦୀର୍ଘକାଳୀନ ନିବେଶ ଓ ଏହାର ମୂଲ୍ୟ ଦୀର୍ଘକାଳୀନ ସମୟସୀମାରେ ବୃଦ୍ଧି ପାଇଥାଏ, ଏବଂ ଦୀର୍ଘକାଳୀନ ଡେବ୍ଟ ନିବେଶ ବା ସ୍କିମ୍ ଯାହାକି ରିସ୍କ ବହନ ପାଇଁ ଏକ ପ୍ରତିରୋଧକ ଓ ଅପ୍ରତ୍ୟାଶିତ ନଗଦ ଟଙ୍କାର ଆବଶ୍ୟକତା ହିସାବ ସୃଷ୍ଟି କରିପାରିବ । ଏବେଠୁ ଆଗାମୀ ବର୍ଷରେ ଆପଣଙ୍କ ସଞ୍ଚୟ ରାଶି କିପରି ଏହି ୩ଟି ବିଭାଗରେ ଆଗକୁ ଅଗ୍ରସର ହେବ ତାହା ଦେଖନ୍ତୁ ।

ଯଦି ଏକ ବ୍ୟାଙ୍କ ସଞ୍ଚୟ ଜମା ଖାତା ଅଛି ଏବଂ ଆପଣଙ୍କ ଅବ୍ୟବହୃତ ବଳକା ଅର୍ଥକୁ ବର୍ଷିକିଆ ସ୍ଥାୟୀ ଜମାକୁ ସ୍ଥାନାନ୍ତର କରନ୍ତୁ । ଯଦି ଆପଣ ଏକ କୁଶଳ ଓ ଆୟକର କାର୍ଯ୍ୟକ୍ଷମ ସମାଧାନ ପନ୍ଥା ବାହାର କରିବା ପାଇଁ ଇଚ୍ଛା କରୁଛନ୍ତି ତେବେ ମ୍ୟୁଚୁଆଲ ଫଣ୍ଡରେ ଥିବା ଅଲଟ୍ରା-ସର୍ଟ ଟର୍ମ ଡେବ୍ଟ ଫଣ୍ଡ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ପିପିଏଫ୍ ଅଛି ତେବେ ଏହାକୁ ଚାଲୁ ରଖନ୍ତୁ ଓ ସଞ୍ଚୟ କରନ୍ତୁ । ଦୁଇଟି ଡେବ୍ଟ ଫଣ୍ଡ ଚିହ୍ନଟ କରନ୍ତୁ-ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଏବଂ ଏହି ସବୁ ରିସ୍କରେ ବର୍ଷତମାମ ନିବେଶ କରନ୍ତୁ । ନିଜ ପାଇଁ ୪/୫ ଟି ଇକ୍ୟୁଟି ଫଣ୍ଡ ଚିହ୍ନଟ କରନ୍ତୁ । ଏକ ଇଣ୍ଡେକ୍ସ ଫଣ୍ଡ, ଏକ କ୍ରିୟାଶୀଳ ଲାର୍ଜ-କ୍ୟାପ୍ ଫଣ୍ଡ, ୨/୩ଟି ଡାଇଭର୍ସିଫାଇଡ ଇକ୍ୟୁଟି(ଟାକ୍ସ ସଞ୍ଚୟ) ଏବଂ ଏକ ସ୍ମଲ୍ ଓ ମିଡ଼-କ୍ୟାସ ଫଣ୍ଡ/ ଯଦି ଆପଣ ଶୃଙ୍ଖଳିତ ଓ ଆତ୍ମସଂଜମ ତେବେ ଆପଣ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ(ଏସଆଇପି) ମାଧ୍ୟମରେ ନିବେଶ କରିପାରନ୍ତି । ଯଦି ଶୃଙ୍ଖଳିତ ନୁହଁନ୍ତି, ତେବେ ପ୍ରତ୍ୟେକ ମାସ ଶେଷରେ ବ୍ୟାଙ୍କ ଆକାଉଣ୍ଟକୁ ଦେଖି ନିଜର ବ୍ୟାଙ୍କ ବଳକା ଅର୍ଥକୁ ଏହି ସବୁ ଫଣ୍ଡରେ ନିବେଶ ପାଇଁ ସ୍ଥାନାନ୍ତର କରନ୍ତୁ । ଆପଣ ଯେକୌଣସି ସମୟରେ ନିବେଶ କରିପାରିବେ ଏବଂ ଯେକୌଣସି ପରିମାଣର ଅର୍ଥ ମ୍ୟୁଚୁଆଲ ଫଣ୍ଡ ପୋର୍ଟଫୋଲିଓ ଖୋଲିବା ପରେ କରିପାରିବେ ।

ଯଦି ଆପଣ ସବୁବେଳେ ନିଜର ନିବେଶ ବା ସମ୍ପତ୍ତିକୁ ଇକ୍ୟୁଟି ବା ଷ୍ଟକ, ବଣ୍ଡ ଓ ଆଇପିଓ ଭଳି ବଡ଼ ନିବେଶ ପସନ୍ଦ ଭିତରେ ରଖି ଦୃଷ୍ଟି ଦେବେ ତାହା  ଆପଣଙ୍କ ନଗଦ ଟଙ୍କା ରିସ୍କ ପାଇଁ ରଖିବ, ପ୍ରତିରୋଧକ ହିସାବରେ ରଖିବ ଏବଂ ସମ୍ପତ୍ତି ଆବଶ୍ୟକତାକୁ ପୂରଣ କରିପାରିବ । ଆପଣ ଅନୁଭବ କରିପାରିବେ ଯେ ଏହି କାର୍ଯ୍ୟଧାରା ଅନୁସରଣ ଦ୍ୱାରା ଆପଣ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେବା ସହଜ ହୋଇଯିବ । ଏହା ଆପଣଙ୍କ ଆର୍ଥିକ ଜୀବନକୁ ସରଳ କରିପାରିବ । ଏକ “ବ୍ୟାପକ ଆର୍ଥିକ ଯୋଜନା” ଅନୁଯାୟୀ ଆଗାମୀ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ ।

(ଲେଖକ ଓଡ଼ିଶାର ଜଣେ ନାମୀ ସାର୍ଟିଫାଏଡ଼ ଫାଇନାନସିଆଲ୍ ପ୍ଲାନର)

www.smartfinwealth.in

Previous Post

ସିସିଟିଭି କ୍ୟାମେରାରେ ଭିଜିଲାନସ୍ ଚେହେରା

Next Post

ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

Next Post
ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA