Saturday, March 14, 2026 11:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?

by Our Correspondent
04 Oct, 2018- 01:38 PM
in Guest Column, Latest News
1 min read
0
ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?
ଅତିଥି ସ୍ତମ୍ଭ: ଡକ୍ଟର ସମ୍ବିତ ମହାପାତ୍ର
ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛୋଟ ଛୋଟ ଦଳମାନଙ୍କ ସହ ମେଂଟ କରିବେ ବୋଲି ସାମ୍ବାଦିକମାନଙ୍କୁ ସଂକେତ ଦେଇଛନ୍ତି । ‘ଇଣ୍ଡିଆ ଟୁଡେ’ର ଜନମତ ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୯% ଲୋକ ସମର୍ଥନ ଦେଉଥିଲାବେଳେ ମାତ୍ର ୨୧% ଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପସନ୍ଦ କରୁଛନ୍ତି । ଏହାର ଅର୍ଥ ହେଉଛି, ବିଜେପି ଆଉ ଏକୁଟିଆ ଓଡ଼ିଶାରେ ସରକାର ଗଢ଼ିବା ସମ୍ଭବ ନୁହେଁ । ଅତୀତରେ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଅଛି ବୋଲି ବିଜେପି ପକ୍ଷରୁ ସର୍ଭେ କରି ଏହି ଦଳର ସଭାପତି ଅମିତ ଶାହା ଜାଣିପାରିଥିଲେ । ଏଣୁ ବିଜେପି ଅନ୍ୟ ଛୋଟ ଛୋଟ ଦଳମାନଙ୍କ ସହ ମେଂଟ କରିବାକୁ ଚାହିଁବା ସ୍ୱାଭାବିକ ।
କିନ୍ତୁ ପ୍ରଶ୍ନ ଉଠୁଛି, କେଉଁ ଛୋଟ ଦଳମାନଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ମେଂଟ କରିବେ ବୋଲି କହୁଛନ୍ତି? ସି.ପି.ଆଇ., ସି.ପି.ଏମ., ଫରୱାର୍ଡ ବ୍ଲକ,ଏସ.ୟୁ.ସି.ଆଇ,ସି.ପି.ଆଇ.(ଏମ.ଏଲ.)ପରି ବାମପନ୍ଥୀ ଦଳମାନେ ବି.ଜେ.ପି. ସହ ମେଂଟ କରିବାକୁ ରାଜି ହେବେ କି? ସମାଜବାଦୀ ପାର୍ଟି, ଆର.ଜେ.ଡି., ବହୁଜନ ସମାଜ ପାର୍ଟି ପରି ଆଂଚଳିକ ଦଳମାନେ ବିଜେପି ସହ ମେଂଟ କରିବେ କି? ଆମ ଆଦମି ପାର୍ଟି ବି.ଜେ.ପି ସହ ମେଂଟ କରିବ କି? ପୂର୍ବରୁ ଗଢି ଉଠିଥିବା ପ୍ୟାରୀ ବାବୁଙ୍କ ଓଡ଼ିଶା ଜନମୋର୍ଚ୍ଚା ଓ ଆଇ.ଏ.ଏସ. ଛାଡ଼ି ଆସିଥିବା ଯତିଶ ଚନ୍ଦ୍ର ମହାନ୍ତିଙ୍କ ସମୃଦ୍ଧ ଓଡିଶା ଦଳ ଆଉ ଦୃଶ୍ୟମାନ ହେଉନାହାନ୍ତି । ବ୍ରଜକିଶୋର ତ୍ରିପାଠୀଙ୍କର ସମତା କ୍ରାନ୍ତି ପାର୍ଟି ଅବଶ୍ୟ ଅଛି । ଏ ଦଳର ପ୍ରତିଷ୍ଠାତା ସଭାପତି ଓ ବିଧାୟକ ଜର୍ଜ ତିର୍କି ଦଳ ଛାଡ଼ି ଦୁଇମାସ ମଧ୍ୟରେ ଯଥାକ୍ରମେ ଜେ.ଏମ.ଏମ. ଓ କଂଗ୍ରେସ ଦଳରେ ମିଶି ସାରିଲେଣି । ଏହାର ମୁଖ୍ୟ ଉପଦେଷ୍ଟା ବ୍ରଜକିଶୋର ତ୍ରିପାଠୀ ଗତ ୨୦୧୪ ନିର୍ବାଚନରେ ଆଦୌ ଲଢ଼ିନାହାନ୍ତି । ଏ ଦଳ ସହ ଧର୍ମେନ୍ଦ୍ର ମେଂଟ କରିବେ କି?
ବାକି ରହିଲା ଉତ୍କଳ ଭାରତ ଯାହା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଛି । ଅବଶ୍ୟ ଏହି ଦଳଟି ଆର୍ଥକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇନଥିଲେ ମଧ୍ୟ ଏଯାଏ ଗତ ଆଠ ବର୍ଷ ହେଲା ତିଷ୍ଠି ରହିଛି ଓ ୨୦୧୨, ୨୦୧୭ ପଂଚାୟତ, ୨୦୧୩ ପୌରାଂଚଳ ନିର୍ବାଚନ, ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୮ ବିଜେପୁର ବିଧାନସଭା ଉପ ନିର୍ବାଚନ ଲଢ଼ିଛନ୍ତି ଯଦିଓ ବିଶେଷ ଭୋଟ ପାଇନାହାନ୍ତି । ଏହି ଦଳର ସଭାପତି ଖାରବେଳ ସ୍ୱାଇଁ ଅତୀତରେ ୨୦ ବର୍ଷ ଧରି ବି.ଜେ.ପି.ରେ ଥିଲେ ଓ ବାଲେଶ୍ୱରରୁ ୧୯୯୮, ୧୯୯୯, ଓ ୨୦୦୪ ଲୋକସଭା ନିର୍ବାଚନମାନ ଜିତିଥିଲେ । ଧର୍ମେନ୍ଦ୍ର ପ୍ରଧାନ କ’ଣ ଏହି ଦଳକୁ ଲକ୍ଷ୍ୟ କରି ମେଂଟ କରିବା କଥା କହୁଛନ୍ତି? ମାତ୍ର ତାହା ମନେ ହେଉନାହିଁ । କାରଣ ଖାରବେଳ ସ୍ୱାଇଁ ବିଜେପିକୁ ଆସିଲେ ଅବା ବିଜେପି ସହ ମେଂଟ କଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ପ୍ରତି ଘୋର ବିପଦ ସୃଷ୍ଟି ହେବ ।
ଗତ ୨୦୧୪ ନିର୍ବାଚନ ପୂର୍ବରୁ ବି.ଜେ.ପି. ସାରା ଭାରତରେ ୨୮ଟି ଦଳମାନଙ୍କ ସହ ମେଂଟ କରିଥିଲା ବେଳେ ଓଡ଼ିଶାରେ କରିନଥିଲା ଯଦିଓ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି.ଜେ.ପି. ନେତାମାନଙ୍କ ସହ ଭିତିରି ବୁଝାମଣା କରିନେବାରୁ ଓଡ଼ିଶାରେ ବି.ଜେ.ପି. ଆଉ କାହା ସହ ମେଂଟ କଲାନି । ସେତେବେଳେ ଅରୁଣ ଜେଟଲି ଓ ଚନ୍ଦନ ମିତ୍ର ଓଡ଼ିଶା ଆସିଥିଲେ ତଥା ଖାରବେଳ ସ୍ୱାଇଁ, ସୌମ୍ୟ ପଟ୍ଟନାୟକ ଓ ବ୍ରଜ ତ୍ରିପାଠୀଙ୍କ ସହ ମେଣ୍ଟ ପାଇଁ ଆଲୋଚନା କରି ମଧ୍ୟ ଶେଷକୁ ମେଂଟ ଭାଙ୍ଗିଦେଇଥିଲେ । ସେତେବେଳେ କେବଳ ନବୀନ ପଟ୍ଟନାୟକଙ୍କ କୁଟନୀତି ନୁହେଁ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଳ ବିରୋଧ ଯୋଗୁଁ ଏହି ମେଂଟ ସମ୍ଭବ ହୋଇନଥିଲା । ଖାରବେଳ ସ୍ୱାଇଁଙ୍କୁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ବୋଲି ବିଚାର କରୁଥିଲେ । ଏବେ ମଧ୍ୟ ତାଙ୍କ ମନରେ ସେଇଆ ଥିବାପରି ମନେହୁଏ ।
ଏଣୁ ଛୋଟ ଦଳ କହିଲେ ଧର୍ମେନ୍ଦ୍ର ବାବୁ ବୋଧହୁଏ ବୁଝୁଛନ୍ତି ଯେ, ବିଜେଡିରୁ ବିତାଡ଼ିତ ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ତଥା ଅନ୍ୟ କିଛି ପୂର୍ବତନ ବିଜେଡି ନେତାମାନେ ଏକଜୁଟ ହୋଇ ଗୋଟିଏ ନୂଆ ଦଳ ଗଢ଼ିବେ ଓ ଧର୍ମେନ୍ଦ୍ର ତାଙ୍କ ସହ ମେଂଟ କରିବେ । କିନ୍ତୁ ଏଯାଏ ଏହି ପୂର୍ବତନ ବିଜେଡି ନେତାମାନେ ନୂଆ ଦଳ ଗଢ଼ିବାତ ଦୂରର କଥା, ଦଳ ଗଢ଼ିବା ପାଇଁ ଏକାସଂଗରେ ବସି ମଧ୍ୟ ନାହାନ୍ତି । ସେମାନେ ଏକ ନୂଆ ଦଳ ଗଢ଼ିବେ ବୋଲି କୌଣସି ବାତାବରଣ ମଧ୍ୟ ସୃଷ୍ଟି ହେଉନାହିଁ । ଏଣୁ ସେମାନେ କେତେ ଦୂର ଦଳ ଗଢ଼ିବେ ଓ ବି.ଜେ.ପି.କୁ ସାହାଯ୍ୟ କରିବେ ତାହା ସନ୍ଦେହର କଥା ।
ଏଠାରେ କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଉତ୍କଳ ଭାରତ ଅନ୍ୟ କୌଣସି ଦଳ ସହ ମେଂଟ ନକରି ବା ଅନ୍ୟ ଦଳସହ ମିଶିବାକୁ ଉଦ୍ୟମ କରୁନାହିଁ । ଏହି ଦଳର ନେତା ଖାରବେଳ ସ୍ୱାଇଁ ଗଣମାଧ୍ୟମ ଓ ସାଧାରଣ ସଭାମାନଙ୍କରେ ଖୋଲାଖୋଲି ଭାବରେ କହୁଛନ୍ତି, ତାଙ୍କ ଦଳ ହେଉଛି ବି.ଜେ.ଡି ଓ ନବୀନ ପଟ୍ଟନାୟକଙ୍କର ଏକମାତ୍ର ବିକଳ୍ପ । ଏହା ସାଧାରଣତଃ ଏକ ହାସ୍ୟାସ୍ପଦ କଥାବୋଲି ପରିଗଣିତ ହେବା କଥା । ଏଥିପାଇଁ ତାଙ୍କୁ ପରିହାସ କରାଯିବା କଥା । କିନ୍ତୁ ତାଙ୍କ ଦଳ ସରକାର ଗଢ଼ିବାର ଆଦୌ ସମ୍ଭାବନା ନାହିଁ ବୋଲି ଗଣମାଧ୍ୟମ ଓ ଅନ୍ୟାନ୍ୟ ବିଚାର କରୁଥିଲେ ମଧ୍ୟ ତାଙ୍କ କଥାକୁ ପରିହାସରେ ମଧ୍ୟ ଉଡ଼ାଇ ଦେଉନାହାନ୍ତି । ‘ଇଣ୍ଡିଆ ଟୁଡେ’ ସର୍ଭେରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ୪୪% ଲୋକ ସନ୍ତୁଷ୍ଟ ବୋଲି କୁହାଯାଇଛି । ଅର୍ଥାତ, ୫୬% ଲୋକ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି । ଏହି ଅସନ୍ତୁଷ୍ଟମାନଙ୍କର ନେତୃତ୍ୱ ନେବ କିଏ? ଏହାହିଁ ହେଉଛି ପ୍ରଶ୍ନ । ଅନେକ ଲୋକ ବିଶ୍ୱାସ ନକଲେ ମଧ୍ୟ ଏହି ଧରଣର ନେତୃତ୍ୱ ନେବା ପାଇଁ ଖାରବେଳ ସ୍ୱାଇଁ ଯେଉଁ ଦୃଢ଼ୋକ୍ତି ପ୍ରକଟ କରୁଛନ୍ତି ସେଥିପାଇଁ ତାଙ୍କୁ ମଧ୍ୟ ଏହି ନେତୃତ୍ୱ ପାଇଁ ବିଚାରକୁ ନିଆଯାଇପାରେ କି?
ଅତୀତରେ ଆମ ଆଦମି ପାର୍ଟି ପରି ଦଳମାନେ ଜନସାଧାରଣଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି । ଓଡ଼ିଶାରେ ଉତ୍କଳ ଭାରତ ସେହି ବିଶ୍ୱାସ ସୃଷ୍ଟି କରିପାରିବ କି? ବିଶେଷକରି ଗତ ଆଠ ବର୍ଷ ହେଲା ଏହି ଦଳ ନିର୍ବାଚନ ଲଢ଼େଇରେ ଆଦୌ ସଫଳତା ଅର୍ଜନ କରିନଥିଲେ ମଧ୍ୟ ଏ ଦଳ ତିଷ୍ଠି ରହିବା ଏହାର ଦକ୍ଷତାକୁ ପ୍ରମାଣିତ କରୁଛି କି ନାହିଁ?
ଏ ସମ୍ପର୍କରେ ଅଲୋଚନା ହେବା ଆବଶ୍ୟକ କି ଏହା ମଧ୍ୟ ବିଚାର କରାଯିବା ଉଚିତ । ଧର୍ମେନ୍ଦ୍ର ପ୍ରଧାନ ସାଢ଼େ ଚାରି ବର୍ଷ ହେଲା କେନ୍ଦ୍ର ମନ୍ତ୍ରୀ ଥାଇ ଓ ମୋଦି, ଶାହାଙ୍କର ପୃଷ୍ଠପୋଷକତା ଅନୁସାରେ ଓଡ଼ିଶାରେ ବିପୁଳ ଅର୍ଥ ବ୍ୟୟକରି ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରି ମାତ୍ର ୨୧% ଜନ ସମର୍ଥନ ପାଉଥିଲା ବେଳେ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହିସାବରେ ଖାରବେଳ ସ୍ୱାଇଁଙ୍କୁ ଉପସ୍ଥାପିତ କରାଯାଇପାରିବ କି କ’ଣ ସେ କଥାର ମଧ୍ୟ ଆଲୋଚନା ହେବା ଉଚିତ । କାରଣ କଂଗ୍ରେସ ଦଳ ସେମିତି କିଛି ନେତୃତ୍ୱ ଉପସ୍ଥାପିତ କରିପାରିବ ଅବା ସଫଳତା ପାଇପାରିବ ସେମିତି କୌଣସି ସଂକେତ ମିଳୁନାହିଁ ।
Previous Post

ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

Next Post

ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

Next Post
ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA