Friday, January 16, 2026 09:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତାରାଙ୍କ ସମର୍ଥନରେ ନିରଞ୍ଜନ-ଜୟଦେବ !

by Our Correspondent
23 Aug, 2020- 10:07 PM
in Latest News, News, Politics
1 min read
1
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନ ପରଠୁ ଅଥର୍ବ ଅବସ୍ଥାରେ ଥିବା ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା । ଆସନ୍ତାକାଲି ଦଳର ଜାତୀୟ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ ପରିପ୍ରେକ୍ଷୀରେ ଏହାକୁ ନେଇ ଦଳୀୟ ଶିବିର ଚଳଚଞ୍ଚଳ ହୋଇଛି । କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଘରେ ଆଜି ଏକ ଛୋଟକାଟିଆ ମେଳି ଏହି ଚର୍ଚ୍ଚାକୁ ଦାନା ଦେଇଛି ।
ତାରା ହୋଇପାରନ୍ତି ପିସିସି ସଭାପତି । କଂଗ୍ରେସର ପରିବର୍ତ୍ତିତ ରାଜନୈତିକ ସମୀକରଣରେ ତାରାଙ୍କୁ ନେଇ ଚର୍ଚ୍ଚା ବଢ଼ିବା ପଛରେ ଯଥେଷ୍ଟ କାରଣ ବି ରହିଛି । ଆଜି ତାରାଙ୍କ ସରକାରୀ ଭବନରେ ହୋଇଥିବା ମେଳି ନୂଆ ସମୀକରଣର ବୟାନ ଦେଉଛି । ତାରାଙ୍କ ଘରେ ମେଳି କରିଥିବା ନେତାମାନଙ୍କ ମଧ୍ୟରେ ଥିଲେ ଦୁଇ ବିଧାୟକ ରମେଶ ଜେନା(ସାନଖେମୁଣ୍ଡି) ଓ ଦାଶରଥୀ ଗମାଙ୍ଗ(ମୋହନା), ବାପି ସର୍ଖେଲ, ସଂଗ୍ରାମ ଜେନା, ମାନସ ଚୌଧୁରୀ ଏବଂ ସତ୍ୟପ୍ରକାଶ ନାୟକ ।
ମେଳି ପଛରେ ନୂଆଁଖାଇ ଭେଟଘାଟର ଆଳ ରହିଥିଲେ ମଧ୍ୟ ତାରା ନିଜକୁ ପିସିସି ସଭାପତି ମୁଖ୍ୟ ଦାବିଦାର ଭାବେ ଉପସ୍ଥାପିତ କରିବାକୁ ଏଭଳି ଆୟୋଜନ କରିଥିବା ଚର୍ଚ୍ଚା ହେଉଛି । ଗଣମାଧ୍ୟମକୁ ନିଜେ ତାରା ଦେଇଥିବା ବୟାନରୁ ବି ଏହାର ଆଭାସ ମିଳିଯାଇଛି । ‘ମୁଁ ସଭାପତି ପଦ ଦାବି କରୁନି । କିନ୍ତୁ ମିଳିଲେ ଛାଡ଼ିବିନି । ନମ୍ବର ୱାନ୍ ପିସିସି ସଭାପତି ହେବି ।’ ଏହି ଦମ୍ଭ ଦେଖାଇଛନ୍ତି ତାରା । ସେ କହିଛନ୍ତି, ‘ମୁଁ କନେଷ୍ଟବଲ ନମ୍ବର ୱାନ୍ ଥିଲି । ବିଧାୟକ ନମ୍ବର ୱାନ୍ ହେଲି । ପିସିସି ସଭାପତି ନମ୍ବର ୱାନ୍ ହୋଇପାରିବି’ ।
ବିଧାୟକ ରମେଶ ଜେନା କହିଛନ୍ତି, ତାରା ଭାଈ ଯୁଆଡ଼େ ମୁଁ ସିଆଡ଼େ । ଭାଈ ପିସିସି ସଭାପତି ହେଲେ ଆମ ବିଧାୟକ ସଂଖ୍ୟା ୯ ରୁ ୯୦ ହୋଇଯିବ । ବିଧାୟକ ଦାଶରଥୀ ଗମାଙ୍ଗ ବି ତାରାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସତ୍ୟପ୍ରକାଶ ନାୟକ କହିଛନ୍ତି, ତାରାଙ୍କ ଘରେ ନୂଆଁଖାଇ ଭେଟଘାଟକୁ ମତେ ଆମନ୍ତ୍ରଣ କରାଯାଇଥିଲା । ସେଠି ରାଜନୈତିକ ଚର୍ଚ୍ଚା ହୋଇନାହିଁ । ତାରାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସେ କହିଛନ୍ତି, ଅସୁବିଧା କ’ଣ? ତାରା ଜଣେ ବରିଷ୍ଠ ବିଧାୟକ ଏବଂ ଦକ୍ଷ ନେତା । ତେଣୁ ପିସିସି ନେତୃତ୍ୱ ନେଲେ ଅସୁବିଧା ନାହିଁ । ମାନସ ଚୌଧୁରୀ ଏବଂ ସଂଗ୍ରାମ ଜେନାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ତାରାଙ୍କ ସପକ୍ଷରେ ସେମାନେ ରହିଥିବା କୁହାଯାଉଛି ।
ଏହି ମେଳିର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ତାରାଙ୍କ ପଛରେ ଉଭୟ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଗୋଷ୍ଠୀର ସମର୍ଥନ ଥିବା ସ୍ପଷ୍ଟ ହେଉଛି । କାରଣ ବିଧାୟକ ରମେଶ ଜେନା ହୁଅନ୍ତୁ କି ମାନସ ଚୌଧୁରୀ ହୁଅନ୍ତୁ ସେମାନେ ନିରଞ୍ଜନଙ୍କ ସମର୍ଥକ । ସେପଟେ ସଂଗ୍ରାମ ହେଉଛନ୍ତି ଜୟଦେବ ଜେନାଙ୍କ ପୁଅ । ତେଣୁ ସମୀକରଣ ବୁଝିବାରେ ଅସୁବିଧା ନାହିଁ ।
ରୋଚକ କଥା ହେଉଛି, ନିଜେ ତାରା ହେଉଛନ୍ତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ । ତାରା ବି ନିରଞ୍ଜନଙ୍କର ଫେଭରାଇଟ୍ ବିଧାୟକ । ବାଲେଶ୍ୱର ଉପନିର୍ବାଚନ ପାଇଁ ନିକଟରେ ତାରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ସେ ପୁନଶ୍ଚ ଆସ୍ଥା ପ୍ରକଟ କରିଛନ୍ତି । ଯେହେତୁ ନିରଞ୍ଜନ ଜାଣି ସାରିଲେଣି ଯେ ସେ ସଭାପତି ପଦରେ ରହିବା ଆଉ ବିଲକୁଲ୍ ସମ୍ଭବ ନୁହେଁ । ତେଣୁ ପଦ ଚାଲିଗଲେ ବି ତାରାଙ୍କ ଭଳି ନିଜ ଲୋକଙ୍କୁ ତାଙ୍କ ଜାଗାରେ ବସାଇବାର ଅଛି । ଏହାଦ୍ୱାରା ନିଜର ସ୍ଥିତି ଜାହିର କରିବାର ସୁଯୋଗ ପାଇବେ, ପୁଅର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରିବ ।
ଜୟଦେବ ଜେନାଙ୍କ କ୍ଷେତ୍ରରେ ବି ସେୟା । ନିଜେ ତ ଆଉ ପିସିସି ସଭାପତି ହେବାର ସମ୍ଭାବନା ନାହିଁ । ତାରା ପିସିସି ସଭାପତି ହେଲେ ତାଙ୍କୁ ଅସୁବିଧା ନାହିଁ । ପୁଅ ସଂଗ୍ରାମ ସହିତ ତାରାଙ୍କ ଯତିପାତ ଭଲ ଥିବାରୁ ପୁଅ ପାର୍ ହୋଇପାରିବ ।
ସୁତରାଂ, ଅହି-ନକୂଳ ସମ୍ପର୍କରେ ଯୋଡା ନିରଞ୍ଜନ ଓ ଜୟଦେବ ନିଜ ନିଜର ପତିଆରା ରଖିବାକୁ ତାରାଙ୍କୁ ଶ୍ରେଷ୍ଠ ଅସ୍ତ୍ର ବୋଲି ବିଚାର କରୁଥିବା କୁହାଯାଉଛି । ନରସିଂହ ମିଶ୍ରଙ୍କ ସମର୍ଥନ ବି ତାରା ପାଇପାରିବେ । ଏହି ଦୃଷ୍ଟିରୁ ପିସିସି ସଭାପତି ରେସ୍ ରେ ସୁବିଧାଜନକ ସ୍ଥିତିରେ ରହିଥିବା ତାରା ବୋଧହୁଏ ବୁଝିସାରିଛନ୍ତି ।
ସେପଟେ ମହମ୍ମଦ ମୋକିମ୍ ଆଶାୟୀ ଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥିତି ଅନୁକୂଳ ନାହିଁ । ଶରତ ପଟ୍ଟନାୟକ, ଚିରଞ୍ଜିବୀ ବିଶ୍ୱାଳଙ୍କ କ୍ଷେତ୍ରରେ ବି ସେୟା । ଏମିତିରେ, ସୁର ରାଉତରାୟଙ୍କ ଭାଷାରେ ପିସିସି ସଭାପତି ଦୌଡ଼ରେ ୨୩ ଜଣ ନେତା ଅଛନ୍ତି ।
ସୂଚନାଥାଉକି, ରାଜ୍ୟ କଂଗ୍ରେସ ଏବେ ଦହନୀୟ ଅବସ୍ଥାରେ ଅଛି । ଦଳର କୌଣସି କାର୍ଯ୍ୟକ୍ରମ ନାହିଁ । ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଅଛନ୍ତି ସତ ହେଲେ ସଂଗଠନ ଚାଳନା ପାଇଁ ସେ ନିରସ୍ତ୍ର ଅଛନ୍ତି । ଜିଲ୍ଲାଠାରୁ ବ୍ଲକ୍ ପର୍ଯ୍ୟନ୍ତ ସାଂଗଠନିକ କମିଟି ନାହିଁ । ଓଡ଼ିଶାରେ କଂଗ୍ରେସର ସ୍ଥିତି ଦେଖି ଏଆଇସିସି ମନ ଛିଣ୍ଡାଇ ଦେଇଥିବା ବେଳେ ନିରଞ୍ଜନ ବାବୁ ବି ମାନ୍ଦା ହୋଇଯାଇଛନ୍ତି । କ୍ଷମତା ଲୋଭ ଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ବିଫଳ ହୋଇଛନ୍ତି ।
କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଅବ୍ୟାହତ ନେବାକୁ ସୋନିଆ ଗାନ୍ଧୀ ଇଚ୍ଛା ପ୍ରକାଶ କରିଥିବା ଏବେ ଖବର ଆସିଛି । ତେଣୁ ଦିଲ୍ଲୀ ପାଣିପାଗ ଉପରେ ଓଡ଼ିଶା କଂଗ୍ରେସର ଭବିଷ୍ୟତ ନିର୍ଭର କରୁଛି । ତେବେ ଏହା ସତ ଯେ ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଇବା ଏବେ ହାଇକମାଣ୍ଡଙ୍କ ପାଇଁ ବଡ଼ ଚାଲେଂଜ ।
Previous Post

ଗଣେଷ ପୂଜା

Next Post

କୋଭିଡ କଟକଣା ମାନିଲେନି ସୁର

Next Post

କୋଭିଡ କଟକଣା ମାନିଲେନି ସୁର

Comments 1

  1. Rajkishore Pathy says:
    5 years ago

    I think Mr Tara prasad Bahanipati MLA jeyopur is the right person for pcc president of odisa

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA