Sunday, March 15, 2026 12:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

by Our Correspondent
03 Oct, 2018- 11:30 PM
in Latest News, Politics
1 min read
0
ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ୱର: ସମ୍ଭବତଃ ନିଜକୁ ଡାହା ମିଛୁଆ ବୋଲି ଆଜି ପ୍ରମାଣିତ କରିଛନ୍ତି ଡାକ୍ତର ଦାମୋଦର ରାଉତ । ତାଙ୍କରି ପ୍ରସ୍ତାବିତ ନୂଆ ଦଳରେ ଯୋଗଦେବା ନେଇ ପ୍ରଫୁଲ୍ଲ ଘଡ଼େଇଙ୍କ ନାଁରେ ସେ ଆଜି ଏକ ମନ୍ତବ୍ୟ ଦେଇଥିଲେ । ମାତ୍ର ଦାମଙ୍କ ମନ୍ତବ୍ୟକୁ ସୁଦୁ ମିଛ ଓ ମନଗଢ଼ା ବୋଲି କହିଛନ୍ତି ଶ୍ରୀ ଘଡ଼େଇ । ଦାମବାବୁଙ୍କ ଭଳି ଜଣେ ବରିଷ୍ଠ ଓ ପରିପକ୍ୱ ନେତାଙ୍କ ମୁହଁରୁ ମନଗଢ଼ା କଥା ଶୁଣି ମତେ ଦୁଃଖ ଲାଗୁଛି ବୋଲି ସେ କହିଛନ୍ତି । ଦାମବାବୁ ନୂଆ ଦଳ ଗଢ଼ିବା ସମ୍ପର୍କରେ ମୋ ସହ କେବେ କଥା ହୋଇନାହାନ୍ତି କି ମୋ ପାଖକୁ ଲୋକ ପଠାଇନାହାନ୍ତି । ଏଭଳି ମିଛ କିଭଳି କହିପାରୁଛନ୍ତି ବୋଲି ଶ୍ରୀ ଘଡ଼େଇ ପ୍ରଶ୍ନ କରିଛନ୍ତି ।

ବିଜେଡ଼ିରୁ ବହିଷ୍କୃତ ହେଲା ପରଠୁ ଦାମବାବୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିଛନ୍ତି । ଖାସ୍ କରି ପାଣ୍ଡିଆନ୍ ଙ୍କ ନାଁରେ ସବୁଦିନ ତାଙ୍କ ପାଟିରୁ କିଛି ନା କିଛି ଶୁଣିବାକୁ ମିଳୁଛି । ଆଜି ତାଙ୍କର ନୂଆ ଦଳ ଗଠନ ପ୍ରସଙ୍ଗ ଭିତରକୁ ବି ପାଣ୍ଡିଆନ୍ ଙ୍କୁ ଟାଣିଥିଲେ ଦାମ । ବୈଜୟନ୍ତ ପଣ୍ଡାଙ୍କ ଟିଭିକୁ କହିଥିଲେ ଯେ ତାଙ୍କର ପ୍ରସ୍ତାବିତ ନୂଆ ଦଳରେ ଯୋଗଦେବା ପାଇଁ ତାଙ୍କର ଜଣେ ଲୋକ ପ୍ରଫୁଲ୍ଲ ଘଡ଼େଇଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିଲେ । ତାଙ୍କ ପଟକୁ ଆସିବେ ବୋଲି ଘଡ଼ାଇ ସକାଳେ କଥା ଦେଇଥିଲେ । ମାତ୍ର ପାଣ୍ଡିଆନ୍ ତାଙ୍କୁ ଫୋନ୍ କରି ଚାପ ପକାଇଲେ । ତେଣୁ ସଂଧ୍ୟାକୁ ଘଡାଇଙ୍କ କଥା ବଦଳିଗଲା । ପୁଅଟା ଅଛି, କାଳେ ଅସୁବିଧା ହେବ ବୋଲି ଘଡ଼େଇ କୁଆଡ଼େ ତାଙ୍କୁ କହିଥିଲେ ।
ଦାମଙ୍କ ମୁହଁର ଏହି କଥାଟିକୁ ବୈଜୟନ୍ତ ପଣ୍ଡାଙ୍କ ଟିଭି ଏକପାଖିଆ ଭାବେ ଜୋରଦାର ପ୍ରଚାର କରିବା ପରେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପ୍ରଫୁଲ୍ଲ ଘଡ଼େଇ । କହିଛନ୍ତି, ଦାମବାବୁଙ୍କ ଭଳି ଜଣେ ପରିପକ୍ୱ ନେତାଙ୍କଠାରୁ ଏଭଳି ମନଗଢ଼ା କଥା ଆଶା କରାଯାଏନି । ମୋର କୌଣସି ନିଷ୍ପତ୍ତି ଉପରେ ପାଣ୍ଡିଆନ୍ କାହିଁକି ଚାପ ପକାଇବେ? ମୁଁ ମନ୍ତ୍ରୀପରିଷଦରୁ ଗଲା ପରେ ପାଣ୍ଡିଆନ୍ ମୋ ସହ କେବେ ଦେଖା ହୋଇନାହାନ୍ତି କି କଥା ହୋଇନାହାନ୍ତି । ସେ କ’ଣ ରାଜନେତା ଯେ ମୋ ସହ କଥା ହେବେ? ସେ ପରା ଜଣେ ଅଫିସର । ମୋ ସହ ରାଜନୀତି ଚର୍ଚ୍ଚା କାହିଁକି କରିବେ?
ଯେଉଁ ଟିଭି ଏହାକୁ ଦେଖାଉଛି ସେମାନେ ମୋ ପାଖକୁ ଆସିଲେ ମୁଁ ତାହାର ଠିକ୍ ଉତ୍ତର ଦେବି ବୋଲି ଘଡ଼େଇ କହିଛନ୍ତି ।
ଶ୍ରୀ ଘଡ଼େଇ କହିଛନ୍ତି, ମୋ ଭବିଷ୍ୟତ ନେଇ ମୁଁ ମୋର ଷ୍ଟାଣ୍ଡ କ୍ଲିୟର୍ କରିସାରିଛି । ମୋର କେଉଁ ଦଳରେ ମିଶିବାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ । ଏକଥା ଥରେ ନୁହେଁ ବହୁବାର ମୁଁ କହିସାରିଛି । ତେଣୁ ସେଥିନେଇ କାହା ମନରେ ଦ୍ୱନ୍ଦ ରହିବା ଉଚିତ ନୁହେଁ ।
Previous Post

କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

Next Post

ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?

Next Post
ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?

ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA