Friday, March 13, 2026 12:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁଇ ନାକଚ ଭୋଟ କାହାର ?

by Our Correspondent
20 Jul, 2017- 11:24 PM
in Latest News
1 min read
0
ଦୁଇ ନାକଚ ଭୋଟ କାହାର ?

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୧୧୮ ବିଜେଡ଼ି ବିଧାୟକଙ୍କ ଭୋଟ ଥିଲା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ । ବିଜେପିର ୧୦ ବିଧାୟକଙ୍କ ଭୋଟ ମିଶାଇଲେ କୋବିନ୍ଦଙ୍କ ସପକ୍ଷରେ ୧୨୮ ଭୋଟ ପଡ଼ିବା କଥା । ମାତ୍ର ପଡ଼ିଛି ୧୨୭ ଭୋଟ । ସେହିଭଳି ୟୁପିଏ ପ୍ରାର୍ଥୀ ଶ୍ରୀମତୀ ମୀରା କୁମାରଙ୍କ ସପକ୍ଷରେ ଯାଇଛି ୧୭ ଭୋଟ । ସଂଖ୍ୟା ଗଣିତରେ କଂଗ୍ରେସର ସୁବଳ ସାହୁଙ୍କୁ ଛାଡ଼ିଦେଲେ ୧୫ ବିଧାୟକଙ୍କ ଭୋଟ ଥିଲା ମୀରାଙ୍କ ସପକ୍ଷରେ । ସମତା କ୍ରାନ୍ତିର ଜର୍ଜ ତିର୍କୀ ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ ବି ଥିଲା ଶ୍ରୀମତୀ ମୀରାଙ୍କ ସପକ୍ଷରେ । ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ବି ମୀରାଙ୍କୁ ଭୋଟ ଦେଇଥିବା କୁହାଯାଉଥିଲା । ଏହିଭଳି ଭାବେ ମୀରାଙ୍କ ସପକ୍ଷରେ ୧୮ ଭୋଟ ପଡ଼ିବା କଥା । ମାତ୍ର ପଡ଼ିଛି ୧୭ ଭୋଟ । ଅର୍ଥାତ ବିଜେଡ଼ି କିମ୍ବା ବିଜେପି ପକ୍ଷରୁ ଜଣଙ୍କର ଭୋଟ ନାକଚ ହୋଇଥିଲା ବେଳେ ବିପକ୍ଷ ପକ୍ଷରୁ ଜଣଙ୍କର ଭୋଟ ନାକଚ ହୋଇଛି । ଉଭୟ ପକ୍ଷରୁ ଭୋଟ ଜାଣତରେ ନାକଚ ହୋଇଛି ନା ଅଜାଣତରେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମିଳିତ ବିରୋଧୀ ଦଳ କ୍ୟାମ୍ପର ନାକଚ ହୋଇଥିବା ଭୋଟଟି ସନା ମହାକୁଡ଼ ବୋଲି ଅନୁମାନ କରାଯାଉଛି । କାରଣ ସେ କାହାରିକୁ ଭୋଟ ଦେବେ ତାହା ଶେଷ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲା । ତେବେ ଭୋଟ ଦେବାକୁ ଯାଇଥିଲେ ମଧ୍ୟ ଜାଣିଶୁଣି ନାକଚ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ମାତ୍ର ଏନଡିଏ କ୍ୟାମ୍ପରେ ବିଜେଡ଼ି ଓ ବିଜେପିର ଭୋଟ ଥିଲା ଅତ୍ୟନ୍ତ ସ୍ପଷ୍ଟ । ବିଜେପିର ୧୦ ଯାକ ବିଧାୟକ ଭୋଟ ଦେବା ପୂର୍ବରୁ ଭଲ ଭାବେ ଟ୍ରେନିଂ ନେଇଥିଲେ । କୋବିନ୍ଦଙ୍କୁ ସମର୍ଥନ ନେଇ ବିଧାୟକଙ୍କ ମଧ୍ୟରେ ଫାଟ ବି ନ ଥିଲା । ଟିକେ ସନ୍ଦେହରେ ଥିବା ଦିଲ୍ଲୀପ ରାୟ କୋବିନ୍ଦଙ୍କୁ ଭୋଟ ଦେଇଥିବା ବାହାରେ ଛାତି ଫୁଲାଇ କହିଥିଲେ । ସୁତରାଂ ବିଜେପିରୁ କାହାରି ଭୋଟ ନାକଚ ହେବା ବିଶ୍ୱାସ କରିହେଉନି । ଅନ୍ୟପକ୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କର ଗୋଟେ ବି ଭୋଟ ଯେମିତି ଏପଟ ସେପଟ ନ ହୁଏ ସେଥିପାଇଁ ବିଧାନସଭା ପ୍ରକୋଷ୍ଠରେ ନିଜେ ଜଗି ବସିଥିଲେ । ଦଳରେ କ୍ରସ ଭୋଟିଂ ରୋକିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ ସୁପ୍ରିମୋ । ବିଧାୟକଙ୍କୁ ତାଗିଦ୍ କରାଯାଇ ନିର୍ଭୁଲ ଭୋଟଦାନ ପାଇଁ ଭଲ ଭାବେ ରିଅଲସାଲ୍ କରାଯାଇଥିଲା । ତା ସତ୍ତ୍ୱେ ଗୋଟିଏ ଭୋଟ କେଉଁଠୁ ନାକଚ ହେଲା ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ସୂଚନାଯୋଗ୍ୟ, ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଶ୍ରୀମତୀ ମୀରା କୁମାରଙ୍କୁ ବିପୁଳ ଭୋଟରେ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । କୋବିନ୍ଦ ୭ ଲକ୍ଷ ୨ ହଜାର ୪୪ ଇଲେକ୍ଟ୍ରୋରାଲ୍ ଭୋଟ ପାଇଥିଲା ବେଳେ ମୀରା ପାଇଛନ୍ତି ୩ ଲକ୍ଷ ୬୭ ହଜାର ୩୧୪ ଭୋଟ । ଓଡ଼ିଶାରେ କୋବିନ୍ଦଙ୍କୁ ୧୨୭ ବିଧାୟକଙ୍କର ୧୮ ହଜାର ୯୨୩ ଭୋଟ ମିଳିଥିବା ବେଳେ ମୀରା କୁମାରଙ୍କୁ ୧୭ ବିଧାୟକଙ୍କର ୨୫୩୩ ଭୋଟ ମିଳିଛି । ଆସନ୍ତା ୨୫ ତାରିଖରେ କୋବିନ୍ଦ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭଣ୍ଡେଇଲା ବିଏମସି

Next Post

ତାରା ସତ ନା ସୂର୍ଯ୍ୟ ?

Next Post
ତାରା ସତ ନା ସୂର୍ଯ୍ୟ ?

ତାରା ସତ ନା ସୂର୍ଯ୍ୟ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA