Wednesday, March 11, 2026 05:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପାୱାର୍‌ ସୋ..ମୋତିଙ୍କ ଡବଲ୍‌ ଜାଲିଆତି

by Our Correspondent
21 Jun, 2016- 06:20 PM
in News
1 min read
0
ପାୱାର୍‌ ସୋ..ମୋତିଙ୍କ ଡବଲ୍‌ ଜାଲିଆତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପ୍ରଭାବଶାଳୀ ମନ୍ତ୍ରୀ ଓ ବିଧାୟକଙ୍କ ଛତ୍ରଛାୟା ତଳେ ଥିବା ଡାକ୍ତର ମୋତିଲାଲ ଗୌଡ କିଭଳି ସାଂଘାତିକ କାରସାଦି କରିଛନ୍ତି ତାହାର ଗୁମର ଖୋଲୁଛି । କାରଖାନା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆଳରେ ମୋତିଲାଲ ଜାଲ୍‌ ବିଜ୍ଞପ୍ତି କରି କୋଟିଏ ଚଳୁ କରିବାଠାରୁ ବଡ଼ ଅପରାଧ ହେଉଛି ତାଙ୍କର ନିଯୁକ୍ତି ଜାଲିଆତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଡାକ୍ତର ଚାକିରିରୁ ଗାଏବ ହୋଇଯାଇଥିବା ମୋତିଲାଲ ସେହି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗରେ କିଭଳି ନିଯୁକ୍ତି ପାଇଥିଲେ ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।

୨୦୦୯ ମସିହାରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ନିଯୁକ୍ତି ପାଇଥିଲେ ମୋତିଲାଲ । ମାତ୍ର କିଛି ମାସ କାର୍ଯ୍ୟ କରିବା ପରେ ବିନା ନୋଟିସ୍‌ରେ ହଠାତ୍‌ ଗାଏବ ହୋଇଗଲେ । ଆଶ୍ଚର୍ଯ୍ୟଜନକଭାବେ, ୨୦୧୦ ରେ ଶ୍ରମ ବିଭାଗ ଅଧୀନସ୍ଥ ଇଏସ୍‌ଆଇ ହସ୍ପିଟାଲ୍‌ରେ ହାତେଇନେଲେ ଦ୍ୱିତୀୟ ଚାକିରୀ । ସରକାରଙ୍କ ଗୋଟିଏ ବିଭାଗକୁ ପଟି ମାରି ଆଉ ଗୋଟିଏ ବିଭାଗରେ ନିଯୁକ୍ତି କେମିତି ହାତେଇଲେ ତାହା ଏବେ ସମସ୍ତଙ୍କୁ ଚକିତ୍‌ କରିଛି । ଖାଲି ସେତିକି ନୁହେଁ, ୨୦୧୨ ମସିହାରେ ସେ ପଦୋନ୍ନତି ପାଇ ଡେପୁଟେସନରେ ଆସିଥିଲେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟକୁ । ଆସିଷ୍ଟାଣ୍ଟ ଡାଇରେକ୍ଟର ପଦ ମିଳିଥିଲା ତାଙ୍କୁ । ଶ୍ରମ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଡାକ୍ତର ମୋତିଲାଲ ସେତେବେଳକୁ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ନିଖୋଜ ଡାକ୍ତର ତାଲିକାରେ ଥିଲେ । ଗତ ୧.୬.୨୦୧୫ ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ୬୧୩ ଜଣିଆ ନିଖୋଜ ଡାକ୍ତର ତାଲିକାର ୩୫୫ କ୍ରମିକ ନମ୍ବରରେ ଥିଲେ ଡାକ୍ତର ମୋତିଲାଲ । ନିଖୋଜ ଡାକ୍ତରଙ୍କ ଖୋଜଖବର ନ ମିଳିବାରୁ ୧୭.୧୧.୨୦୧୫ ରେ ସ୍ୱାସ୍ଥ୍ୟ ବିଭାଗ ୪୦୮ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ବହିଷ୍କୃତ ତାଲିକାରେ ଥିଲେ ଡାକ୍ତର ମୋତିଲାଲ । ସରକାରଙ୍କ ଗୋଟିଏ ବିଭାଗରୁ ନିଖୋଜ ଓ ବହିଷ୍କୃତ ଡାକ୍ତର ମୋତିଲାଲ ସେହି ସରକାରଙ୍କ ଆଉ ଏକ ବିଭାଗରେ ସହକାରୀ ନିର୍ଦ୍ଦେଶକ ଆସନରେ ବସି ଅୟସ କରୁଥିଲେ । ଅଫିସ୍‌ ନ ଯାଇ ମନ୍ତ୍ରୀ, ବିଧାୟକଙ୍କ ସହ ଦେଶ ବିଦେଶ ବୁଲି ମସ୍ତି କରୁଥିଲେ ସେ ।

ମୋତିଲାଲଙ୍କ ଏଭଳି ଡବଲ ଜାଲିଆତି ପଛରେ କାହାର ଅଛି ଆର୍ଶିବାଦ ? କାହାର ପୃଷ୍ଠପୋଷକତାରେ ମୋତିଲାଲ ସରକାରଙ୍କୁ ଚକମା ଦେଇ ନିଯୁକ୍ତି ହାତେଇଲେ ଏବଂ ଜାଲ୍‌ ବିଜ୍ଞପ୍ତି ଛାଡ଼ି କୋଟି କୋଟି ଟଙ୍କା ଚଳୁ କରିବାକୁ ସାହାସ କଲେ ? କ୍ରାଇମ୍‌ ବ୍ରାଞ୍ଚ ମାମଲାର ସବୁ ଦିଗକୁ ତଦନ୍ତ କରୁଛି ଏବଂ ଆଜି ଭୁବନେଶ୍ୱରର ୟୁନିଟ୍‌-୨ ସ୍ଥିତ ମୋତିଲାଲଙ୍କ ସରକାରୀ ବାସଭବନ ଉପରେ ରେଡ୍‌ କରିଛି । ରେଡ୍‌ରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଆପତ୍ତିଜନକ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଏହିସବୁ ଫଟୋରେ ମୋତିଲାଲ ଓ ଓଗେରଙ୍କ କୁତ୍ସିତ କାରନାମାର ଅନେକ ଚାଞ୍ଚଲ୍ୟକର ସୁରାକ୍‌ ଛପି ରହିଥିବା ସୂଚନା ମିଳିଛି ।

କେଉଁ ପରିସ୍ଥିତିରେ ମୋତିଲାଲଙ୍କ ଭଳି ଜାଲ୍‌ ମାଷ୍ଟର ଶାସକ ଦଳର ପ୍ରଭାବଶାଳୀ ଗ୍ରୁପ୍‌ର ହାର୍ଟ ଜିତିଲେ ତାହା କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜର ବିଷୟ ହୋଇଛି । ପ୍ରଭାବଶାଳୀ ଗ୍ରୁପ୍‌ର ଆର୍ଶିବାଦ ଓ ପ୍ରୋତ୍ସାହନରେ ସେ ଦୁଇ ଦୁଇଟି ସାଂଘାତିକ ଜାଲିଆତି କରିଛନ୍ତି ନା ଜାଲିଆତିରେ ଷ୍ଟାର୍‌ ବନିବା ପରେ ମନ୍ତ୍ରୀ, ବିଧାୟକ ଗୋଷ୍ଠୀର ମନ କିଣିଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ । କ୍ରାଇମବ୍ରାଞ୍ଚ ସବୁ ଦିଗର ଖୋଳତାଡ଼ କରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଆଜି ୫ଟି ପାଥଲାବ୍‌ ଉପରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖିଲା ପରେ ସହଯୋଗୀ ନେତାଙ୍କ ଛାତି ଧଡ଼କନ ଆରମ୍ଭ ହୋଇଛି । ସେପଟେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିଦେ୍ର୍ଦଶକ ପୂର୍ଣ୍ଣଚନ୍ଦ୍ର ଦାସ ଡାକ୍ତର ମୋତିଲାଲଙ୍କ ସରକାରୀ ବିଜ୍ଞପ୍ତି ଜାଲିଆତିକୁ କନଫର୍ମ କରିଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋଠାରୁ ମୋତିଲାଲ ୬୩ ଲକ୍ଷ ଟଙ୍କାର ଟେଣ୍ଡର ହାତେଇଥିବା ସେ କହିଛନ୍ତି ।

Previous Post

ବୋହିଲା ମୋତିଲାଲ ଝଡ଼

Next Post

ପତ୍ନୀଙ୍କ ନାଁରେ ବି ଜାଲ୍‌ ପାଥ୍‌ ଲାବ୍‌

Next Post
ପତ୍ନୀଙ୍କ ନାଁରେ ବି ଜାଲ୍‌ ପାଥ୍‌ ଲାବ୍‌

ପତ୍ନୀଙ୍କ ନାଁରେ ବି ଜାଲ୍‌ ପାଥ୍‌ ଲାବ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA