Friday, March 13, 2026 12:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

by Our Correspondent
09 May, 2016- 08:05 PM
in Politics
1 min read
0
ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦଳୀୟ ନେତା ଓ ବ୍ୟୁରୋକ୍ରାଟ୍‌ଙ୍କ ଉପରୁ ମୁଖ୍ୟମନ୍ତ୍ରୀଙ୍କ ଭରସା ତୁଟିଯାଇଛି । କ୍ରମାଗତ ଭାବେ ଦଳ ଯେଭଳି ଅଡୁଆ ସୂତାରେ ଘୁରୁଛି ନବୀନଙ୍କୁ ତାହା ବିବ୍ରତ କରିଛି । ଚଳନ୍ତି ଟିମ୍‌ ଉପରେ ଆସ୍ଥା ଓ ବିଶ୍ୱାସ ରଖି ୨୦୧୯ ନିର୍ବାଚନ ଯୁଦ୍ଧ ଲଢ଼ିବାକୁ ତାଙ୍କର ସାହାସ ପାଉନି । ତେଣୁ କାଳ ବିଳମ୍ବ ନ କରି ନୂଆ ଅଙ୍କ ଖେପିଛନ୍ତି ନବୀନ । ବିଜେଡ଼ି ରାଜନୀତିକୁ ହଲଚଲ କରିବାକୁ ଯାଉଥିବା ନବୀନଙ୍କ ନୂଆ ଅଙ୍କରେ ଆର୍ବିଭାବ ହୋଇଛନ୍ତି ସୁବ୍ରତ୍‌ ବାଗ୍‌ଚୀ । ପ୍ରଚ୍ଛଦପଟ ରାଜନୀତିରେ ଚର୍ଚ୍ଚିତ ଜାତୀୟ ଚେହେରା ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ନବୀନ ତାଙ୍କୁ ଅବତୀର୍ଣ୍ଣ କରାଇଛନ୍ତି । ଦକ୍ଷତା କର୍ତ୍ତୃପକ୍ଷ ଅଧ୍ୟକ୍ଷର ଥୋପ ଉପରେ ସେ ହେବେ ନବୀନଙ୍କ ମାର୍ଗଦର୍ଶକ । ମାନେ ବିଜେଡ଼ିର ନୂଆ ଚାଣକ୍ୟ । ବିନା ଖାତା ଖତିଆନରେ ପ୍ୟାରୀମୋହନ ମହାପାତ୍ରଙ୍କ ଯେଭଳି ଭୂମିକା ଥିଲା ଏବେ ଖାତା ଖତିଆନା ସହ ବାଗ୍‌ଚୀ ଅଧିକ ଶକ୍ତିଶାଳୀ ଭୂମିକାରେ ଆସିବେ । ମୋଟାମୋଟି କହିଲେ, ଆଗାମୀ ୩ ବର୍ଷ ପାଇଁ ବିଜେଡ଼ିକୁ ସଠିକ ମାର୍ଗଦର୍ଶନର ଲଗାମ ବାଗ୍‌ଚୀଙ୍କୁ ଧରାଇଛନ୍ତି ନବୀନ ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ବିଜେଡ଼ି ଆଭ୍ୟନ୍ତରୀଣ ସମସ୍ୟାକୁ ନେଇ ବିଚଳିତ ନବୀନଙ୍କୁ ବାଗ୍‌ଚୀ ମନ୍ତ୍ର ଦେଇଛନ୍ତି ଭଉଣୀ ଗୀତା ମେହେଟ୍ଟା । ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମିତ ବାଗ୍‌ଚୀ ଜଣେ କମ୍ପୁଟର ବିଶାରଦ । ମାଇଣ୍ଡ ଟ୍ରି ସଂସ୍ଥା ଜରିଆରେ ଆମେରିକାରେ ତାଙ୍କର ମୂଳ ବ୍ୟବସାୟ ସାମ୍ରାଜ୍ୟ ଥିବା ବେଳେ ସାରା ବିଶ୍ୱକୁ କାୟା ବିସ୍ତାର କରିଛି । ଜଣେ ପ୍ରତିଷ୍ଠିତ ଓ ସଫଳ ବ୍ୟବସାୟୀ ଭାବେ ବାଗ୍‌ଚୀ ଆମେରିକାରେ ବେଶ୍‌ ଜଣାଶୁଣା । ବ୍ୟବସାୟ କ୍ଷେତ୍ରରେ ବାଗ୍‌ଚୀଙ୍କ ବିଚକ୍ଷଣତା ଓ ଜଟିଳ ସୂତ୍ରର ସହଜ ସମାଧାନର ଦକ୍ଷତାକୁ ଭଲ ଭାବେ ଜାଣିଥିଲେ ଗୀତା ମେହେଟ୍ଟା ଓ ତାଙ୍କ ପରିବାର । ଆଉ ଆଭ୍ୟନ୍ତରୀଣ ସଙ୍କଟରେ ଥିବା ଦଳ ଓ ସରକାରୀ ମାପଚୁପ୍‌ ସଜାଡ଼ିବା ପାଇଁ ନବୀନ ତାଙ୍କୁ ଓଡ଼ିଶାକୁ ଆଣି ନାଲିବତୀ ଧରାଇଛନ୍ତି । ଦକ୍ଷତା କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦ ସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାଗ୍‌ଚୀ ସାରା ରାଜ୍ୟ ବୁଲି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ମଧ୍ୟରେ ଅନ୍ୟ କାହାରି ଭୂମିକା ରହିବନି ।

ଦିଲ୍ଲୀ ସୂତ୍ରର ଖବର ଅନୁଯାୟୀ, ବାଗ୍‌ଚୀଙ୍କୁ ନେଇ ନବୀନ ୨୦୧୯ ନିର୍ବାଚନୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମିଡ଼ିଆ ଓ ସୋସିଆଲ୍‌ ମିଡ଼ିଆକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିଜର ବିଶାଳ ବିଶେଷଜ୍ଞ ଟିମ୍‌ ସହାୟତାରେ ବାଗ୍‌ଚୀ ସାରା ରାଜ୍ୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା, ସରକାରଙ୍କ ସଫଳତା ଓ ଦୁର୍ବଳତାକୁ ବିଶ୍ଲେଷଣ କରିବେ । ସେହି ଅନୁଯାୟୀ କାର୍ଯ୍ୟକ୍ରମ ରୂପାୟନ ଓ ରୂପରେଖକୁ ବଦଳାଯିବ । ଏଥିସହ ଦଳୀୟ କ୍ଷେତ୍ରରେ ୧୪୭ ଟି ଯାକ ନିର୍ବାଚନମଣ୍ଡଳୀର ସ୍ଥିତି ଅନୁଧ୍ୟାନ କରି ନବୀନଙ୍କୁ ରିପୋର୍ଟ ଦେବେ ବାଗ୍‌ଚୀ । ଯାହା ଜଣାପଡ଼ିଛି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମନୋନୟନର ଏହା ହେବ ମୁଖ୍ୟ ଆଧାର । ଏହି କ୍ଷେତ୍ରରେ ଦଳୀୟ ନେତା ଓ ବ୍ୟୁରୋକ୍ରାଟ୍‌ଙ୍କ ହସ୍ତକ୍ଷେପକୁ ନବୀନ ଆଉ ଗ୍ରହଣ କରି ନ ପାରନ୍ତି । ସିଧା ସିଧା ଅର୍ଥରେ କହିଲେ ସୁବ୍ରତ୍‌ ବାଗ୍‌ଚୀ ହେବେ ନବୀନଙ୍କ ପଲିଟିକାଲ୍‌ ଷ୍ଟ୍ରାଟେଜିଷ୍ଟ ।

ବାଗ୍‌ଚୀଙ୍କ ଏହି ନୂଆ ଭୂମିକାର ଝଲକ ବି ଆସିସାରିଲାଣି । ନବୀନ ନିଜର ଟ୍ୱିଟର୍‌ ଓ ଫେସ୍‌ ବୁକ ଆକାଉଣ୍ଟ ଖୋଲି ଜନସାଧାରଣଙ୍କ ସିଧା ସମ୍ପର୍କରେ ଆସିବା ଉଦ୍ୟମ କରିଥିବା ବେଳେ ଦଳୀୟ ବିଧାୟକମାନଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛନ୍ତି । ସୋସିଆଲ୍‌ ମିଡ଼ିଆ ଜରିଆରେ ସମ୍ପର୍କ ବଢ଼ାଇବାକୁ ଏହି ଯୋଜନା ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ଖ୍ୟାତାନାମା ପଲିଟିକାଲ୍‌ ଷ୍ଟାଟେଜିଷ୍ଟ ପ୍ରଶାନ୍ତ କିଶୋର ସବୁ ରାଜନୈତିକ ଦଳ ପାଇଁ ହଟ୍‌ କେକ୍‌ । ନରେନ୍ଦ୍ର ମୋଦିଙ୍କୁ ଗୁଜୁରାଟରୁ ଦିଲ୍ଲୀ ଆଣିବା ପଛରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେହିଭଳି ବିହାରରେ ନୀତିଶ କୁମାରଙ୍କୁ କ୍ଷମତାସୀନ କରାଇବା ପଛରେ ରାଜନୈତିକ ସମୀକରଣର ଖେଞ୍ଚପାଞ୍ଚ ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ କିଶୋର । ଏବେ ତାଙ୍କ ବୁଦ୍ଧି କିଣୁଛନ୍ତି ସୋନିଆ ଓ ରାହୁଲ । ଜାତୀୟସ୍ତରରେ ପ୍ରଶାନ୍ତ କିଶୋରଙ୍କ ଭଳି ନବୀନ ପଟ୍ଟନାୟକ ନିଜ କ୍ଷେତ୍ରରେ ସୁବ୍ରତ ବାଗ୍‌ଚୀଙ୍କୁ ଏହି ଭୂମିକା ଦେଇ ଅସଜଡ଼ା ସରକାର ଓ ଦଳକୁ ସଜାଡ଼ିବେ । କ୍ରମାଗତ ପଞ୍ଚମ ଥର ପାଇଁ ଶାସନ ଡୋରିକୁ ହାତରେ ରଖିବାର ନବୀନଙ୍କ ଯୋଜନାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Previous Post

କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

Next Post

ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

Next Post
ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA