Saturday, March 14, 2026 03:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Entertainment

ବଳଭଦ୍ର ଜନ୍ମ – ଗହ୍ମା ପୂର୍ଣ୍ଣିମା – ରକ୍ଷାବନ୍ଧନ ଉତ୍ସବ

by Our Correspondent
03 Aug, 2020- 09:15 AM
in Entertainment, Guest Column, Latest News
1 min read
0
ଗୋପାଳ ସାହୁ
ବହୁ ପର୍ବପର୍ବାଣିର ପବିତ୍ର ପରମ୍ପରାରେ ପରିପୂର୍ଣ୍ଣ ଓଡ଼ିଶାରେ ଧାରା ଶ୍ରାବଣର ପୂର୍ଣ୍ଣିମା କୋଉଠି ଗହ୍ମା ପୁର୍ଣ୍ଣୀମା ତ କୋଉଠି ବଳଭଦ୍ର ଜନ୍ମ ଭାବେ ପାଳନ ହେଉଥିବା ବେଳେ, ଆଜିକାଲି ପ୍ରାୟ ରାଜ୍ୟସାରା ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଭାବେ ବେଶୀ ପରିଚିତ। ଶ୍ରୀମନ୍ଦିରେ ବଳଭଦ୍ର, ଜଗନ୍ନାଥ, ଚକ୍ରରାଜ ସୁଦର୍ଶନ ଏବଂ ମା ସୁଭଦ୍ରାଙ୍କ ରାକ୍ଷୀ ବନ୍ଧା ପରମ୍ପରାଠୁ ଓଡ଼ିଶାର ପୁରପଲ୍ଲୀରେ କୁଳ ପୁରୋହିତଙ୍କ ଦ୍ଵାରା ଜଜମାନଙ୍କ ହାତରେ ରାକ୍ଷୀ ବନ୍ଧା ଆମ ମହାନ ପରମ୍ପରାର ନିଦର୍ଶନ। ପୁରାଣ ବର୍ଣ୍ଣିତ ଅସୁର ରାଜା ବଳିଙ୍କଠାରୁ ଇତିହାସ ବର୍ଣ୍ଣିତ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ମଧ୍ୟ ରାକ୍ଷୀ ବନ୍ଧନର ଅନେକ ପରମ୍ପରା ରହିଛି। ପରମ୍ପରା ଅନୁଯାୟୀ ଏହି ଦିନ ଗୋମାତା ପୁଜା ଏବଂ ଓଡ଼ିଶାର ଉପକୂଳବର୍ତ୍ତି ପାଇକ ପ୍ରବଣ ଜିଲ୍ଲା ମାନଙ୍କରେ ଗହ୍ମା ଡିହାଁ ମଧ୍ୟ ଏକ ବଳିଷ୍ଠ ପରମ୍ପରା। ଅବିଭକ୍ତ ପୁରୀ ଜିଲ୍ଲାରେ ରାକ୍ଷୀ ପୁର୍ଣ୍ଣୀମା ମଧ୍ୟ ଗହ୍ମା ପୁର୍ଣ୍ଣୀମା ଭାବେ ଜଣାଯାଏ।
ଶ୍ରାବଣ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ମାତା ରୋହିଣୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ଭଗବାନ ବଳଭଦ୍ର ମଧ୍ୟ ହଳଧର ଭାବେ ପୂଜା ପାଆନ୍ତି। ପ୍ରତିବର୍ଷ ଏହି ତିଥିରେ ହଳଧର ବଳଭଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ ସହିତ ରକ୍ଷା ବନ୍ଧନ ସବୁବର୍ଷ ଅତି ଭକ୍ତିପୁତ ପରିବେଶରେ ଶ୍ରୀମନ୍ଦିରରେ ଆନନ୍ଦଉଲ୍ଲାସରେ ପାଳନ ହୋଇଥାଏ। ଦେଶ ବିଦେଶରୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି କୄତ୍ୟ କୄତ୍ୟ ହୁଅନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦ୍ୱିପହର ଭୋଗ ଉଠିବା ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହୁଏ। ଏହାପରେ ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ନିଆଯାଏ। ସେଠାରେ ମାଟିରେ ବଳଭଦ୍ରଙ୍କ ପିତୁଳା ନିର୍ମାଣ କରି ପୂଜାପଣ୍ଡା ସେବକ ଜୀବନ୍ୟାସ ଦେଇଥାନ୍ତି ଏବଂ ବିଧିମୁତାବକ ଜାତକର୍ମ ଇତ୍ୟାଦି ହୋଇଥାଏ। ପରେ ପଞ୍ଚ ଉପଚାର, ଶୀତଳ ମଣୋହୀ ଓ ବନ୍ଦାପନା ଅନ୍ତେ ଭଗବାନ ବଳଭଦ୍ରଙ୍କ ମାଟି ପିତୁଳାଙ୍କୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯାଇଥାଏ। ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରିବା ପରେ ଶ୍ରୀଜିଉ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ବଳଭଦ୍ରଙ୍କ ଜନ୍ମଉତ୍ସବ ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି ହୁଏ।
ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ଷେତ୍ର ଶ୍ରୀ ମନ୍ଦିରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ପରମ୍ପରା ରହିଛି। ଭଗବାନ ମଧ୍ୟ ପାରିବାରିକ ସଂପର୍କର ଡୋରୀରେ ବନ୍ଧା। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ, ପାଟରା ବିଶୋଇ ସେବାୟତ ଅତି ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ରାକ୍ଷୀ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ପ୍ରଦାନ କରିଥାନ୍ତି। ଏହି ଅବସରରେ ଶ୍ରୀଜୀଉମାନେ ରାକ୍ଷୀ ଗୁଆମାଳ ମଧ୍ୟ ପରିଧାନ କରିଥାନ୍ତି। ୫୪ଟି ଲେଖାଏଁ ଗୁଆରେ ଏହି ଗୁଆ ମାଳ ନାଲି, ସବୁଜ, ହଳଦିଆ ଓ ନିଳ ରଙ୍ଗର ହୋଇଥାଏ।
ଶ୍ରୀ କ୍ଷେତ୍ରରେ ଶ୍ରାବଣ ପୁର୍ଣ୍ଣୀମା ମଧ୍ୟ ଝୁଲଣ ପୂର୍ଣ୍ଣିମା ବା ଝୁଲଣ ଯାତ୍ରା ଭାବେ ଜଣାଯାଏ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ ହୋଇ ଶ୍ରାବଣ ପୁର୍ଣ୍ଣୀମା ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ
ଓଡ଼ିଶାର ପୁରପଲ୍ଲୀରେ ହଳଧର ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ଦେଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି, ଗଳାରେ ଫୁଲହାର ପକେଇ ପିଠା ଖାଇବାକୁ ଦେବାର ପରମ୍ପରା ଚାଲିଆସୁଛି। ଓଡ଼ିଶାରେ ସବୁଆଡ଼େ ଅତି ଆନନ୍ଦଉଲ୍ଲାସରେ ପ୍ରତ୍ୟେକ ଚାଷୀ, ଗୋପାଳ ଏବଂ କ୍ଷତ୍ରିୟ ପରିବାରରେ ଆଦର ଯତ୍ନରେ ଏହା ପାଳନ ହୁଏ। ଗୋମାତା ପୁଜାସାରି ଚାଷୀ ମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି।
ଓଡ଼ିଶାରେ ଅନେକ ଅଞ୍ଚଳରେ ମଧ୍ୟ ଏହି ଦିନ କୁଳପୁରୋହିତ ନିଜ ନିଜ ଜଜମାନଙ୍କ ହାତରେ ଫୁଲି ରାକ୍ଷୀ ବାନ୍ଧି ମନ୍ତୁରା ପଇତା ଦେଇ ମଙ୍ଗଳ କାମନା କରିଥାନ୍ତି। ଏହି ମନ୍ତୁରା ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି।
କଥିତ ଅଛି ଉତ୍ସାହୀ ପାଇକପୁଅ ମାନେ ଏହି ଶ୍ରାବଣ ପୁର୍ଣ୍ଣୀମାକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି। ଯେଉଁ ମାନେ ଯୁଦ୍ଧ ବିଦ୍ଯା ଶିଖିବାକୁ ଆଗ୍ରହୀ ସେମାନଙ୍କ ଶାରୀରିକ ଦକ୍ଷତା ପରଖିବା ପାଇଁ, ଶ୍ରାବଣ ପୁର୍ଣ୍ଣୀମା ଦିନ ଏକ ଉଚ୍ଚ ସ୍ଥାନରୁ ତଳକୁ ଡେଇଁବା ପାଇଁ କୁହାଯାଏ। ଏହାକୁ ଗହ୍ମା ଡିଆଁ କୁହାଯାଏ। ଏଥିରେ ଯେଉଁ ମାନେ ଉତିର୍ଣ୍ଣ ହୁଅନ୍ତି, କେବଳ ସେହିମାନଙ୍କୁ ହିଁ ଆଜିଠାରୁ ଯୁଦ୍ଧବିଦ୍ୟା ଶିକ୍ଷା ଦେବା ଆରମ୍ଭ ହୋଇ ଦଶହରାରେ ସମାପ୍ତ ହୁଏ। ତା’ପରେ ପାଇକମାନେ ରାଜାଙ୍କ ଆଦେଶରେ ଦେଶରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଏହା ମୁଖ୍ୟତଃ ଅବିଭକ୍ତ ପୁରୀ ଜିଲ୍ଲାରେ ବହୁଳ ପ୍ରଚଳିତ। ଅବଶ୍ୟ ଇଂରେଜ ଶାସନ ଏବଂ ତା’ର ପରବର୍ତ୍ତୀ ସମୟରୁ ଏହା କାଳକ୍ରମେ ଲୋପ ପାଇ ଆସିଲାଣି।
ଶ୍ରାକ୍ଷୀ ବନ୍ଧନ ବିଷୟରେ ମହାଭାରତରେ ଏକ ସୁନ୍ଦର କାହାଣୀ ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ କ୍ଷତସ୍ଥାନରୁ ରକ୍ତବୋହିବା ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ। ତେଣେ କିନ୍ତୁ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ। ମହାଲକ୍ଷ୍ମୀଙ୍କ ଇଛା, ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ସବୁବେଳେ ଅବସ୍ଥାନ କରନ୍ତୁ। ତେଣୁ ମହାଲକ୍ଷ୍ମୀ ଏକ ଉପାୟ ଚିନ୍ତାକରି ବ୍ରାହ୍ମଣୀ ବେଶରେ ବଳିଙ୍କୁ ଶ୍ରାବଣ ପୂର୍ଣ୍ଣମୀରେ ଭେଟି ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଏହାପରେ ବଳି ଜଣେ ଭାଇ ହିସାବରେ ଭଉଣୀ ଲକ୍ଷ୍ମୀଙ୍କ ଭଲମନ୍ଦ କଥା ବୁଝିବା ପାଇଁ କ’ଣ ଚାହୁଁଛନ୍ତି ବୋଲି ପଚାରନ୍ତେ, ବିଷ୍ଣୁଙ୍କର ବୈକୁଣ୍ଠରେ ସବୁବେଳେ ଉପସ୍ଥିତି ଅନୁରୋଧ କରିଥିଲେ। ତେଣୁ ଯଥାର୍ଥରେ କୁହାଯାଏ –
ୟେନ ବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାବଳଃ ।
ତେନ ତ୍ଵାମାପି ବନ୍ଧାମି ରକ୍ଷେ ମା ଚଳ ମା ଚଳ ।।
ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ବିଭିନ୍ନ ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ। ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ। ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ। ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ। ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ। ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା। ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ। ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ।
(ସ୍ୱତନ୍ତ୍ର ପ୍ରତିନିଧି ଗୋପାଳ ସାହୁଙ୍କ ଯୋଗାଯୋଗ ନଂ 7978394203)
Previous Post

ସତକହି ଫସିଲେ ମହିଳା ପୁଲିସ ଅଫିସର !

Next Post

ଆଜି ୧୩୮୪ ପଜିଟିଭ୍, ୧୦ ମୃତ; ୨୦୦ ଟପିଲା କରୋନା ମୃତ୍ୟୁ

Next Post

ଆଜି ୧୩୮୪ ପଜିଟିଭ୍, ୧୦ ମୃତ; ୨୦୦ ଟପିଲା କରୋନା ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA