Wednesday, March 11, 2026 10:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

by Our Correspondent
12 May, 2016- 04:01 AM
in News
1 min read
0
ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଯାହା କହିଦଲ କହିଦଲ, ଏଣିକି ସରକାରଙ୍କ ବିରୋଧରେ ପଦୁଟିଏ ବି କହିପାରିବନି । କହିବାକୁ ଚେଷ୍ଟା କଲେ ବିଲକୁଲ୍‌ କୁହାଇଦେବୁନୁ । ସରକାରୀ ବିରୋଧୀ ସ୍ୱର ଦମନ ରାସ୍ତାରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଆମର ଖାତିର ନାହିଁ । ଲୋକେ ଭୋଟ ଦେଇଛନ୍ତି । ସଂଖ୍ୟାବଳ ଅଛି । ଶିଷ୍ଟାଚାର, ଶାଳୀନତାର ପାଠ ତମେ ଶିଖେଇବ କ’ଣ ? ଓଲଟି ଆମଠୁଁ ଶିଖ । ବିରୋଧୀ ଶିବିରକୁ ଏଭଳି ଠୋସ୍‌ ଇଙ୍ଗିତ୍‌ ବିଧାନସଭାରେ ଦେଇଛନ୍ତି ସଂଖ୍ୟାବଳୀ ଶାସକ ଶିବିର । ଖାଲି ଇଙ୍ଗିତ ଦେଇନାହାନ୍ତି କାମରେ ବି ଦେଖାଇ ଦେଇଛନ୍ତି ।
ଦୀର୍ଘ ସପ୍ତାହ ବ୍ୟାପୀ ବିଧାନସଭା ଅଚଳ ପଡ଼ିରହିଛି । ସ୍ୱାଭାବିକ କରିବାକୁ ବାଚସ୍ପତି ଘନ ଘନ ସର୍ବଦଳୀୟ ବୈଠକ ଡାକୁଛନ୍ତି । ସାଧାରଣତଃ ସର୍ବଦଳୀୟ ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତି ନାହିଁ । ମାତ୍ର ବିରୋଧୀଙ୍କ ଜିଦ୍‌ ପରେ ମଙ୍ଗଳବାର ଦିନ ତାଙ୍କର ବୈଠକକୁ ବିରଳ ଆଗମନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିଲାନାହିଁ । ବିରୋଧୀ ଦଳ ନେତାଙ୍କ ପ୍ରତି ଆଇନମନ୍ତ୍ରୀ ଅରୁଣ ସାହୁ ଦେଇଥିବା ଅଶାଳୀନ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ଶାସକ ଶିବିର ରାଜି ହଉନାହାନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ଜବାବ ରଖିବା କଥାକୁ ବି ଗ୍ରହଣ କରୁନାହାନ୍ତି । ଫଳରେ ସର୍ବଦଳୀୟ ବୈଠକ ଏ ଯାଏଁ ସଫଳ ହୋଇନାହିଁ କି ଗୃହ ସ୍ୱାଭାବିକ ହୋଇପାରୁନି ।

ବିଧାନସଭାର ଅଚଳାବସ୍ଥା ଦୂର ହୋଇ ନ ପାରିବା ଦେଖି ବୁଧବାର ଦିନ ବିରୋଧୀ ଦଳ ନେତା ବିଧାନସଭାରେ ତାଙ୍କ ସ୍ୱର ରଖିବାକୁ ଏକ ନୂଆ ଚାଲ୍‌ ଖେଳିଥିଲେ । ଅପରାହ୍ନ ୩ଟାରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ କାର୍ଯ୍ୟରେ ବାଧା ନ ଦେଇ ଚୁପ୍‌ଚାପ ବସିରହିଲେ । ମନଫାଙ୍କିଆ ଶାସକ ଦଳ ସଭ୍ୟମାନେ ଏହି ଚାଲ୍‌ର ସୁରାକ୍‌ ପାଇ ନ ଥିବାରୁ ପରଷ୍ପରକୁ ଅନାଅନି ହେଲେ । ଭାବିନେଲେ ବିରୋଧୀ ସଭ୍ୟମାନେ ବୋଧହୁଏ ନିଜ ଦାବିରୁ ହଟି ସରେଣ୍ଡର କରିଦେଲେ । ଗୃହ ଚାଲିବନି ବୋଲି ନିଶ୍ଚିତ ଥିବା ବାଚସ୍ପତି ମଧ୍ୟ ଗଡ଼ବଡ଼େଇ ଗଲେ । ଆଉ ବିଧାନସଭାର ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ପିଏସିର ବିଭିନ୍ନ ରିପୋର୍ଟ ଉପସ୍ଥାପନ ପାଇଁ ବିରୋଧୀ ଦଳ ନେତାଙ୍କୁ ଡାକିଲେ । ସୁନାପୁଅ ପରି ବିରୋଧୀ ଦଳ ନେତା ଏହି ରିପୋର୍ଟଗୁଡ଼ିକୁ ଉପସ୍ଥାପନ କଲେ । ଗୃହ କାର୍ଯ୍ୟ ସ୍ୱାଭାବିକ ହେଲା ବୋଲି ସମସ୍ତେ ଧରିନେଲେ  ତେବେ ପିଏସି ରିପୋର୍ଟ ଉପସ୍ଥାପନ ପରେ ବିରୋଧୀ ଦଳ ନେତା ପଏଣ୍ଟ ଅଫ୍‌ ଅର୍ଡର ଉଠାଇ କହିବାକୁ ଚାହିଁବାରୁ ବାଚସ୍ପତି ଅନୁମତି ଦେବାକୁ ବାଧ୍ୟହେଲେ ।

ବିରୋଧୀ ଦଳ ନେତା ପ୍ରଥମେ ଏସ୍‌ସି/ଏସ୍‌ଟି ବିଧାୟକମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ଅନଶନ ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସରକାର ତୁରନ୍ତ ସମାଧାନ କରିବାକୁ ତାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଆଉ ପରେ ପରେ ପୁରୁଣା ପାଠକୁ ଫେରିଆସିଲେ । ଚିଟ୍‌ଫଣ୍ଡରେ ବିଜେଡ଼ିର ସଂପୃକ୍ତି ସମ୍ପର୍କୀୟ ପ୍ରଶ୍ନ, ତାଙ୍କ ପ୍ରତି ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ଆଦିର ଉଲ୍ଲେଖ କରିଥିଲେ ନରସିଂହ ମିଶ୍ର । ସେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ମିଛ ପ୍ରମାଣିତ ହେଲେ ସେ ଇସ୍ତଫା ଦେବେ ଆଉ ନ ହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି ବୋଲି ଆହ୍ୱାନ ଦେଇଥିଲେ । ଏଥିସହ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଏଥିପାଇଁ ଦୁଃଖପ୍ରକାଶ କରିବା ଉଚିତ୍‌ ବୋଲି ସେ ଦୋହରାଇବା ସହ ସରକାରୀ ବିରୋଧୀ ସ୍ୱରର କଣ୍ଠରୋଧ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଆଣିଲେ । ଏହି ଛଳରେ ସରକାରଙ୍କ ପ୍ରତିହିଂସାପରାୟଣତାର ଫର୍ଦ୍ଦ ଖୋଲିବାକୁ ଆରମ୍ଭ କରିଥିଲେ ବିରୋଧୀ ଦଳ ନେତା । ମାତ୍ର ବିରୋଧୀ ଦଳ ନେତାଙ୍କ ମୁହଁରୁ ପୁଣି ଏକ ବିସ୍ଫୋରଣର ଆଶଙ୍କା କରି ହଡ଼ବେଡ଼େଇ ଯାଇଥିଲେ ଶାସକ ଦଳର ସଭ୍ୟ । ତାଙ୍କୁ କୁହାଇ ନ ଦେବା ପାଇଁ ଆରମ୍ଭ ହୋଇଗଲା କସରତ୍‌ । ବିଧାୟକ ପ୍ରଭାତ ବିଶ୍ୱାଳ ଓ ମହେଶ ସାହୁଙ୍କୁ ଇଙ୍ଗିତ କରାଗଲା ନରସିଂହଙ୍କ ପ୍ରତିରୋଧ ପାଇଁ । ବିଧାନସଭାରେ କିଛି ନ ବୁଝି ଚିହ୍ଲେଇବାରେ ଅଭ୍ୟସ୍ତ ପ୍ରଭାତ ବିଶ୍ୱାଳ ହୋ ହଲ୍ଲା ଆରମ୍ଭ କରିଥିବା ବେଳେ ତାଙ୍କୁ ସାଥ୍‌ ଦେଇଥିଲେ ମହେଶ ସାହୁ । ବାଚସ୍ପତି ଦୁହିଁଙ୍କୁ ଆକଟ କରି ବିରୋଧୀ ଦଳ ନେତା ତୁରନ୍ତ ତାଙ୍କ ବକ୍ତବ୍ୟ ଶେଷ କରିବାକୁ ନିଦେ୍ର୍ଦଶ ଦେଉଥିଲେ ମଧ୍ୟ ବିଜେଡ଼ି ସଭ୍ୟ ତୁନି ପଡ଼ି ନ ଥିଲେ । ମହେଶ ସାହୁ ଫୁଲ୍‌ ଦମରେ ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟର ପ୍ରତିରୋଧ କରି ତାଙ୍କୁ ଅଧିକ କହିବାର ସୁଯୋଗ ଦିଆ ନ ଯାଉ ବୋଲି ପାଟିତୁଣ୍ଡ କରିଥିଲେ । ମହେଶ ସାହୁଙ୍କୁ ନିବୃତ କରିବାରେ ବାଚସ୍ପତିଙ୍କ ବିଫଳତା ଦେଖି ବିରୋଧୀ ଦଳ ନେତା ନିଜର ସୁରକ୍ଷା ମାଗିଲେ ଆଉ ସୁରକ୍ଷା ନ ପାଇ ବସିପଡ଼ିଲେ । ବିଧାନସଭାରେ ସରକାରଙ୍କ ପ୍ରତିହିଂସାପରାୟଣତାର ଫର୍ଦ୍ଦ ଖୋଲିପାରିଲେନି ସେ । ସେପଟେ ବିରୋଧୀ ଦଳ ନେତାଙ୍କୁ କହିବାରେ ବାଧା ସୃଷ୍ଟିର ପ୍ରତିବାଦ କରିଥିଲେ କଂଗ୍ରେସ ଓ ବିଜେପି ସଭ୍ୟ । ଗୃହର ମଧ୍ୟଭାଗକୁ ମାଡ଼ି ଆସି ସେମାନେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ ।

ତେବେ ବାଚସ୍ପତି ଏହାକୁ ଭ୍ରୃକ୍ଷେପ ନ କରି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଔପଚାରିକତା ଆରମ୍ଭ କରିଥିଲେ । ପୋଡିୟମ ଚଢ଼ି ତାରା ବାହିନୀପତି ମାଇକ୍‌ ଛଡ଼ାଇବା ସହ କାଗଜପତ୍ର ଫୋପାଡୁଥିବା ବେଳେ ବାଚସ୍ପତି ତରବରିଆ ଭାବେ ବିଜେଡ଼ି ସଭ୍ୟ ବେଦପ୍ରକାଶ ଅଗ୍ରୱାଲ୍‌ଙ୍କୁ ଡାକିଥିଲେ ଆଲୋଚନା ପାଇଁ । ଭାଷଣ ନ ଦେଇ ଚାରି ପାଞ୍ଚ ପଦରେ କାମ ସାରିଦେବାକୁ ତାଙ୍କୁ ନିଦେ୍ର୍ଦଶ ଦିଆଗଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୫ ମିନିଟିଆ ବଜେଟ୍‌ ଉତ୍ତର ରଖି ଔପଚାରିକତା ପୂରଣ କରିଥିଲେ । ମାତ୍ର କେଇ ମିନିଟ୍‌ ଭିତରେ ବାଚସ୍ପତି ତାହାକୁ ବିଧାନସଭାରେ ପାସ୍‌ କରାଇ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ।

Previous Post

ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

Next Post

ସୀମା ଲଂଘିଲା ବିଜେଡ଼ି ଅରାଜକତା

Next Post
ସୀମା ଲଂଘିଲା ବିଜେଡ଼ି ଅରାଜକତା

ସୀମା ଲଂଘିଲା ବିଜେଡ଼ି ଅରାଜକତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA