Sunday, March 15, 2026 02:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ

by Our Correspondent
31 Mar, 2018- 06:36 PM
in Latest News, Politics
1 min read
0
ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ
ଭୁବନେଶ୍ୱର: ବିଜେଡ଼ିରେ ବଢ଼ିଚାଲିଛି ଗୋତ୍ରମାରୁଙ୍କ ସଂଖ୍ୟା । ନବାଗତଙ୍କଠାରୁ ଆରମ୍ଭ କରି ପୁରାତନ ଅଧିକାଂଶ ନିଜ ନିଜର ଫାଇଦା ଚକ୍କରରେ ମାତିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପରଠୁ ଦଳରେ ରହିଥିବା ଶୃଙ୍ଖଳା ବିଜେପୁର ଉପନିର୍ବାଚନ ପରେ ଫିଟିଯାଇଛି । ବିଜେପିର ଗର୍ବ ଓ ଅହଂକାର ରୋଗ ବିଜେଡ଼ି ନେତାଙ୍କୁ ଡେଇଁଛି । ଦଳୀୟ ସଂଗଠନ ଓ ଶୃଙ୍ଖଳାକୁ ବେପରୁଆ କରି ସେମାନେ ଦଳ ଭିତରେ ନିଜ ଶତ୍ରୁ ନିପାତରେ ଅଧିକ ସମୟ ଦେଉଛନ୍ତି । କାହାରି କେମିତି ଗୋଛି କଟାଯିବ ସେଥିରେ ମାତିଛନ୍ତି ଅନେକ ବିଜେଡ଼ି ନେତା । ନବୀନ ପଟ୍ଟନାୟକଙ୍କ ନାଁରେ ବଞ୍ଚିଥିବା ଏହି ନେତାମାନେ ଦଳର ମୁଖ୍ୟଶତ୍ରୁ ବିଜେପି ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ଭିତିରିଆ ସମ୍ପର୍କକୁ ଅଧିକ ଟାଣ କରୁଛନ୍ତି । ଦଳ ଭିତରେ ନିଜ ଶତ୍ରୁଙ୍କୁ ସାଇଜ୍ କରିବା ପାଇଁ ସେମାନେ ମୁଖ୍ୟ ଶତ୍ରୁପକ୍ଷଙ୍କ ସାହାରା ନେଉଥିବା ଗୁଇନ୍ଦା ବିଭାଗର ଅତି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ଏହି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ବିଜେଡ଼ିର ୨୦ରୁ ୩୦ ବିଧାୟକ ଗୋଛିକଟା ରାଜନୀତିରେ ଆଗ୍ରହ ରଖିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଜେପି ଓ କିଛି ବୈଜୟନ୍ତଙ୍କ କ୍ୟାମ୍ପ ସହ ଭିତିରିଆ ଯୋଗସୂତ୍ର ବଢ଼ାଉଛନ୍ତି । ଦଳ ଭିତରେ ଖଇ ଫୁଟିଲେ ଖବର ଯାଇ ପହଞ୍ଚୁଛି ବିରୋଧୀ କ୍ୟାମ୍ପରେ । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଓ ସୁନଜରରେ ରହିଥିବା କିଛି ନେତା ବି ଏଭଳି ଆତ୍ମଘାତୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ସେଥିରେ ସେମାନଙ୍କର ଦୁଇଟି ଉଦ୍ଦେଶ୍ୟ ରହିଛି । ପ୍ରଥମତଃ ଦଳ ଭିତରେ ଶତ୍ରୁଙ୍କୁ ଘାଇଲା କରିବେ । ଦ୍ୱିତୀୟତଃ ନିର୍ବାଚନରେ ଟିକେଟ ନ ମିଳିଲେ ବିକଳ୍ପ ପନ୍ଥା ଭାବେ ବିଜେପି କିମ୍ବା ବୈଜୟନ୍ତଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ।
ଦଳୀୟ ଶତ୍ରୁ ନିପାତ ଅଭିଯାନରେ ଥିବା ଏହି ନେତାମାନଙ୍କର ଏଜେଣ୍ଟ ଓ ଦଲାଲ ଏବେ ସକ୍ରିୟ ହୋଇଉଠିଛନ୍ତି । ଶତ୍ରୁପକ୍ଷଙ୍କୁ ବଦନାମ କରିବା ପାଇଁ ସେମାନେ ନିଜର ସବୁ ବଳ କୌଶଳ ଖଟାଇଛନ୍ତି । କିଛି ଛୋଟକାଟିଆ ଖବରକାଗଜ ଓ ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରି ସେମାନେ ଦଳ ଭିତର ଶତ୍ରୁଙ୍କୁ ଟାର୍ଗେଟ୍ କରୁଛନ୍ତି । ସବୁଠାରୁ ସାଂଘାତିକ କଥା ହେଲା, ବିଜେଡ଼ି ଘରର ଭିତିରି ଖବରକୁ ଉକ୍ତ ଏଜେଣ୍ଟମାନେ ବିରୋଧୀ କ୍ୟାମ୍ପରେ ପହଞ୍ଚାଉଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବରପାଲୀରେ ଜୋତା ଫିଙ୍ଗା ଘଟଣା ପଛରେ ଏହି ଏଜେଣ୍ଟଙ୍କ ଗୁଇନ୍ଦାଗିରି କାମ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରତିଟି ରୂପରେଖକୁ ସେମାନେ ସୁଚିନ୍ତିତ ଢ଼ଙ୍ଗରେ ବାହାରକୁ ପଠାଉଥିଲେ । ଫଳସ୍ୱରୂପ, ମୁଖ୍ୟମନ୍ତ୍ରୀଙ୍କୁ ଅନାୟାସରେ ଚପଲ ଫିଙ୍ଗିପାରିଲା ଦୁର୍ବୃତ୍ତ ।
ମୁଖ୍ୟମନ୍ତ୍ରୀ ଯେ ଏ ସମ୍ପର୍କରେ ଜାଣିନାହାନ୍ତି ତାହା ନୁହେଁ । ବରଂ ଏଭଳି ନେତାଙ୍କ ଗତିବିଧିକୁ ସେ କଡ଼ା ନଜରରେ ରଖିଥିବା ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି । ତାଙ୍କର କହିବା କଥା, କେଉଁ ଜିଲ୍ଲାର କେଉଁ ନେତା କାହା ବିରୋଧରେ କେମିତି ଲାଗିଛନ୍ତି ସବୁ ଖବର ଅଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ । ମାତ୍ର ସେଥିପାଇଁ ମୁଖ୍ୟମନ୍ତ୍ରୀ ଯେତିକି ବିବ୍ରତ କି ବିଚଳିତ ନୁହଁନ୍ତି, ତାଠାରୁ ତାଙ୍କୁ ଅଧିକ ବିଚଳିତ କରିଛି ରାଜନୈତିକ ଶତ୍ରୁପକ୍ଷଙ୍କ ପାଇଁ ଦଳୀୟ ନେତାଙ୍କ ଗୁଇନ୍ଦାଗିରି । ଏଭଳି କିଛି ନିର୍ଦ୍ଦିଷ୍ଟ ଘଟଣାର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି । ତେବେ ବେଳକାଳ ଦେଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।
Previous Post

ବୈଜୟନ୍ତଙ୍କୁ ମିଥ୍ୟା ସତ୍ୟପାଠ ଷ୍ଟ୍ରୋକ୍

Next Post

ମାଙ୍କଡ଼ ଟେକିନେଲା: ସଂଧ୍ୟାଯାଏଁ ମିଳିଲାନି ଶିଶୁପୁତ୍ର

Next Post
ମାଙ୍କଡ଼ ଟେକିନେଲା: ସଂଧ୍ୟାଯାଏଁ ମିଳିଲାନି ଶିଶୁପୁତ୍ର

ମାଙ୍କଡ଼ ଟେକିନେଲା: ସଂଧ୍ୟାଯାଏଁ ମିଳିଲାନି ଶିଶୁପୁତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA