Wednesday, March 11, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଧାନସଭାରେ ବସିଛି ମାଛହାଟ !

by Our Correspondent
14 Dec, 2015- 09:02 AM
in News
1 min read
0
ବିଧାନସଭାରେ ବସିଛି ମାଛହାଟ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଛହାଟରେ ଯେମିତି ଲୋକଙ୍କ କିଚିରି ମିଚିରି ଚାଲେ, ଆମ ପବିତ୍ର ବିଧାନସଭାର ସେଇ ଅବସ୍ଥା ହୋଇଛି । ଟିଭି ଲାଇଭ୍‍ କାଷ୍ଟ୍‍ ଯୋଗୁଁ ପ୍ରଶ୍ନକାଳରେ ମନଧ୍ୟାନ ଦେଇ ମନ୍ତ୍ରୀ, ବିଧାୟକମାନେ ବସୁଥିବା ବେଳେ ଶୂନ୍ୟକାଳ ବେଳକୁ ବସୁଛି ମାଛହାଟ । ଖାସ୍‍ କରି ମନ୍ତ୍ରୀ ଓ ବରିଷ୍ଠ ବିଧାୟକମାନେ ନିଜ ନିଜ ଆସନ ଛାଡ଼ି ଯିଏ ଯେଉଁଠି ପାରୁଛନ୍ତି ବସୁଛନ୍ତି ଏବଂ ଗପସପ ହୋଇ ଗୃହ ଭିତରେ ରୋଳା କରୁଛନ୍ତି । ଗୃହରେ ଯେତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ସେଥିପ୍ରତି ନିର୍ଦ୍ଧିଷ୍ଟ ମନ୍ତ୍ରୀ ଓ ବିଧାୟକଙ୍କର ଖାତିର ନ ରହିବା ନିତିଦିନିଆ ହୋଇଗଲାଣି ।
ସୋମବାର ବିଧାନସଭାରେ ଏଭଳି ଦୃଶ୍ୟ ଖୋଦ୍‍ ବାଚସ୍ପତିଙ୍କୁ ଉତ୍‍କ୍ଷିପ୍ତ କରିଥିଲା । ପ୍ରଶ୍ନକାଳ ସରିବା କ୍ଷଣି ମୁଖ୍ୟମନ୍ତ୍ରୀ ଗୃହରୁ ଚାଲିଯିବା ପରେ( ମୁଖ୍ୟମନ୍ତ୍ରୀ ପ୍ରଶ୍ନକାଳରେ ୫ ମିନିଟ୍‍ ରହନ୍ତି ହେଲେ ସୋମବାର ତାଙ୍କ ବିଭାଗର ପ୍ରଶ୍ନୋତ୍ତର ଯୋଗୁଁ ସେ ଘଣ୍ଟାଏ ବସିବାକୁ ବାଧ୍ୟ ହୋଇଥିଲେ) ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ସମ୍ପର୍କରେ ଗୃହରେ ଉଠାଇଥିଲେ କଂଗ୍ରେସ ସଭ୍ୟ । ବିଧାନସଭାରେ କୃଷିମନ୍ତ୍ରୀ ଭୁଲ୍‍ ତଥ୍ୟ ରଖିଛନ୍ତି ବୋଲି କହି ସେମାନେ ସ୍ୱାଧିକାର ଭଙ୍ଗ ନୋଟିସ୍‍ ଦେଇଥିଲେ । ମାତ୍ର ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କର ସେଥିପ୍ରତି ନଜର ନ ଥିଲା । ବରଂ ନିଜ ଆସନ ଛାଡ଼ି ବାହାରମୁହାଁ ଏହି ମନ୍ତ୍ରୀ ଓ ବିଧାୟକମାନେ ପରଷ୍ପର ଭିତରେ ଗପସପ ଜମେଇ ଦେଇଥିଲେ । ଏଥିଯୋଗୁଁ ଗୃହର କାର୍ଯ୍ୟ ଯେ ବାଧା ହେଉଛି ସେଥିପ୍ରତି ସେମାନଙ୍କର ପରୱା ନ ଥିଲା ।
ଆଇନମନ୍ତ୍ରୀ ଅରୁଣ ସାହୁ ଓ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏମିତି ଜମାଣିଆ ମାତପୁରୀ ଚଳାଇଥିବା ବେଳେ ବାଚସ୍ପତି ରାଗିଗଲେ । ଦୁଇଙ୍କ ନାଁ ନେଇ କହିଲେ ଏଠି ମାଛହାଟ କରନ୍ତୁ ନାହିଁ । କଥା ଯଦି ଅଛି ବାହାରେ ହୁଅନ୍ତୁ । ବାଚସ୍ପତିଙ୍କ ଏଭଳି ତାଗିଦା ଦୁଇ ନାଲିବତୀଧାରୀଙ୍କ ହୋସ୍‍ ଉଡାଇ ଲଜ୍ଜାରେ ମୁହଁ ତଳକୁ କରିଦେଇଥିଲା । ଏହା ଦେଖାଦେଖି ଗପସପରେ ମାତିଥିବା ଅନ୍ୟ ମନ୍ତ୍ରୀ ବିଧାୟକମାନେ ତରବରିଆ ଭାବେ ଗୃହ ଛାଡ଼ି ବାହାରକୁ ପଳାଇଥିଲେ । ବିଧାନସଭାରେ ଏଭଳି ଘଟଣା ସବୁଦିନିଆ ହୋଇଥିଲେ ମଧ୍ୟ ଖୋଦ୍‍ ଆଇନମନ୍ତ୍ରୀ ଓ ଉପମୁଖ୍ୟ ସଚେତକଙ୍କୁ ତାଗିଦ୍‍ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି । ବିଧାନସଭାରେ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ଯାହାର ସେମାନେ ଯଦି ବିଶୃଙ୍ଖଳା କରନ୍ତି ତେବେ କହିବା କା କାହାକୁ?

Previous Post

କଂଗ୍ରେସର ପୁରୁଣା ରୋଗ ଲେଉଟିଲା

Next Post

ଭୁବନେଶ୍ୱର ନୁହେଁ, ରାଉରକେଲା !

Next Post
ଭୁବନେଶ୍ୱର ନୁହେଁ, ରାଉରକେଲା !

ଭୁବନେଶ୍ୱର ନୁହେଁ, ରାଉରକେଲା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA