Wednesday, March 11, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମରୁଡ଼ି ଛାଡ଼ି ମହାପାତ୍ର ଯିବେ ମଉଜରେ

by Our Correspondent
11 Dec, 2015- 02:14 PM
in News
0
ମରୁଡ଼ି ଛାଡ଼ି ମହାପାତ୍ର ଯିବେ ମଉଜରେ

ଭୁବନେଶ୍ୱର() ଇତିହାସରେ ପଢ଼ିଛୁ ରୋମ୍ ଜଳୁଥିବା ବେଳେ ବଂଶୀ ବଜାଇ ଗମାତ୍ କରୁଥିଲେ ସମ୍ରାଟ୍ ନୀରୋ । ଆଉ ଇତିହାସର ଏହି ଅଧ୍ୟାୟ କାର୍ବନ୍ କପି କରିବାକୁ ଯାଉଛନ୍ତି ଆମ ରାଜ୍ୟ ସରକାରଙ୍କ ଏସଆରସି ବା ସ୍ୱତନ୍ତ୍ର ରିଲିଫ୍ କମିଶନର ବାବୁ ପ୍ରଦୀପ୍ତ ମହାପାତ୍ର ମହାଶୟ । ମରୁଡ଼ିର କରାଳ ବିଭିଷିକା ରାଜ୍ୟର ୨୬ ଟି ଜିଲ୍ଲାକୁ ଗିଳିସାରିଛି । କେନ୍ଦ୍ରୀୟ ଟିମ୍ କହିଛନ୍ତି ଅଧିକାଂଶ ଜାଗାରେ ୮୦ ପ୍ରତିଶତ ଶସ୍ୟ ହାନୀ ହୋଇଛି । ଏପରିକି କିଛି ଜାଗାରେ ଶୁଙ୍ଗ ବି ଉଠିନି । ମାନସିକ ଭାରସାମ୍ୟ ହରାଇ ୧୫୦ ରୁ ଅଧିକ ଚାଷୀ କିଏ ବିଷ ଖାଇ ମଲେଣି ତ ଆଉ କିଏ ଗାମୁଛା କି ଦଉଡ଼ି ଲଗାଇ ଫାଶୀରେ ଝୁଲିଛନ୍ତି । କାରଣ ବି ସ୍ପଷ୍ଟ । ବ୍ୟାଙ୍କ, ସୋସାଇଟ୍ କି ସାହୁକାରଠାରୁ କରିଥିବା ଋଣ ସୁଜା ଭାଳେଣି ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ସରକାର ଏହାକୁ କେତେଦୂର ଗ୍ରହଣ କରିଛନ୍ତି ତାହା ତ ଅଲଗା ଚର୍ଚ୍ଚାର ବିଷୟ । ହେଲେ ମରୁଡ଼ି ପରିସ୍ଥିତିର ଗମ୍ଭୀରତାକୁ ଏହା ବୟାନ କରୁଛି ।
ଆଉ ଠିକ୍ ଏତିକିବେଳେ ଆମ ଏସଆରସିଙ୍କ ମନ ଚାହିଁଛି ଆମୋଦକରା ଭ୍ରମଣ । ମରୁଡ଼ି ଫରୁଡ଼ିକୁ ଚୁଟକିନା ଦେଇ ଏସଆରସି ଭ୍ରମଣରେ ଯିବେ ରାଜସ୍ଥାନର ଜଇସାଲମର୍ । ଏଲଟିସି ସୁବିଧା ନେଇ ସରକାରୀ ପଇସାରେ ମଉଜ କରିବେ ଏସଆରସି । ଖାଲି ଏକା ନୁହଁନ୍ତି ସାଙ୍ଗରେ ପତ୍ନୀ ଓ ଝିଅକୁ ବି ନେଇଯିବେ । ସାର୍ ଡିସେମ୍ବର ୨୫ ତାରିଖରୁ ଭ୍ରମଣରେ ବାହାରିବେ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଏସଆରସି ପ୍ରଦୀପ୍ତ ମହାପାତ୍ରଙ୍କୁ ଏହି ଭ୍ରମଣ ଅନୁମତି ଦେଇଛି । ଗତ ନଭେମ୍ବର ୨୦ ତାରିଖରେ ଏହାର ଅର୍ଡର ଇସୁ୍ୟ ସରିଛି । ଏସଆରସି ଏଲଟିସି ନେଇ ସପରିବାରେ ବୁଲିବାରେ କାହାର ଆପତି ନାହିଁ କି ରହିବା ଉଚିତ୍ ନୁହେଁ । କିନ୍ତୁ ଘର ବୁଡ଼ି ପାଣି ଆଣ୍ଠୁଏ ଥିଲା ବେଳେ ଭୋଜିଭାତ କରି ମଉଜ କରିବା ଯାହା ଏଇ କଥାଟି ସେୟା ।
ମରୁଡ଼ି କିମ୍ବା ପ୍ରାକୃତିକ ଦୁର୍ବିପାକ ବେଳେ ଏସଆରସିଙ୍କ ଭୂମିକା ଓ ଦାୟିତ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ । ଡେଲି ଅପଡେଟ୍ ଓ ତଦନୁଯାୟୀ ଆବଶ୍ୟକ ପଦକ୍ଷେପ ଏସଆରସିଙ୍କ ପ୍ରମୁଖ କାର୍ଯ୍ୟ । ମରୁଡ଼ି ମୁକାବିଲା ପାଇଁ ସରକାରଙ୍କ ସହ ଯୋଗସୂତ୍ର ରକ୍ଷାକାରୀ ହେଉଛନ୍ତି ଏସଆରସି । ମାତ୍ର ମରୁଡ଼ି ମହାବିପଦ ପ୍ରତିଦିନ ଦୁଇ ତିନି ଚାଷୀଙ୍କ ମୁଣ୍ଡ ନେଉଥିବା ବେଳେ ଏସଆରସି ସପରିବାରେ ମଉଜ ପାଇଁ ରାଜସ୍ଥାନ ଯିବା ଯେତିକି ଅଖାଡୁଆ ସେତିକି ଲଜ୍ଜାକର । ଏତେବଡ଼ ଗୁରୁଦାୟିତ୍ୱ ଭୁଲି ଏସଆରସି କେମିତି ଏଲଟିସି ଭ୍ରମଣ ପାଇଁ ମନ ବଳାଇଲେ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ କିଭଳି ଅନୁମତି ଦେଲେ ତାହା ଭାବିଲେ ମୁଣ୍ଡ ତଳକୁ ନଇଁଯାଉଛି । ସଚିବାଳୟରେ ବସି ବରଗଡ଼ କି କୋରାପୁଟର ମରୁଡ଼ି ସମୀକ୍ଷା କରିବାରେ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ତାରିଫ୍ କରନ୍ତି ତାଙ୍କ ଦଳର ନିର୍ଲଜ ଚେଲାମାନେ । ମରୁଡ଼ି ସମସ୍ୟା ଉପରେ ସମଗ୍ର ପ୍ରଶାସନ କଳର ବି ସେଇ ଅବସ୍ଥା । ସବୁଠାରୁ ବଡ଼କଥା ହେଉଛି, ଚାଷୀଙ୍କ ସମସ୍ୟା ସହ ପ୍ରତ୍ୟକ୍ଷ ଜଡ଼ିତ ନ ଥିବା ମୁଖ୍ୟମନ୍ତ୍ରୀ ମୃତ ଜଣେ ବି ଚାଷୀଙ୍କ ପରିବାର ପାଖରେ ଛିଡ଼ା ହୋଇ ଆଶ୍ୱସନା କି ସମବେଦନା ନ ଦେବା ଯେତିକି ଭୟଙ୍କର ତାଙ୍କ ଏସଆରସି ମରୁଡ଼ି ବେଳେ ରାଜ୍ୟକଥା ଭୁଲି ମଉଜ ଭ୍ରମଣରେ ଯିବା ତାହାଠାରୁ ବି କମ୍ ଭୟଙ୍କର ନୁହେଁ ।

Next Post

ବିଜେଡ଼ିର ପୋଲାଭରମ୍‍ ନାଟକବାଜି

Next Post
ବିଜେଡ଼ିର ପୋଲାଭରମ୍‍ ନାଟକବାଜି

ବିଜେଡ଼ିର ପୋଲାଭରମ୍‍ ନାଟକବାଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA