Saturday, March 14, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଙ୍କଡ଼ ଟେକିନେଲା: ସଂଧ୍ୟାଯାଏଁ ମିଳିଲାନି ଶିଶୁପୁତ୍ର

by Our Correspondent
31 Mar, 2018- 08:03 PM
in Latest News, News
1 min read
0
ମାଙ୍କଡ଼ ଟେକିନେଲା: ସଂଧ୍ୟାଯାଏଁ ମିଳିଲାନି ଶିଶୁପୁତ୍ର
ବାଙ୍କୀ: ବାପାମାଆଙ୍କ କୋଳରେ ରାତିରେ ଶୋଇଥିବା ଶେଯରୁ ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ଼ ଟେକିନେବା ଭଳି ଅଭାବନୀୟ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଙ୍କୀର ତାଳବସ୍ତ ଗାଁରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣାରେ ବନ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦିନତମାମ ଅକ୍ଲାନ୍ତ ଉଦ୍ୟମ ଫେଲ୍ ମାରିଛି । ପାଖ ଜଙ୍ଗଲରେ ତନ୍ନ ତନ୍ନ ତଲାସୀ ପରେ ବି ସଂଧ୍ୟା ସୁଦ୍ଧା ଶିଶୁପୁତ୍ରକୁ ସେମାନେ ଖୋଜି ପାଇନାହାନ୍ତି ।
ତାଳବସ୍ତ ଗାଁର ରାମକୃଷ୍ଣ ଓ ସରୋଜିନୀ ନାୟକଙ୍କର ୧୫ ଦିନର ପୁଅ । ଜନ୍ମବେଳୁ ଅସୁସ୍ଥ ଥାଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ଛୁଆଟି ଭଲରେ କାନ୍ଦିପାରୁ ନ ଥିଲା । ତାର ସ୍ୱାସ୍ଥ୍ୟ ନେଇ ବାପାମାଆ ଚିନ୍ତିତ ଥିଲେ । ସବୁଦିନ ଭଳି ଗତକାଲି ରାତିରେ ବାପାମାଆ ଘରର ଅଗଣାରେ ଶେଯ ଓ ମଶାରି ଟାଙ୍ଗୀ କଅଁଳ ପୁଅକୁ କୋଳରେ ଶୁଆଇଥିଲେ । ପାହାନ୍ତାରେ ବାପା ଉଠି ନିତ୍ୟକର୍ମକୁ ଚାଲିଯାଇଥିଲେ । ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ମାଆ ଶେଯରୁ ଉଠି ଶୌଚ ପାଇଁ ଯାଇଥିଲେ । ଶେଯରେ ମଶାରି ଭିତରେ ଏକା ଶୋଇଥିଲା ପୁଅ । ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଆସି ମଶାରି ଭିତରୁ ଟେକିନେଇଥିଲା ଶିଶୁପୁଅଟିକୁ । ପିଲାଟିକୁ କାଖରେ ଜାକି ମାଙ୍କଡ଼ ଦ୍ରୁତ ବେଗରେ ଡେଇଁ ପଳାଉଥିବା ବେଳେ କିଛି ଗ୍ରାମବାସୀଙ୍କ ନଜରରେ ପଡ଼ିଥିଲା । ମାତ୍ର ସେମାନେ କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ଜଙ୍ଗଲ ଭିତରକୁ ଚମ୍ପଟ୍ ମାରିଥିଲା ।
ଘଟଣାଟି ବିଜୁଳି ବେଗରେ ପ୍ରଚାରିତ ହୋଇଗଲା ପରେ ସ୍ଥାନୀୟ ଗ୍ରାମବାସୀ ଆଗ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇ ଖୋଜାଖୋଜିରେ ଲାଗିପଡ଼ିଥିଲେ । ସମସ୍ତେ ହାତରେ ଠେଙ୍ଗାବାଡ଼ି ଧରି ଗାଁକୁ ଘେରି ରହିଥିବା ଜଙ୍ଗଲର ତଲାସୀ କରିଥିଲେ । ପରେ ଗ୍ରାମବାସୀଙ୍କ ସହ ଜଙ୍ଗଲ ବିଭାଗର ୫୦ କର୍ମଚାରୀ ୫ଟି ଦଳରେ ବିଭକ୍ତ ହୋଇ ସର୍ଚ୍ଚ ଅପରେସନ୍ ରେ ଲାଗିଛନ୍ତି । ଗଛ କୋରଡ଼ ଓ ଭାଡ଼ି ଗୁଡ଼ିକରେ ଚଢ଼ି ସର୍ଚ୍ଚ ଚଳାଇଛନ୍ତି । ତେବେ ସଂଧ୍ୟା ସୁଦ୍ଧା ଶିଶୁପୁତ୍ରଟିର କୌଣସି ସନ୍ଧାନ ମିଳିପାରିନାହିଁ ।
ସେପଟେ ନିଜ ଛୁଆକୁ ଅକ୍ଷତ ଅବସ୍ଥାରେ ପାଇବା ପାଇଁ ଗ୍ରାମ ହନୁମାନ ମନ୍ଦିରେ ବାପା ରାମକୃଷ୍ଣ ଅଧିଆ ପଡ଼ିଛନ୍ତି । ମାଆ ସରୋଜିନୀ ବି କାନ୍ଦି କାନ୍ଦି ଗଡ଼ୁଛନ୍ତି । ଖାଲି ପରିବାର ନୁହେଁ, ସମଗ୍ର ଗ୍ରାମବାସୀଙ୍କ ଆଖିରେ ଲୁହ ଭରିଯାଇଛି । ଶିଶୁପୁତ୍ରଟିକୁ ମାଙ୍କଡ଼ ଟେକିନେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ତାକୁ ଖୋଜି ବାହାର କଲା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରଖିବାକୁ ବନବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ଜୀବନରେ ଦୁଃଖ କେତେବେଳେ କାହା ପାଖକୁ କେଉଁ ରୂପରେ ଆସେ ତାହାର ଜ୍ୱଳନ୍ତ ଉଦାହରଣ ତାଳବସ୍ତର ଏହି ଅଭାବନୀୟ ଘଟଣା । ସକାଳୁ ସକାଳୁ ଆଖି ଆଗରେ ଏଭଳି ଏକ ଘଟଣାକୁ କେହି ବି ଗ୍ରହଣ ଗ୍ରହଣ କରିପାରୁନାହାନ୍ତି । ଜନ୍ମକଲା ବାପାମାଆଙ୍କ ଅବସ୍ଥା କ’ଣ ହେଉଥିବ ତାହାକୁ ନେଇ ସାରା ରାଜ୍ୟରେ ଦିନତମାମ ଚର୍ଚ୍ଚା । ଶିଶୁଟିର ଅକ୍ଷତ ଜୀବନ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ ମଧ୍ୟ ରାତି ବଢ଼ିବା ସହ ଆଶା ମଉଳିବାରେ ଲାଗିଛି । ନିଜ ଜନ୍ମକଲା କଅଁଳ ଶିଶୁର ଜୀବନ ଚିନ୍ତାରେ ବାପାମାଆ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗ୍ରାମବାସୀଙ୍କ ଚୁଲି ଜଳୁନାହିଁ । ସମସ୍ତଙ୍କ ପ୍ରାର୍ଥନା ଭଗବାନ ଅଲୌକିକ ଶକ୍ତି ଦେଖାଇ ଶିଶୁଟିକୁ ଫେରାଇ ଦିଅନ୍ତୁ ।
Previous Post

ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ

Next Post

ଭଗୀରଥ ଅପେକ୍ଷାରେ ଗଙ୍ଗା

Next Post
ଭଗୀରଥ ଅପେକ୍ଷାରେ ଗଙ୍ଗା

ଭଗୀରଥ ଅପେକ୍ଷାରେ ଗଙ୍ଗା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA