Friday, March 13, 2026 10:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

by Our Correspondent
10 Jul, 2016- 05:48 PM
in News
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବିଜେଡ଼ି ପରିବର୍ଦ୍ଧିତ କାର୍ଯ୍ୟକର୍ତା ସମ୍ମିଳନୀ ଆରମ୍ଭ ହେଲା ସକାଳ ୧୦ଟାରେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ମିଳନୀରେ ମୁଣ୍ଡି ମାରିବାକୁ ଆସିଲେ ସଂଧ୍ୟା ୫ ଟା ୪୦ରେ । କନ୍ଧମାଳରେ ୫ ନିରୀହ ଆଦିବାସୀଙ୍କୁ ଜବାନଙ୍କ ବର୍ବରୋଚିତ ହତ୍ୟା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା ବେଳେ ବିଜେଡ଼ି ବୈଠକ ଆରମ୍ଭରୁ ସେମାନଙ୍କ ଆତ୍ମାର ସତଗତି କାମନା ଆଶା କରାଯାଉଥିଲା । ମାତ୍ର ସୁପ୍ରିମୋ ବୈଠକ ଶେଷରେ ଆସିବାକୁ କାର୍ଯ୍ୟନିର୍ଘଂଟ ସ୍ଥିର ହୋଇଥିବାରୁ ମୃତ ଆଦିବାସୀଙ୍କ ଆତ୍ମା ସଦଗତି ପାଇବାକୁ ସେତେବେଳ ଯାଏଁ ଅପେକ୍ଷା କରିବାକୁ ପଡ଼ିଲା । ମୁଖ୍ୟମନ୍ତ୍ରୀ ଆସିବା ପରେ ମନ୍ତ୍ରୀ ଦେବୀ ମିଶ୍ର ଶୋକପ୍ରସ୍ତାବ ଆଗତ କରି ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନାର ଡାକରା ଦେଲେ । ହେଲେ ୫୦ ସେକେଣ୍ଡ ନ ହେଉଣୁ ସମସ୍ତଙ୍କ ନୀରବ ପ୍ରାର୍ଥନା ଶେଷ କରିଦେଲେ ଦେବୀ ମିଶ୍ର ।

ମୁଖ୍ୟମନ୍ତ୍ରୀ ତାଙ୍କ ଉଦଯାପନୀ ଅଭିଭାଷଣ ଅଧା ଇଂରାଜୀ ଓ ଅଧା ଓଡ଼ିଆରେ ପଡ଼ିଥିଲେ । ଭାଷଣ ଓଜସ୍ୱୀ ଥିଲେ ମଧ୍ୟ ବଡି ଏକ୍ସପ୍ରେସନ୍ ନ ଥିବାରୁ ସେତେଟା ପ୍ରଭାବ ଲାଗୁ ନ ଥିଲା ଭାଷଣ । ଚିରାଚରିତ ଭାବେ ନିଜ ସରକାରର ସଫଳତା ବଖାଣିଥିଲେ ନବୀନ । ଆଉ କେନ୍ଦ୍ର ଅବହେଳା ଉଠାଇ ମୋଦି ସରକାରଙ୍କୁ କଡ଼ା ଭାଷା ଶୁଣାଇଥିଲେ । ମୋଦି ସରକାରଙ୍କ ଉପରେ ନବୀନ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ସାଙ୍ଗକୁ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସମସ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ପରୋକ୍ଷରେ ଦଳୀୟ ନେତା ଓ କର୍ମୀଙ୍କୁ ତାଗିଦ୍ କରିଦେଇଥିଲେ ମୁଖ୍ୟମନ୍ତ୍ରୀ । ଦଳକୁ ଗ୍ରାମ୍ୟସ୍ତରରେ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ସକାଳେ ପ୍ରାରମ୍ଭିକ ଅଧିବେସନ ଆରମ୍ଭ ହୋଇଥିଲା ରାଜନୈତିକ ଦୃଶ୍ୟପଟ ଓ ବିଜେଡ଼ି କାର୍ଯ୍ୟସୂଚୀ ଆଲୋଚନାରୁ । ପରେ ପରେ ବିଜେଡ଼ି ସରକାରର ସଫଳତା, ଓଡ଼ିଶା ବିକାଶରେ ବାଧା ଓ ଉପେକ୍ଷା, ଛାମୁଆଁ ସଂଗଠନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଶେଷ ଅଧିବେସନରେ ୬ ଟି ପ୍ରସ୍ତାବ ଆଗତ ହୋଇଥିଲା । ସେଗୁଡ଼ିକ ଥିଲା ରାଜନୈତିକ ପ୍ରସ୍ତାବ, ଅର୍ଥନୈତିକ ପ୍ରସ୍ତାବ, ସାଂଗଠନିକ ପ୍ରସ୍ତାବ, କୃଷି ଓ କୃଷକ, କେନ୍ଦ୍ର ସରକାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଓ ବିଜୁ ଜନ୍ମ ଶତବାର୍ଷିକୀ ପାଳନକୁ ବ୍ୟାପକ କରିବାର ପ୍ରସ୍ତାବ । ସବା ଶେଷରେ ଖୋଲା ଅଧିବେସନରେ ୧୫ ମିନିଟିଆ ଅଭିଭାଷଣ ରଖିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।
ମହିଳା ବିଜୁ ଜନତା ସଭାନେତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ଭାଷଣରେ ସୁନ୍ଦରୀ ଉପାଖ୍ୟାନ ଅବତାରଣା କରି ଶ୍ରୋତାଙ୍କୁ ମନୋରଂଜନ କରିଥିଲୋ ତେବେ ଦଳର ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ମୁନ୍ନା ଖାଁ କିନ୍ତୁ ତାଙ୍କ ଭାଷଣ ଟାଣ କରିଦେଇଥିଲେ । ମନ୍ତ୍ରୀ, ବିଧାୟକମାନେ ନିଜ ଘରେ କୁକୁର ରଖୁଥିବା ନେଇ ସେ କ୍ଷୋଭ ପ୍ରକାଶ କରି କଡ଼ା ଭାଷା ଶୁଣାଇଥିଲେ । ମନ୍ତ୍ରୀ, ବିଧାୟକ,ସାଂସଦଙ୍କ ଘରକୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କୁକୁର ବାଧକ ସାଜୁଛି ବୋଲି ସେ ଟୀପ୍ପଣୀ ଦେଇ ଯଦି କୁକୁର ରଖିବାର ଅଛି ଘର ବାଡିପଟେ ବାନ୍ଧି ରଖିବାକୁ ନିବେଦନ କରିଥିଲେ । ମୁନ୍ନାଙ୍କ ଭାଷଣ ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା ସତ ହେଲେ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ମଂଜକୁ ପାଇଥିଲା ।

ଯାହା ବି ହେଉ ବିଜୁ ଜନତା ଦଳର ଏହି ପଂଚମ ପରିବର୍ଦ୍ଧିତ କାର୍ଯ୍ୟକର୍ତା ବୈଠକ ଦଳୀୟ ନେତା ଓ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଥିଲା । ବିଭିନ୍ନ ଅପବାଦରେ ଛନ୍ଦି ହୋଇପଡ଼ିଥିବା ଦଳ ପାଇଁ ଏହା ଲଢ଼ିବାର ଦମ୍ଭ ସଂଚାରିଥିଲା । ନିଜେ ମୁଖ୍ୟମନ୍ତ୍ରୀ ଶେଷକୁ ଆସି ମାତ୍ର ୧୫ ମିନିଟ୍ ଲିଖିତ ଭାଷଣ ପଢ଼ିଥିଲେ ମଧ୍ୟ ତାଙ୍କ ମନରେ ସରସ ଥିଲା । ସଭା ଶେଷ ପାଇଁ ଧନ୍ୟବାଦ ଅର୍ପଣ ପରେ ବି ମୁଖ୍ୟମନ୍ତ୍ରୀ ଇଚ୍ଛା କରିଥିଲେ ବିଜେଡ଼ି ସରକାରର ଗୁଣାଗାନ କରି ପ୍ରସ୍ତୁତ ହୋଇଥିବା ଭିଡ଼ିଓ ଦେଖିବାକୁ । ପୂର୍ବରୁ ଏହା ପ୍ଲେ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଯୋଗୁଁ ଏହାର ରିପିଟ୍ ପ୍ଲେ ହୋଇଥିଲା । ସାଢ଼େ ୬ ଟା ବେଳକୁ ସଭା ସାଙ୍ଗ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀମାନେ ଖୁସିମନରେ ଘରକୁ ଫେରିଥିଲେ ।

Previous Post

ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

Next Post

ୟୁଡ଼ି ହାତରେ ଡେଙ୍ଗୁ ପାହାର

Next Post
ୟୁଡ଼ି ହାତରେ ଡେଙ୍ଗୁ ପାହାର

ୟୁଡ଼ି ହାତରେ ଡେଙ୍ଗୁ ପାହାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA