Wednesday, March 11, 2026 07:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

by Our Correspondent
27 Jun, 2016- 10:33 AM
in News, Politics
1 min read
0
ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ମୋତିଲାଲଙ୍କ ଜାଲିଆତି ଓ ଉତ୍‌ଥାନ ପଛରେ ପୁଷ୍ପେନ୍ଦ୍ର ଥିଲେ ଅନ୍ୟତମ ପୃଷ୍ଠପୋଷକ । ଆଜି ପର୍ଯ୍ୟନ୍ତ ଗୋପନ ରହିଥିବା ଏହି ଦୁହିଁଙ୍କ ସମ୍ପର୍କର ରୋଚକ ତଥ୍ୟ ଲାଗିଛି “ମିଡ-ଡେ ଓଡ଼ିଶା’ ହାତରେ । ସେଥିରେ ମୋତିଲାଲଙ୍କୁ ବଢ଼େଇ ପୋଷି ହୀରୋ ବନାଇବାରେ କେବଳ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଧାୟକ ବାପି ରାୟ ନୁହଁନ୍ତି ମନ୍ତ୍ରୀ ପୁଷ୍ପେନ୍ଦ୍ର ବି ଥିଲେ କାର୍ପଟଦାର ତାହା ସ୍ପଷ୍ଟ ହୋଇଛି ।

ସ୍ୱାସ୍ଥ୍ୟ ବିଭାଗରୁ ବେଆଇନ ନିଖୋଜ ହୋଇଯାଇଥିବା ମୋତିଲାଲ ସରକାରଙ୍କ ଆଖିରେ ଧୂଳି ଦେଇ ୨୦୧୦ ମସିହାରେ ଶ୍ରମ ବିଭାଗ ଅଧୀନସ୍ଥ ଇଏସ୍‌ଆଇରେ ଚାକିରି ପାଇଥିଲେ । ୨୦୧୨ ମସିହାରେ ଫ୍ୟାକ୍ଟରୀ ଆଣ୍ଡ ବଏଲର୍ସକୁ ଡେପୁଟେସନ୍‌ରେ ଆସିଥିଲେ ଆସିଷ୍ଟାଣ୍ଟ ଡାଇରେକ୍ଟର ହୋଇ । ତେବେ ତାଙ୍କର ଏଭଳି ପ୍ରମୋସନ୍‌ ଡେପୁଟେସନ୍‌ ପଛର କାହାଣୀ ଯେତିକି ରୋମାଞ୍ଚକର ସେତିକି ସାଂଘାତିକ । ୨୦୧୨ ମସିହାରେ ଫ୍ୟାକ୍ଟରୀ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ପଦବୀ ପାଇଁ ରାଜ୍ୟ ସରକାର ଡାକ୍ତର ଘଡ଼େଇଙ୍କ ନାଁ ଚୂଡ଼ାନ୍ତ କରିଥିଲେ । ମାତ୍ର କାର୍ଯ୍ୟରେ ଯୋଗଦେବା ପୂର୍ବରୁ ତାଙ୍କର ଆକସ୍ମିକ ନିଧନ ହୋଇଥିଲା । ସେହି ଜାଗାରେ ଡାକ୍ତର ଜଗତ୍‌ ଜୀବନ ପତିଙ୍କ ନାଁ ସରକାର ଚୂଡ଼ାନ୍ତ କରିସାରିଥିଲେ । ତତ୍କାଳୀନ ଶ୍ରମ ସଚିବ ସୁଶ୍ରୀ ସି.ଟି.ଏସ୍‌. ସୁଗୁଣା ଓ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସେହି ଫାଇଲ୍‌କୁ ଅନୁମୋଦନ କରିଥିଲେ । ମାତ୍ର ହଠାତ୍‌ ଫାଇଲ୍‌ଟିକୁ ଓଲଟାଇ ଦେଲେ ତତ୍କାଳୀନ ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ଡାକ୍ତର ପତିଙ୍କ ଜାଗାରେ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ନିଯୁକ୍ତି ଦେବାକୁ ସେ ଫାଇଲ୍‌ରେ ହାତ କାଟି ଲେଖିଦେଲେ । ସେଦିନ ଥିଲା ୨୦୧୨ ଏପ୍ରିଲ୍‌ ୧୧ । ଆଉ ନିଜେ ସେହି ଫାଇଲ୍‌ ଧରି ଏପ୍ରିଲ୍‌ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ମୋହର ଆଣିବାକୁ ସମର୍ଥ ହୋଇଥିଲେ ପୁଷ୍ପେନ୍ଦ୍ର । ରାତାରାତି ଡାକ୍ତର ମୋତିଲାଲ ବସିଲେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀରେ ।
ମୋତିଲାଲ ସ୍ୱାସ୍ଥ୍ୟ ବିଭାଗର ଜଣେ ଫେରାର ଡାକ୍ତର ବୋଲି ପୁଷ୍ପେନ୍ଦ୍ର ଭଲ ଭାବେ ଅବଗତ ଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ଚିତାକାଟି ସେ ଶ୍ରମ ବିଭାଗର ଏମ୍ପଲୟଜ୍‌ ଷ୍ଟେଟ୍‌ ଇନସ୍ୟୁରାନ୍ସ କର୍ପୋରେସନରେ ଚାକିରି କରିଥିବା ବି ଜାଣିଥିଲେ । ଆଉ ସମୟକ୍ରମେ ସରକାରୀ ଦଳର ତତ୍କାଳୀନ ଉପମୁଖ୍ୟ ସଚେତକ ଅରୁଣ ସାହୁଙ୍କ ସହ ପୁଷ୍ପେନ୍ଦ୍ର ମିଶି ମୋତିଲାଲଙ୍କ ଚେର ଟାଣ କରିଦେଲେ । ସରକାରଙ୍କ ଏହି ଦୁଇ ପ୍ରଭାବଶାଳୀଙ୍କ ସହଯୋଗ ଓ ଆର୍ଶିବାଦରେ ମୋତିଲାଲ ଅସମ୍ଭବ ଜିନିଷ ସମ୍ଭବ କଲେ । ଇଏସ୍‌ଆଇ ନିଯୁକ୍ତିଠାରୁ ଆରମ୍ଭ କରି ନିଜ ଓ ପତ୍ନୀଙ୍କ ନାଁରେ ଘରୋଇ କ୍ଲିନିକ୍‌//ପାଥୋଲୋଜି ରେଜିଷ୍ଟ୍ରି ସବୁ ହେଲା ସମ୍ଭବ । କ୍ରାଇମବ୍ରାଞ୍ଚ ଏହାର ଖୋଳତାଡ଼ କଲେ ଅନେକ ଗୁମର ଖୋଲିପାରନ୍ତା । ମାତ୍ର କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ନୀରବ ବସିଥିବା ବେଳେ ସରକାରୀକଳ ବଦନାମରୁ ରକ୍ଷା ପାଇବା ପାଇଁ ମୋତିଲାଲ ସମ୍ପର୍କିତ ଫାଇଲ୍‌ ରଫାଦଫା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଏଥିପାଇଁ ଗୋପନରେ ଚାଲିଛି ଘନ ଘନ ବିଭାଗୀୟ ବୈଠକ ।

Previous Post

କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

Next Post

ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

Next Post
ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA