Wednesday, March 4, 2026 08:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ମୋଦି କହିଲେ ‘ଆମ ସୀମା ସୁରକ୍ଷିତ’

by Our Correspondent
20 Jun, 2020- 12:43 AM
in International, Latest News, National, News
1 min read
0
ମୋଦି କହିଲେ ‘ଆମ ସୀମା ସୁରକ୍ଷିତ’
ନୂଆଦିଲ୍ଲୀ: ଦେଶ ମାତୃକାର ସୁରକ୍ଷା ପାଇଁ ୨୦ ଯବାନ ସହିଦ୍ ହୋଇଛନ୍ତି ସତ, କିନ୍ତୁ ଆମ ସୀମା ସୁରକ୍ଷିତ ରହିଛି । କେହି ଗୋଟେ ବି ଚାଇନା ସେନା ଆମ ମାଟିରେ ପାଦ ଥାପିବାକୁ ଦୁଃସାହସ କରିନାହାନ୍ତି । ଗଲୱାନରେ ଚୀନ୍ ସେନାକୁ ଭଲ ରକମ ସବକ୍ ଶିଖାଇଛି ଭାରତୀୟ ସେନା । ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ୨୦ ଭାରତୀୟ ଯବାନ ସହିଦ ହେବାର ୩ ଦିନ ପରେ ଭିର୍ଚୁଆଲ୍ ସର୍ବଦଳୀୟ ବୈଠକରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନାକୁ ଫ୍ରି ହାଣ୍ଡ ଦିଆଯାଇଛି, ସେପଟେ ଚୀନକୁ ନାମ ଦେବାକୁ ଭାରତ ସବୁ ପ୍ରକାର କୂଟନୈତିକ ଶୈଳୀ ଆପଣାଇଛି । ଭାରତ ଶାନ୍ତି ଏବଂ ବନ୍ଧୁତାରେ ବିଶ୍ୱାସ କରେ ସତ, କିନ୍ତୁ ତା ମାନେ ନୁହେଁ ଦେଶର ସାର୍ବଭୌମତ୍ୱକୁ ଜଳାଞ୍ଜଳି ଦିଆଯିବ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପରୋକ୍ଷରେ ଚୀନକୁ ଏମିତି ଚେତାବନୀ ଦେଇଛନ୍ତି ।
ସର୍ବଦଳୀୟ ବୈଠକ ଆରମ୍ଭରୁ ସରକାରଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସୀମାରେ ଚୀନ ସେନାର ନଖରାମି ମେ ୫ ତାରିଖରେ ଜଣାପଡ଼ିଲା । ପ୍ରକୃତରେ ଏହା ମେ ୫ ନା ତା ଆଗରୁ ? ମେ ୫ରୁ ଜୁନ୍ ୬… ଏତେ ସମୟ ଧରି ସରକାର କାହିଁକି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିଲେ ? ଏବେ ବି ଭଲରକମ ପରଦା ହଟାଉ ନାହାନ୍ତି । ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ସୀମାର ପ୍ରକୃତ ଚିତ୍ର ସରକାର, ଦେଶବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ସୋନିଆ ଦାବି କରିଥିଲେ । ଡ୍ରାଗନ ସେନାର ଅନୁପ୍ରବେଶ ନେଇ ସାମରିକ ଗୁଇନ୍ଦା ବିଫଳ ହେଲା କି ? ସୀମାର ସ୍ଥିତି ନେଇ ସାଟେଲାଇଟ୍ ଇମେଜ୍ ଉପରେ ସରକାର ନଜର ରଖି ନଥିଲେ କି ? କଂଗ୍ରେସ ଅଧ୍ୟକ୍ଷା ଏମିତି ଅନେକ ପ୍ରଶ୍ନ ପଚାରିଥିବା ବେଳେ ଗୁଇନ୍ଦା ବିଫଳତାକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଶେଷରେ ଦେଶର ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ କଂଗ୍ରେସର ସମର୍ଥନ ଥିବା କହିଛନ୍ତି ସୋନିଆ ଗାନ୍ଧି ।
ଭାରତର ସାମୁହିକ ଶକ୍ତି ଆଗରେ ଚୀନ ହାରିବ । ଏଥିପାଇଁ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧି ହୋଇ ସାମୁହିକ ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜେଡିୟୁ, ଶିବସେନା, ବିଜେଡି, ଶିରୋମଣି ଅକାଳୀ ଦଳ, ଏନସିପି, ଡିଏମକେ, ୱାଇଏସଆର କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଏନପିପି, ସିକିମ୍ କ୍ରାନ୍ତୀକାରୀ ମୋର୍ଚ୍ଚା ଆଦି ଦଳର ପ୍ରତିନିଧିମାନେ, ସରକାରଙ୍କୁ ନିସର୍ତ୍ତ ସମର୍ଥନ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।
ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିଥିବା ବେଳେ ଲାଇନ୍ ଅଫ୍ କଂଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଲଦାଖ ସୀମାନ୍ତରେ ଉଭୟ ଶତ୍ରୁ ରାଷ୍ଟ୍ର ଏଭଳି ନଖରାମି କରିଛନ୍ତି । ତେବେ LAC ସମସ୍ୟା ସହ LOC ସମସ୍ୟାର ସେଭଳି କିଛି ସାମଞ୍ଜସ୍ୟ ନଥିବା କହିଛନ୍ତି ସେନାର ଜେନେରାଲ୍ ଅଫିସର୍ କମାଣ୍ଡିଂ, ଲେଫ୍ଟନାଣ୍ଟ ଜେନେରାଲ ବି. ଏସ୍. ରାଜୁ । ଲାଇନ୍ ଅଫ୍ କଂଟ୍ରୋଲରେ ଯେତେବେଳେ ସୀମାନ୍ତ ଶାନ୍ତ ହୁଏ, ଆତଙ୍କବାଦୀଙ୍କୁ ଢାଲ କରି ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରେ ବୋଲି ସେ କହିଛନ୍ତି । ତେବେ ଏଥିପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସଜାଗ ରହିଛି ।
୨୦ ଯବାନ ସହିଦ୍ ହେବା ପରେ ଚୀନ ସୀମାକୁ ଲାଗିକରି ଥିବା ୩୫ ଶହ କିଲୋମିଟର ସୀମାନ୍ତରେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଆର. କେ. ଏସ୍. ଭଦୌରିଆ, ଦୁଇ ଦିନିଆ ଲେହ ଏବଂ ଶ୍ରୀନଗର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପଟେ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭିର୍ଚୁଆଲ୍ ସର୍ବଦଳୀୟ ବୈଠକ କରିଛନ୍ତି ସତ, କିନ୍ତୁ ଦେଶର ସାର୍ବଭୌମତ୍ୱ ସମ୍ପର୍କିତ ସର୍ବଦଳୀୟ ବୈଠକକୁ ଆମ୍ ଆଦମୀ ପାର୍ଟି କିମ୍ବା ଆରଜେଡିକୁ କାହିଁକି ଡକାଗଲା ନାହିଁ, ତାହା ବୁଝାପଡୁନି ।
Previous Post

ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା

Next Post

ବଢୁଛି କରୋନା ପ୍ରକୋପ; ଦିନକରେ ଗଂଜାମରୁ ୫୭, ଭୁବନେଶ୍ୱରରୁ ୧୯

Next Post
ବଢୁଛି କରୋନା ପ୍ରକୋପ; ଦିନକରେ ଗଂଜାମରୁ ୫୭, ଭୁବନେଶ୍ୱରରୁ ୧୯

ବଢୁଛି କରୋନା ପ୍ରକୋପ; ଦିନକରେ ଗଂଜାମରୁ ୫୭, ଭୁବନେଶ୍ୱରରୁ ୧୯

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA