Wednesday, March 11, 2026 10:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଯୋ ଜିତା ୱହି ସିକନ୍ଦର୍‌

by Our Correspondent
21 May, 2016- 12:51 AM
in Politics
1 min read
0
ଯୋ ଜିତା ୱହି ସିକନ୍ଦର୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଦୁଇ ବର୍ଷ ସମ୍ପୂର୍ଣ୍ଣ ହୋଇଛି । ୨୧ ଜଣ ମନ୍ତ୍ରୀଙ୍କୁ ନେଇ ୨୦୧୪ ଠିକ୍‌ ଆଜିର ଦିନରେ ସରକାର ଗଠନ କରିଥିଲେ ନବୀନ । ଚତୁର୍ଥ ଥର ପାଇଁ ଓଡ଼ିଶାବାସୀ ନବୀନଙ୍କୁ ଯେଉଁ ଭଲ ପାଇବା ଦେଇଥିଲେ ଆଜି ଦୁଇବର୍ଷ ପରେ ବି ତାହା ଅତୁଟ ରହିଛି । ରାଜନୀତିର ଅନେକ ଘାତ ପ୍ରତିଘାତ ଆସିଛି । ବିଭିନ୍ନ ପ୍ରସଙ୍ଗରେ ସରକାର ଅଣନିଶ୍ୱାସୀ ହୋଇଛନ୍ତି । ନବୀନଙ୍କ ଭାବମୂର୍ତ୍ତି ଉପରେ ଆସନ୍ନ ବିପତ୍ତି ଆସିଛି । ବିରୋଧୀ ଦଳ ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା ପଦାକୁ ଆଣିବାକୁ ପ୍ରୟାସ କରିଛନ୍ତି । ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ହେଲେ ସାମଗ୍ରିକ ଭାବେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ଲୋକପ୍ରିୟତାରେ ଏହା ଫରକ୍‌ ପକାଇପାରିନି । ଜନମାନସ ଉପରେ ତାହା ପ୍ରଭାବ ପକାଇନି । କଂଗ୍ରେସ ଓ ବିଜେପିରେ ନବୀନଙ୍କ ବିକଳ୍ପ ଖୋଜିପାଇନାହାନ୍ତି ଓଡ଼ିଶାବାସୀ ।

ଆଜି ଦୁଇବର୍ଷର ପୂର୍ତ୍ତି ଅବସରରେ ନବୀନ ସରକାରଙ୍କ ସଫଳ/ବିଫଳତାର ହିସାବ ନିକାଶ କରାଯାଉଛି । ମନ୍ତ୍ରୀମାନଙ୍କ ଦକ୍ଷତା ତଉଲ ହେଉଛି । ତେବେ ଏହା ସତ ଯେ ନବୀନଙ୍କ ନିକିତିରେ ତାଙ୍କ ମନ୍ତ୍ରୀମାନଙ୍କର ଦକ୍ଷତା ତଳେ ପଡ଼ିନି । କିଛି ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ସେ ନିଜସ୍ୱ ଢ଼ଙ୍ଗରେ ନେଇଛନ୍ତି । ଦୁର୍ନୀତିର ମାପକାଠିରେ ତଉଲି କାହାରିକୁ ବଳି ପକାଇବାକୁ ଚାହିଁ ନାହାନ୍ତି ନବୀନ । ଆଗକୁ କ’ଣ ହେବ ନ ହେବ ଅଲଗା କଥା ମାତ୍ର ନିଜ ଟିମ୍‌ର ସୁରକ୍ଷା ସହ ଦୃଢ଼ ନେତୃତ୍ୱ ଓ ସ୍ଥିରତା ଆଜି ତାଙ୍କୁ ସଫଳତାର ପାହାଚ ପରେ ପାହାଚ ଚଢ଼ାଉଛି ।

ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ବରିଷ୍ଠ ମାନଙ୍କୁ ଉପେକ୍ଷା କରି କନିଷ୍ଠମାନଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୋଇ ଆସୁଛି । ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତଙ୍କ ଭଳି ବରିଷ୍ଠ ମନ୍ତ୍ରୀମାନେ ବି ପ୍ରକାଶ୍ୟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ବର୍ଷ ତମାମ ଦାମ ରାଉତ ବିଭନ୍ନ କଥା ଛଳରେ ନବୀନଙ୍କ ଏହି ଜୁନିୟର୍‌ ପ୍ରୀତିକୁ କଟାକ୍ଷ କରିଛନ୍ତି । ମାତ୍ର ନବୀନଙ୍କୁ ଏହା ଆଦୌ ହଲଚଲ୍‌ କରିପାରିନି । ଯୁବମନ୍ତ୍ରୀଙ୍କ ଦକ୍ଷତା ଉପରେ ନବୀନଙ୍କ ମନରେ ସନ୍ଦେହ କି ଶଙ୍କା ନାହିଁ । ବରଂ ସେମାନଙ୍କ ଦକ୍ଷତା ନବୀନଙ୍କର ପାଇଁ ଅଧିକ ଭରସା ଆଣିଛି ।

୭ ଜଣ ଯୁବମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ହେଉଛି । ସେମାନେ ହେଲେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ରମେଶ ମାଝୀ ଏବଂ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ ଆଇଡ ଟିମ୍‌ ବୋଲି ସେମାନଙ୍କୁ କୁହାଯାଉଛି । ଆଉ ବରିଷ୍ଠଙ୍କ ପାଇଁ ଏହା ହିଁ ଇର୍ଷାର କାରଣ ସାଜିଛି । ବରିଷ୍ଠଙ୍କୁ ଉପେକ୍ଷା କରାଯାଇ ଏହି ଯୁବମନ୍ତ୍ରୀଙ୍କ ପାଖରେ ସବୁତକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ କ୍ଷମତା ଠୁଳ କରାଯାଇଥିବା ସେମାନଙ୍କର ଇର୍ଷା, ଅଭିମାନର କାରଣ । ତେବେ ଏହି ଯୁବମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇ ଦୁଇଟି ଶିକାର କରୁଥିବା ସେମାନେ ବୁଝିପାରୁନାହାନ୍ତି । ଗୋଟିଏ ପଟେ ଏହି ଯୁବ ଟିମ୍‌ ନିଜ ବିଭାଗକୁ ବେଶ୍‌ ଦକ୍ଷତାର ସହ ଚଳାଉଥିବା ବେଳେ ସାଂଗଠନିକ କାର୍ଯ୍ୟରେ ବି ପାରଦର୍ଶିତା ଦେଖାଇ ଚାଲିଛନ୍ତି । ଉଭୟ ସରକାର ଓ ସଂଗଠନରେ ନବୀନଙ୍କ ଏହି ଏକ୍ସପେରିମେଣ୍ଟ ସଫଳ ହୋଇଥିବାରୁ ସେ କୌଣସି ବାଦ ବିବାଦକୁ ଗୁରୁତ୍ୱ ଦେଇନାହାନ୍ତି । ରାଜନୀତିରେ ଯାହାର ପାରିବାରପଣିଆ ରହିଛି ସେ ଦଳ ଓ ସରକାର ପାଇଁ ଆସେଟ୍‌ । ଏହି ୭ ଯୁବମନ୍ତ୍ରୀଙ୍କ ପାଖରେ ପାରିବାରପଣିଆ ଅଛି । ରାଜନୈତିକ ଗୋଟି ଚାଳନା ଅଛି । ଦକ୍ଷତା ଓ ବିଚକ୍ଷଣତା ଅଛି । ସର୍ବୋପରି ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାର ମନବଳ ଅଛି । ଏହିସବୁ ପୁଞ୍ଜି ହିଁ ସେମାନଙ୍କୁ ନବୀନଙ୍କ ପ୍ରିୟ କରାଇଛି । ସେଥିରେ ଅନ୍ୟ କାହାରି ପ୍ରତିବାଦ କି ପ୍ରତିରୋଧକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇନାହାନ୍ତି ।

ସତ ଯେ, ସରକାରରେ ଦାମ ରାଉତଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଯେଉଁଭଳି ଗୁରୁତ୍ୱ ଦିଆଯିବା କଥା ଦିଆଯାଇନାହିଁ । ହୋଇପାରେ ଦାମଙ୍କ ତୁଣ୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଭୟ ଥିବାରୁ ସେ ତାଙ୍କୁ ବିଶ୍ୱାସକୁ ନେଇପାରୁନାହାନ୍ତି । ଦାଣ୍ଡଘାଟରେ ନିଜ ତୁଣ୍ଡ ବିକୁଥିବା ଦାମଙ୍କୁ ଧରି ନବୀନ ରିସ୍କ ନେବାକୁ ଚାହୁଁନାହାନ୍ତି । ବିଜୟଶ୍ରୀ ରାଉତରାୟଙ୍କ ଭଳି ସିନିୟର୍‌ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ବିଭାଗ ଦିଆଯାଇଥିଲେ ମଧ୍ୟ ବିଭାଗକୁ କ୍ରିୟାଶୀଳ କରିବାରେ ସେ ଫେଲ୍‌ ମାରିଛନ୍ତି । ନିଜର ଅଳସୁଆ ସ୍ୱଭାବ ହିଁ ତାଙ୍କ ଦକ୍ଷତାରେ ଅନ୍ତରାୟ ସୃଷ୍ଟି କରିଛି । ପ୍ରଦୀପ ଅମାତ୍‌, ବିକ୍ରମ କେଶରୀ ଆରୁଖ, ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ମାପଚୁପ୍‌ରେ ଚାଲିଛନ୍ତି । ନିଜ ବିଭାଗ ବାହାରେ କୌଣସି ବିବାଦରେ ସେମାନେ ପଶିନାହାନ୍ତି । ପ୍ରଦୀପ ମହାରଥୀ ହାତେ ମାପି ଚାଖଣ୍ଡ ଚାଲୁଛନ୍ତି ।  ଉପରକୁ ସେ ନିଜ ଚେହେରାରେ ଯେତିକି ଦକ୍ଷ ବୋଲାଉଛନ୍ତି ଭିତରେ କିନ୍ତୁ ପୂରା ଫମ୍ପା । ଅଫିସରମାନେ ତାଙ୍କୁ କାର୍ଟୁନ୍‌ ସଦୃଶ ବ୍ୟବହାର କରୁଥିବାରୁ ମହାରଥୀଙ୍କ ଦେହି କିଛି ହୋଇପାରୁନି । ବଦ୍ରିନାରାୟଣ ପାତ୍ର ନିଜେ ଜଣେ ସରଳ ଓ ସଚ୍ଚୋଟ ମନ୍ତ୍ରୀ ହୋଇଥିଲେ ବି ବ୍ୟୁରୋକ୍ରାଟ୍‌ ଓ ଇଂଜିନିୟର ହ୍ୟାସଲ୍‌ରେ ଫସିଯାଇଛନ୍ତି । ତାଙ୍କର ସରଳତାକୁ ଅଫିସରମାନେ ଦୁର୍ବଳତା ଭାବିନେଇ ବାସିରେ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ବଦ୍ରି ନିଜର ସ୍ଥିତି ଜାହିର କରିବାରେ ବିଫଳ ହୋଇଛନ୍ତି । ସେପଟେ ନିଜେ ଭଲ ତ ଦୁନିଆ ଭଲ ନ୍ୟାୟରେ ଚାଲୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ ପଦର ସୁଖ ସ୍ୱାଚ୍ଛନ୍ଦ୍ୟ ଓ ବିଦେଶ ଭ୍ରମଣରେ ବେଶୀ ଧ୍ୟାନ ଦେଉଛନ୍ତି ସେ । ସୁଦାମ ମାରାଣ୍ଡି କ୍ରୀଡ଼ା ବିଭାଗକୁ ଦକ୍ଷତାର ସହ ତୁଲାଉଥିଲେ ମଧ୍ୟ ମନ୍ତ୍ରୀ ଭାବେ ତାଙ୍କର ସେଭଳି କାଟତି ନାହିଁ ।

ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ବି ସ୍ନେହାଙ୍ଗିନୀ ଛୁରିଆଙ୍କର ଦକ୍ଷତା ରହିଛି । ବିଭାଗ ଉପରେ ନିୟନ୍ତ୍ରଣ ବି ରହୁଛି । ତେବେ ମହିଳା,ଶିଶୁ କଲ୍ୟାଣ, ଯୋଜନା ଓ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ ବି ଉଷା ଦେବୀ ନିଜକୁ ପ୍ରଭାବଶୂନ୍ୟ ପ୍ରମାଣିତ କରିଛନ୍ତି । ସଚିବାଳୟ କାଁ ଭାଁ ଆସନ୍ତି ଓ ବିଭାଗର ଭଲମନ୍ଦ ଖବର ତାଙ୍କ ପାଖରେ ନ ଥାଏ କି ସେ ଜାଣିବାକୁ ଆଗ୍ରହ ରଖନ୍ତିନି । ଯୋଗେନ୍ଦ୍ର ବେହେରା ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇ କ୍ୟାବିନେଟ୍‌ ପାହ୍ୟା ପାଇଥିଲେ ବି ଏ ଯାଏଁ କାଟତି ଦେଖାଇ ପାରିନାହାନ୍ତି । ସରକାର ଓ ଦଳ ଭିତରେ ସେ ଅଲଗା ବାରି ହୋଇପଡୁଛନ୍ତି । ଲାଲବିହାରୀ ହିମିରିକାଙ୍କୁ ସିନିସିୟର୍‌ ମନ୍ତ୍ରୀ ଭାବେ ଗଣାଯାଉଥିଲେ ମଧ୍ୟ ତାଙ୍କର ସରଳତା ଓ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ କାଳ ହୋଇଛି । ଏସ୍‌/ସି /ଏସ୍‌ଟି ବିଭାଗର ସେ ହେଉଛନ୍ତି ମନ୍ତ୍ରୀ ହେଲେ ସେ ନିଜେ କିଛି ଜାଣନ୍ତିନି । ବିଭାଗର ମାଲିକ ହେଉଛନ୍ତି ସଚିବ । ତଥାପି ମୁଖ୍ୟମନ୍ତ୍ରୀ ତାଙ୍କ ଉପରୁ ଆସ୍ଥା ହରାଇନାହାନ୍ତି । ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କେମିତି, କାହାକୁ, କେତେବେଳେ, କେଉଁଠି ବ୍ୟବହାର କରିବେ । ନେତାଙ୍କ ମତିଗତି ଜାଣି ନେତାଙ୍କ ପଲସ୍‌ ମାପିବାରେ ମାହିର୍‌ ନବୀନଙ୍କର ଏହା ହିଁ ସଫଳତାର ମନ୍ତ୍ର ।

Previous Post

ବଡ଼ମାଛ ଉପରେ ସିବିଆଇ ଜାଲ୍‌ !

Next Post

ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

Next Post
ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA