Saturday, March 14, 2026 02:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ସରକାରଙ୍କୁ ଅର୍ଥ କମିଶନଙ୍କ ପ୍ରଶଂସା

by Our Correspondent
09 Jan, 2019- 10:56 PM
in Latest News, News
1 min read
0
ରାଜ୍ୟ ସରକାରଙ୍କୁ ଅର୍ଥ କମିଶନଙ୍କ ପ୍ରଶଂସା
ଭୁୁବନେଶ୍ୱର: ଓଡ଼ିଶାର ବିକାଶକୁ ଖୁବ୍ ତାରିଫ୍ କରିବା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ । ଏକ ସ୍ଥିର ସରକାର ଓ ନେତୃତ୍ୱ ଯୋଗୁଁ ରାଜ୍ୟରେ ଗରିବୀ କମିଛି ବୋଲି ସେ କହିଛନ୍ତି । ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଶ୍ରୀ ସିଂହ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛି । ଏଥିରେ ସ୍ୱଚ୍ଛତା ରକ୍ଷା କରି ପ୍ରକୃତ ହିତାଧିକାରୀଙ୍କ ପାଖେ ଯୋଜନା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ।
ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାରେ ରାଜନୈତିକ ସ୍ଥିରତା ଓ ନେତୃତ୍ୱ ଯୋଗୁଁ ରାଜ୍ୟର ଅଭିବୃଦ୍ଧି ହେଉଛି । କେନ୍ଦ୍ର ସରକାରଙ୍କ ଅର୍ଥକୁ ସଠିକ୍ ବିନିଯୋଗ କରାଯାଉଛି । ତେବେ ଦାରିଦ୍ର୍ୟ ଦୂରୀକରଣରେ ରାଜ୍ୟ ଅଗ୍ରଗତି କରିଥିଲେ ମଧ୍ୟ ଏ ଦିଗରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଅର୍ଥ କମିଶନ ଅଧ୍ୟକ୍ଷ କହିଥିଲେ, ବିଗତ ବର୍ଷମାନଙ୍କରେ ଓଡ଼ିଶା ଦାରିଦ୍ର୍ୟ ଦୂରୀକରଣରେ ଯଥେଷ୍ଟ ଅଗ୍ରଗତି କରିଛି । ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି । ଯାହା ଜାତୀୟ ହାରଠାରୁ ଅଧିକ ।
ତେବେ ରାଜ୍ୟର ଅଭିବୃଦ୍ଧି ପଥରେ ବାଧକ ହେଉଛି ପ୍ରାକୃତିକ ବିପର୍ଯ୍ୟୟ । ସେହିଭଳି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆଣିବାକୁ ପଡ଼ିବ । ୮ରୁ ୧୦ ହଜାର ରୋଗୀଙ୍କ ପାଇଁ ଜଣେ ଡାକ୍ତର ଆଦୌ ଭଲ ଖବର ନୁହେଁ । ରାଜ୍ୟରେ ଅଧିକ ମେଡ଼ିକାଲ କଲେଜ ସହ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଅଛି । ଶିକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାର ଅନେକ ଉନ୍ନତି ଆଣିଛନ୍ତି । ତେବେ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଥିଲେ ।

ପୂର୍ବରୁ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ରାଜ୍ୟ ପାଇଁ ୮.୨୦ ଲକ୍ଷ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ୬ ଟି ଦାବି କମିଶନଙ୍କ ନିକଟରେ ରଖିଥିଲେ । ରାଜ୍ୟର ଟିକସ ଅଂଶ ୪୨ ପ୍ରତିଶତରୁ ୫୦ ପ୍ରତିଶତ ବୃଦ୍ଧି, ରାଜ୍ୟକୁ ସେସ୍ ଓ ସରଚାର୍ଜର ଅଂଶ, ଜିଏସଟି କ୍ଷତିପୂରଣ ଆଉ ୧୦ ବର୍ଷ ପାଇଁ ବୃଦ୍ଧି, କୋଇଲା ଖଣି ଅଞ୍ଚଳରୁ ଗ୍ରୀନ୍ ଏନର୍ଜୀ ସେସ୍, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ୧୫୦୦ କୋଟି ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।
Previous Post

ଜାନୁଆରୀ ୧୫କୁ ବଢ଼ିଲା ‘କାଳିଆ’ ଆବେଦନ ଫର୍ମ ଦାଖଲ

Next Post

Best Odia News Portal Odisha

Next Post

Best Odia News Portal Odisha

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA