Monday, January 19, 2026 02:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

by Our Correspondent
05 Jul, 2020- 10:05 PM
in Latest News, News
1 min read
0
ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା
ଭୁବନେଶ୍ୱର: ପ୍ରଥମେ ଅସମ୍ଭବରୁ ସମ୍ଭବ ହୋଇଥିବା ଏବର୍ଷର ରଥଯାତ୍ରା କୋଭିଡ୍ ନିୟମ ଭିତରେ ସବୁଠାରୁ ଶୃଙ୍ଖଳିତ ହୋଇପାରିଛି । ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ରଥଯାତ୍ରା, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିନା ଭକ୍ତରେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ନବଦିନ ଯାତ୍ରା ସଫଳତାର ସହ ସମ୍ପନ୍ନ କରାଇଥିବା ନାୟକମାନଙ୍କୁ ସବୁଆଡୁ ବାହାବା ମିଳିଛି ।

ସେବାୟତ ଭାଇ ଓ ପ୍ରଶାସନର ନିଷ୍ଠାପର ଉଦ୍ୟମ ଯୋଗୁଁ ଏବର୍ଷର ରଥଯାତ୍ରା ସବୁଠାରୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡ଼ିଆ ହାଣ୍ଡଲ୍ ରେ ପ୍ରତିକ୍ରିୟା ରଖିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇପାରିଲା ବୋଲି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇଛନ୍ତି । ମହାପ୍ରଭୁଙ୍କ ଆଶିର୍ବାଦ ସାଙ୍ଗକୁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତମାନଙ୍କ ନିଷ୍ଠାପର ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହି ଗଜପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ୍ ନିୟମ ମାନି ଘରେ ଟେଲିଭିଜନ୍ ରେ ସିଧା ପ୍ରସାରଣ ଦେଖିଥିବା କୋଟି କୋଟି ଭକ୍ତଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନ ଥାଆନ୍ତା ବୋଲି ମଧ୍ୟ ଗଜପତି କହିଛନ୍ତି ।
ସୂଚନାଯୋଗ୍ୟ, ରଥଯାତ୍ରାକୁ ସଫଳତାର ସହ ସମ୍ପନ୍ନ କରାଇବା ପଛରେ ଯାହାଙ୍କର ବେଶୀ ଭୂମିକା ଦେଖିବାକୁ ମିଳିଲା ସେ ହେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର । ରାଜ୍ୟ ସରକାରଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳିବାର ତାଙ୍କ ଚାଲେଂଜ ଓ ନିଷ୍ଠାକୁ ସମସ୍ତେ ପ୍ରଶଂସା କରିଛନ୍ତି । ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ରଥକାର୍ଯ୍ୟକୁ ୪ ଦିନ ଆଗରୁ ଶେଷ କରାଇବା ଏବଂ କୋଭିଡ୍ ନିୟମ ପାଳନ ସହ ରଥଯାତ୍ରାକୁ ସୁବ୍ୟବସ୍ଥିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାରେ ତାଙ୍କର ବିଶେଷ ଅବଦାନ ଦେଖିବାକୁ ମିଳିଥିଲା ।

ରଥ ନିର୍ମାଣ ବେଳେ ମୁଖ୍ୟ ପ୍ରଶାସକ ଅଧିକାଂଶ ସମୟ ନିଜେ ରଥଖଳାରେ ଉପସ୍ଥିତ ରହୁଥିଲେ । ଅଧାରାତି ଯାଏଁ ସେଠି ରହି ସେବକମାନଙ୍କୁ ଉତ୍ସାହିତ କରୁଥିଲେ । ରଥଯାତ୍ରାର ପ୍ରତିଟି ସୋପାନରେ ଖରା ଗରମକୁ ଖାତିର ନ କରି ଆୟୋଜନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଥିଲେ । ସେବାୟତ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାରେ ଡକ୍ଟର କୁମାରଙ୍କ ନିଷ୍ଠା ଓ ପାରଦର୍ଶିତାକୁ ସବୁ ସେବାୟତ ଓ ଅଫିସର ପ୍ରଶଂସା କରିଛନ୍ତି । ଜନସାଧାରଣରେ ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।
Previous Post

ରାଜ୍ୟରେ ୯ ହଜାର ଟପିଲା କରୋନା

Next Post

ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ

Next Post
ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ

ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA