Friday, March 13, 2026 06:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୭୩ ରେ ୨୩ ବସନ୍ତ

by Our Correspondent
16 Oct, 2019- 12:02 AM
in Latest News, News, Story Of The Week
1 min read
0
୭୩ ରେ ୨୩ ବସନ୍ତ

ଭୁବନେଶ୍ୱର: ରାଜନୀତିରେ ନା ସେ ଦେଖିଛନ୍ତି ହାଡ଼ଭଙ୍ଗା ଶୀତ ନା ଦେଖିଛନ୍ତି ନିଦାଘ ଖରା । କେବଳ ଦେଖି ଆସିଛନ୍ତି ବସନ୍ତ । ୨୩ ବର୍ଷର ରାଜନୈତିକ କ୍ୟାରିୟର୍ ତାଙ୍କ ପାଇଁ ଆଣିଛି ୨୩ ଟି ବସନ୍ତ । ରାଜନୀତିରେ ବିଫଳତାର ସଂଜ୍ଞା ତାଙ୍କ ଶବ୍ଦକୋଷରେ ସମ୍ଭବତଃ ନାହିଁ । ବିଫଳତାର ରାସ୍ତା ତାଙ୍କ ପାଇଁ ତିଆରି ହୋଇନି । ସଫଳତାର ମହାନାୟକ ଭାବେ ଖାଲି ଓଡ଼ିଶା କାହିଁକି ଦେଶର ରାଜନୈତିକ ଆକାଶରେ ସେ ଯାଜୁଲ୍ୟମାନ । ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଓଡ଼ିଶାବାସୀଙ୍କ ହୃଦୟରେ ବସା ବାନ୍ଧିଥିବା ଏହି ମହାନାୟକ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ପରିପକ୍ୱ ବୟସରେ ବି ମନରେ ତାଙ୍କର ଅସୁମାରୀ ସ୍ୱପ୍ନ । ଓଡ଼ିଶାବାସୀଙ୍କ ନିରନ୍ତର ଭଲ ପାଇବା ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକରୁ ଅଧିକ ଶକ୍ତି ଦେଉଛି ।

ବାପା ବିଜୁ ପଟ୍ଟନାୟକଙ୍କ ପରିଚୟରେ ସୀମିତ ନାହାନ୍ତି ନବୀନ ପଟ୍ଟନାୟକ । ବିଜୁ ଲିଗାସୀକୁ ଶୀର୍ଷରେ ପହଞ୍ଚାଇଥିବା ନବୀନ ଏବେ ନିଜେ ନିଜର ପରିଚୟ । ଯଶ ଓ ଖ୍ୟାତିରେ ବାପାଙ୍କ ପଛରେ ନାହାନ୍ତି । ୫୦ ପୂରିଲା ବୟସରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରି ନ ଥିବା ନବୀନ ମାତ୍ର ୨୩ ବର୍ଷର ରାଜନୈତିକ ଜୀବନରେ ନିଜର କିମିଆଁ ଦେଖାଇଛନ୍ତି । ବିଜୁ ପରିବାରର ଯେ ଉପଯୁକ୍ତ ଦାୟାଦ ତାହା କାମରେ ଦେଖାଇ ସାରିଲେଣି । ଓଡ଼ିଶା ପଛରେ ଲାଗିଛି ବ୍ରାଣ୍ଡ ନବୀନ ।
୧୯୪୬ ଅକ୍ଟୋବର ୧୬ । ଏହି ଦିନରେ ବିଜୁ ଓ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିଲେ ପପୁ ଓରଫ୍ ନବୀନ । କଟକ ସହରରେ ଜନ୍ମିତ ନବୀନ କଟକରେ ହିଁ ପାଠପଢ଼ା ଆରମ୍ଭ କରି ପରବର୍ତ୍ତୀ ସମୟରେ ଡୁନ୍ ସ୍କୁଲ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯାଇଥିଲେ । ଯୁବକ ଅବସ୍ଥାରେ ଅତ୍ୟନ୍ତ ଖିଆଲି ସ୍ୱଭାବର ନବୀନଙ୍କଠାରେ ବାପାଙ୍କ ମହାନ୍ ବ୍ୟକ୍ତିତ୍ୱର ଗର୍ବ ନ ଥିଲା କି ରାଜନୀତିର ଛାଇ ନ ଥିଲା । ଅତ୍ୟନ୍ତ ଭଦ୍ର ଓ କମ୍ କଥା କହୁଥିବା ନବୀନଙ୍କଠାରେ ପ୍ରାଚୁର୍ଯ୍ୟର ମୋହ ନ ଥିଲେ ମଧ୍ୟ ପ୍ରାଚୁର୍ଯ୍ୟ ତାଙ୍କୁ ଭିଡ଼ି ଧରିଥିଲା । ଦିଲ୍ଲୀର ହାଇ ଏଣ୍ଡ ପାର୍ଟିରେ ସେ ଥିଲେ ଆଗଧାଡ଼ିର ଅତିଥି । ଅବସର ସମୟ ତାଙ୍କର କଟୁଥିଲା ଲଣ୍ଡନ୍, ନିୟୁର୍କ ନହେଲେ ୱାଶିଂଟନ୍ ସହରରେ । ଇଂରାଜୀ, ହିନ୍ଦୀ ଓ ଫ୍ରେଞ୍ଚ ଭାଷାରେ ପୋଖତ୍ ନବୀନ ଖାଲି ଯେ ମଉଜମସ୍ତି କରି ସମୟ କାଟୁଥିଲେ ତାହା ନୁହେଁ । ପ୍ରକୃତିର ସେ ଥିଲେ ଜଣେ ନୀରବ ସାଧକ । ପ୍ରକୃତି ଓ ସଂସ୍କୃତି ପ୍ରତି ତାଙ୍କର ଥିଲା ପ୍ରବଳ ଅନୁରାଗ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ପ୍ରସିଦ୍ଧ ଲେଖକର ସ୍ୱୀକୃତି ଦେଇଥିଲା । ଏ ସେକେଣ୍ଡ୍ ପାରାଡାଇଜ୍, ଏ ଡିଜର୍ଟ କିଙ୍ଗଡମ୍ ଏବଂ ଦି ଗାର୍ଡେନ୍ ଅଫ୍ ଲାଇଫ୍ ଭଳି ତିନୋଟି ପ୍ରସିଦ୍ଧ ପୁସ୍ତକ ଥିଲା ତାଙ୍କର ଅନବିଦ୍ୟ ସୃଷ୍ଟି । ଆନ୍ତର୍ଜାତୀୟସ୍ତରରେ ଏହି ପୁସ୍ତକ ଆଦୃତ ଲାଭ କରିଥିଲା ।
୧୯୯୭ ଏପ୍ରିଲ୍ ୧୭ରେ ବାପା ବିଜୁବାବୁଙ୍କ ଦେହାନ୍ତ ତାଙ୍କ ଜୀବନର ମୋଡ଼ ବଦଳାଇଥିଲା । ଶାନ୍ତ, ସରଳ, ସ୍ୱଳ୍ପଭାଷୀ ତଥା ରାଜନୀତିର ର’ ଅକ୍ଷର ବିବର୍ଜିତ ନବୀନଙ୍କ ଉପରେ ପଡ଼ିଲା ବାପାଙ୍କ ଉତ୍ତରାଧିକାରୀ ଦାୟିତ୍ୱ । ଆସ୍କା ଲୋକସଭା ଆସନରୁ ଲଢ଼ି ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ସେହି ବର୍ଷ ଡିସେମ୍ବର ୨୬ ରେ ଗଠିତ ବିଜୁ ଜନତା ଦଳର ନେତୃତ୍ୱ ଭାର ବି ନେଇଥିଲେ । ପ୍ରଥମ ନିର୍ବାଚନ ଜିତି କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୨୦୦୦ ସାଧାରଣ ନିର୍ବାଚନରେ ବିଜେଡ଼ିକୁ ଜିତାଇ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ଆଉ ପଛକୁ ଫେରିନାହାନ୍ତି ସେ । ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ନେଇସାରିଛନ୍ତି । ପାଞ୍ଚ ପାଞ୍ଚ ଥର ଲୋକେ ତାଙ୍କର ନେତୃତ୍ୱକୁ ଗ୍ରହଣ କରିଛନ୍ତି । ତାଙ୍କର ଲୋକପ୍ରିୟତା ବଢ଼ୁଛି ପଛେ କମୁନାହିଁ । ଦୀର୍ଘ ଦୁଇ ଦଶନ୍ଧି ଧରି ବିରୋଧୀ ପକ୍ଷଙ୍କ ରଣକୌଶଳ ତାଙ୍କ ଲୋକପ୍ରିୟତାକୁ କାଟୁ କରିପାରିନି କି ତାଙ୍କ ଭାବମୂତ୍ତରେ ଧୂଳି ଲଗାଇପାରିନି । ବରଂ ନବୀନଙ୍କ ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ତାଙ୍କ ଦଳ ବିଜେଡ଼ିକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିଛି ।
ନବୀନଙ୍କ ଲୋକପ୍ରିୟତା ସମ୍ପର୍କରେ ଦେଶର ରାଜନୈତିକ ପଣ୍ଡିତମାନେ ଅନେକ ଚର୍ଚ୍ଚା କରିଛନ୍ତି । ପ୍ରଖ୍ୟାତ ସାମ୍ବାଦିକ ବୀର୍ ସାଂଘଭି ହିନ୍ଦୁସ୍ଥାନ ଟାଇମ୍ସରେ ଏକ ପ୍ରବନ୍ଧରେ, ଦିଲ୍ଲୀର ସାମାଜିକ ସଂବାଳୁଆ ଓଡ଼ିଶାରେ ରାଜନୈତିକ ପ୍ରଜାପତି ପାଲଟିଥିବା ନବୀନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ନିକଟରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୁ ଚାୱାଲା ନବୀନଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତାକୁ ବେଶ୍ ତାରିଫ୍ କରିଥିଲେ । କମ କଥା କହୁଥିବା ନବୀନ ତାଙ୍କ ନିରବତାରେ ଅନେକ କଥା କୁହନ୍ତି ବୋଲି ସେ ମନ୍ତବ୍ୟ ଦେଇଥିଲେ । ଓଡ଼ିଶାରେ ନବୀନଙ୍କ ଅତୁଟ ଲୋକପ୍ରିୟତା ଦେଶର ବହୁ ପ୍ରଖ୍ୟାତ ରାଜନେତା ଓ ଗବେଷକଙ୍କୁ ଚକିତ କରିଛି ।
ନବୀନଙ୍କ ଏଭଳି ଲୋକପ୍ରିୟତାର ରହସ୍ୟକୁ ନେଇ ଅନେକ ଚର୍ଚ୍ଚା । ତାଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଓ କାର୍ଯ୍ୟଧାରାକୁ ଅନୁଶୀଳନ କରୁଥିବା ବ୍ୟକ୍ତିବିଶେଷ ଅନେକ କଥାରେ ଦ୍ୱିମତ ନୁହଁନ୍ତି । ସ୍ୱଭାବରେ ସରଳ ଏହି ରାଜନେତା କାର୍ଯ୍ୟକ୍ଷେତ୍ରରେ କେତେ କଠୋର ତାହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯେତେ ବରିଷ୍ଠ ଓ ଅନ୍ତରଙ୍ଗ ସହଯୋଗୀ ହେଲେ ମଧ୍ୟ ଦୁର୍ନୀତିର ଛିଟାରେ ବଳି ପକାଇବାକୁ ପଛାଇନାହାନ୍ତି । ନେତା ହୁଅନ୍ତୁ କି ପ୍ରଶାସକ, ସେମାନଙ୍କ କାର୍ଯ୍ୟଧାରା ବାରି ପୁରସ୍କୃତ କି ଦଣ୍ଡ ଦେବାରେ ସେ ମାହିର୍ । ଉଭୟ ଦଳ ଓ ସରକାରକୁ କ୍ରିୟାଶୀଳ କରାଇ ଆଗକୁ ବଢ଼ିବାରେ ସେ ବିଚକ୍ଷଣ । ନିର୍ବାଚନ ପରିଚାଳନାଗତ ଦକ୍ଷତାରେ ତାଙ୍କ ନେତୃତ୍ୱ ଅତୁଳନୀୟ । ତାଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ବିଜେଡ଼ିର ଭୋଟବ୍ୟାଙ୍କ ।
ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନୂଆ ନୂଆ ସ୍କିମ୍ କରି ତାହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାର ଇଚ୍ଛାଶକ୍ତି ନବୀନଙ୍କୁ ଜାତୀୟସ୍ତରରେ ଖ୍ୟାତି ଆଣିଛି । ଦୁର୍ନୀତି ଓ ଦାରିଦ୍ର୍ୟ ବିରୋଧରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ ଥିବା ବେଳେ ଚାଷୀ ଓ ମହିଳା ସଶକ୍ତିକରଣରେ ତାଙ୍କର ଅବଦାନ ଲୋକଙ୍କୁ ଅଧିକ ଆକୃଷ୍ଟ କରିଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ତାଙ୍କର ଉଦ୍ୟମ ଆନ୍ତର୍ଜାତୀୟସ୍ତରରେ ଆଦୃତ ହୋଇପାରିଛି । କ୍ରୀଡ଼ାର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ସେ କାର୍ଯ୍ୟରେ କରି ଦେଖାଇଛନ୍ତି । ସର୍ବୋପରି ଗାନ୍ଧିଜୀଙ୍କ ଆଦର୍ଶ ଓ ଅହିଂସା ସପକ୍ଷରେ ତାଙ୍କର ଅଭିଯାନ ତାଙ୍କୁ ଜାତୀୟସ୍ତରରେ ଖ୍ୟାତି ଆଣିଛି ।
ନବୀନଙ୍କ ନୀତି ଓ ଆଦର୍ଶ ତାଙ୍କର ଶ୍ରେଷ୍ଠ ସମ୍ପଦ । ଏଥିରୁ ସେ ବିଚ୍ୟୁତି ହୋଇଥିବା ବିରୋଧୀ ଯେତେ ଅଭିଯୋଗ କଲେ ବି ତାହା ସାଧାରଣ ଜନତା ଅନୁଭବ କରିନାହାନ୍ତି । ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ସେ ନିଜର ଆଭିମୁଖ୍ୟ ଆହୁରି ସ୍ପଷ୍ଟ କରିଛନ୍ତି । ୫-ଟି କୁ ଆଧାର କରି ଗତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ସରକାର ଓ ପ୍ରଶାସନକୁ ଲୋକଙ୍କ ପାଖରେ ଅନବରତ ପହଞ୍ଚାଇବାର ଉଦ୍ୟମକୁ ସାଧାରଣରେ ପ୍ରଶଂସା ମିଳୁଛି । ଏହାଦ୍ୱାରା ସରକାରୀ କଳ ଚଳଚଞ୍ଚଳ ହୋଇଥିବାରୁ ଲୋକଙ୍କୁ ନ୍ୟାୟ ମିଳିବାର ଆଶା ଉଜ୍ଜଳ ହୋଇଛି । ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କୁ ନ୍ୟାୟ ଦେଇ ରାଜ୍ୟର ବିକାଶ ଆଗକୁ ବଢ଼ାଇବା ତାଙ୍କର ସଂକଳ୍ପ ବୋଲି ନବୀନ କାମରେ ଜଣାଇ ସାରିଲେଣି ।
ରାଜନୈତିକ ଓ ପ୍ରଶାସନିକ ଦକ୍ଷତା ସାଙ୍ଗକୁ କୁଟନୀତିରେ ବି ପଛରେ ନାହାନ୍ତି ନବୀନ । ରାଜନୈତିକ ଗୋଟିଚାଳନାରେ ବିରୋଧୀଙ୍କୁ ଧରାଶାୟୀ କରିବା କିମ୍ବା ହାତେଇବାର ରଣକୌଶଳ ତାଙ୍କୁ ଭଲ ଭାବେ ଜଣା । କେନ୍ଦ୍ର ସରକାରଙ୍କ ସହ ତାଳମେଳ ରଖିବାରେ ମଧ୍ୟ ସେ ସିଦ୍ଧହସ୍ତ । ଯେଉଁଥିପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହି ଆସିଛି । ଏହାଦ୍ୱାରା ରାଜ୍ୟର ବିକାଶକୁ ସେ ରାଜନୈତିକ ଉଦ୍ଧ୍ୱର୍ରେ ବିଚାର କରୁଥିବା ଧାରଣା ସୃଷ୍ଟି କରିପାରିଛନ୍ତି ।
ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ବିଶାଳ ବ୍ୟକ୍ତିତ୍ୱ ଓ ଅମାପ ନେତୃତ୍ୱ କେବଳ ଓଡ଼ିଶା କାହିଁକି ଦେଶର ରାଜନୀତିରେ ବିରଳ । ବ୍ୟକ୍ତିଗତ ଜୀବନରେ ନିଃସଙ୍ଗ ହୋଇଥିଲେ ବି ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର । ଏକଥା ସେ ବାରମ୍ବାର କହି ଆସୁଛନ୍ତି । ସାଧାରଣ ଲୋକଙ୍କ ପାଇଁ ତାଙ୍କ ନବୀନ ନିବାସ ଅପହଞ୍ଚ ହୋଇଥିଲେ ବି କୋଟି କୋଟି ଜନତାଙ୍କ ହୃଦୟର ରାଜା ହୋଇପାରିଛନ୍ତି । ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରା ତାଙ୍କର ବ୍ରାଣ୍ଡ ।
ନବୀନଙ୍କୁ ଅତି ପାଖରୁ ଜାଣିଥିବା ନେତାଙ୍କ କହିବା ଅନୁଯାୟୀ, ନିଜର ସ୍ୱଭାବ ସୁଲଭ ଗୁଣରେ ନବୀନ ବାବୁ କାହାରି ସାଙ୍ଗରେ ବେଶୀ କଥା ହେଉ ନ ଥିଲେ ମଧ୍ୟ ତାଙ୍କର ସେନ୍ସ ଅଫ ହ୍ୟୁମର୍ ପ୍ରଚୁର । ଫୁରସତ୍ ବେଳେ ପଦିଏ ପଦିଏ କଥାରେ ଅନ୍ୟକୁ ହସାଇ ବେଦମ୍ କରନ୍ତି । ଯେତିକି ବନ୍ଧୁ ବତ୍ସଳ ସେତିକି ହୃଦୟବାନ । ଉପରକୁ କଠୋର ଦିଶୁଥିଲେ ମଧ୍ୟ ଭିତରଟି ଗୋଲାପ ଫୁଲ ପରି କୋମଳ । ନବୀନ ବାବୁଙ୍କ ପାଖରେ ଦଳ ଓ ସରକାରର ଆଭ୍ୟନ୍ତରୀଣ ଖବର ପହଞ୍ଚୁନି ବୋଲି ଯଦି କିଏ ଭାବୁଥାନ୍ତି ତାହା ମସ୍ତବଡ଼ ଭୁଲ୍ । ସବୁ ଜାଣନ୍ତି ଏବଂ ଠିକଣା ବେଳ ଦେଖି କାର୍ଯ୍ୟାନୁଷ୍ଠାନ ନିଅନ୍ତି ବୋଲି ସହଯୋଗୀଙ୍କ ମତ ।
୭୪ ବର୍ଷରେ ଆଜି ନବୀନ । ବୟସର ଅପରାହ୍ନ ତାଙ୍କୁ କର୍ମକ୍ଷେତ୍ରରେ ବାଧା ପହଞ୍ଚାଇପାରିନି । ବରଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ସହ ରାଜ୍ୟର ବିକାଶ ଆଗକୁ ନେବାରେ ତାଙ୍କର ନିଷ୍ଠା ଅଧିକ ଦେଖିବାକୁ ମିଳୁଛି । ପଞ୍ଚମ ଥର ପାଇଁ ରାଜ୍ୟର ନେତୃତ୍ୱ ଭାରକୁ ଅଧିକ ଚାଲେଂଜ ଭାବେ ଗ୍ରହଣ କରିଥିବା ତାଙ୍କ କାର୍ଯ୍ୟରୁ ଜଣାପଡୁଛି । ନିର୍ବାଚନ ସରିଥିଲେ ବି ସରକାରୀ କଳରେ ନିର୍ବାଚନ ପୂର୍ବର ଚଳଚଞ୍ଚଳତା ଆହୁରି କ୍ଷିପ୍ର ହୋଇଛି । ଖାଲି ଯୋଜନା ନୁହେଁ, ତ୍ୱରିତ୍ କାର୍ଯ୍ୟାନୁଷ୍ଠାନକୁ ଆପଣେଇଛନ୍ତି ନବୀନ ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ସେଇ ଦୁଇପଦ କଥା..“ଆପଣମାନେ ଖୁସି ତ? ମୁଁ ବି ଖୁସି ।” ଏହା ତାଙ୍କୁ ଲୋକଙ୍କ ଆହୁରି ନିକଟତର କରିବା ସହ କୋଟି କୋଟି ଓଡ଼ିଆଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶିର୍ବାଦ ଅଜାଡ଼ି ଦେଇଛି । ଲୋକଙ୍କର ଏହି ଆଶିର୍ବାଦ ତାଙ୍କୁ ଦୀର୍ଘାୟୁ କରୁ ଏବଂ ତାଙ୍କ ଚଲାପଥକୁ ଅଧିକ ସୁକୁମିତ କରୁ ଏହା ହିଁ ଜନ୍ମଦିନରେ ଶୁଭକାମନା ।
Previous Post

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

Next Post

ଦାମଙ୍କ ଜାତି ଗଲା ପେଟ ପୂରିଲାନି

Next Post
ଦାମଙ୍କ ଜାତି ଗଲା ପେଟ ପୂରିଲାନି

ଦାମଙ୍କ ଜାତି ଗଲା ପେଟ ପୂରିଲାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA