Friday, February 20, 2026 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

by Our Correspondent
28 Jan, 2021- 11:02 PM
in Crime, Latest News, News
1 min read
0
ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହେବାକୁ ଯାଉଛି । ଝରାଫୁଲଙ୍କ ତଥାକଥିତ ବୟଫ୍ରେଣ୍ଡ୍
ହିଁ ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସିଦ୍ଧାନ୍ତରେ ପହଞ୍ଚିଛି । କମିଶନରେଟ୍ ପୁଲିସ ସହାୟତାରେ ଯାଜପୁର ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ସଂପୃକ୍ତ ଅଭିଯୁକ୍ତ ରାକେଶ ସ୍ୱାଇଁ ଓରଫ୍ ନନ୍ଦୁକୁ ତା’ ସୁନ୍ଦରପଦା ଘରୁ ଉଠାଇ ଆଣିଥିଲା । ଏୟାରଫିଲଡ୍ ଥାନାରେ ପଚରାଉଚୁରା କରାଯିବା ପରେ ତାକୁ ଗିରଫ କରାଯାଇଛି । ଆଜି ରାତିରେ ପୁଲିସ ତାକୁ ଯାଜପୁର ନେଇଯାଇଛି ।

ଝରାଫୁଲଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ବୋଲି ରାକେଶ ପୁଲିସ ଆଗରେ ସ୍ୱୀକାର କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ବିସ୍ତୃତ ତଥ୍ୟ ଓଗାଳୁଛି ପୁଲିସ । ରାକେଶଠାରୁ ସବୁ ସତ ବାହାର କଲା ପରେ ଯାଜପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇବ ।

ସୂଚନାଥାଉକି, ଗତକାଲି ସକାଳ ପ୍ରାୟ ୮ଟା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ରାସ୍ତାକଡରୁ ଝରାଫୁଲଙ୍କ ମୃତ ଶରୀର ଜବତ ହୋଇଥିଲା । ଦୁଇଜଣ ଯୁବକ ଏକ ସ୍କୁଟିରେ ଏହି ମୃତ ଶରୀରକୁ ଆଣି ସେଠାରେ ଫିଙ୍ଗି ଦେଇଥିଲେ । ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଏବଂ ଝରାଫୁଲଙ୍କ ବାପାଙ୍କ ବୟାନ ଆଧାରରେ କୁଆଖିଆ ପୁଲିସ ଛାନଭିନ୍ ଚଳାଇ ୧୮ ଘଣ୍ଟା ଭିତରେ ଅପରାଧୀଙ୍କ ଟେର୍ ପାଇଥିଲା । ସ୍କୁଟିରେ ଆସିଥିବା ଏହି ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ଆଜି ଯାଜପୁର ଏସଡିପିଓ ଗଣମାଧ୍ୟମକୁ କହିବାର କିଛି ସମୟ ମଧ୍ୟରେ ଭୁବନେଶ୍ୱରର ସୁନ୍ଦରପଦାରୁ ରାକେଶକୁ ଉଠାଇ ଆଣିଥିଲା ଏୟାରଫିଲଡ୍ ଥାନା ପୁଲିସ । ଝରାଫୁଲର ମୃତ ଶରୀରକୁ ସ୍କୁଟିରେ ଧରି ପଛରେ ବସିଥିବା ଯୁବକ ହେଉଛି ରାକେଶ । ସ୍କୁଟି ଚଳାଉଥିବା ବ୍ୟକ୍ତିଟି ତାର ଜଣେ ସହଯୋଗୀ ବୋଲି ଜଣାପଡ଼ିଛି ।

ଝରାଫୁଲଙ୍କ ବାପା ରମାକାନ୍ତ ନାୟକଙ୍କ କହିବାନୁଯାୟୀ, ଏଲ ଆଣ୍ଡ ଟି ରେ ପାଇପ୍ ମିସ୍ତ୍ରୀ କାମ କରୁଥିବା ରାକେଶ ସ୍ୱାଇଁ ତାଙ୍କ ଝିଅ ସହ ସମ୍ପର୍କ ରଖିଥିବା ନେଇ ସେ ଅବଗତ ଥିଲେ । ତାଙ୍କ ଗାଁରେ ପାଇପ୍ ଲାଇନ୍ କାମ କରୁଥିବା ରାକେଶ କୌଣସି ସୂତ୍ରରୁ ଝରାଫୁଲର ଫୋନ୍ ନମ୍ବର ଯୋଗାଡ଼ କରି ସମ୍ପର୍କ ସ୍ଥାପନ କରିଥିଲା । ଏ ବିଷୟ ଜାଣିବା ପରେ ସେ ଝିଅର ଫୋନ୍ ନମ୍ବର ବଦଳାଇବା ସହ ଗାଁରୁ ଅନ୍ୟତ୍ର(ମାମୁଁଘର) ନେଇଯାଇଥିଲେ । ତେବେ ତାହା ପରେ କେମିତି କ’ଣ ସମ୍ପର୍କ ଥିଲା ସେ ଜାଣିନାହାନ୍ତି ।

କଲେଜ ବନ୍ଦ ଥିବାରୁ ମୟୁରଭଞ୍ଜରେ ବାପାମାଆଙ୍କ ସହ ରହୁଥିବା ଝରାଫୁଲ ଭୁବନେଶ୍ୱରରେ ରହୁଥିବା ଧର୍ମ ଭଉଣୀଙ୍କ ଜନ୍ମଦିନରେ ଯୋଗଦେବାକୁ ୨୪ ତାରିଖରେ ଆସିଥିଲେ । ୨୬ ତାରିଖରେ ସେ ଘରକୁ ଫେରିବା ପାଇଁ ସକାଳେ ବସ୍ ରେ ବସିଥିଲେ ମଧ୍ୟ ବାଣୀବିହାରରେ ଓହ୍ଲାଇ ପଡ଼ିଥିଲେ । ତାଙ୍କ ପେଟ ଖରାପ ଥିବାରୁ ଯାଇପାରିଲେ ନାହିଁ ଏବଂ ସାଙ୍ଗ ସୋନାଲି ଘରେ ରହିଥିବା ରାତିରେ ଘରକୁ ଜଣାଇଥିଲେ । ତେବେ ତାହା ପରର ଘଟଣା ଥିଲା ରହସ୍ୟମୟ ।

Previous Post

ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

Next Post

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Next Post
ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA