Wednesday, March 4, 2026 03:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଡକାଏତ ବାବୁ; ଏମାନଙ୍କ ଗଡଫାଦର୍ କିଏ?

ସହକାରୀ ଯନ୍ତ୍ରୀଙ୍କ ଜଏଣ୍ଟ ଭେଞ୍ଚର୍

by Our Correspondent
30 Jul, 2025- 08:16 PM
in Crime, Latest News, News
1 min read
0
ଡକାଏତ ବାବୁ; ଏମାନଙ୍କ ଗଡଫାଦର୍ କିଏ?

ଭୁବନେଶ୍ୱର: ରାଜକିଶୋର ଜେନା । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗରେ ଚାକିରି । ଚାକିରି କାଳ ମାତ୍ର ୧୭ ବର୍ଷ ୧୦ ମାସ । ସେଥିରୁ ୫ ବର୍ଷ ମାସିକ ୫ ହଜାର ଦରମାରେ ଠିକା କନିଷ୍ଠ ଯନ୍ତ୍ରୀ(ଜେଇ) । କେନ୍ଦୁଝରରେ ୪ ମାସ ଏବଂ କଟକରେ ୧୨ ମାସକୁ ଛାଡ଼ି ଦେଲେ ସମୁଦାୟ ଚାକିରି ଜୀବନ ବିତିଛି ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନରେ । ଏହି ବାବୁଙ୍କର ବର୍ତ୍ତମାନ ଦରମା ହେଉଛି ୭୭ ହଜାର ୨୭ ଟଙ୍କା । ସୁତରାଂ ୧୨ ବର୍ଷର ନିୟମିତ ଚାକିରି କାଳରେ ମାସକୁ ଦରମା ୮୦ ହଜାର ବି ଛୁଇଁନି ।

ହେଲେ ସେ ସମ୍ପତ୍ତି କରିଛନ୍ତି- ଭୁବନେଶ୍ୱର ନିଳାଦ୍ରୀବିହାରରେ ରାଜପ୍ରସାଦ ସଦୃଶ ୩ ମହଲା କୋଠା । ଖଣ୍ଡଗିରି କସମୋପଲିସିରେ ୨ କୋଟି ମୂଲ୍ୟର ଗୋଟେ ଫ୍ଲାଟ୍ ଏବଂ ୭୦ ଲକ୍ଷ ମୂଲ୍ୟର ଆଉ ଗୋଟେ ଫ୍ଲାଟ୍, ପାହାଳ ଅଞ୍ଚଳରେ ଥିବା ସିମ୍ଫୋନି ମଲ୍ ରେ କୋଟିଏ ଟଙ୍କା ମୂଲ୍ୟର ଏକ ଦୋକାନ ଘର, କଳ୍ପନା ଛକ ନିକଟ ଉକ୍ରଳ କନିକା ଗ୍ୟାଲେରିଆ ମଲ୍ ରେ କୋଟିଏରୁ ଅଧିକ ମୂଲ୍ୟର ଆଉ ଏକ ଦୋକାନ ଘର, ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୯ଟି ପ୍ଲଟ୍, ଖୋର୍ଦ୍ଧାରେ ଗୋଟିଏ ପ୍ଲଟ୍, ନୟାଗଡ଼ରେ ୩ଟି ପ୍ଲଟ୍ । ଘରେ ରଖିଛନ୍ତି ୫୦ ଲକ୍ଷରୁ ଅଧିକ ଘରକରଣା ଜିନିଷ । ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ବୀମା ଏବଂ ବଣ୍ଡ । ମାଳ ମାଳ ସୁନା ଗହଣା ।

ଭିଜିଲାନସ ଟିମ୍ ଏହି କୋଟିପତି ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଖିଅ ଖୋଜୁଥିଲା ବେଳେ ତାଙ୍କର ସହଯୋଗୀ ଆଉ ଜଣେ କୋଟିପତି ବାବୁଙ୍କର ଆବିର୍ଭାବ ହୋଇଛି । ତାଙ୍କ ନାଁ ଅଶୋକ କୁମାର ପଣ୍ଡା । ଇଏ ବି ସେଇ ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ । ରାଜକିଶୋର ଜେନାଙ୍କ ଭଳି ତାଙ୍କର ସମ୍ପତ୍ତି ବି ତଦନ୍ତକାରୀ ଅଧିକାରୀମାନଙ୍କୁ ଟେରା କଲାଣି । ଭାଗିଦାରୀରେ ଉଭୟଙ୍କର ଚାଲିଛି ସମ୍ପତ୍ତି ଚାଷ । ବଡ଼ ବଡ଼ ମଲ୍ ରେ ଦୋକାନ ଘର କିଣି ନାମୀ ବ୍ରାଣ୍ଡର ଫ୍ରାଞ୍ଚାଇଜ୍ ବ୍ୟବସାୟ କରୁଛନ୍ତି ।

ଜେନା ବାବୁଙ୍କ ଭଳି ପଣ୍ଡା ବାବୁଙ୍କର ବି ସିମ୍ଫୋନି ମଲ୍ ରେ ଗୋଟେ ଏବଂ ଉକ୍ରଳ ଗ୍ୟାଲେରିଆରେ ଦୁଇଟି ଦୋକାନ ଘର ଅଛି । କ୍ରୋକୋଡାଇଲ୍, ବ୍ଲାକବେରି ଭଳି ନାମୀ ବ୍ରାଣ୍ଡର ଦୋକାନ ଖୋଲିଛନ୍ତି । କସମୋପଲିସରେ ଫୋର୍ ବିଏଚକେର ବିଳାସପୂର୍ଣ୍ଣ ଫ୍ଲାଟ୍ । ପଟିଆ ସୋମନାଥ ନଗରରେ ତାଙ୍କର ଆଉ ଏକ ଚାରି ମହଲାର ବିଳାସପୂର୍ଣ୍ଣ କୋଠା ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ତାଲିକା ଆହୁରି ଲମ୍ବିବ ବୋଲି ଅନୁମାନ କରାଯାଉଛି ।

ଗତକାଲି ରାଜକିଶୋରଙ୍କ ସମ୍ପତ୍ତିର ଖୋଳତାଡ଼ ବେଳେ ଉଭୟଙ୍କ ଜଏଣ୍ଟ ଭେଞ୍ଚରର ସନ୍ଧାନ ମିଳିବା ପରେ ଅଶୋକ ପଣ୍ଡା ଛାନିଆଁ ହୋଇଯାଇଥିଲେ । ଭିଜିଲାନସ୍ ତାଙ୍କ ଘରକୁ ପଶିଯିବା ଡରରେ କସମୋପଲିସରେ ରହୁଥିବା ଫ୍ଲାଟ୍ କୁ ଦିନତମାମ ଭିତରପଟୁ ବନ୍ଦ ରଖିଥିଲେ । ଆଜି ଭିଜିଲାନସ୍ ଅଧିକାରୀମାନେ ବାହାର ପଟୁ କବାଟ ବାଡ଼େଇବା ପରେ ସେ ନ ଖୋଲିବାରୁ ଘରକୁ ସିଲ୍ କରିବା ପାଇଁ ଯାଉଥିଲେ । ବିକଳରେ ପଣ୍ଡା କବାଟ ଖୋଲିଥିଲେ ମଧ୍ୟ ଝରକା ବାଟେ ବାହାରକୁ ଫିଙ୍ଗିଥିବା ଏକ ବ୍ୟାଗ୍ ଭିଜିଲାନସ ଆଖିରେ ପଡ଼ିଥିଲା । ସେଥିରେ ଥିଲା ୧ ଲକ୍ଷ ଟଙ୍କା, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଏବଂ ଏକ ଆଇଫୋନ୍ । ସେହି ଦସ୍ତାବିଜ୍ ରେ ସମ୍ପତ୍ତି ଖିଅ ରହିଥିବା ସନେ୍ଦହ କରାଯାଉଛି ।

ରାଜକିଶୋର ଜେନାଙ୍କ ଭଳି ଅଶୋକ ପଣ୍ଡା ମଧ୍ୟ ଭୁବନେଶ୍ୱରରେ ଆସ୍ଥାନ ଜମାଇଛନ୍ତି । ୧୮ ବର୍ଷର ଚାକିରି କାଳରୁ ୬ ବର୍ଷ ମାସିକ ୫ ହଜାର ଦରମାରେ ଠିକା କନିଷ୍ଠ ଯନ୍ତ୍ରୀ(ଜେଇ) ଥିଲେ । ୧୦ ବର୍ଷରୁ ଅଧିକ କାଳ କଟିଲାଣି ଭୁବନେଶ୍ୱରରେ ପୂର୍ତ୍ତବିଭାଗ ଡିଭିଜନ୍-୩ରେ । ତାଙ୍କର ବି ବଦଳି ହେଉନି । କରିତକର୍ମା ରାଜ-ଅଶୋକ ଯୋଡ଼ିଙ୍କ କମାଲ୍ ଏବେ ସାରା ଓଡ଼ିଶା ଦେଖୁଛି ।

ସମସ୍ତଙ୍କ ମନରେ ଏହି ପ୍ରଶ୍ନ, ଏମାନେ ଏତେ ସମ୍ପତ୍ତିର ମାଲିକ କେମିତି ବନିଲେ? ତାଙ୍କୁ ଏତେ ଟଙ୍କା କିଏ ଦେଉଥିଲେ? ଦବା ଲୋକର ଏମାନେ କେଉଁ କାମରେ ଲାଗୁଥିଲେ? ଏମାନଙ୍କ ସହ ଆଉ କିଏ କିଏ ଏହି ଟଙ୍କାର ଭାଗ ପାଉଥିଲେ? ଏଥିରେ ବଡ଼ବଡ଼ିଆଙ୍କର ଭାଗ ଅଛି ନା ନାହିଁ? ନିର୍ଦ୍ଦିଷ୍ଟ ଜାଗାରେ ଏମାନେ ଆସ୍ଥାନ ଜମାଇବା ପଛରେ କାହାର ଥିଲା ଆଶୀର୍ବାଦ? ସେମାନଙ୍କର ସେହି ଗଡଫାଦର୍ କିଏ? ସରକାରଙ୍କ କେଉଁ ସବୁ ପ୍ରକଳ୍ପରୁ ଟଙ୍କା ବାଟମାରଣା ହୋଇଛି? ଭିଜିଲାନସ୍ ସବୁ ଦିଗର ଖୋଳତାଡ଼ କରିବ କି? ରାଜ୍ୟ ସରକାର ଏହି ରାକେଟ୍ ର ଚେର ଖୋଜି ଦୁର୍ନୀତିଗ୍ରସ୍ତ ବାବୁ ଏବଂ ଗଡ଼ଫାଦରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି?

 

Previous Post

କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

Next Post

୩ଟି ଜିଲ୍ଲାର ୮ ବ୍ଲକ, ୮୧ ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ

Next Post
୩ଟି ଜିଲ୍ଲାର ୮ ବ୍ଲକ, ୮୧ ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ

୩ଟି ଜିଲ୍ଲାର ୮ ବ୍ଲକ, ୮୧ ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA