Tuesday, March 10, 2026 04:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

by Our Correspondent
24 Nov, 2025- 07:59 PM
in Latest News, News
1 min read
0
ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

ଭୁବନେଶ୍ୱର : ଡିଜିଟାଲ୍ ଦୃଶ୍ୟପଟ୍ଟରେ ସାମାଜିକ ପରିବେଶ ପୁନଃଚିନ୍ତନ ବର୍ତମାନ ପରିସ୍ଥିତିରେ ମଣିଷ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି । ବୈଷୟିକ ଜ୍ଞାନ କୌଶଳ କିଭଳି ଭାବରେ ଆମ ସମ୍ପର୍କକୁ ପରିବେଶ ସହ ଅଫଲାଇନ୍ ଏବଂ ଅନ୍‌ଲାଇନ୍‌ରେ ଯୋଡ଼ିବାରେ ଲାଗିଛି ସେହି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) , ସୋସାଇଟି ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌, ଆଗ୍ରା ଏବଂ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ୍ ଓଡ଼ିଶା, କୋରାପୁଟର ମିଳିତ ସହଭାଗିତାରେ ଦ୍ୱିତୀୟ ଇନଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ ହୋଇଛି । ସୋଆର କ୍ୟାମ୍ପସ – ୪ ସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଛି ‘ ରିଥିଙ୍କିଙ୍ଗ ସୋସିଆଲ୍ ଇକୋଲଜି ଇନ୍ ଏ ଡିଜିଟାଲ୍ ଲ୍ୟାଣ୍ଡସ୍କେପ୍‌’ ଅର୍ଥାତ ଡିଜିଟାଲ୍ ଦୃଶ୍ୟପଟ୍ଟରେ ସାମାଜିକ ପରିବେଶର ପୁନଃଚିନ୍ତନ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ସୋଆର ଗବେଷକ, ଛାତ୍ରଛାତ୍ରୀ ଏବଂ କୃଷି କ୍ଷେତ୍ରରେ ଗବେଷଣା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସହାୟକ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଣ୍ଡିଆନ୍ ରିସର୍ଚ୍ଚ ଜର୍ଣ୍ଣାଲ୍ ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌ର (ଆଇଆରଜେଇଇ) ୨୫ ବର୍ଷ ପୂର୍ତିୀ ଅବସରରେ ଲୋଗୋ ଉନ୍ମୋଚନ କରାଯାଇଥିଲା ।

ଏହି ଅବସରରେ ସୋସାଇଟି ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌, ଆଗ୍ରାର ସାଧାରଣ ସମ୍ପାଦକ ପ୍ରଫେସର ଜୀତେନ୍ଦ୍ର କୁମାର ଚୌହ୍ୱାନ୍‌, ଏସ୍‌ଇଇଏ ଏବଂ ଆଇଆର୍‌ଜେଇଇ ର ସଫଳତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ପଶ୍ଚିମ ବଂଗ ସ୍ଥିତ ଉତର ବଂଗ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବବ୍ରତ ବସୁ, ଜିବି ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲଜିର କୁଳପତି ପ୍ରଫେସର ଏମ୍‌. ଏସ୍ ଚୌହ୍ୱାନ୍‌, କୋରାପୁଟ ସ୍ଥିତ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଏନ୍‌.ସି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ, ମଣିଷ ଓ କୃଷି ଉପରେ ଏହାର ପ୍ରଭାବ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ଯୁଗରେ ସାମାଜିକ ଗଣମାଧ୍ୟମ ସହ ଖାପ ଖୁଆଇ ମଣିଷ କିଭଳି ଗତି କରୁଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ସୋସାଇଟି ଅଫ୍ ଏକ୍ସଟେନସନ୍ ଏଜୁକେସନ୍‌ର ସଭାପତି ତଥା ସେଂଟ୍ରାଲ୍ ଏଗ୍ରିକଲ୍‌ଚରାଲ ୟୁନିଭର୍ସିଟି (ସିଏୟୁ), ଇମ୍ଫାଲ୍‌ର ପୂର୍ବତନ କୁଳପତି ପ୍ରଫେସର ଏମ୍‌. ପ୍ରେମଜିତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏୟୁର କୁଳପତି ପ୍ରଫେସର ଅନୁପମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ ସୃ୍‌ଷ୍ଟି ହୋଇଥିବା ଆହ୍ୱାନ୍ ଓ ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଅନ୍‌ଲାଇନ୍‌ରେ ଯୋଡ଼ି ହୋଇଥିବା ମଣିଷ କିଭଳି ଅଫ୍‌ଲାଇନ୍‌ରେ ଉପୁଜୁଥିବା ପରିବେଶ ଜନିତ ସମସ୍ୟାର ସମାଧାନ କରିପାରିବ ସେ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଆଇଇଇସି ୨୦୨୫ର ଅର୍ଗାନାଇଜିଂ ସେକ୍ରେଟାରୀ କୌଶିକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ୩- ଦିନିଆ କାର୍ଯ୍ୟକ୍ରମର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଥିବା ବେଳେ ସହ ଅଧ୍ୟକ୍ଷ ଭାବେ ପ୍ରଫେସର ବିବୁଧ ପରାଶର ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଦୀପ୍ତ କୁମାର ନନ୍ଦ, ସେଂଟ୍ରାଲ୍ ୟୁନିଭର୍ସଟି ଅଫ୍ ଓଡ଼ିଶା, କୋରାପୁଟର କୁଳପତି ପ୍ରଫେସର ଏନ୍‌.ସି. ପଣ୍ଡା, ଜିବି ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲଜିର କୁଳପତି ପ୍ରଫେସର ଏମ୍‌. ଏସ୍‌. ଚୌହ୍ୱାନ୍‌, ସିଏୟୁ ଇମ୍ଫାଲ୍‌ର କୁଳପତି ପ୍ରଫେସର ଅନୁପମ ମିଶ୍ର, ଉତର ପ୍ରଦେଶ ମଥୁରା ସ୍ଥିତ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏମ୍‌.ବି ଛେତ୍ରି, କର୍ଣ୍ଣାଟକ ସ୍ଥିତ ରାୟଚୁର ସ୍ଥିତ ୟୁଏଏସ୍ ର ପୂର୍ବତନ କୁଳପତି ପ୍ରଫେସର ଏସ୍‌.କେ. ମେତି, କେରଳ ସ୍ଥିତ କାୟାମକୁଲମର କ୍ରିଷ୍ଣାପୁରମ୍ ସ୍ଥିତ ଆଇସିଏଆର୍ ସିପିସିଆରଆଇ ରିଜିଓନାଲ ଷ୍ଟେସନ୍‌ର ପ୍ରିନ୍ସିପାଲ୍ ସାଇନ୍‌ଟିଷ୍ଟ ଡକ୍ଟର ଅନୀଥାକୁମାରୀ ପି. ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡରେ ସମ୍ମାନିତ କରାଯାଇଥିବା ବେଳେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କୁ ଏସଇଇ ଫେଲୋ ଆୱାର୍ଡରେ ସମ୍ମାନିତ କରାଯାଇଛି ।

Previous Post

‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

Next Post

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

Next Post
କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA