ଭୁୁବନେଶ୍ୱର: ଆଗାମୀ ମହାଶିବରାତ୍ରୀରେ ଭକ୍ତମାନେ ନୂଆ ଅନୁଭବ ନେଇ ଏକାମ୍ରକ୍ଷେତ୍ରରୁ ଫେରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେଇଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ବଡି ଭୋର୍ ରୁ ଏକାମ୍ର କ୍ଷେତ୍ର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଜମି ଅଧିଗ୍ରହଣ ସରିଯାଇଥିବାରୁ ଶ୍ରୀ ପାଣ୍ଡିଆନ୍ ପ୍ରଶାସନର ତାରିଫ୍ କରିବା ସହ ନଭେମ୍ବର ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଡେଡଲାଇନ୍ ଦେଇଛନ୍ତି ।








