Monday, March 23, 2026 11:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୬ ବିଜେଡି ବିଧାୟକ ନିଲମ୍ବିତ

କ୍ରସ୍ ଭୋଟିଂ ଦଣ୍ଡ

by Our Correspondent
21 Mar, 2026- 08:10 PM
in Latest News, News, Politics
1 min read
0
୬ ବିଜେଡି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: କ୍ରସ୍ ଭୋଟିଂ ପାଇଁ ମିଳିଲା ଦଣ୍ଡ । ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା ବିଜେଡିର ୬ ବିଧାୟକଙ୍କୁ ଦଣ୍ଡ ମିଳିଛି । ବିଜେଡିରୁ ଆଜି ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ବିଧାୟକମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଏବଂ ଦେବୀ ରଞ୍ଜନ ତ୍ରିପାଠୀ । ରାଜ୍ୟସଭା ନିର୍ବାଚନରେ ଦଳର ହ୍ୱିପ୍ ଭାଙ୍ଗି ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ।

ସଂପୃକ୍ତ ବିଧାୟକମାନଙ୍କ ସଭ୍ୟପଦ ରବ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ ବୋଲି ଦଳର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ସଦସ୍ୟ ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ । ସେହିଭଳି ଡବଲ୍ ବ୍ୟାଲେଟ୍ ବ୍ୟବହାର କରିଥିବା ବିଜେପିର ଉପାସନା ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭୋଟକୁ ଅବୈଧ ଘୋଷଣା ପାଇଁ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ । ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ଏବଂ ଦୁଇ ବିଜେପି ବିଧାୟକଙ୍କ ଭୋଟ ଅବୈଧ ଘୋଷଣା ପାଇଁ ଆଇନଗତ ଲଢ଼େଇ କରାଯିବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

ଗତ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ପୂର୍ବ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଢ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ସମେତ ଉପରୋକ୍ତ ୬ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ୧୭ ତାରିଖରେ ଏହି ୬ ଜଣ ବିଧାୟକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ । ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉତ୍ତର ରଖିବାକୁ କୁହାଯାଇଥିଲା । କଣ୍ଟ ପୂରିବା ପୂର୍ବରୁ ଗତକାଲି ପ୍ରଥମେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉତ୍ତର ଦେଇଥିଲେ । ସେଥିରେ ପ୍ରମିଳା ମଲ୍ଲିକଙ୍କୁ ସେ କେସ୍ ଧମକ ଦେଇଥିଲେ । ସୋ କଜ୍ ନୋଟିସ୍ ପ୍ରତ୍ୟାହାର ନ କଲେ ଫୌଜଦାରୀ ମାମଲା ରୁଜୁ କରିବାକୁ ଧମକାଇ ଥିଲେ । ସମସ୍ତଙ୍କ ଉତ୍ତରକୁ ଗତକାଲି ଅନୁଷ୍ଠିତ ଦଳର ଶୃଙ୍ଖଳା କମିଟି ବୈଠକରେ ତର୍ଜମା କରାଯାଇ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ବିଚାର କରାଯାଇଥିଲା । ସେମାନଙ୍କୁ ଦଳରୁ ନିଲମ୍ବନ ପାଇଁ କମିଟି ସୁପାରିଶ କରିଥିଲେ । ଆଜି ସଂଧ୍ୟାରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ସୁପାରିଶକୁ ଗ୍ରହଣ କରାଯାଇଥିଲା ।

Previous Post

ବିଜୁ ଲିଗାସୀ ନା ବେଲୁ ଲିଗାସୀ?

Next Post

ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

Next Post
ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19174 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA