Wednesday, April 8, 2026 03:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫାଙ୍କିଦେଲେ ଡିଏଫଓ! ବିଦ୍ୟାଭାରତୀଙ୍କୁ ଜାଣିନାହାନ୍ତି !!

ସନ୍ଦେହ ଗଦାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ

by Our Correspondent
23 Jul, 2021- 07:52 PM
in Latest News, News
1 min read
0
ଫାଙ୍କିଦେଲେ ଡିଏଫଓ! ବିଦ୍ୟାଭାରତୀଙ୍କୁ ଜାଣିନାହାନ୍ତି !!

ଭୁବନେଶ୍ୱର: ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜାଣିନାହାନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା । ନିଆଁରେ ପୋଡ଼ି ଯାଇଥିବା ସୌମ୍ୟରଞ୍ଜନଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲ୍ ଅଣାଯାଇଥିବା ବେଳେ ସେ ହସ୍ପିଟାଲ୍ ବାରଣ୍ଡାରେ ପ୍ରଥମ ଥର ପାଇଁ କୁଆଡ଼େ ବିଦ୍ୟାଭାରତୀଙ୍କୁ ଦେଖିଥିଲେ । ଅତଏବ ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତିକୁ ତଦନ୍ତକାରୀ ପୁଲିସ ଆଗରେ ସିଧା ସିଧା ଫାଙ୍କି ଦେଇଛନ୍ତି ଡିଏଫଓ ।

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୧୧ ଦିନ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପୁଲିସ ଆଜି ଦୀର୍ଘ ସାଢ଼େ ୩ ଘଣ୍ଟା କାଳ ଜେରା କରିଥିଲା । ଏଇ ଡିଏଫଓ ହେଉଛନ୍ତି ମାମଲାର  ଅଭିଯୁକ୍ତ ନଂ-୨ । ସୌମ୍ୟଙ୍କ ମୃତ୍ୟୁର ପରଦିନ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବାବୁ ଓ ରୋଷେୟା ମନ୍ମଥଙ୍କ ବିରୋଧରେ ତାଙ୍କ ବାପା ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଣି ପୁଲିସରେ ଏତଲା ଦେଇଥିଲେ । ସୌମ୍ୟ ମୃତ୍ୟୁ ପରଠାରୁ ଡିଏଫଓ ଅଫିସ ଆସିବା ବନ୍ଦ କରିଦେଇଥିଲେ । ତାଙ୍କ ସରକାରୀ ବାସଭବନରେ ବି ନ ଥିଲେ । ମାତ୍ର ଆଜି ଏହି ଅଭିଯୁକ୍ତ ଡିଏଫଓଙ୍କୁ ପୁଲିସ ସୁରକ୍ଷା ବଳୟରେ ତାଙ୍କ ନିଜ ଅଫିସ୍ କୁ ନେଇ ପଚରାଉଚୁରା କରିଥିଲା ।

କେବଳ ଡିଏଫଓ ନୁହଁନ୍ତି ଘଟଣାଦିନ ସୌମ୍ୟରଞ୍ଜନଙ୍କ ଆମ୍ବୁଲାନସକୁ ବାଟରେ ଅଟକାଇଥିବା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ତଥା ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡା ଏବଂ ଆମ୍ବୁଲାନସ୍ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ତଦନ୍ତରୁ ଏହା ସ୍ପଷ୍ଟ ଯେ ସୌମ୍ୟ ଓ ପତ୍ନୀ ବିଦ୍ୟାଙ୍କ ମଧ୍ୟରେ ସମ୍ପର୍କ ବିଲକୁଲ ଭଲ ନ ଥିଲା । କାରଣ ପୂର୍ବରୁ ଜବତ ହୋଇଥିବା ବିଦ୍ୟାଙ୍କ ଡାଏରୀ ଓ ଆଜି ଜବତ ହୋଇଥିବା ସୌମ୍ୟଙ୍କ ଡାଏରୀ ସେମାନଙ୍କ ସମ୍ପର୍କର ପେଡି ଖୋଲିଦେଇଛି । ସୌମ୍ୟଙ୍କୁ ବିଦ୍ୟା ଅତ୍ୟନ୍ତ ଘୃଣା କରୁଥିଲେ ଏବଂ ତାଙ୍କଠାରୁ ମୁକ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଅପରପକ୍ଷରେ ବିଦ୍ୟାଙ୍କୁ ସୌମ୍ୟ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ଚାକିରି ଛାଡ଼ିଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।

ଯାହା ହେଉ ନା କାହିଁକି, ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ କଳାବାଦଲ ଘୋଟି ସାରିଥିଲା ଯାହା ଏବେ ସ୍ପଷ୍ଟ । ତେବେ କିଏ ସେହି କଳାବାଦଲ ତାହା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ନିର୍ଦ୍ଦିଷ୍ଟ ଭାବେ ଜୁଲାଇ ୧୨ରୁ ୧୫ ତାରିଖ କଳାଦିନ ବୋଲି ସେମାନଙ୍କ ଡାଏରୀରେ ଲେଖା ହେବା ଏବଂ ୧୨ ତାରିଖ ରାତିରେ ସୌମ୍ୟ ନିଆଁରେ ପୋଡି ହୋଇ ମରିବାକୁ କେହି ମାମୁଲି ଭାବେ ଗ୍ରହଣ କରିପାରୁନାହାନ୍ତି ।

ଏହି ସମଗ୍ର ମାମଲାରେ ସମସ୍ତଙ୍କ ମନକୁ କେତୋଟି ପ୍ରଶ୍ନ ଆନ୍ଦୋଳିତ କରୁଛି । ଆଶା, ପୁଲିସ ଏ ଦିଗ ଗୁଡ଼ିକୁ ଧ୍ୟାନ ଦେବ ।

  • ସୌମ୍ୟରଞ୍ଜନ ଜଳୁଥିବା ବେଳେ ବିଦ୍ୟାଭାରତୀ କରୁଥିଲେ କ’ଣ? କାରଣ ରୋଷେୟା ମନ୍ମଥ କହୁଛନ୍ତି, ସେ ଚିକ୍ରାର ଶୁଣି ସେଠାକୁ ଦୌଡ଼ି ଆସିଥିଲେ ଏବଂ ସୌମ୍ୟଙ୍କୁ ଜଳୁଥିବା ଦେଖି ବାଥରୁମ୍ ରୁ ପାଣି ଆଣି ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ପାଖରେ ବିଦ୍ୟା ଥିଲେ ମଧ୍ୟ ନିଆଁ ଲିଭାଇବା ବଦଳରେ ଚିତ୍କାର କରୁଥିଲେ । ରୋଷେୟାଙ୍କ ବୟାନ ସତ ହୋଇଥିଲେ ବିଦ୍ୟାଙ୍କ ଉପରେ ସନ୍ଦେହ ଆସିବା ସ୍ୱାଭାବିକ । ପୁଲିସ ଏ ଦିଗକୁ ଯାଇଛି ତ? ଅନ୍ୟପକ୍ଷରେ ବିଦ୍ୟାଙ୍କ ଚିତ୍କାର ଯଦି ରୋଷେୟାଙ୍କୁ ଶୁଭିଲା, ପାଖ ପଡୋଶୀଙ୍କୁ ଶୁଭିଲାନି କେମିତି? 
  • ରୋଷେୟାଙ୍କ କହିବାନୁଯାୟୀ ସୌମ୍ୟ ପୋଡ଼ି ହେଲା ବେଳେ ତାଙ୍କ ପାଟିରୁ କଥା ବାହାରୁ ନ ଥିଲା । ତେବେ କ’ଣ ସୌମ୍ୟ ନିଶାଶକ୍ତ ଅବସ୍ଥାରେ ପୋଡ଼ିଗଲେ ନା ଆଉ କିଛି?
  • ୮୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଥିବା ଜଣେ ଗୁରୁତର ବ୍ୟକ୍ତିଙ୍କୁ କେଉଁଠିକୁ ନେବାକୁ ପାରଳାଖେମୁଣ୍ଡି ଡାକ୍ତର ରେଫର୍ କରିଥିଲେ? କଟକ ବଡ଼ ଡାକ୍ତରଖାନା ନା ଆଉ କେଉଁଠିିକୁ?
  • ପାରଳାଖେମୁଣ୍ଡି ଡାକ୍ତରଖାନାରେ ସୌମ୍ୟଙ୍କୁ ରାତି ୯.୪୫ ରେ ଭର୍ତ୍ତି କରାଗଲା । ମାତ୍ର ସେଠାରୁ କଟକ ଛାଡ଼ିଲା ବେଳକୁ ରାତି ସାଢ଼େ ୧୧ ଟା ପରେ ହୋଇଯାଇଥିଲା । ଏଭଳି ଜଣେ ଗୁରୁତର ବ୍ୟକ୍ତିଙ୍କୁ ଏତେ ସମୟ ଯାଏଁ ସେଠାରେ ପକାଇ ରଖାଗଲା କାହିଁକି? ପୁଣି ଗୁରୁତର ପୋଡି ହୋଇଯାଇଥିବା ଏସିଏଫ୍ ରାଙ୍କ୍ ର ଜଣେ ଉଚ୍ଚ ଅଧିକାରୀଙ୍କୁ ଲାଇଫ୍ ସପୋର୍ଟ ବ୍ୟବସ୍ଥା ଥିବା ଆମ୍ବୁଲାସ୍ ଯୋଗେ କଟକ ଅଣା ନ ଯାଇ ୧୦୮ ଆମ୍ବୁଲାନସ୍ ରେ ଅଣାଗଲା କାହିଁକି?
  • ପାରଳାଖେମୁଣ୍ଡି ଡାକ୍ତରଖାନାରେ ନା ବାଟରେ ନା କଟକ ମେଡ଼ିକାଲ୍ ରେ ସୌମ୍ୟଙ୍କର ମୃତ୍ୟୁ ହେଲା? ଯଦି ପାରଳାଖେମୁଣ୍ଡିରେ ମରିଛନ୍ତି, କଟକ ପଠାଗଲା କାହିଁକି? ଆଉ ଯଦି କଟକରେ ମୃତ୍ୟୁ ହେଲା ସେଠାରେ ପୋଷ୍ଟମର୍ଟମ କରାଗଲା ନାହିଁ କାହିଁକି?
  • ସୌମ୍ୟ ତାଙ୍କ ସରକାରୀ ବାସଭବନରେ ଜଳିଥିଲେ ମଧ୍ୟ ପାଖରେ ଥିବା ପତ୍ନୀ କିମ୍ବା ତାଙ୍କ ଉପରିସ୍ଥ ଅଧିକାରୀ ପୁଲିସରେ ଏତଲା ଦେଇଥିଲେ କି? ଯଦି ଦେଇନାହାନ୍ତି, କାହିଁକି?
  • ସୌମ୍ୟ ନିଆଁରେ ପୋଡ଼ି ହେଲା ପରେ ତାଙ୍କର କ୍ୱାର୍ଟର୍ସ ଚାବି କିଏ କାହାକୁ ଦେଇଥିଲେ?
  • ଜୁଲାଇ ୧ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ବିଦ୍ୟାଭାରତୀ ଫୋନ୍ ରେ କାହା କାହା ସାଙ୍ଗରେ କଥା ହୋଇଥିଲେ ତାହାର କଲ୍ ରେକର୍ଡ ଯାଞ୍ଚ କରାଗଲାଣି କି?
  • ସୁରକ୍ଷା ପାଇଁ ଡିଏଫଓଙ୍କ ବାସଭବନର ଗୋଟିଏ ବଡ଼ ଗେଟ୍ ଥିଲେ ବି ପଛପଟେ କମ୍ ଉଚ୍ଚତାର ଆଉ ଗୋଟେ ଗେଟ୍ କେବେ ଖୋଲାଗଲା? କେଉଁ ପରିସ୍ଥିତିରେ ଏହାର ଆବଶ୍ୟକତା ପଡ଼ିଲା । ଗେଟ୍ ଖୋଲିବା ବାବଦରେ ଅର୍ଥ କେଉଁ ସ୍କିମ୍ ରୁ ଖର୍ଚ୍ଚ କରାଯାଇଥିଲା?
  • ବିଦ୍ୟାଭାରତୀ ବଲାଙ୍ଗୀର ଯାଇଥିବା ବେଳେ ବ୍ୟବହାର କରିଥିବା କାର୍ ଟି କାହାର ଓ କିଏ ତାହାକୁ ଡ୍ରାଇଭିଂ କରୁଥିଲେ?
  • ଡିଏଫଓଙ୍କ ରୋଷେୟାକୁ ପଚରାଯାଇଛି କି କେଉଁ ଦିନ ଡିଏଫଓ ବିଦ୍ୟାଭାରତୀଙ୍କ ଘରେ ଖାଆନ୍ତି କିମ୍ବା ବିଦ୍ୟାଭାରତୀ ରୋଷେଇ କରି ଡିଏଫଓଙ୍କ ପାଖକୁ ପଠାନ୍ତି ନା ନାହିଁ?
  • ବିଦ୍ୟାଭାରତୀ ଭୁବନେଶ୍ୱର କିମ୍ବା ତାଙ୍କ ବାପଘର ମୟୁରଭଞ୍ଜ ଯିବା ବେଳେ କେଉଁ ଗାଡ଼ିରେ ଯାଆନ୍ତି? ଡିଏଫଓଙ୍କ ଗାଡ଼ିରେ କେବେ ଯାଇଛନ୍ତି ନା ନାହିଁ?
  • ଡିଏଫଓଙ୍କ ସରକାରୀ ବାସଭବନରେ କାମ କରୁଥିବା କର୍ମଚାରୀଙ୍କୁ ବିଦ୍ୟାଭାରତୀଙ୍କ ବିଷୟରେ ପଚରାଗଲାଣି କି?
  • ଡିଏଫଓଙ୍କ ସହ ବିଦ୍ୟାଭାରତୀ ବାପାଙ୍କ ସମ୍ପର୍କ ଥିଲା ନା ନାହିଁ?
  • ଡିଏଫଓଙ୍କୁ ୩୬ ବର୍ଷ ହୋଇଥିଲେ ବି କାହିଁକି ଏ ପର୍ଯ୍ୟନ୍ତ ବାହା ହୋଇନାହାନ୍ତି? ପୁଲିସ ଏହାର ବି ଛାନଭିନ୍ କଲେଣି କି?
Previous Post

ପବିତ୍ର ନୀଳାଦ୍ରୀ ବିଜେର ସିଧା ପ୍ରସାରଣ | ୨୩ ଜୁଲାଇ, ୨୦୨୧

Next Post

କୋଭିଡ୍ ରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ୨ କୋଟି ୫୫ ଲକ୍ଷ ମଞ୍ଜୁର

Next Post
କୋଭିଡ୍ ରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ୨ କୋଟି ୫୫ ଲକ୍ଷ ମଞ୍ଜୁର

କୋଭିଡ୍ ରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ୨ କୋଟି ୫୫ ଲକ୍ଷ ମଞ୍ଜୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA