Saturday, February 21, 2026 10:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତାଙ୍କ ମନମାନି, ଦଳୀୟ ନେତାଙ୍କୁ ଅସମ୍ମାନ !

ବିଜେପି ମହଲରେ ତୀବ୍ର ପ୍ରତିକ୍ରିୟା

by Our Correspondent
15 Jul, 2022- 06:49 PM
in Latest News, News, Politics
1 min read
0
ଅପରାଜିତାଙ୍କ ମନମାନି, ଦଳୀୟ ନେତାଙ୍କୁ ଅସମ୍ମାନ !

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅହଂକାର ଓ ମନମାନି ବିଜେପିରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ସମାନ୍ତରାଳ ସଂଗଠନରେ ବିଶ୍ୱାସ ରଖୁଥିବା ଏହି ବିଜେପି ସାଂସଦ ନିଜର ଦଳୀୟ ସାଥୀ, ସହଯୋଗୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ତୀବ୍ର ହୋଇଛି । ସାଂସଦଙ୍କୁ ପାନେ ଦେବା ପାଇଁ ଶକ୍ତିଶାଳୀ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦଳୀୟ ସୂତ୍ରରୁ ଆଭାସ ମିଳିଛି ।

ଅପରାଜିତାଙ୍କ ମନମାନି ଏବଂ ଦଳୀୟ ନେତାଙ୍କୁ ଅସମ୍ମାନର ଦୁଇଟି ସଦ୍ୟତମ ଘଟଣା ବିଜେପି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ବୋଲଗଡ଼ରେ ଅନୁଷ୍ଠିତ ହୋଇଥିଲା । ବୈଠକର ମୁଖ୍ୟ ପୁରୋଧା ଥିଲେ ସାଂସଦ ମହୋଦୟା । ତାଙ୍କ ହିସାବକୁ ଡେଇଁ ସଭାମଞ୍ଚରେ ଚେୟାର ପଡ଼ିଥିବା ଦେଖି ସେ ପ୍ରଥମରୁ ଉତକ୍ଷିପ୍ତ ହୋଇପଡ଼ିଥିଲେ । ୬ ଟି ଚେୟାର ରଖି ଅନ୍ୟ ୩/୪ ଟି ଚେୟାର ହଟାଇ ଦେଇଥିଲେ । ଫଳରେ ପୂର୍ବତନ ସାଂଗଠନିକ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ପ୍ରବକ୍ତା ସୋନାଲି ସାହୁ ଏବଂ ଯତୀନ ମହାନ୍ତିଙ୍କ ଭଳି ବରିଷ୍ଠ ନେତାଙ୍କୁ ସଭାମଞ୍ଚ ତଳେ ଆସନ ମିଳିଥିଲା ।

ତେବେ ସେତିକିରେ କଥା ସରିଲାନି । ସାଂସଦ ତାଙ୍କ ପ୍ରାରମ୍ଭିକ ଭାଷଣରେ ଉପସ୍ଥିତ ନେତୃମଣ୍ଡଳୀଙ୍କ ନାଁ ସମ୍ବୋଦନ କରିଥିଲେ ମଧ୍ୟ ସୋନାଲି ସାହୁଙ୍କ ନାଁ ଧରି ନ ଥିଲେ । ଏହା ସୋନାଲିଙ୍କୁ ବାଧିବାରୁ ସେ ମାଇକ୍ରୋଫୋନ୍ ଭିଡ଼ିଆଣିଥିଲେ ଏବଂ ଧିସେଇଁ ହୋଇ ନିଜର ପରିଚୟ ଦେଇଥିଲେ । ଏଥିରେ ସାଂସଦ ଉତକ୍ଷିପ୍ତ ହୋଇ ସୋନାଲିଙ୍କ ଉଦ୍ଦେଶ୍ୟରେ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ ।

କହିଥିଲେ, କଂଗ୍ରେସରୁ ବିଜେପିକୁ ଆସିଥିବା ଅଧିକାଂଶ ଲୋକ ଏମିତି ବିଶୃଙ୍ଖଳିତ । କଂଗ୍ରେସର ଏହି ବିଶୃଙ୍ଖଳିତ ଚରିତ୍ର ଯୋଗୁଁ ସେ ସେହି ଦଳରେ ଯୋଗଦେବାକୁ ପ୍ରଥମେ ଅଫର୍ ପାଇଥିଲେ ମଧ୍ୟ ଗ୍ରହଣ କରି ନ ଥିଲେ । କଂଗ୍ରେସରୁ ଆସିଥିବା ନେତାମାନେ ଶୃଙ୍ଖଳା ଜ୍ଞାନ ଶିଖ ବୋଲି ସାଂସଦ କହିଥିଲେ । ସାଂସଦଙ୍କର ଏହି ମନ୍ତବ୍ୟ ସେଠାରେ ନିଆଁ ଲଗାଇ ଦେଇଥିଲା । ବୋଲଗଡ଼-ବେଗୁନିଆ ଅଞ୍ଚଳର ଅଧିକାଂଶ କର୍ମୀ ସାଂସଦଙ୍କ ଏହି ମନ୍ତବ୍ୟର ବିରୋଧ କରି ପ୍ରବଳ ହୋ ହଲ୍ଲା କରିଥିଲେ ଏବଂ ଚେୟାର ଫିଙ୍ଗା ଫୋପଡ଼ା କରି ପଳାଇ ଯାଇଥିଲେ ।

ଆଲୋଚନା ବେଳେ ମଧ୍ୟ ଅପରାଜିତା ଓ ସୋନାଲିଙ୍କ ମଧ୍ୟରେ ତୁ ତୁ ମେଁ ମେଁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜନୈତିକ ଚିଠା ପ୍ରସ୍ତାବରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଦୁଇଠି ପ୍ରସଙ୍ଗ ଯୋଡିବାକୁ ଚାହିଁଥିଲେ ସୋନାଲି । ମାତ୍ର ସୋନାଲିଙ୍କ ମୁହଁରୁ କଥା ନ ସରୁଣୁ ସାଂସଦ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ସେହିଭଳି, ଗତକାଲି ଅର୍ଥାତ୍ ୧୪ ତାରିଖରେ ଅପରାଜିତାଙ୍କ କୋଣାର୍କ ଗସ୍ତକୁ ଦଳୀୟ ମହଲରେ ଅସନ୍ତୋଷ ଦେଖାଦେଇଛି । କୋଣାର୍କ ସୁରକ୍ଷା ପରିଷଦ ଆମନ୍ତ୍ରଣରେ ସେଠାରେ ପଦଯାତ୍ରା ଏବଂ ସାଧାରଣ ସଭାରେ ଯୋଗଦେଇଥିଲେ । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଣାର୍କରେ ଏହିସବୁ କାର୍ଯ୍ୟକ୍ରମ ଭୁବନେଶ୍ୱର ସାଂସଦଙ୍କ ପ୍ରାୟୋଜିତ ଥିଲା ବୋଲି କୁହାଯାଉଛି ।

ରୋଚକ କଥା ହେଉଛି, ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମରେ ବିଜେପିର କୌଣସି ସ୍ଥାନୀୟ ନେତା କିମ୍ବା ନେତ୍ରୀଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା । ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା । ନିଜ ଅଞ୍ଚଳ ବାହାରେ ଅନୁପ୍ରବେଶ କରି ଅପରାଜିତା ନିଜର ଶକ୍ତି ଦେଖାଇବାକୁ ଉଦ୍ୟମ କରିଥିବା କୁହାଯାଉଛି । ଏହା ଶ୍ରୀମତୀ ପରିଡ଼ାଙ୍କ ସମେତ ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ଅପମାନିତ ଓ କ୍ରୋଧିତ କରିଥିବା ଜଣାପଡ଼ିଛି ।

ସୂଚନାଥାଉକି, ରାଜ୍ୟ ସାରା ବୁଲି ନିଜର ପ୍ରଚାର କରୁଥିବା ସାଂସଦ ଅପରାଜିତାଙ୍କୁ ରାଜ୍ୟ ବିଜେପିର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ଆନ୍ଦୋଳନରେ ଦର୍ଶନ ମିଳେନି । ଏହା ପଛରେ ତାଙ୍କର ଅହଂକାର ସ୍ୱଭାବକୁ କିଛି ନେତା ଦାୟୀ କରନ୍ତି । ଅନ୍ୟମାନଙ୍କୁ ଛୋଟ ଓ ଘୃଣା ଦୃଷ୍ଟିରେ ଦେଖୁଥିବାରୁ ସେ ଏଠିକା ଦଳୀୟ ସଂଗଠନରେ ସାମିଲ ନହୋଇ ୟୁଥ୍ ଫର ଆକ୍ସନ୍, ଅଜିତା ଭଳି ବିଭିନ୍ନ ସମାନ୍ତରାଳ ସଂଗଠନ ଗଢ଼ିଥିବା କୁହାଯାଏ । ସାଂସଦଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ଏହା ସହାୟକ ହେଉଥିବା ବେଳେ ଦଳୀୟ ଦୃଷ୍ଟିକୋଣରୁ ଏହା ସ୍ୱାର୍ଥ ଅନୁକୂଳ ହୋଇନାହିଁ ।

ସର୍ବୋପରି ଶକ୍ତିଶାଳୀ ଗୋଷ୍ଠୀକୁ ଚାଲେଂଜ ଏବଂ କର୍ମକର୍ତ୍ତାଙ୍କୁ ତାଙ୍କର ରୁକ୍ଷ ବ୍ୟବହାର ଯୋଗୁଁ ଦଳରେ ତାଙ୍କର ଗ୍ରହଣୀୟତା ଆଉ ନାହିଁ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ପ୍ରଚ୍ଛନ୍ନ ସହଯୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରୁଥିବା ଅପରାଜିତା ନିଜର ପତିଆରା ବଢ଼ାଇବା ପାଇଁ ଜାରି ରଖିଥିବା ଏହି ଅଭିଯାନ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଏହି ନେତାଜଣଙ୍କ କହିଛନ୍ତି ।

Previous Post

କାଲିଠାରୁ ମାଗଣା ବୁଷ୍ଟର ଡୋଜ୍

Next Post

ଶ୍ରେଷ୍ଠ ୧୦୦ରେ ନାହାନ୍ତି ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ

Next Post
ଶ୍ରେଷ୍ଠ ୧୦୦ରେ ନାହାନ୍ତି ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ

ଶ୍ରେଷ୍ଠ ୧୦୦ରେ ନାହାନ୍ତି ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA