Saturday, March 14, 2026 02:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ଛାଡ଼ି ବିଜେପି ଗଲେ ଅରିନ୍ଦମ

by Our Correspondent
15 Mar, 2024- 07:40 PM
in Latest News, News, Politics
1 min read
0
ବିଜେଡି ଛାଡ଼ି ବିଜେପି ଗଲେ ଅରିନ୍ଦମ

ଭୁବନେଶ୍ୱର: ଅଭିନେତାରୁ ନେତା ପାଲଟିଥିବା ଅରିନ୍ଦମ ରାୟ ଆଜି ବିଜେଡି ଛାଡ଼ି ବିଜେପି ହାତ ଧରିଛନ୍ତି । ବିଜେଡିରେ ସେ ଅସନ୍ତୁଷ୍ଟ ଥଲେ । ବିଜେପିରେ ଯୋଗଦେବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଆଜି ସେ ବିଜେଡିରୁ ଇସ୍ତଫା ଦେବାର ଅଧଘଣ୍ଟାଏ ଭିତରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଥିଲେ ।

ଅରିନ୍ଦମ ହେଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କର ଭିଣୋଇ । କଟକ ବିଜେଡି ରାଜନୀତିରେ ତାଙ୍କର ପ୍ରଭାବ ଥିଲା । କଟକ ବାରବାଟୀ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାଁ ବାରମ୍ବାର ଚର୍ଚ୍ଚା ହେଉଥିଲା । କଟକ ମେୟର ପ୍ରାର୍ଥୀ ଭାବେ ମଧ୍ୟ ତାଙ୍କ ନାଁ ଚର୍ଚ୍ଚାରେ ଥିଲା । ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେଥିପାଇଁ ତାଙ୍କ ମନରେ କ୍ଷୋଭ ଥିଲା ।

ସେ ବିଜେଡିି ଛାଡ଼ିବେ ବୋଲି ବହୁ ପୂର୍ବରୁ ସଙ୍କେତ ମିଳିସାରିଥିଲା । ଗତ କିଛି ମାସ ଭିତରେ ବିଜେପିର କିଛି ନେତାଙ୍କୁ ସାକ୍ଷାତ କରିବା ସହ ବିବାଦୀୟ ବୟାନ ଦେଉଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିଥିଲେ । କଟକ ବାଲିଯାତ୍ରା ବେଳେ ଏକ ଯୁବ ସମ୍ମିଳନୀର ଆୟୋଜନ କରିଥିଲେ । ସେଥିରେ ଦଳୀୟ ବ୍ୟାନର୍ ନ ଥିଲା କି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନ ଥିଲା । ଏହା ତାଙ୍କୁ ଅଧିକ ବିବାଦୀୟ କରିଥିଲା ।

ଆଜି ଅପରାହ୍ନରେ ଅରିନ୍ଦମ ବିଜେଡିରୁ ତାଙ୍କର ଇସ୍ତଫାପତ୍ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ । ସେଥିରେ ଇସ୍ତଫାର କାରଣ ଲେଖିଛନ୍ତି ।
୨୦୦୯ ମସିହାରୁ ସେ ବିଜେଡିରେ ସକ୍ରିୟ ରହି ଆସିଛନ୍ତି । ୨୦୧୪ ରୁ ଦଳର ଷ୍ଟାର୍ କ୍ୟାମ୍ପନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତୃଣମୂଳସ୍ତରରେ ସଂଗଠନ କାର୍ଯ୍ୟ କରିଛନ୍ତି । କଟକ, ତିର୍ତ୍ତୋଲ, ତିର୍ତ୍ତୋଲ ଉପନିର୍ବାଚନ, କୋରାପୁଟ ଜିଲ୍ଲା ପରିଷଦ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ବେଳେ କାମ କରିଛନ୍ତି । ଏହା ସତ୍ତ୍ୱେ ଦଳରେ ତାଙ୍କୁ ସ୍ୱୀକୃତି ମିଳିଲାନି । ସଭାପତିଙ୍କୁ ଭେଟିବାକୁ ବି ସୁଯୋଗ ମିଳିଲା ନାହିଁ । ବୋଧହୁଏ ଦଳରେ ଏକ ଜାଗା ପାଇଁ ଏବଂ ଆପଣଙ୍କୁ ଭେଟିବାର ଯୋଗ୍ୟତା ମୋ ପାଖରେ ନାହିଁ । ତେଣୁ ଦଳର ପଦପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଆଶା କରୁଛି, ଆପଣ ମୋର ଅବସ୍ଥା ବୁଝିବେ ଏବଂ ମୋ ଉପରେ କୌଣସି ରାଗ ରଖିବେ ନାହିଁ ବୋଲି ଲେଖିଛନ୍ତି ଅରିନ୍ଦମ ।

ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇବାର କେଇ ମିନିଟ୍ ପରେ ଅରିନ୍ଦମ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ଆସି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ଶ୍ରୀ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

 

Previous Post

୨୪ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି

Next Post

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

Next Post
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA