Friday, December 19, 2025 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

ପୁରୀରୁ ଆରମ୍ଭ ହେଲା ବିଜେଡିର ନିର୍ବାଚନୀ ସମରସଜ୍ଜା

by Our Correspondent
18 Mar, 2024- 08:21 PM
in Latest News, News, Politics
1 min read
0
ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଛି ବିଜେଡିର ନିର୍ବାଚନୀ ସମରସଜ୍ଜା । ସମୁଦାୟ ସଂସଦୀୟ କ୍ଷେତ୍ରରେ ଦଳର ସାଂଗଠନିକ ପ୍ରସ୍ତୁତିକୁ ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ବେଳେ ଦଳୀୟ ପ୍ରାର୍ଥୀତ୍ୱ ଉପରେ କସରତ୍ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱ ଏକରକମ ଚୂଡ଼ାନ୍ତ ହୋଇଛି । ବିଜେଡି ପାଇଁ ଅତ୍ୟନ୍ତ ମହତ୍ତ୍ୱ ରଖୁଥିବା ଏହି ଆସନରୁ ଅରୂପଙ୍କୁ ପ୍ରାର୍ଥୀ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରି ତାଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ସେହିଭଳି ଚିଲିକା ବିଧାନସଭା ଆସନରୁ ବାବା ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହୋଇପାରନ୍ତି ।

ଆଜି ମଧ୍ୟାହ୍ନରେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ଏବଂ ଏହାର ଅଧୀନସ୍ଥ ସବୁ ବିଧାୟକ, ସମ୍ଭାବ୍ୟ ପ୍ରାର୍ଥୀ ଏବଂ ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଥିଲେ ସୁପ୍ରିମୋ । ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପସ୍ଥିତିରେ ଅରୂପ ପଟ୍ଟନାୟକ ଏବଂ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ, ସଞ୍ଜୟ ଦାସବର୍ମା, ସୁନୀଲ ମହାନ୍ତି, ଶୁଭାଶିଷ ଖୁଣ୍ଟିଆ ଏବଂ ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଯୋଗଦେଇଥିଲେ । ଲୋକଙ୍କ ପାଖରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅତି ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ସସପେନ୍ସରେ ଥିବା ପୁରୀ ଲୋକସଭା ଆସନ ସମେତ ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭାର ଆସନର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ୍ନ୍ଦିଆଯାଇଛି । ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ, ପୁରୀ ବିଧାନସଭା ଆସନରୁ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା ଏବଂ ବ୍ରହ୍ମଗିରିରୁ ଉମା ସାମନ୍ତରାୟ ପ୍ରାର୍ଥୀ ହେବେ । ଏଥି ନେଇ ପୂର୍ବରୁ ରହିଥିବା ସମସ୍ତ ଦ୍ୱନ୍ଦ ଦୂର ହୋଇଛି । ତେବେ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ସଂସଦୀୟ କ୍ଷେତ୍ରରେ ବିଜେଡିର ପ୍ରଦର୍ଶନ ଦମଦାର କରିବା ପାଇଁ ଦଳର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ନିଜ ବିଧାନସଭା କ୍ଷେତ୍ର ନୟାଗଡ଼ ସମେତ ପୁରୀ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ବୁଝିବେ । ତାଙ୍କ ନେତୃତ୍ୱ ଓ କୌଶଳ ଦଳକୁ ଅଶେଷ ସଫଳତା ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ରଖିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ହେଉଛନ୍ତି ଡେଲାଙ୍ଗ ମାଟିର ପୁଅ । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଭାବେ ମୁମ୍ବାଇର ପୁଲିସ କମିସନର ଭାବେ କାର୍ଯ୍ୟ କରି ସେ କେବଳ ତାଙ୍କ ଜନ୍ମମାଟି ନୁହେଁ, ସମଗ୍ର ଓଡ଼ିଶା ପାଇଁ ଖ୍ୟାତି ଆଣିଥିଲେ । ବିଜେଡିରେ ଯୋଗଦେବାର ଖୁବ୍ କମ୍ ସମୟ ବ୍ୟବଧାନରେ ଗତଥର ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା । ହେଲେ ମାତ୍ର ୨୧ ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ତା’ ପରଠାରୁ ବିଜେଡିର ସାମାଜିକ ସଂଗଠନ “ଓଡ଼ିଶା ମୋ ପରିବାର’ର ଆବାହକ ଦାୟିତ୍ୱରେ ଅଛନ୍ତି । କ୍ୟାନସର ରୋଗୀଙ୍କ ପାଇଁ ତାଙ୍କର ପୁରୁଣା ସଂସ୍ଥା ‘କୋଣାର୍କ ଫାଉଣ୍ଡେସନ୍’ ମଧ୍ୟ କାର୍ଯ୍ୟ କରୁଛି ।

ଅଂଶୁମାନ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ!

ପୁରୀ ଆଲୋଚନା ସରିବା ପରେ ସଂଧ୍ୟାରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଏବଂ ଅଧୀନସ୍ଥ ବିଧାନସଭା କ୍ଷେତ୍ରର ବିଧାୟକ, ସମ୍ଭାବ୍ୟ ପ୍ରାର୍ଥୀ ଏବଂ ପର୍ଯ୍ୟବେକ୍ଷକଙ୍କ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ଉପସ୍ଥିତିରେ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍, ସମ୍ଭାବ୍ୟ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ଏବଂ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ଆସନରୁ ପ୍ରାର୍ଥୀ କରିବା ପାଇଁ ଗ୍ରୀନ୍ ସିଗନାଲ୍ ଦିଆଯାଇଥିବା କୁହାଯାଉଛି । ତେବେ ଏ ନେଇ ସଠିକ୍ ସୂଚନା ମିଳିପାରିନାହିଁ ।

Previous Post

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

Next Post

ଆଦିବାସୀଙ୍କ ବିକାଶର ହିସାବ ଦେଲା ବିଜେଡି

Next Post
ଆଦିବାସୀଙ୍କ ବିକାଶର ହିସାବ ଦେଲା ବିଜେଡି

ଆଦିବାସୀଙ୍କ ବିକାଶର ହିସାବ ଦେଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19130 shares
    Share 7652 Tweet 4783
  • ନବୀନ..ନବୀନ, ମୋହନ..ମୋହନ

    16590 shares
    Share 6636 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5809 shares
    Share 2324 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5479 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA