Wednesday, March 4, 2026 03:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଶ୍ୱେଶ୍ୱରଙ୍କ ମାଡ଼, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୁଜବ

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାଇଁ?

by Our Correspondent
23 Jan, 2022- 09:53 PM
in Latest News, News
1 min read
0
ବିଶ୍ୱେଶ୍ୱରଙ୍କ ମାଡ଼, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୁଜବ

ଭୁୁବନେଶ୍ୱର: ଦୁଇଟିଯାକ ସାଂଘାତିକ ଘଟଣା ।

ଜିଲ୍ଲାସ୍ତରର ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପିଟି ପିଟି ରକ୍ତାକ୍ତ କରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଦୁଇ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି । ଇତିମଧ୍ୟରେ ସଂପୃକ୍ତ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକପୂର୍ଣ୍ଣ ଫୋନ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ମାଡ଼ ଅଭିଯୋଗ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସଫେଇ ମଧ୍ୟ ଭାଇରାଲ୍ ହୋଇଛି । କେନ୍ଦ୍ରମନ୍ତ୍ରୀ କେତେ ସଂସ୍କାରୀ, କେତେ ନିଦେ୍ର୍ଦାଷ ଏହି ଦୁଇଟିଯାକ ଭାଇରାଲ୍ ଅଡ଼ିଓ ହିଁ ସ୍ପଷ୍ଟ ବୟାନ କରୁଛି । ମାତ୍ର ଏହି ମାମଲାରେ ଏ ପର୍ଯ୍ୟନ୍ତ ପୁଲିସର ଆକ୍ସନ୍ ନାହିଁ ।

ଦ୍ୱିତୀୟ ଘଟଣାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ । କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁନର୍ବାର ଗୁଜବ ପ୍ରଚାରରେ ମାତିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ରଚିବା ବହୁତ ବଡ଼ ସାଂଘାତିକ କଥା । ମାତ୍ର ଗୁଜବ ସୃଷ୍ଟିକାରୀ ନିର୍ବିଘ୍ନରେ ବାରମ୍ବାର ଏଭଳି ଗୁଜବ ପ୍ରଚାର କରୁଛନ୍ତି । ଏହି ଗୁଜବରେ ସତ୍ୟତା ନ ଥିବା କୁହାଯାଉଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ ।

ଏହି ଦୁଇଟିଯାକ ଘଟଣାରେ ରାଜ୍ୟ ସରକାରଙ୍କ ନିରବତା ଏବଂ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଲାଣି । ପ୍ରଥମ ଘଟଣାରେ ଅଭିଯୁକ୍ତ ବ୍ୟକ୍ତିଜଣଙ୍କ କେନ୍ଦ୍ରମନ୍ତ୍ରୀ ବୋଲି ରାଜ୍ୟ ସରକାର ଓ ତାଙ୍କ ପୁଲିସ ବାବୁମାନେ ଲାଙ୍ଗୁଡ଼ ଜାକି ଦେଇନାହାନ୍ତି ତ? ଦୁଇ ଦଳର ଭିତିରିଆ ପ୍ରେମରେ ସରକାରୀ ଅଧିକାରୀ ବଳି ପଡ଼ିନାହାନ୍ତି ତ?

କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଲା ଦିନଠାରୁ ବିଶ୍ୱେଶ୍ୱର ବାବୁ କଥାକଥାକେ ସରକାରୀ ଅଧିକାରୀଙ୍କୁ ଧମକ, ନାଲି ଆଖି ଦେଖାଇ ଚାଲିଛନ୍ତି । ମାତ୍ର ଏଥର ଅଧିକାରୀଙ୍କୁ ସଟର ପକାଇ ଭିତରେ ନିସ୍ତୁକ ପିଟିବା ଅଭିଯୋଗ ଉପରେ ସରକାରୀସ୍ତରରେ ସେଭଳି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ତାହାହେଲେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଯାହା ଦାବି କରୁଛନ୍ତି ତାହାକୁ ସତ ବୋଲି ମାନିନେବା ଉଚିତ୍ ହେବ କି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ଘଟଣାରେ ବିଜେଡ଼ି ଆଜି ପ୍ରତିକ୍ରିୟା ରଖିଛି । କେନ୍ଦ୍ରମନ୍ତ୍ରୀଙ୍କ ଏଦାଦୃଶ ଆଚରଣକୁ କଡ଼ା ନିନ୍ଦା କରିବା ସହ ତାଙ୍କ ବହିଷ୍କାର ଦାବି କରିଛି । କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି ।

ଦ୍ୱିତୀୟ ସମ୍ବେଦନଶୀଳ ଘଟଣାରେ ଗୁଜବ ସୃଷ୍ଟିକାରୀଙ୍କ ପ୍ରତି ପୁଲିସର ଦରଦପଣ ପଛର କାରଣ ମଧ୍ୟ ଅସ୍ପଷ୍ଟ । ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ପୁଲିସ ହାତ ଟେକିଦେବା ସମସ୍ତଙ୍କୁ ଆଚମ୍ବିତ କରୁଛି । ମାହାଙ୍ଗା ଡବଲ୍ ମର୍ଡର ଏବଂ ମମିତା ମେହେର ହତ୍ୟାକାଣ୍ଡର ନିନ୍ଦା ଅପବାଦ ଧରିଥିବା ରାଜ୍ୟ ପୁଲିସର ମନୋବଳ ଦୁର୍ବଳ ହୋଇପଡ଼ିଛି କି ବୋଲି ଜାଣିବା ଶୁଣିବା ମହଲ ପ୍ରଶ୍ନ କଲେଣି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅତୀତରେ ବହୁତ ଗୁଜବ ଖେଳାଯାଇଛି । ଗତ ସାଧାରଣ ନିର୍ବାଚନର ବହୁତ ପୂର୍ବରୁ ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଥିଲା ଏବଂ ବୈଜୟନ୍ତ ପଣ୍ଡା ଏହାର ସୃଷ୍ଟିକର୍ତ୍ତା ଥିଲେ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା । ବୈଜୟନ୍ତଙ୍କୁ ଏଥିପାଇଁ ଶାସ୍ତି ବି ମିଳିଥିଲା ।

ତେବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବେଳକାଳ ଦେଖି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର ଏବଂ ହୀନ ଟିପ୍ପଣୀ ଜାରି ରଖିଛନ୍ତି । ଲୋକଙ୍କୁ ବିଭ୍ରାନ୍ତିରେ ପକାଇବାର ସହଜ ରାସ୍ତା ମନେ କରି ସୋସିଆଲ୍ ମିଡ଼ିଆକୁ ସେମାନେ ମନ୍ଦ ଉଦେ୍ଦଶ୍ୟରେ ଅପବ୍ୟବହାର କରୁଛନ୍ତି । ସରକାରୀ ବ୍ୟବସ୍ଥା ଏସବୁ ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିବା ଆହୁରି ସାଂଘାତିକ କଥା ।

Previous Post

ବିରୋଧୀଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ: ନବୀନ

Next Post

ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

Next Post
ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA