Friday, March 13, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ବିଜେପି ସହ ଯିଏ ସମ୍ପର୍କରେ ଅଛ ପଳାଅ’

ମୋକିମ୍ ଙ୍କୁ ଭକ୍ତଙ୍କ ଜବାବ

by Our Correspondent
14 Dec, 2025- 11:13 PM
in Latest News, News, Politics
1 min read
0
‘ବିଜେପି ସହ ଯିଏ ସମ୍ପର୍କରେ ଅଛ ପଳାଅ’

ଭୁବନେଶ୍ୱର: ବିଜେପି ସହ ଯିଏ ବି ଯୋଡ଼ି ହୋଇ ଅଛନ୍ତି, ସେଭଳି ଲୋକ ବିଜେପିକୁ ଚାଲିଯାଆନ୍ତୁ । ବିଦ୍ରୋହୀ ନେତା ମହମ୍ମଦ ମୋକିମ୍ ଙ୍କୁ ଲକ୍ଷ୍ୟ କରି ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଟିପ୍ପଣୀ ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ମୋକିମ୍ ଙ୍କ ଚିଠିକୁ ନେଇ ନିରବ ଥିବା ଭକ୍ତ ଆଜି ଦିଲ୍ଲୀରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ତାଙ୍କ ସମ୍ପର୍କରେ ମୋକିମ୍ ଯାହା ଲେଖିଛନ୍ତି ତାହାକୁ ସେ ଖାତିର କରିନାହାନ୍ତି । ଦଳର ଦୁଇ ଶୀର୍ଷ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ପ୍ରତି ମୋକିମଙ୍କ ଆକ୍ଷେପର ସେ କିନ୍ତୁ କଡ଼ା ଜବାବ ଦେଇଛନ୍ତି ।

ଭକ୍ତ କହିଛନ୍ତି, କଂଗ୍ରେସମୁକ୍ତ ଭାରତ ନିର୍ମାଣ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବେଳେ ରାହୁଲ ଗାନ୍ଧୀ କଠିନ ପରିଶ୍ରମ କରି କଂଗ୍ରେସକୁ ଆଗକୁ ନେଉଛନ୍ତି । ତାଙ୍କର ନିଷ୍ଠା ଓ ପରିଶ୍ରମ ବେକାର ଯାଇନି । ଆଜି ମଧ୍ୟ ଲୋକସଭାରେ ୯୯ ଏମପି ଅଛନ୍ତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏହି ଯାତ୍ରାରୁ ଆସିଛନ୍ତି । କଂଗ୍ରେସ ପାଇଁ ତାଙ୍କର ତ୍ୟାଗ, ସମର୍ପଣକୁ କେହି ପ୍ରଶ୍ନ କରିପାରିବେନି । ଜୀବନ ତମାମ କଂଗ୍ରେସ ପାଇଁ ତାଙ୍କର ସଂଘର୍ଷ ଜାରି ରହିଛି । ଯାହାଙ୍କର କଂଗ୍ରେସ ପ୍ରତି ସାମାନ୍ୟତମ ଅବଦାନ ନାହିଁ ସେମାନେ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ । ରାହୁଲ ଓ ଖଡ଼ଗେଙ୍କ ଭଳି ନିଷ୍ଠାବାନ ନେତାଙ୍କ ଉପରକୁ ଅଙ୍ଗୁଳି ଉଠାଇବାର ସାମାନ୍ୟତମ ଯୋଗ୍ୟତା ବି ଏମାନଙ୍କର ନାହିଁ । କଂଗ୍ରେସକୁ ମାର୍ଗଦର୍ଶନ କରିବାରେ ବୟସ କେବେହେଲେ ବାଧକ ନୁହେଁ । ସେଥିପାଇଁ ପରିଶ୍ରମ ଓ ନିଷ୍ଠା ଦରକାର ବୋଲି ଭକ୍ତ ବୁଝାଇ ଦେଇଛନ୍ତି ।

ସେ ନିଜେ ଦୈନିକ ୩୦ରୁ ୪୦ କିମି ଚାଲୁଛନ୍ତି ବୋଲି ଭକ୍ତ କହିବା ସହ ଅଙ୍ଗୁଳି ଉଠାଇବା ଲୋକ ୫ କିଲୋମିଟର ଚାଲିକି ଦେଖାନ୍ତୁ ତ ବୋଲି ଆହ୍ୱାନ ଦେଇଛନ୍ତି ।

ସୂଚନାଥାଉକି, ଭକ୍ତଙ୍କ ନେତୃତ୍ୱକୁ ଖୋଲା ଚାଲେଞ୍ଜ କରିଥିଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ସେ ଭକ୍ତଙ୍କ ଧଜିଆ ଉଡ଼ାଇଥିଲେ । ଲଗାତର ତିନିଥର ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସର ନେତୃତ୍ୱ ଦିଆଯାଇଛି । ତାଙ୍କର ରାଜନୈତିକ ଚିନ୍ତାଧାରା କଂଗ୍ରେସଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରି ଦଳରେ ଅଶାନ୍ତି ସୃଷ୍ଟି କରିଛନ୍ତି । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟରେ ହାରିଲା । ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ମଧ୍ୟ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ହେଲା । ନିଜ ସଂସଦୀୟ କ୍ଷେତ୍ର ଯେଉଁଠି ତାଙ୍କୁ ବିଶ୍ୱାସ କରୁନି, ସାରା ରାଜ୍ୟର କର୍ମୀମାନେ କିଭଳି ବିଶ୍ୱାସ କରିବେ? ସେଭଳି ବ୍ୟକ୍ତି ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ପାଇଁ ସମର୍ଥ ନୁହଁନ୍ତି ବୋଲି ମୋକିମ୍ ଦର୍ଶାଇଥିଲେ ।

ଅନ୍ୟପକ୍ଷରେ ମହାରାଷ୍ଟ୍ର, ହରିଆନା, ବିହାର ଓ ୟୁପି କଥା ଉଠାଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଚାଲେଞ୍ଜ କରିଥିଲେ ମୋକିମ୍ । କଂଗ୍ରେସକୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁନାହାନ୍ତି । ସେ ବିଧାୟକ ଥିଲା ବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ରାହୁଲଙ୍କୁ ଦେଖାକରିପାରିଲେନି । ସମଗ୍ର ଦେଶରେ କଂଗ୍ରେସରେ ଆଜି ଏହି ଅବସ୍ଥା । ଖଡ଼ଗେଙ୍କୁ ୮୩ ବର୍ଷ ହେଲାଣି । ସେ କିଭଳି ଯୁବବର୍ଗଙ୍କୁ ନେତୃତ୍ୱ ଦେବେ ବୋଲି ମୋକିମ୍ ପ୍ରଶ୍ନ କରିଥିଲେ ।

ମୋକିମ୍ ଙ୍କ ଚିଠିକୁ ନେଇ ହାଇକମାଣ୍ଡ କ୍ଷୁବ୍ଧ ହୋଇଥିବା ଶୁଣାଯାଉଥିବା ବେଳେ ଦିଲ୍ଲୀ ଗସ୍ତରେ ଥିବା ଭକ୍ତ ଆଜି ମିଡିଆ ଆଗରେ ମୁହଁ ଖୋଲିବା ଏବଂ ମୋକିମ୍ ଙ୍କୁ ବିଜେପି ପଳେଇଯିବାକୁ ପରୋକ୍ଷରେ ଆହ୍ୱାନ ଦେବା ସ୍ପଷ୍ଟ ସଙ୍କେତ ଦେଉଛି । ମୋକିମ୍ ଙ୍କ ଉପରେ ଯେ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳୁଛି । ତେବେ ଭକ୍ତଙ୍କ ଟିପ୍ପଣୀ ଉପରେ ମୋକିମ୍ ଙ୍କର ପ୍ରତିକ୍ରିୟା ଆସିନାହିଁ ।

Previous Post

ସିଏ ନେବେନି, ୟାଙ୍କୁୁ ଅଣ୍ଟିବନି

Next Post

କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

Next Post
କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA