ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁର ସହରକୁ ଉଡ଼ିଛି ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ । ଇଣ୍ଡିଆୱାନ୍ ଏୟାର ବିମାନ ସପ୍ତାହରେ ୬ ଦିନ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ାଣ କରିବ । ଏହି ବିମାନ ନିୟମିତ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ବିଶାଖାପାଟଣା ଯିବ ଏବଂ ବିଶାଖାପାଟଣାରୁ ଜୟପୁର ହୋଇ ଭୁବନେଶ୍ୱର ଫେରିବ ।








