Tuesday, March 10, 2026 09:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଏ ପାପୀ: ନବୀନ ନା ବିଜୟ?

ପ୍ରସଙ୍ଗ: ବିଜୁ ବାବୁଙ୍କ ଅସ୍ଥି ବିସର୍ଜନ

by Our Correspondent
12 Mar, 2025- 10:39 AM
in Latest News, News, Politics
1 min read
0
କିଏ ପାପୀ: ନବୀନ ନା ବିଜୟ?

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁର ଅଢ଼େଇ ଦଶନ୍ଧି ପରେ ତାଙ୍କ ଅସ୍ଥି ବିସର୍ଜନର କାହାଣୀ କହିଛନ୍ତି ବିଜୟ ମହାପାତ୍ର । ବିଧାୟକ ବାବୁ ସିଂ ପ୍ରଥମେ କଥାଟି ସାମନାକୁ ଆଣିଲେ ଏବଂ ବିଜୟ ବାବୁ ସେଥିରେ ହଁ ଭରି ସୁନ୍ଦର ବ୍ୟାଖ୍ୟା କଲେ । ଯେମିତିକି..ତାଙ୍କ ଘରେ ବିଜୁ ବାବୁଙ୍କ ଅସ୍ଥି(ଆତ୍ମା) ଉତ୍ପାତ କରୁଥିଲା । ତା’ର ପ୍ରକୋପରେ ଶୂନ୍ୟଟାରେ କବାଟ ବାଡ଼େଇ ହେଉଥିଲା । ଦୁଆରେ ସୁଁ ସୁଁ ପବନ ବହୁଥିଲା । ଏଥିରେ ଛାନିଆଁ ହୋଇ ବିଜୟ ବାବୁ ପଣ୍ଡିତଙ୍କ ସହ ପରାମର୍ଶ କଲେ । ପଣ୍ଡିତଙ୍କ ପରାମର୍ଶକ୍ରମେ ପ୍ରୟାଗରାଜରେ ଅସ୍ଥି ବିସର୍ଜନ ପାଇଁ ଗଲେ । ତେବେ ତାଙ୍କଠାରେ ବିଜୁ ବାବୁଙ୍କ ଅସ୍ଥି ଏମିତି ସବାର ହୋଇଥିଲା ଯେ ତାଙ୍କୁ ଛାଡ଼ି ଯିବାକୁ ଚାହୁଁ ନ ଥିଲା । ସେଥିଲାଗି ଅସ୍ଥି ରହିଥିବା ତମ୍ବା ପାତ୍ର ବୁଡ଼ିବା ପାଇଁ ଅଧଘଣ୍ଟାଏ ସମୟ ଲାଗିଗଲା ।

ବିଜୁ ବାବୁଙ୍କ ପ୍ରତି ବିଜେପି ସରକାରଙ୍କ ଅନାସକ୍ତ ଓ ଅସମ୍ମାନ ଭାବ ଅଭିଯୋଗ ପରିପ୍ରେକ୍ଷୀରେ ବିଜୟ ମହାପାତ୍ର ଗୋଟେ ନିଶ୍ୱାସରେ ବିଜୁ ବାବୁଙ୍କ ଅତୃପ୍ତ ଆତ୍ମା ବା ଅସ୍ଥି କାହାଣୀ ଶୁଣାଇଛନ୍ତି । ସମୁଦାୟ ପ୍ରକରଣରେ ଏହା ସେ ଜଣାଇବାକୁ ଚାହିଁଛନ୍ତି କି ଗୋଟାପଣେ ବିଜୁ ବାବୁ ଥିଲେ ତାଙ୍କର । ତାଙ୍କୁ ପ୍ରବଳ ଭଲ ପାଉଥିଲେ । ସମାନ ଭାବରେ ବିଜୁ ବାବୁଙ୍କ ପ୍ରତି ତାଙ୍କର ପ୍ରବଳ ସ୍ନେହ ଓ ସମ୍ମାନ ଥିଲା ।

ତାଙ୍କ କଥାର ଅନ୍ୟ ଇଙ୍ଗିତଟି ହେଲା- ପୁଅ ନବୀନଙ୍କର ବାପାଙ୍କ ପ୍ରତି ବୈରାଗ୍ୟ ମନୋଭାବ ଥିଲା । ସେଥିପାଇଁ ବିଜୁ ବାବୁଙ୍କ ଶେଷ ଜୀବନରେ ନା ସେ ପୁଅକୁ ଲୋଡ଼ିଥିଲେ ନା ପୁଅ ତାଙ୍କୁ ଲୋଡ଼ିଥିଲେ । ସେଥିପାଇଁ ତାଙ୍କର ଅସ୍ଥି ବିସର୍ଜନର ସୌଭାଗ୍ୟ ସେ( ବିଜୟ ମହାପାତ୍ର) ପାଇଥିଲେ । ଅସ୍ଥି ବିସର୍ଜନରେ ବହୁ ବିଳମ୍ବ ହେବାରୁ ତାହା ଉତ୍ପାତ କଲା ଏବଂ ବିଜୟ ବାବୁ ଅସ୍ଥିକୁ ତ୍ରିବେଣୀ ସଙ୍ଗମରେ ପକାଇ ମୋକ୍ଷପ୍ରାପ୍ତି କଲେ ।

ହିନ୍ଦୁ ଧର୍ମରେ ଅସ୍ଥି ବିସର୍ଜନକୁ ଏକ ପୂଣ୍ୟ କାମ ବୋଲି ବିବେଚନା କରାଯାଏ । ଯଦି ବିଜୟ ମହାପାତ୍ରଙ୍କ କଥା ସତ, ତେବେ ନିଶ୍ଚିତ ଭାବେ ସେ ପୂଣ୍ୟ କାମ କରିଛନ୍ତି । ମାତ୍ର ନବୀନ ବାବୁ ନିଜ ବାପାଙ୍କୁ ଶେଷ ଜୀବନରେ ନ ପଚାରିବା ଏବଂ ମୃତ୍ୟୁ ପରେ ଅସ୍ଥି ବିସର୍ଜନ ନ କରିବା ଏକ ମସ୍ତବଡ଼ ପାପ ବୋଲି କୁହାଯିବ ।

ଅତଏବ, ପୂଣ୍ୟ କାମ ପାଇଁ ବିଜୟ ମହାପାତ୍ରଙ୍କ ଉପରେ ବିଜୁ ବାବୁଙ୍କର ଭରପୂର ଆଶୀର୍ବାଦ ରହିବା କଥା । ଆଉ ନବୀନ ବାବୁଙ୍କ ଉପରେ ବାପା ବିଜୁ ବାବୁଙ୍କର ଭରପୂର ଅଭିଶାପ ରହିବା କଥା । ତାଙ୍କ ଭଳି ପୁଅ ଜୀବନରେ କେବେ ଭଲ ହୋଇପାରିବା କଥା ନୁହେଁ । କଷ୍ଟ ଯନ୍ତ୍ରଣାରେ ଦିନ କାଟିବା କଥା ।

ମାତ୍ର ବାସ୍ତବରେ ହେଲା କ’ଣ?

ବିଜୟ ମହାପାତ୍ରଙ୍କର ରାଜନୈତିକ ଜୀବନ ଖତମ୍ ହୋଇଗଲା । ହୀରୋରୁ ଜିରୋ ପାଲଟିଗଲେ । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଧାନସଭା ମାଟି ମାଡ଼ି ପାରିଲେନି । ପାଟକୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଯାହାକୁ ଜିତାଇ ଆଣିଲେ ସେ ମଧ୍ୟ ପଟି ଚଢ଼େଇ ଦେଲେ । ଓଡ଼ିଶା ଗଣ ପରିଷଦ ନାମରେ ନିଜର ଗୋଟେ ଦଳ କଲେ ଯେ ସେ ବି ଧ୍ୱଂସ ପାଇଗଲା ।   ବିଜେପି ଗଲେ ଯେ ସେଠି ବି ତିଷ୍ଠି ପାରିଲେନି । ବିଧାୟକ କି ମନ୍ତ୍ରୀ ନ ହେଲେ ନାହିଁ ସ୍ୱାଭିମାନକୁ ଜୀବନର ପୁଞ୍ଜି କରିଥିଲେ । ଗତ ନିର୍ବାଚନରେ ତାହା ବି ଖତମ୍ ହୋଇଗଲା । ପୁଅକୁ ନବୀନ ଶରଣ କରାଇ ବିଜେଡିରୁ ଟିକେଟ୍ ନିଆକଲେ । ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ ।

ଅପରପକ୍ଷେ, ନବୀନ ପଟ୍ଟନାୟକ ୫୨ ବର୍ଷ ବୟସରେ ରାଜନୀତିରେ ପାଦ ଥାପି ମଧ୍ୟ ସଫଳତାର ଶୀର୍ଷ ଛୁଇଁଲେ । ଓଡ଼ିଶା ମାଟିରେ ପାଦ ଦେଉ ଦେଉ ଏମପି ଆଉ କେନ୍ଦ୍ରମନ୍ତ୍ରୀ ହେଲେ । ତାପରେ ଏକାଦିକ୍ରମେ ୫ ଥର ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କଲେ । ଏଥର ସରକାର ଗଠନ କରିପାରି ନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନାହିଁ କି ଦବଦବା କମି ନାହିଁ । କେବଳ ରାଜ୍ୟ ନୁହେଁ, ଜାତୀୟସ୍ତରରେ ମଧ୍ୟ ତାଙ୍କର ଖାତିର ରହି ଆସିଛି ।

ଏହି ଦୃଷ୍ଟିକୋଣରୁ ନବୀନଙ୍କ ଭଳି ଭାଗ୍ୟବାନ ପୁରୁଷ କ୍ୱଚିତ ଦେଖିବାକୁ ମିଳନ୍ତି । ଓଡ଼ିଆ କହି ପାରୁ ନ ଥିବା, ଓଡ଼ିଶା ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖି ପାରି ନ ଥିବା ଜଣେ ବ୍ୟକ୍ତି ଓଡ଼ିଶାକୁ ୨୪ ବର୍ଷ ଧରି ଶାସନ କରିବା ବିସ୍ମୟକର କଥା । ଦୈବୀଶକ୍ତିର ଆଶୀର୍ବାଦ ନ ଥିଲେ ଏହା ସମ୍ଭବ ହୋଇ ନ ଥାନ୍ତା । ବିଜୁ ବାବୁଙ୍କ ପୁଅ ଭାବେ ଲୋକେ ତାଙ୍କୁ ଭଲ ପାଇ ବସିବା ଏବଂ ତାଙ୍କୁ ବାରମ୍ବର କ୍ଷମତା ଦେବା ପଛରେ ବିଜୁ ବାବୁଙ୍କର ଆଶୀର୍ବାଦ ଯେ ନାହିଁ ତାହା କୁହାଯାଇପାରିବନି । ଆମ ହିନ୍ଦୁ ପରମ୍ପରା ଓ ଧାର୍ମିକ ବିଶ୍ୱାସ ଏହାକୁ କି ପ୍ରତିପାଦିତ କରୁଛି ।

ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ବିଚାର କଲେ କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ବିଜୁ ବାବୁଙ୍କ ନିଧନ ପରେ ସେ ଆଶୀର୍ବାଦଛଡ଼ା ହୋଇଗଲେ । କାରଣ ୨୦୦୦ ମସିହାରୁ ତାଙ୍କର ପତନ ଆରମ୍ଭ ହୋଇଥିଲା । ଯାହାଙ୍କୁ ନିଜର କରି ଅସ୍ଥି ବିସର୍ଜନ କଲେ ତାଙ୍କର ପୁଅ ହିଁ ତାଙ୍କୁ ସର୍ବନାଶ କରିଦେଲେ । ବିଜୁ ବାବୁଙ୍କ ଆଶୀର୍ବାଦ ତାଙ୍କ ଉପରେ ନ ରହି ପୁଅ ପାଖରେ ରହିଲା ।

ରାଜନୈତିକ ଖଟିରେ ଏହାକୁ ନେଇ ମଜାଦାର ଆଲୋଚନା ହେଉଛି । ବିଷୟବସ୍ତୁ ପୁରୁଣା ହୋଇଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ଏବେ ବି ଏହାର ଗୁଞ୍ଜରଣ ଶୁଭୁଛି ।

ତାହା ହେଲା- ବିଜୁ ବାବୁଙ୍କୁ ଖତମ୍ କରିବା ଯୋଜନା କୁଆଡ଼େ ବିଜୟ ମହାପାତ୍ର ଖଞ୍ଜିଥିଲେ । ୧୯୯୫ ନିର୍ବାଚନରେ କଂଗ୍ରେସ ସହ ଭିତିରିଆ ବୁଝାମଣା କରି ବିଜୁ ବାବୁଙ୍କୁ ସଫା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ । ବିଜୁ ବାବୁଙ୍କ ଜାଗାରେ ନିଜେ ମୁଖ୍ୟମନ୍ତ୍ରୀ ହେବା ଥିଲା ତାଙ୍କର ଯୋଜନା । ସେହି ଯୋଜନାରେ ପ୍ରାୟ ସବୁ ଜାଗାରେ ବିଦ୍ରୋହୀ ପ୍ରାର୍ଥୀ ଛିଡ଼ା କରାଇବା କାରଣରୁ ଅଧିକାଂଶ ଜାଗାରେ ଜନତା ଦଳର ପ୍ରାର୍ଥୀମାନେ କମ ବ୍ୟବଧାନରେ ହାରି ଯାଇଥିଲେ । ବିଜୁ ବାବୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ଥିଲେ ମଧ୍ୟ ଅପ୍ରତ୍ୟାଶିତ ପରାଜୟ ତାଙ୍କୁ ଭୀଷଣ କଷ୍ଟ ଦେଇଥିଲା । ସେହି ମାନସିକ ଅବସାଦ ତାଙ୍କୁ ରୋଗଗ୍ରସ୍ତ କରି ଜୀବନ ନେଇଗଲା ।

ଏହି ଚର୍ଚ୍ଚାରେ କେତେ ସତ୍ୟତା ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ବିଜୟ ମହାପାତ୍ରଙ୍କ ବିରୋଧରେ ଏହା ଏକ ଅପପ୍ରଚାର ହୋଇପାରେ । ମାତ୍ର ଓଡ଼ିଶା ରାଜନୀତିରେ ଏହା ଏକ ଅଧ୍ୟାୟ ଭାବେ ଯୋଡି ହୋଇଛି ।

ସୁତରାଂ ବିଜୁ ପଟ୍ଟନାୟକଙ୍କ ପାଇଁ ବିଜୟ ମହାପାତ୍ର କ’ଣ ଥିଲେ ଏବଂ ବିଜୁ ବାବୁଙ୍କ ଆଶୀର୍ବାଦର ବିଜୟ ବାବୁ କିଭଳି ହକଦାର ତାହା କେବଳ ସମୟ କହିପାରିବ ।

Previous Post

କୃଷି କ୍ଷେତ୍ରରେ ନିବେଶ ପାଇଁ ଯୁବ ଉଦ୍ୟୋଗୀ ଆଗେଇ ଆସନ୍ତୁ

Next Post

ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

Next Post
ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA