Sunday, February 22, 2026 05:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରୁଚିକା ମହାନ୍ତି ଆତ୍ମହତ୍ୟା ହୁଲସ୍ତୁଲ

ଗୁରୁତର ସହ ନେଇଛନ୍ତି ସରକାର: ଗୃହ ରାଷ୍ଟ୍ରମନ୍ତ୍ରୀ

by Our Correspondent
04 Jul, 2022- 07:49 PM
in Crime, Latest News, News
1 min read
0
ରୁଚିକା ମହାନ୍ତି ଆତ୍ମହତ୍ୟା ହୁଲସ୍ତୁଲ

ଭୁବନେଶ୍ୱର: ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲାଣି ଆନ୍ଦୋଳନ । ତାଙ୍କୁ ରାଗିଂ କରି ମରଣର ରାସ୍ତା ଦେଖାଇଥିବା ସଂପୃକ୍ତ ୩ ସିନିୟର୍ ଛାତ୍ରୀଙ୍କ ଠିକଣା ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅତି ଗୁରୁତର ସହିତ ଗ୍ରହଣ କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । ଇତିମଧ୍ୟରେ ବିଜେବି କଲେଜ କର୍ତ୍ତୃପକ୍ଷ ୭ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି । ସେହିଭଳି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଓଡ଼ିଶା ମାନବାଧିକାର କମିସନ । ମାମଲାର ତଦନ୍ତ ଓ ଏହାର ଅଗ୍ରଗତି ଉପରେ ରିପୋର୍ଟ ଦେବାକୁ କମିଶନରେଟ୍ ପୁଲିସକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୯ ତାରିଖ ପରବର୍ତ୍ତୀ ଶୁଣାଣିରେ ଏହି ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିବାକୁ କୁହାଯାଇଛି ।

ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ସିନିୟର୍ ଛାତ୍ରୀଙ୍କ ନିର୍ଯ୍ୟାତନା ସହି ନ ପାରି ସେ ଆତ୍ମହତ୍ୟା କରୁଥିବାର ସୁଇସାଇଡ୍ ନୋଟ୍ ଲେଖିଥିବାରୁ ମାମଲାଟି ଅତ୍ୟନ୍ତ ଗମ୍ଭୀର ଓ ସମ୍ବେଦନଶୀଳ ହୋଇଯାଇଛି । ଝିଅକୁ ନ୍ୟାୟ ଦାବିରେ ବିଜେବି କଲେଜ ଆଗରେ ରୁଚିକାଙ୍କ ପରିବାର ଅହୋରାତ୍ର ଧାରଣା ଦେଇଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ଏଥିରେ ସାମିଲ ହୋଇଛନ୍ତି । ଘଟଣାକୁ ନେଇ ଆଜି ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଛି । ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟ କରାଇ ଦେଇନାହାନ୍ତି ।

ଆଜି ୧୦.୩୦ରେ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଭ୍ୟମାନେ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ଧରି ହୋ ହଲ୍ଲା କରିଥିଲେ । ଏହା ଉପରେ ଆଲୋଚନା ଦାବି କରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇପାରିବେ କହି ବାଚସ୍ପତି ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ମାତ୍ର ୬ ମିନିଟ୍ ଏମିତି ଚାଲିବା ପରେ ବାଚସ୍ପତି ଗୃହକୁ ସାଢ଼େ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏ ପ୍ରସଙ୍ଗରେ ସରକାର ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଆସିଥିଲା ।

ସେପଟେ ବିଜେବି କଲେଜ ସାମନାରେ ଆଜି ବି ନାରାବାଜି ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା । ଝିଅକୁ ନ୍ୟାୟ ଦାବିରେ ରୁଚିକାଙ୍କ ବାପା ମା’ ଅହୋରାତ୍ର ଧାରଣା ଦେଇଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ସେମାନଙ୍କ ସହ ସାମିଲ ହୋଇଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଅପରାହ୍ନରେ ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଯାଉଥିଲା ବେଳେ ଲୋୟର୍ ପିଏମଜିଠାରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଝିଅ ପାଇଁ ନ୍ୟାୟ ମାଗୁଥିବା ରୁଚିକାଙ୍କ ବାପା ମା’ ବିଜେବି କଲେଜ କର୍ତ୍ତୃପକ୍ଷଙ୍କଠାରୁ ସହଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତରେ ସେମାନେ ସନ୍ତୁଷ୍ଟ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ହାବଭାବକୁ ପସନ୍ଦ କରିନାହାନ୍ତି । ସେହିଭଳି ସିନିୟର୍ ମାନଙ୍କଠାରୁ ରୁଚିକା କେମିତି ନିର୍ଯ୍ୟାତନା ପାଉଥିଲେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ତାଙ୍କ ସାନଭଉଣୀ । ସେ କହିଛନ୍ତି, ମୋ ଦିଦି ପିଲାବେଳୁ ମେଧାବୀ ଥିଲା । ସବୁବେଳେ ପାଠ ପଢ଼ୁଥିବାରୁ ହଷ୍ଟେଲ୍ ରେ ଦିଦିକୁ ସାଇକୋ କହୁଥିଲେ । ତାଙ୍କୁ ଦେଖିଲେ ସିନିୟର୍ ମାନେ ହେଇ.. ଆଇଏଏସ ଆସିଲା.. ବୋଲି କମେଣ୍ଟ୍ ମାରୁଥିଲେ ।

ରୁଚିକାଙ୍କୁ ରାଗିଂ କରିଥିବା ସିନିୟର୍ ଛାତ୍ରୀଙ୍କୁ ତୁରନ୍ତ ଠାବ କରି କଠୋର ଦଣ୍ଡ ଦେବାକୁ ସବୁଆଡୁ ଦାବି ହେଉଛି ।

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିବୃତି

ବିଜେବି ସ୍ୱୟଂଶାସିତ କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଏବଂ ଅତି ଦୁଃଖଦ ଘଟଣା । ଏଥିଲାଗି ମୁଁ ମୃତ ଛାତ୍ରୀଙ୍କ ପରିବାରବର୍ଗ ଏବଂ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରୁଛି ।

୧୯ ବର୍ଷ ବୟସ୍କା ରୁଚିକା ମହାନ୍ତି ଯୁକ୍ତ ତିନି ପ୍ରଥମ ବର୍ଷର(ଇତିହାସ ଅନର୍ସ) ଛାତ୍ରୀ ଥିଲେ । ତାଙ୍କ ଘର ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି । ତାଙ୍କୁ ଯଦିଓ କାରୁବାକୀ ମହିଳା ହଷ୍ଟେଲ୍ ର ଡରମିଟୋରି ରେ ରୁମ୍ ଦିଆଯାଇଥିଲା, ସେ ତାଙ୍କର ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମ୍ ରେ ରହୁଥିଲେ ।

୨ ତାରିଖ ଦିନ ପ୍ରାୟ ୧୧.୩୦ ସମୟରେ ରୁଚିକାଙ୍କ ବାନ୍ଧବୀ ରୁମ୍ ଭିତରୁ ବନ୍ଦ ଥିବା ଦେଖିଥିଲେ । ସେ ଏକଥା କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲା ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲ୍ ପହଞ୍ଚି ରୁଚିକାଙ୍କ ପରିବାରକୁ ଏବଂ ପୁଲିସକୁ ରୁଚିକାଙ୍କ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ । ବଡ଼ଗଡ଼ ଥାନା ପୁଲିସ ତୁରନ୍ତ ପହଞ୍ଚି ଲୋକାଲ ଗାର୍ଡିଆନ୍ ଙ୍କ ଉପସ୍ଥିତିରେ ମୃତାଙ୍କ ପକେଟରୁ ଏକ ଚିଠି ଜବତ କରିଥିଲେ । ମୃତା ରୁଚିକାଙ୍କ ମାତା ଶ୍ରୀମତୀ ବିଦ୍ୟୁତ ପ୍ରଭା ମହାନ୍ତିଙ୍କ ରିପୋର୍ଟ ଉପରେ ବଡ଼ଗଡ଼ ଥାନାରେ ୨୨୬/୨୨ ନମ୍ବର କେସ୍, ଆଇପିସି ଦଫା ୩୦୬ ଏବଂ ୩୪ ରେ ପଞ୍ଜିକୃତ କରାଯାଇଛି ।

କେସ୍ ର ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ତରଫରୁ ୩ଟି ଟିମ୍ ଗଠନ କରାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱାବଧାନରେ ତଦନ୍ତର ତଦାରଖ କରାଯାଉଛି । ଡିସିପି ଭୁବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ଏଇ ବିଷୟରେ ସେ ପରିବାରର ସଦସ୍ୟ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତଥାପିତ ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ସର୍ବଦା ପ୍ରତିଶ୍ରୁତିବଦ୍ଧ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂକୁ ପ୍ରତିହତ କରିବା ପାଇଁ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଏସଓପି କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କେସ୍ କୁ ପୁଲିସ ଗୁରୁତ୍ୱର ସହ ଗ୍ରହଣ କରି ହଷ୍ଟେଲର ସୁପରିଟେଣ୍ଡେଣ୍ଟ, କଲେଜର ପ୍ରିନ୍ସିପାଲ୍, ମାଟ୍ରନ୍ ଓ ହଷ୍ଟେଲ୍ ରେ ଥିବା ଛାତ୍ରୀମାନଙ୍କୁ ପଚରା ଉଚୁରା କରୁଛନ୍ତି । ଏହି କେସ୍ ର ତଦନ୍ତ ବଡ଼ଗଡ଼ ଥାନା ଅଧିକାରୀ କରୁଛନ୍ତି ।

ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅତି ଗୁରୁତର ସହିତ ଗ୍ରହଣ କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Previous Post

୬ ତାରିଖରେ ମାଟ୍ରିକ୍ ରେଜଲ୍ଟ

Next Post

ଏକ ଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

Next Post
ଏକ ଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

ଏକ ଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA