Saturday, February 21, 2026 07:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୌମ୍ୟବାବୁଙ୍କ ବିଜେପି ଅବତାର !

ଅମିତ ଶାହାଙ୍କୁ ପ୍ରଶଂସାରେ ପୋତିଲେ

by Our Correspondent
11 Jul, 2022- 08:36 PM
in Latest News, News, Politics
1 min read
0
ସୌମ୍ୟବାବୁଙ୍କ ବିଜେପି ଅବତାର !

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଚର୍ଚ୍ଚାରେ । ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନ ବ୍ୟବସ୍ଥାକୁ ନିଜ ଖବରକାଗଜ ସମ୍ପାଦକୀୟରେ କଟୁ ସମାଲୋଚନା କରୁଥିବା ସୌମ୍ୟବାବୁ ଏଥର ଭିନ୍ନ ରୂପରେ ଚର୍ଚ୍ଚାକୁ ଆସିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ହାଇକମାଣ୍ଡ ଅମିତ ଶାହାଙ୍କର ମୁଗ୍ଧ ପ୍ରଶଂସକ ଭାବେ ଆଜି ତାଙ୍କୁ ଦେଖିବାକୁ ମିଳିଛି । ଶାହାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୌମ୍ୟ ।

ବିଜେପି ଆୟୋଜିତ ଉତ୍ସବରେ ଯୋଗଦେଇ ସେ ଅମିତ ଶାହାଙ୍କୁ ଅଦ୍ଭୂତପୂର୍ବ ସଫଳ କାହାଣୀର ନାୟକ ବୋଲି ବର୍ଣ୍ଣନା କରିଛନ୍ତି । କେବଳ ବିଜେପି ନୁହେଁ, ଅନ୍ୟ ଦଳର ଭୋଟ କାଙ୍ଗାଳ ନେତା ଏବଂ ସଫଳତାର ଭୋକରେ ଆକ୍ରାନ୍ତ ନେତାମାନେ ଅମିତ ଶାହାଙ୍କ ଜୀବନୀ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ବହିଟି ୧୧ କୋଟି ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବାର ସୂତ୍ର ବି ବତେଇଛନ୍ତି ।

ଆଜି ସ୍ଥାନୀୟ ମେ ଫେୟାର କନଭେନସନ ହଲ୍ ରେ ଅମିତ ଶାହାଙ୍କ ଜୀବନୀ ପୁସ୍ତକ ‘ଅମିତ ଶାହା ଏବଂ ବିଜେପି ଯାତ୍ରା’ ର ଓଡ଼ିଆ ଅନୁବାଦ ଉନ୍ମୋଚନ ଉତ୍ସବରେ ସୌମ୍ୟବାବୁ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ସେ ଯୋଗଦେଇଛନ୍ତି ବୋଲି ଆରମ୍ଭରୁ ସଫେଇ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାମ୍ବାଦିକ ସପନ ଦାସଗୁପ୍ତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଆଉ ସେଠାରେ ବିଜେପି ନେତା/କର୍ମୀଙ୍କ ଭିଡ଼ରେ ନିଜର ଉପସ୍ଥିତିକୁ ନେଇ ଦ୍ୱନ୍ଦରେ ପଡ଼ିଥିବା ସୌମ୍ୟବାବୁ ଉକ୍ତ ସଭାକୁ ବିଜେପି ନବେ ଦଶକର ଓଲଡ୍ ବଏଜ୍ ଆସୋସିଏସନ୍ ସଭା ବୋଲି ପରିବେଶକୁ ହାଲକା କରିବାକୁ ଚେଷ୍ଟା କରିଥିଲେ ।

ସୌମ୍ୟ ତାଙ୍କ ଭାଷଣରେ ଅମିତ ଶାହାଙ୍କ ରାଜନୈତିକ ସଫଳତା, ମାର୍ଗଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । କହିଥିଲେ, ସଂଘର୍ଷ ଏବଂ ତଳସ୍ତରର ଲୋକଙ୍କ ସହ ନିଜକୁ ଯୋଡିବା ରାଜନୀତିରେ ସଫଳତାର ମନ୍ତ୍ର । ଅମିତ ଶାହାଙ୍କ ଜୀବନୀରୁ ଏହି ମାର୍ଗଦର୍ଶନ ମିଳିବ । ପୁରୁଣାକାଳିଆ ନେତାମାନେ ସଫଳତା ପାଇବାକୁ ସବୁବେଳେ ପବନ ଖୋଜୁଛନ୍ତି । ମାତ୍ର ଏଭଳି ମାନସିକତା ସ୍ପୃହଣୀୟ ନୁହେଁ । ବିନା ପବନରେ ପବନ ସୃଷ୍ଟି କରିବା ପାଇଁ ଯେଉଁ ଉଦ୍ୟମ କରାଯାଏ, ସେଭଳି ଉଦ୍ୟମର କିଛି କୌଶଳ ଅମିତ ଶାହାଙ୍କ ପୁସ୍ତକରୁ ଆମକୁ ମିଳିଛି ।

ଅମିତ ଶାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ ସୌମ୍ୟ । କହିଥିଲେ, ଏହି ପୁସ୍ତକଟି କେବଳ ବିଜେପି ନୁହେଁ, ଅନ୍ୟ ଦଳର ନେତା ମଧ୍ୟ ପଢ଼ିବା ଉଚିତ । କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି । ଭୋଟ କାଙ୍ଗାଳ ନେତା ଏବଂ ଯେଉଁମାନେ ସଫଳତା ପାଇବା ପାଇଁ ବ୍ୟସ୍ତ ସେମାନେ ଏହି ବହିଟି ପଢ଼ିବା ଆବଶ୍ୟକ । ସେଥିରେ ରହିଛି ଅଦ୍ଭୂତ ସଫଳତାର ରହସ୍ୟ । ଅମିତ ଶାହାଙ୍କୁ ଅଦ୍ଭୂତ ସଫଳ କାହାଣୀର ନାୟକ ବୋଲି କୁହାଯିବ । ତାଙ୍କ ସଫଳତାର ଜୟଯାତ୍ରା ଜ୍ୟୋତିଷମାନେ ପର୍ଯ୍ୟାଲୋଚନା କଲେ ବି ଭୁଲଭଟକା ହେବ ବୋଲି ମନ୍ତବ୍ୟ ଦେଇଥିଲେ ସୌମ୍ୟ ।

‘ଅମିତ ଶାହା ଓ ବିଜେପି ଯାତ୍ରା’ ପୁସ୍ତକର ଓଡ଼ିଆ ଉନ୍ମୋଚନ ଅବସରରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ଯୋଗଦାନ ଏକ ବ୍ୟତିକ୍ରମ ହୋଇଥିବା ବେଳେ ସଭାରେ ବିଜେପିର ଲମ୍ବା ଯାତ୍ରା ଏବଂ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତି ପକାଇବା ରାଜନୈତିକ ଦୃଷ୍ଟିେକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଭାଷଣରେ ସୌମ୍ୟବାବୁଙ୍କୁ ଭୂରି ଭୂରି ପ୍ରଶଂସା କରିବା ଏକ ନୂଆ ସମୀକରଣର ଇଙ୍ଗିତ ଦେଉଥିବା କୁହାଯାଉଛି ।

ମନ୍ତ୍ରୀପଦ ନ ପାଇବା କାରଣରୁ ସୌମ୍ୟବାବୁ ଖାଲି ଅସନ୍ତୁଷ୍ଟ ନୁହଁନ୍ତି ପ୍ରବଳ କ୍ଷୁବ୍ଧ ମଧ୍ୟ । ବିଜେଡି ଉପରୁ ସେ ଆସ୍ଥା ତୁଟାଇ ଦେଇଥିବା ବି ଆଲୋଚନା ହେଉଛି । ଏଭଳି ସମୟରେ ସୌମ୍ୟ, ଅମିତ ଶାହାଙ୍କ ଗୁଣଗାନ କରି ତାଙ୍କୁ ପ୍ରଶଂସାରେ ପୋତିବା ପଛରେ ତାଙ୍କର ଅନ୍ୟ କିଛି ମହତ୍ ଉଦ୍ଦେଶ୍ୟ ଥାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଚର୍ଚ୍ଚା କରୁଛନ୍ତି ।

Previous Post

ମହାପ୍ରଭୁଙ୍କ ସୁନାବେଶ

Next Post

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ ଓଡ଼ିଶା ଟପ୍ପର୍

Next Post
କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ ଓଡ଼ିଶା ଟପ୍ପର୍

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ ଓଡ଼ିଶା ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA