Wednesday, March 11, 2026 03:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ

by Our Correspondent
04 Oct, 2025- 11:49 PM
in Latest News, News
1 min read
0
ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି ।

ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ । ଶ୍ରୀ ଘଡେଇ କହିଥିଲେ, ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋର୍ସିଂ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଉଟସୋର୍ସିଂ ନୀତି ସ୍ପଷ୍ଟ ହେବା ଦରକାର । କାହା ନିଦେ୍ର୍ଦଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋର୍ସିିଂ କରାଯାଇଥିଲା । ଏହି ଆଉଟସୋର୍ସିିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର । ଏହି ଘଟଣାରେ, ଓପିଆରବିର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସଚିବ ତଦନ୍ତ ପରିସରଭୁକ୍ତ ହେବା ଦରକାର । ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଆଜି ଏହି ଘଟଣାରେ ହତାଶ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଅଧିକାରୀ ମଧ୍ୟ ଅଭିଯୁକ୍ତ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତରେ ନ୍ୟାୟ ମିଳିବା ନେଇ ସନେ୍ଦହ ରହିଛି । ତେଣୁ, ସିବିଆଇ ତଦନ୍ତ ଏକ ମାତ୍ର ବିକଳ୍ପ । ଯଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାରେ ତାଙ୍କର ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ତାହେଲେ ତୁରନ୍ତ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ଘଡ଼େଇ କହିଥିଲେ ।

ଚିନ୍ମୟ ସାହୁ କହିଥିଲେ, ଚାକିରୀ ବିକ୍ରି ଘଟଣା ହେଉଛି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ । ଚଳିତ ବର୍ଷ ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା । ପରୀକ୍ଷା ବାତିଲ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ କାରଣ ଦିଆଯାଇନଥିଲା । ବାସ୍ତବରେ, ଚାକିରୀ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଯୋଜନାର ଏହା ଥିଲା ଅୟମାରମ୍ଭ । ବିଜେପି ସଭାପତି ମନମୋହନ ସାମଲ ଗତ କାଲି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଥିଲେ, ମଲମ ପର୍ଯ୍ୟାପ୍ତ ନୁହେଁ, ସର୍ଜରୀର ଆବଶ୍ୟକତା ରହିଛି ବୋଲି କହିଥିଲେ । ବାସ୍ତବିକ, ମଲମ ମାନେ କମ ଅଙ୍କରେ ନୁହେଁ, ସର୍ଜରୀ ଅର୍ଥ ମୋଟା ଅଙ୍କରେ ଚାକିରୀ ବିକ୍ରି ପାଇଁ ବିଜେପି ଯୋଜନା କରି ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା । ତାପରେ ନିଯୁକ୍ତି ପରୀକ୍ଷା ଆୟୋଜନ କରିବାରେ ତିଳେ ମାତ୍ର ଅଭିଜ୍ଞତା ନଥିବା ସଂସ୍ଥା ପଞ୍ଚସଫ୍ଟକୁ ଆଉଟସୋର୍ସିିଂ କରାଯାଇଥିଲା । ଏହି କମ୍ପାନୀ ମାଧ୍ୟମରେ ଆଶାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିଲା । ପ୍ରତି ଆଶାୟୀଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଆଦାୟ ହୋଇ ସାରିଥିଲା ଓ ସର୍ତ୍ତ ଅନୁସାରେ ଚାକିରୀ ପାଇବା ପରେ ଆଉ ପନ୍ଦର ଲକ୍ଷ ଦେବାକୁ ବାକି ରହିଥିଲା । କିନ୍ତୁ, ବ୍ରହ୍ମପୁରରେ ସେମାନଙ୍କୁ ଏକତ୍ରିତ କରି ଶ୍ରୀକାକୁଲମ ନେବା ପୂର୍ବରୁ ଆଶାୟୀ ମାନଙ୍କୁ ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ସଂସ୍ଥା ପାଖରେ ବନ୍ଧକ ରଖିବାକୁ କୁହାଯାଇଥିଲା । କିଛି ଆଶାୟୀ ଏହି ସର୍ତ୍ତରେ ରାଜି ହୋଇ ନଥିବାରୁ ଘଟଣା ବିଷୟରେ ପୋଲିସକୁ ଖବର ଯାଇଥିଲା ଓ ଶ୍ରୀକାକୁଲମ ଠାରେ ପୋଲିସ ଗିରଫ କରିଥିଲା । ତେଣୁ, ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତିକୁ ନେଇ ଖଣ୍ଡନ କରିବା, ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି ସଦୃଶ୍ୟ । ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି । ତେଣୁ, ବିଜେଡି ଏହାର ସିବିଆଇ ତଦନ୍ତ ଦାବି କରିଛି । ସୋମବାର ଅର୍ଥାତ ୬ ଅକ୍ଟୋବର ଦିନ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।

Previous Post

ସମ୍ବାଦ ସ୍ୱନକ୍ଷତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Next Post

କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ନିରବ କାହିଁକି?

Next Post
କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ନିରବ କାହିଁକି?

କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ନିରବ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA