Tuesday, February 24, 2026 09:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

by Our Correspondent
24 Feb, 2026- 08:50 PM
in Latest News, News
1 min read
0
ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଗତ ୨୪ବର୍ଷ ଧରି ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିଲେ। ସେ ସମୟରେ ଯଦି ଚାଷୀଙ୍କ ପାଇଁ କିଛି କରିଥାନ୍ତେ ତାହାଲେ ଆଜି ତାଙ୍କୁ ବିରୋଧୀ ଦଳ ଆସନରେ ବସିବାକୁ ପଡ଼ି ନ ଥାନ୍ତା। ଯେତବେଳେ ସେ ବିରୋଧୀ ଦଳ ଆସନରେ ବସିଲେ, ସେତେବେଳେ ସେ ସକରାତ୍ମକ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଯଦି ସକରାତ୍ମକ ବିରୋଧୀ ଦଳ ବୋଲି ବିଜେଡି କହୁଛି, ତେବେ ବିଧାନସଭାରେ ଚର୍ଚ୍ଚା ଆଲୋଚନାକୁ ଡରୁଛି କାହିଁକି? ଭାରତୀୟ ଜନତା ପାର୍ଟି ସରକାର ସମସ୍ତ ପ୍ରସଙ୍ଗରେ ବିଧାନସଭାରେ ଉତର ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ବିଜେଡି ବିଧାୟକମାନେ ଜାଣିଶୁଣି ଗୃହ ଚଲେଇ ଦେଉନାହାନ୍ତି। ପବିତ୍ର ଗୃହର ଗାରିମା ନଷ୍ଟ କରିବା ସହ ଗୃହର ମୂଲ୍ୟବାନ ସମୟ କିପରି ନଷ୍ଟ କରୁଛନ୍ତି ତାହା ସବୁ ଓଡ଼ିଶାବାସୀ ଦେଖୁଛନ୍ତି। ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିଜେଡି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛି। ବିଜୁ ଜନତା ଦଳ ଆଜି ଯେଉଁ ପ୍ରକାର ଗୃହ ଯୁଦ୍ଧରେ ଲିପ୍ତ ଅଛି, ଦଳର ନେତା ଓ କାର୍ଯ୍ୟକର୍ତାଙ୍କ ଊପରେ ବିଶ୍ୱାସ ହରାଇଛି ସେହି ସମୟରେ ଲୋକ ଦେଖାଣିଆ ଭାବେ ଏପ୍ରକାର ନାଟକବାଜି କରି ନିଜର ରାଜନୈତିକ ଅସ୍ତିତ୍ୱ ବଂଚାଇବାକୁ ଉଦ୍ୟମ କରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡି ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା। ସେତେବେଳେ କେବଳ ୧୩ ହଜାର କୋଟି ଟଙ୍କା ଚାଷୀଙ୍କ ପାଖକୁ ଯାଇଥିଲା। ବିଜେପି ସରକାର ଆସିବା ପରେ ୨୦୨୪-୨୫ ଆର୍ôଥକ ବର୍ଷରେ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଠାରୁ ୯୨ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇ ୨୭ହଜାର କୋଟି ଟଙ୍କା ସେମାନଙ୍କ ପାଖକୁ ପଠାଯାଇଛି। ଭାରତୀୟ ଜନତାପାର୍ଟି ସରକାର ଆସିବା ପୂର୍ବରୁ ସଂକଳ୍ପପତ୍ରରେ ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବ ବୋଲି କହିଥିଲା। ଆଜି ବିଜେପି ସେହି ପ୍ରତିଶ୍ରୁତି ପୂରଣ କରିଛି। ବିଜେଡି ସରକାର ସମୟରେ ଯେତିକି ଧାନ କିଣାଯାଉଥିଲା ତାହାଠାରୁ ଦେଢ଼ଗୁଣା ଅଧିକ ଧାନ ବିଜେପି ସରକାର କିଣୁଛି। ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା ଧାନ କିଣାକୁ ସୁନିୟନ୍ତ୍ରିତ କରିବା ପାଇଁ ସେତେବେଳେ ତତ୍କାଳୀନ ବିରୋଧୀ ଦଳ ନେତାଙ୍କଠାରୁ ଆରମ୍ଭ କରି ଦଳର ସମସ୍ତ ବିଧାୟକ ମଣ୍ଡି ବୁଲୁଥିଲେ। ଏବେ ବିଜେପି ସରକାର ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ମଣ୍ଡି ବୁଲି ଚାଷୀଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ଧାନ କିଣାକୁ ଶୃଙ୍ଖଳିତ କରିବା ପାଇଁ ଭରପୁର ଚେଷ୍ଟା କରୁଛନ୍ତି। ଅପରପକ୍ଷେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ନେତା ହିସାବରେ ହେଉ ଅବା ମୁଖ୍ୟମନ୍ତ୍ରୀ ଥିବା ସମୟରେ ହେଉ ନବୀନ ପଟ୍ଟନାୟକ କେତେ ମଣ୍ଡି ବୁଲିଥିଲେ କେତେଜଣ ଚାଷୀଙ୍କ ସହ ଆଲୋଚନା କରିଥିଲେ ତାର ଉତର ଦିଅନ୍ତୁ। ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି କ’ଣ କରିଛି ତାର ଉତର ଓଡ଼ିଶାବାସୀଙ୍କୁ ଦେବା ଦରକାର। ବିଜେଡି କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବ ବୋଲି କହିଥିଲା। ମାତ୍ର ପରବର୍ତୀ ସମୟରେ ତାହା କମି ୪ହଜାର ଟଙ୍କାରେ ପହଂଚିଯାଇଥିଲା। ଖାଲି ସେତିକି ନୁହେଁ ପ୍ରତି କିସ୍ତିରେ ଚାଷୀଙ୍କ ସଂଖ୍ୟା ମଧ୍ୟ କମେଇ ଚାଲିଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ କଲ୍ୟାଣ ପାଇଁ ପିଏମ୍ କିଶାନ ଯୋଜନାରେ ୬ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁତ୍ତବିଜେଡି ସରକାର ସେତେବେଳେ ସମସ୍ତ ଚାଷୀଙ୍କ ତାଲିକା ଦେଇ ନଥିଲା। ଫଳରେ ଓଡ଼ିଶାର ବହୁ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ। ବିଜେଡି ୨୪ ବର୍ଷର ସରକାରରେ ରହିଥିଲା ମାତ୍ର କୃଷି ମହାବିଦ୍ୟାଳୟ କରିବା ଉପରେ ଦୃଷ୍ଟି ଦେଇ ନଥିଲା। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବଲାଙ୍ଗୀରରେ ଓ ମୟୁରଭଞ୍ଜରେ ୨ଟି କୃଷି ମହାବିଦ୍ୟାଳୟ କରିବାକୁ ବଜେଟ୍‌ରେ ଘୋଷଣା କରିଛି। ବିଜେଡି ସରକାରରେ ଥିବା ସମୟରେ କେତୋଟି ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାୟ କରିଥିଲା ତାହାର ଉତର ଓଡ଼ିଶାବାସୀ ଜାଣିବା ଦରକାର। ମାତ୍ର ବିଜେପି ସରକାର ଚିପିଲିମାଠାରେ ପଶୁ ଚିକିତ୍ସା ମହାବିଦ୍ୟାଳୟ ଓ ସୋନପୁରଠାରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ କରିବାକୁ ଯାଉଛି। ଭାରତୀୟ ଜନତାପାର୍ଟିର ସରକାର କୃଷକଙ୍କ କଲ୍ୟାଣ ପାଇଁ ସମର୍ପିତ। କୃଷି କଲ୍ୟାଣ ପାଇଁ ବିଜେପି ସରକାର ଭରପୁର ପ୍ରୟାସ ଜାରି ରଖିଛି। ବିଜେଡି ପାଖରେ ଯଦି ଦମ୍ ଅଛି ବିଧାନସଭାରେ ଆସି ଏ ବିଷୟରେ ପ୍ରଶ୍ନ କରନ୍ତୁ, ସେଠାରେ ବିଜେପି ସରକାର ଏହାର ଜବାବ ଦେବ। ଓଡ଼ିଶାବାସୀ ଏହାର ବିଚାର କରିବେ। ମାତ୍ର ବିଜେଡି ଏପରି କରିବାକୁ ଡରୁଛି।

ବିଜେଡି ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ସୁରକ୍ଷିତ ନଥିଲେ, ଦିନ ଦ୍ୱିପ୍ରହରରେ ତାଙ୍କୁ ହତ୍ୟା କରାଯାଇଥିଲା ଆଜି ସେହି ଦଳ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ। ବିଜେପି ସରକାରକୁ ଆସିବା ପରେ ଗତ ୨୦ ମାସ ମଧ୍ୟରେ ଯଦି କେହି ଅପରାଧ କରିଛନ୍ତି କାହାକୁ ଛଡ଼ାଯାଇନାହିଁ। ଦୋଷୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେଲ୍ ପଠାଯାଇଛି। ମହିଳା ହିଂସା ବିରୋଧରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ସରକାର ସମୟରେ ମହିଳା ହିଂସାରେ ବର୍ଷକୁ ୨୭% ଅଭିବୃଦ୍ଧି ହୋଇଥିଲା। ସେତେବେଳର ଏନ୍‌ସିଆର୍‌ଟି ରିପୋର୍ଟ ଅନୁସାରେ ମହିଳା ହିଂସାରେ ଓଡ଼ିଶା ସବୁଠାରୁ ଗତିଶୀଳ ରାଜ୍ୟ ଥିଲା। ବିଜେପି ସରକାର ଯେଉଁଭଳି ଭାବେ କୃଷି, ଗରିବ ଓ ମହିଳା କଲ୍ୟାଣ କାର୍ଯ୍ୟ କରୁଛି ବିଜେଡି କୌଣସି ପ୍ରସଙ୍ଗ ନ ପାଇ ଏପ୍ରକାର ନାଟକ କରୁଛି। ପ୍ରଶ୍ନର ଉତର ଦେବାକୁ ଭୟ କରି ବିଜେଡି ବିଧାନସଭାକୁ ବିତର୍କ ପାଇଁ ଆସୁନାହିଁ। ଏନେଇ ଓଡ଼ିଶାବାସୀ ସେମାନଙ୍କୁ କେବ କ୍ଷମା କରିବେ ନାହିଁ।

Previous Post

ରାଜରାସ୍ତାରୁ ବିଜେଡିର ରଣହୁଙ୍କାର

Next Post

ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Next Post
ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA