Wednesday, March 4, 2026 05:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁଜିତଙ୍କ ମାମଲତିକୁ ଚଟକଣି

ସାଂସଦଙ୍କ ନୂଆପଡ଼ା ପ୍ରାର୍ଥୀ ଘୋଷଣାରେ ନେତୃତ୍ୱ କ୍ଷୁବ୍ଧ

by Our Correspondent
15 Oct, 2025- 09:50 PM
in Latest News, News, Politics
1 min read
0
ସୁଜିତଙ୍କ ମାମଲତିକୁ ଚଟକଣି

ଭୁୁବନେଶ୍ୱର: ବିବାଦରେ ଘରଡିଆଁ ରାଜ୍ୟସଭା ସାଂସଦ ସୁଜିତ କୁମାର । ଦଳୀୟ ମାମଲାରେ ତାଙ୍କର ମାମଲତିକୁ ନେଇ ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆଗତୁରା ଘୋଷଣା କରିବାର ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ ଉଠିଛି । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଛନ୍ତି । ପୁନଶ୍ଚ ରାଜ୍ୟସଭା ଯିବା ଚକରରେ ଥିବା ସୁଜିତ କୁମାରଙ୍କ ପାଇଁ ଏହା ଘୋର ବିପଦ ସୃଷ୍ଟି କରିଛି ।

ବିଜେଡି ନେତାଙ୍କୁ ଭକୁଆ ବନାଇ ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପାଳିତ ପୁଅ ଜୟ ଢ଼ୋଲକିଆଙ୍କୁ ବିଜେପି ରାତାରାତି ନିଜ ପଟକୁ ନେଇଆସିଲା । ଗତ ୧୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟରେ ସଭାପତି ଶ୍ରୀ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଲେ । ତେବେ ନୂଆପଡ଼ାରେ ସେ ପ୍ରାର୍ଥୀ ହେବେ ବୋଲି କେହି କହିଲେନି । କାରଣ ବିଜେପି ଏକ ଜାତୀୟ ଦଳ । ଏଠି କୌଣସି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଏକ ପ୍ରକ୍ରିୟା ରହିଛି । ପ୍ରାର୍ଥୀ ଘୋଷଣା କ୍ଷମତା ରାଜ୍ୟ ସଭାପତିଙ୍କର ନାହିଁ । ଦିଲ୍ଲୀରୁ ହିଁ ପ୍ରାର୍ଥାଙ୍କ ନାମ ଘୋଷଣା ହୁଏ ।

ଜୟ ଢ଼ୋଲକିଆ ବିଜେପିକୁ ଆସିଲା ପରେ ଭୁବନେଶ୍ୱରରେ ଅନୁଷ୍ଠିତ ଦଳର କୋର୍ କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ରଣନୀତି ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଚର୍ଚ୍ଚା ହୋଇଥିଲା । ଜୟଙ୍କ ସମେତ ଆଉ କିଛି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଚର୍ଚ୍ଚା ହୋଇ କେନ୍ଦ୍ରୀୟ କମିଟିକୁ ଅନୁମୋଦନ ଗଲା । ଦିଲ୍ଲୀରୁ ନାଁ ଘୋଷଣାକୁ ସମସ୍ତଙ୍କର ଅପେକ୍ଷା ରହିଲା ।

ଠିକ୍ ଏତିକିବେଳେ ରାଜ୍ୟସଭା ସାଂସଦ ସୁଜିତ କୁମାର ଗତକାଲି କିଛି ଗଣମାଧ୍ୟମରେ ଜୟ ଢ଼ୋଲକିଆଙ୍କୁ ନୂଆପଡ଼ା ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ୫୦ ହଜାରରୁ ଅଧିକ ଭୋଟରେ ସେ ଜିତିବେ ବୋଲି ମଧ୍ୟ ଦମ୍ଭ ଦେଖାଇଥିଲେ ।

ଯଦିଓ ଆଜି ଦିଲ୍ଲୀରୁ ଜୟ ଢ଼ୋଲକିଆଙ୍କ ପ୍ରାର୍ଥତ୍ୱ ଘୋଷଣା ହୋଇଛି, ତେବେ ସୁଜିତ ଆଗତୁରା ନାଁ ଘୋଷଣା କରିବା ଦଳୀୟ ବିଶୃଙ୍ଖଳା ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରତି ଅପମାନ ବୋଲି ଖୋଦ୍ ବିଜେପି ମହଲରେ ଆଲୋଚନା ହେଉଛି । ଏଭଳି କହିବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଦଳର ବରିଷ୍ଠ ନେତାମାନଙ୍କର ଅସନ୍ତୋଷ ପରିପ୍ରେକ୍ଷୀରେ ସଭାପତି ମନମୋହନ ସାମଲଙ୍କର ମୁଣ୍ଡ ବିଗିଡ଼ି ଯାଇଛି ।

ବିଜେପିର ଜଣେ ବିଧାୟକ କହିଛନ୍ତି ଯେ ସୁଜିତ କୁମାର ଭଲ ଡିଲ୍ ମାଷ୍ଟର ହୋଇପାରନ୍ତି । ମାତ୍ର ରାଜନୀତିରେ ତାଙ୍କର ପରିପକ୍ୱତା ଆସିନାହିଁ । ତା’ ହୋଇଥିଲେ ବିଜେଡି ମଜ୍ଜା ବିଜେପିରେ ଖୋଜନ୍ତେନି । ସେଠି ପାଣ୍ଡିଆନ ତାଙ୍କୁ ବଳୀୟାନ୍ କରିଥିଲେ, ମାତ୍ର ବିଜେପିରେ ସେଭଳି ସୁଯୋଗ ନାହିଁ । ଏଠି ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ନହେଲେ ନାମ ନେବେ ବୋଲି ସେ କଟାକ୍ଷ କରିଛନ୍ତି ।

ଶେଷ ଖବର ଅନୁଯାୟୀ, ସୁଜିତ କୁମାର ନିଜର ଭୁଲ ପାଇଁ ଅନୁତାପ କରି ନେତୃତ୍ୱଙ୍କ ପାଖରେ କ୍ଷମା ମାଗିଛନ୍ତି । କହୁ କହୁ ତାଙ୍କ ପାଟିରୁ ବାହାରି ପଡ଼ିଛି ବୋଲି ସେ ଜଣାଇଛନ୍ତି । ସଭାପତି ଶ୍ରୀ ସାମଲ ମଧ୍ୟ ତାଙ୍କୁ ସତର୍କ କରାଇ ଛାଡ଼ି ଦେଇଛନ୍ତି । ନୂଆପଡ଼ା ଉପନିର୍ବାଚନ ବ୍ୟସ୍ତତା କାରଣରୁ ସେ ବେଶୀ କଥା ହୋଇ ନ ଥିଲେ ମଧ୍ୟ ଆଗକୁ ଏହା ସୁଜିତଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

Previous Post

ବିଜେଡି ହାରୁ ନେତାଙ୍କୁ ଜାବୁଡ଼ା!

Next Post

୮୦ ବର୍ଷରେ ନବୀନ

Next Post
୮୦ ବର୍ଷରେ ନବୀନ

୮୦ ବର୍ଷରେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA