Monday, March 9, 2026 05:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୩ ରାଜ୍ୟରେ ପୋଛିନେଲା ବିଜେପି

ଐତିିହାସିକ ବିଜୟ: ମୋଦୀ

by Our Correspondent
03 Dec, 2023- 08:33 PM
in Latest News, National, News, Politics
1 min read
0
୩ ରାଜ୍ୟରେ ପୋଛିନେଲା ବିଜେପି

ବିଧାନସଭା ଫଳାଫଳ

ମଧ୍ୟପ୍ରଦେଶ(୨୩୦): ବିଜେପି-୧୬୪, କଂଗ୍ରେସ-୬୫, ଅନ୍ୟାନ୍ୟ-୧
ରାଜସ୍ଥାନ(୧୯୯): ବିଜେପି-୧୧୫, କଂଗ୍ରେସ-୬୯, ଅନ୍ୟାନ୍ୟ-୧୫
ତେଲେଙ୍ଗାନା(୧୧୯): କଂଗ୍ରେସ-୬୪, ବିଆରଏସ-୩୯, ବିଜେପି-୮, ଅନ୍ୟାନ୍ୟ-୮
ଛତିଶଗଡ(୯୦): ବିଜେପି-୫୪, କଂଗ୍ରେସ-୩୫

ଭୁବନେଶ୍ୱର: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ନେଇ ରାଜନୈତିକ ବିଶେଷଜ୍ଞଙ୍କ ମତ ତଥା ଅଧିକାଂଶ ଏକଜିଟ୍ ପୋଲ ଭୁଲ୍ ପ୍ରମାଣିତ ହୋଇଛି । ଏହି ତିନୋଟି ଯାକ ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ତେଲେଙ୍ଗାନାରେ ବିଆରଏସ ସହ କଂଗ୍ରେସର କଡ଼ା ମୁକାବିଲା ଅନୁମାନ ବି ଭୁଲ୍ ହୋଇଛି । ଏଠାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି ।

ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ସରକାରଙ୍କ ଅମଳରେ ଅନେକ ଜନକଲ୍ୟାଣ ସ୍କିମ୍ ହୋଇଥିଲେ ମଧ୍ୟ ସରକାର ବିରୋଧୀ ହାୱା (ଇନକମ୍ବେନ୍ସି) ଯେ ନ ଥିଲା ତାହା ନୁହେଁ । ପୁନର୍ବାର ନିର୍ବାଚନୀ ବୈତରଣୀ ପାର୍ କରିବା ଦଳ ପକ୍ଷରେ ଏତେ ସହଜ ନ ଥିଲା । ଗତଥର ନିର୍ବାଚନ ଜିତି ସରକାର ଗଠନ କରିଥିବା କଂଗ୍ରେସରେ ବିଭାଜନ ଘଟାଇ କ୍ଷମତା ଦଖଲ କରିଥିବା ବିଜେପିକୁ ଏଥର ଭୋଟର ପାନେ ଦେବେ ବୋଲି କୁହାଯାଉଥିଲା । ମାତ୍ର ସେୟା ହୋଇ ନାହିଁ । ବରଂ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି । କଂଗ୍ରେସ ୭୦ ଆସନ ବି ଛୁଇଁ ପାରିନାହିଁ ।

ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ଜନମତ ଥିଲା । ନିର୍ବାଚନ ବେଳକୁ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ପ୍ୟାଚ୍ କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଉପରେ ଫରକ୍ ପକାଇ ନ ଥିଲା । ଅନ୍ୟପକ୍ଷରେ ବିଜେପିରେ ବି ଗୋଷ୍ଠୀ କନ୍ଦଳ ଥିଲା । ମାତ୍ର କଂଗ୍ରେସକୁ ତାହା ସୁଯୋଗ ଦେଲା ନାହିଁ । ପ୍ରତିଥର ଶାସକ ଦଳ ବିରୋଧରେ ଭୋଟ ଦେଉଥିବା ରାଜସ୍ଥାନବାସୀ ଏଥର ବି କ୍ଷମତାସୀନ କଂଗ୍ରେସ ଗଣିତକୁ ଓଲଟେଇଦେଲେ ।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କ୍ଷମତା ବଜାୟ ରଖିବାକୁ ସକ୍ଷମ ହେବେ ବୋଲି ୯ଟି ସଂସ୍ଥାର ଏକଜିଟ୍ ପୋଲ କହିଥିଲା । ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ୪୬କୁ କଂଗ୍ରେସ ଅଚିରେ ହାସଲ କରିବ ବୋଲି କୁହାଗଲା । ମାତ୍ର ଫଳାଫଳ ଓଲଟପାଲଟ କରିଦେଇଛି । ୫୪ ଆସନ ପାଇ ବିଜେପି କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛି ।

ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓ ବିପର୍ଯ୍ୟୟର ସମ୍ମୁଖୀନ ହେବେ ବୋଲି ଅଧିକାଂଶ ସଂସ୍ଥାର ଏକଜିଟ୍ ପୋଲ ରେ କୁହାଯାଇଥିଲା । ତେବେ ସେଠାରେ କଂଗ୍ରେସ ସହ ବିଆରଏସ୍ ର କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିଲା । ହେଲେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୬୦ ଥିବା ବେଳେ କଂଗ୍ରେସ ୬୪ ଆସନ ଦଖଲ କରି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ପଛରେ ମୁଖ୍ୟତଃ ଚାରୋଟି କାରଣ ଉପରେ ଚର୍ଚ୍ଚା ହେଉଛି । ପ୍ରଥମ ମୁଖ୍ୟ କାରଣ ହେଉଛି ମୋଦୀ ଫ୍ୟାକ୍ଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା କମିନାହିଁ ଏବଂ ଭୋଟରଙ୍କ ମଧ୍ୟରେ ମୋଦୀ ମ୍ୟାଜିକ୍ ଅତୁଟ ରହିଛି ତାହା ଏହି ଫଳାଫଳ ପ୍ରମାଣିତ କରିଛି । ସୂଚନା ଥାଉକି, ୨୦୧୮ ବିଧାନସଭା ନିର୍ବାଚନରେ ଏହି ତିନୋଟି ଯାକ ରାଜ୍ୟରେ ବିଜେପି ପରାଜିତ ହୋଇଥିଲା । ତେବେ ବର୍ଷେ ପରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ଆଖିଦୃଶିଆ ସଫଳତା ମିଳିଥିଲା । ଏହା ମୋଦୀ ଫ୍ୟାକ୍ଟର ର କମାଲ୍ ବୋଲି କୁହାଯାଇଥିଲା ।

ମହିଳା ଭୋଟରଙ୍କୁ ଫୋକସ୍ ହେଉଛି ବିଜେପି ବିଜୟର ଦ୍ୱିତୀୟ କାରଣ । ହିନ୍ଦୀ ହାର୍ଟଲ୍ୟାଣ୍ଡ ଭାବେ ପରିଚିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଶାଳ ବିଜୟ ମହିଳା ଭୋଟରଙ୍କ ସମର୍ଥନ ପାଇଁ ସମ୍ଭବ ହୋଇଛି । କେନ୍ଦ୍ରୀୟ ଯୋଜନା ବାଦ୍ ମଧ୍ୟପ୍ରଦେଶରେ ଅଢ଼େଇ କୋଟିରୁ ଅଧିକ ମହିଳା ଭୋଟରଙ୍କ ପାଇଁ ଶିବରାଜ ସିଂହ ଚୌହାନଙ୍କ ସରକାର ଅନେକ ଯୋଜନା କରିଛନ୍ତି । ଛତିଶଗଡ଼ରେ ବି ମହିଳାଙ୍କ ପାଇଁ ପ୍ରତିଶ୍ରୁତିର ଭଣ୍ଡାର ଛିଡ଼ା କରାଇଥିଲା ବିଜେପି ।

ତୃତୀୟ କାରଣ ହେଉଛି ବିଜେପିର ସାଂଗଠନିକ ଶକ୍ତି । ହିନ୍ଦୁ ବହୁଳ ତିନୋଟି ଯାକ ରାଜ୍ୟରେ ବିଜେପିର ତୃଣମୂଳ ସଂଗଠନ ସୁଦୃଢ଼ ଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଧାନସଭା ନିର୍ବାଚନକୁ ସେମି ଫାଇନାଲ୍ କୁହାଯାଉଥିବାରୁ ବିଜେପି ଦଳୀୟ ଗୋଷ୍ଠୀ ବିବାଦକୁ ତୁଟାଇ ସଂଗଠନ ଉପରେ ଅଧିକ ଧ୍ୟାନ ଦେଇଥିଲା ।

ଚତୁର୍ଥ କାରଣ ହେଉଛି, ବିଜେପିର ହିନ୍ଦୁତ୍ୱ ଏଜେଣ୍ଡା ସହ ବିକାଶର ତାଳମେଳ । କେବଳ ଯୋଜନା ଘୋଷଣା କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ଏହାକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କଲେ ଯାଇ ଲୋକଙ୍କ ଆସ୍ଥା ଜିଣିହେବ । ଲୋକଙ୍କ ହୃଦୟ ଜିଣିବା ପାଇଁ ବିକାଶର କୌଣସି ବିକଳ୍ପ ନାହିଁ ତାହା ଏହି ଚାରୋଟି ଯାକ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ସଙ୍କେତ ଆସିଛି ।

ଐତିହାସିକ ବିଜୟ: ମୋଦୀ

ତିନୋଟି ରାଜ୍ୟରେ ବିପୁଳ ସଫଳତାରେ ବିଜେପି ସାରା ଦେଶରେ ବିଜୟୀ ଉତ୍ସବ ପାଳନ କରିଛି । ଦିଲ୍ଲୀର ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟ ଉତ୍ସବ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇ ଏହା ଐତିହାସିକ ବିଜୟ ବୋଲି କହିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ଦେଶରେ ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ । ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ପାଇଁ ବିକାଶ ଜରୁରୀ । ଏହି ବିଜୟ ସହ ମୋର ଦାୟିତ୍ୱ ଆହୁରି ବଢ଼ିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Previous Post

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି; ତେଲେଙ୍ଗାନାରେ କଂଗ୍ରେସ

Next Post

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

Next Post
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA