Wednesday, March 11, 2026 06:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିକୁ ଧରାଶାୟୀ କଲା ବିଜେପି

୨୪ ବର୍ଷର ନବୀନ ସରକାରଙ୍କ ପତନ

by Our Correspondent
04 Jun, 2024- 09:28 PM
in Latest News, News, Politics
1 min read
0
ବିଜେଡିକୁ ଧରାଶାୟୀ କଲା ବିଜେପି

ଭୁବନେଶ୍ୱର: ଏକାଦିକ୍ରମେ ଷଷ୍ଠ ଥର ପାଇଁ ବିଜୁ ଜନତା ଦଳ ରାଜ୍ୟରେ ସରକାର ଗଠନ କରିବ ବୋଲି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଧୂଳିସାତ୍ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ହାତରୁ ୨୪ ବର୍ଷର କ୍ଷମତା ଛଡ଼ାଇ ଆଣିବାକୁ ଭାରତୀୟ ଜନତା ପାର୍ଟି ଏକାକୀ ସକ୍ଷମ ହୋଇଛି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେପି ୭୮ ଟି ଆସନ ଦଖଲ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେଡି ମାତ୍ର ୫୧ ଆସନରେ ସୀମିତ ରହିଯାଇଛି । କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ୧୪ ଟି ଆସନ ପାଇଛି । ସିପିଏମ୍ ର ଲକ୍ଷ୍ମଣ ମୁଣ୍ଡା ତାଙ୍କ ବଣାଇ ଆସନ ବଜାୟ ରଖିଥିଲା ବେଳେ ମାହାଙ୍ଗା, ଧର୍ମଶାଳା ଏବଂ ବଡମ୍ବା ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ୨୧ଟି ଲୋକସଭା ଆସନରୁ ବିଜେପି ୧୯ ଟି ଆସନ ପୋଛି ନେଇଛି । ବିଜେଡି ଏବଂ କଂଗ୍ରେସ ପାଇଛନ୍ତି ଗୋଟିଏ ଲେଖାଏଁ ଆସନ ।

୨୮ ବର୍ଷର ରାଜନୈତିକ ଜୀବନରେ କେବେ ବି ପରାଜୟର ସ୍ୱାଦ ଚାଖି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି । ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିରୁ ସେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କର ଦ୍ୱିତୀୟ ଆସନ କଣ୍ଟାବାଂଝୀରୁ ପରାଜିତ ହୋଇଛନ୍ତି । ସେହିଭଳି ବିଜେପି ସପକ୍ଷରେ ହାୱା ସତ୍ତ୍ୱେ ରାଜ୍ୟ ସଭାପତି ମନମୋହନ ସାମଲ ନିଜେ ନିର୍ବାଚନ ଜିତି ପାରିନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରିଛନ୍ତି ।

ଆଜିର ଭୋଟ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ୪ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଫଳାଫଳକୁ ନେଇ ଉଭୟ ବିଜେଡି ଏବଂ ବିଜେପି ପକ୍ଷ ସମ୍ପୂର୍ଣ୍ଣ ଆଶାବାଦୀ ଥିଲା ବେଳେ ପ୍ରାୟ ସବୁ ଜାତୀୟ ସଂସ୍ଥାର ଏକଜିଟ୍ ପୋଲ୍ ଓଡ଼ିଶାରେ ବିଜେପିକୁ ୧୫ ରୁ ଅଧିକ ଲୋକସଭା ଆସନ ଦେଇଥିଲେ । ଓଡ଼ିଶା ବିଧାନସଭାର ଫଳାଫଳ ନେଇ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ତା’ର ଏକଜିଟ୍ ପୋଲ୍ ରେ ବିଜେପି ଏବଂ ବିଜେଡିକୁ ସମାନ ଭାବେ ୬୨ରୁ ୮୦ ସିଟ୍ ର ଆକଳନ କରିଥିଲା । ତେବେ ବିଜେଡି ଏହାକୁ ଗ୍ରହଣ କରି ନ ଥିଲା । ୧୨ ଲୋକସଭା ଏବଂ ୧୧୫ ବିଧାନସଭା ଆସନରେ ଜିତିବୁ ବୋଲି ଦମ୍ଭ ଦେଖାଇଥିଲା । ଅବଶ୍ୟ ଓଡ଼ିଶା ବିଜେପିର ରଣନୀତିକାରମାନେ ବିଜେପି ୮୦ ରୁ ଅଧିକ ଆସନ ପାଇ ନିଶ୍ଚିତ ସରକାର ଗଢ଼ିବ ବୋଲି ଦୃଢ଼ତା ଦେଖାଇଥିଲେ ।

ଶେଷରେ ସେୟା ହିଁ ହେଲା । ବିଜେପି ରଣନୀତିକାରମାନଙ୍କର ଆକଳନ ସତ ହୋଇଛି । ଆଜି ସକାଳେ ଭୋଟ ଗଣତି ଆରମ୍ଭରୁ ହିଁ ବିଜେପିର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୧୭/୧୮ ଲୋକସଭା ଆସନରେ ବିଜେଡିଠାରୁ ଆଗୁଆ ଚାଲିଥିଲା । ଦୁଇ ତିନୋଟି ଆସନରେ କମ୍ ବ୍ୟବଧାନରେ ଆଗପଛ ହୋଇ ଚାଲିଥିଲେ । ସେହିଭଳି ପ୍ରାୟ ୮୫ ବିଧାନସଭା ଆସନ ପର୍ଯ୍ୟନ୍ତ ଦଳର ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ବିଜେଡି ୪୫ ରୁ ୬୦ ଆସନ ମଧ୍ୟରେ ଲଢ଼େଇ କରିଥିଲା ।

ହିଞ୍ଜିଳିରୁ ଲଢ଼ୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ଶିଶିର କୁମାର ମିଶ୍ରଙ୍କଠାରୁ ମାତ୍ର ୪୬୪୯ ଭୋଟ ବ୍ୟବଧାନରେ ଜିତିଥିବା ବେଳେ କଣ୍ଟାବାଂଝୀରୁ କିନ୍ତୁ ହାରିଯାଇଛନ୍ତି । ସେଠାରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ସେ ୧୬୧୦୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ବିଜେପି ହାତକୁ ଯାଇଥିଲା ବେଳେ ୧୨ ବିଧାନସଭା ଆସନରୁ ୧୦ଟି ଆସନ ବିଜେପିକୁ ଯାଇଛି ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଏହି ନିର୍ବାଚନ ଶକ୍ତ ଧକ୍କା ଦେଇଛି । ସମ୍ବଲପୁୁର ଲୋକସଭା ଆସନରେ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସେ ଲକ୍ଷାଧିକ ଭୋଟରେ ହାରିଥିବା ବେଳେ କୋରେଇରେ ପ୍ରାର୍ଥୀ ହୋଇଥିବା ତାଙ୍କ ମା’ ସଂଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କଠାରୁ ପରାସ୍ତ ହୋଇଛନ୍ତି ।

ଏହି ନିର୍ବାଚନରେ ବିଜେଡିର ଅନେକ ମନ୍ତ୍ରୀ ଓ ତୁଙ୍ଗନେତା ପରାଜୟ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି- ଦେବୀ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଦୀପ କୁମାର ଅମାତ, ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ସୁଶାନ୍ତ ସିଂ, ରୋହିତ ପୂଜାରୀ । ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସୌମ୍ୟରଂଜନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି ।

ଓଡ଼ିଶାରେ ବିଜେପିର ପ୍ରଦର୍ଶନ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଭୂମିର ସେବା କରିବାର ସୁଯୋଗ ବିଜେପିକୁ ଦେଇଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ଏହି ବିଜୟ “ବିକଶିତ ଭାରତ, ବିକଶିତ ଓଡ଼ିଶା’ ର ସଂକଳ୍ପକୁ ସାକାର କରିବ । ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ସାହିତ୍ୟକୁ ପ୍ରୋତ୍ସାହିତ କରି ବିଜେପି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କ ପ୍ରତିକ୍ରିୟାରେ ଓଡ଼ିଶାର ବିଜେପି କାର୍ଯ୍ୟକର୍ତ୍ତା ବିଶେଷକରି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ଓ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ସେମାନଙ୍କର କଠିନ ପରିଶ୍ରମ ପାଇଁ ଏହି ଫଳ ମିଳିଲା ବୋଲି କହିଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ବିଜୟ ଉତ୍ସବ ପାଳନରେ ନବନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ବିଜେପି ଉପରେ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଥିବାରୁ ସେମାନେ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଏବଂ ନୂଆ ଭାରତ ସହ ନୂଆ ଓଡ଼ିଶା ଗଠନର ପ୍ରତିଶ୍ରୁତି ଦେଇଥିଲେ ।

ସେପଟେ ବିଜେଡି ଏହି ପରାଜୟକୁ ସ୍ୱୀକାର କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଡ. ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କ ସେବାରେ ଗତ ୨୪ ବର୍ଷ ଧରି ନିରନ୍ତର ରହି ଆସିଛି । ଏବେ ଓଡ଼ିଶାବାସୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ସେମାନେ କହିଛନ୍ତି ।

Previous Post

ମତଦାନରେ ଭାରତର ବିଶ୍ୱ ରେକର୍ଡ

Next Post

ବିଜେଡିକୁ ବୁଡାଇଲେ ପାଣ୍ଡିଆନ୍-ବବି !

Next Post
ବିଜେଡିକୁ ବୁଡାଇଲେ ପାଣ୍ଡିଆନ୍-ବବି !

ବିଜେଡିକୁ ବୁଡାଇଲେ ପାଣ୍ଡିଆନ୍-ବବି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA