Wednesday, April 8, 2026 05:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ପାଇଁ ହେବ ବୁମେରାଂ !

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରା ଅଭିଯାନ ଜାରି

by Our Correspondent
22 Jun, 2021- 11:10 PM
in Latest News, News, Politics
1 min read
0
ବିଜେପି ପାଇଁ ହେବ ବୁମେରାଂ !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ବିଜେପିର ହଲାପଟା ଆଜି ବି ଦେଖିବାକୁ ମିଳିଛି । ବ୍ରହ୍ମପୁର ଗିରିରୋଡ୍ ବାଳିକା ହାଇସ୍କୁଲ ଟିକାକେନ୍ଦ୍ରରେ ବିଜେପି କର୍ମୀମାନେ ହୋ ହଲ୍ଲା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ବ୍ୟାନରକୁ ଚିରିବାର ଦୃଶ୍ୟ ରାଜ୍ୟବାସୀ ଟିଭିରେ ଲାଇଭ୍ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟିକା ଦେଇଛନ୍ତି । ତେଣୁ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁ, ମୁଖ୍ୟମନ୍ତ୍ରୀଙ୍କର ଫଟୋ ନୁହେଁ ବୋଲି ସେମାନଙ୍କର ହଲପ ଲୋକେ ଶୁଣିଛନ୍ତି ।

କରୋନା ମହାମାରୀରେ ମଣିଷ ପୋକମାଛି ଭଳି ମରୁଥିବା ବେଳେ ଟିକାକେନ୍ଦ୍ର ଗୁଡ଼ିକରେ ବିଜେପି କର୍ମୀଙ୍କ ଏହି ଗଣ୍ଡଗୋଳ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଟିକା ନେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ମାନସିକ ସ୍ଥିତିକୁ ଏହା ଅଧିକ ବିଗାଡୁଥିବା ବେଳେ ଟିକା ଅଭିଯାନରେ ନିୟୋଜିତ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରୁଥିବା ଦେଖାଯାଉଛି । ମାତ୍ର ସେଥିପ୍ରତି ବିଜେପି କର୍ମୀଙ୍କ ଖାତିର ନାହିଁ । ମୋଦିଙ୍କ ଫଟୋ ଲଗାଇବା ନିଶାରେ ସେମାନେ ସମ୍ଭବତଃ ସମ୍ବେଦନଶୂନ୍ୟ ହୋଇଯାଇଛନ୍ତି ।

ବିଜେପିର ଏହି କାଣ୍ଡକୁ ଅଶୋଭନୀୟ ଦର୍ଶାଇ ବୁଦ୍ଧିଜୀବୀ ମହଲ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଭିନ୍ନ ଟିକାକେନ୍ଦ୍ରରେ ସ୍ଥାନୀୟ ବିଜେପି କର୍ମୀମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରା ଘଟଣାକୁ ସେମାନେ ଗମ୍ଭୀରତାର ସହ ବିଚାର କରୁଛନ୍ତି । ରାଜନୈତିକ ଦଳ ଭାବେ ନିଜ ନେତା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିବାକୁ ଜିଦ୍ କରିବାରେ କୌଣସି ବ୍ୟତିକ୍ରମ ନାହିଁ । ମାତ୍ର ରାଜ୍ୟର ଶାସନମୁଖ୍ୟଙ୍କ ଫଟୋ ଓ କରୋନା ସଚେତନତା ବାର୍ତ୍ତାକୁ ଚିରିବା ଅତ୍ୟନ୍ତ ଅଶୋଭନୀୟ ଏବଂ ହୀନମନ୍ୟତାର ପରିଚାୟକ । ଏକ ଜାତୀୟ ଦଳର କାର୍ଯ୍ୟକର୍ତ୍ତାଙ୍କର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି । ରାଜନୀତି ନାଁରେ ଏହା ଅପସଂସ୍କାର ବୋଲି କଟାକ୍ଷ କରାଯାଇଛି ।

ଏହା ବିଜେପିକୁ ରାଜନୈତିକ ଫାଇଦା ଆଣିବ ବୋଲି ଯଦି ରାଜ୍ୟ ନେତୃବୃନ୍ଦ ଭାବୁଥାନ୍ତି, ତେବେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ସେମାନଙ୍କ ମତରେ ନବୀନ ପଟ୍ଟନାୟକ କେବଳ ରାଜ୍ୟର ୫ଥରର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସବୁଠାରୁ ଲୋକପ୍ରିୟ ନେତା । ତାଙ୍କର ଆଚାର ବ୍ୟବହାର ପାଇଁ ସେ ଅଧିକ ଗ୍ରହଣୀୟ । ତାଙ୍କ ୨୧ ବର୍ଷର ଶାସନକାଳରେ ସେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ନେତୃବୃନ୍ଦଙ୍କୁ ଅସମ୍ମାନିତ କରିନାହାନ୍ତି । ବରଂ କେନ୍ଦ୍ର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ପାଇଁ ସେ ଅଧିକ ପରିଚିତ । ଖାସ୍ କରି କରୋନା ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ତାଳମେଳ ଅଧିକ ରହୁଥିବା ଦେଖିବାକୁ ମିଳୁଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ମୋଦିଙ୍କ ଲୋକମାନେ ଚିରି ଗଣ୍ଡଗୋଳ କରିବା ଏବଂ ସୋସିଆଲ୍ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କରି ଏକାଧିକ ପୋଷ୍ଟ କରିବା ଦ୍ୱାରା ବିଜେପିର ଅଧିକ କ୍ଷତି ହେଉଛି । ବିଜେପି ନେତାମାନେ ଏହାକୁ କିଭଳି ପ୍ରଶୟ ଦେଉଛନ୍ତି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ରାଜନୈତିକ ସମୀକ୍ଷକ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ଇ-ଚିନ୍ତନ ଭର୍ଚୁଆଲ୍ କାର୍ଯକ୍ରମରେ ସଂଗଠନକୁ ତୃଣମୂଳସ୍ତରରେ ଆଗେଇ ନେବା ଉପରେ ଆଲୋଚନା କରିଥିଲା ବେଳେ ଦଳୀୟ କର୍ମୀଙ୍କ ଆଚରଣ ଏଥିରେ କିଭଳି ସହାୟକ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସୂଚନା ଅନୁଯାୟୀ, ଖୋଦ୍ ବିଜେପିରେ ଏହାକୁ ନେଇ ମତପାର୍ଥକ୍ୟ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲାଗିବା ସେମାନେ ଚାହୁଁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିରିବାକୁ ସେମାନେ ନାପସନ୍ଦ କରିଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି ଏବଂ ବିଜେପିର ଗ୍ରହଣୀୟତା କମୁଛି ବୋଲି ଗୋଟିଏ ଗୋଷ୍ଠୀ ମତ ଦେଇଛନ୍ତି ।

ସେପଟେ ଫଟୋ ରାଜନୀତିକୁ ନେଇ ସୋସିଆଲ୍ ମିଡ଼ିଆରେ ବିଜେପିକୁ ଅଧିକ ଟ୍ରୋଲ୍ ହେବାକୁ ପଡ଼ିଛି । ଭାରତରେ ବିଳମ୍ବିତ ଟିକାକରଣ ଯୋଗୁଁ ହଜାର ହଜାର ଲୋକ ମରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଦାୟୀ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଛାଟ ନ ବାଜିଥିଲେ ଆଜି ଏହି ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇପାରି ନ ଥାଆନ୍ତା ବୋଲି କଟାକ୍ଷ କରାଯାଇଛି । ସେହିଭଳି ଲୋକଙ୍କ ଟିକସ ପଇସାରେ ଟିକା କିଣାଯାଉଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଶ୍ରେୟ ନେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଟିକାକେନ୍ଦ୍ରରେ ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି କର୍ମୀଙ୍କୁ ମହାମାରୀ ଆଇନ ବଳରେ ଗିରଫ କରିବା ପାଇଁ ଅନେକ ଦାବି କରିଛନ୍ତି ।

Previous Post

ଟିକାକେନ୍ଦ୍ରରେ ଫଟୋ ରାଜନୀତି

Next Post

‘ସବୁ ଜୀବନ ମୂଲ୍ୟବାନ’

Next Post
‘ସବୁ ଜୀବନ ମୂଲ୍ୟବାନ’

'ସବୁ ଜୀବନ ମୂଲ୍ୟବାନ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA