Thursday, January 15, 2026 10:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ

ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି

by Our Correspondent
27 Dec, 2025- 11:36 PM
in Crime, Latest News, News
1 min read
0
ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ

ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଛି । ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ଶ୍ରୀ ସଂଜୟ ଦାସବର୍ମା, ଡବଲ ଇଂଜିନ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଏହି ୧୮ ମାସର ସରକାର ମହିଳା ହିଂସାରେ ଓଡିଶାର ନାମକୁ ବିଶ୍ୱ ଦରବାରରେ କଳଙ୍କିତ କରିଛି । ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ ବ୍ରହ୍ମଗିିରିରେ ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ଚିତ୍ରର ନଗ୍ନ ରୂପ ଦେଖାଉଛି । ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା ବ୍ରହ୍ମଗିରିକୁ କେବଳ ନିନ୍ଦିତ କରିନି, ବ୍ରହ୍ମଗିରି ଭଳି ଏକ ବିଶ୍ୱପର୍ଯ୍ୟଟନ ସ୍ଥଳୀ ଯେଉଁଠିକୁ ହଜାର ହଜାର ପର୍ଯ୍ୟଟକ ଏହି ସମୟରେ ଚିଲିକା ହ୍ରଦ, ନଳବଣ, ସାତପଡା, ମାଆ କାଳୀଜାଇ ପୀଠ, ମାଆ ବାଲିହରଚଣ୍ଡି ପୀଠ ଓ ପ୍ରଭୁ ଅଲାରନାଥ ପୀଠକୁ ଆସିଥାଆନ୍ତି । ଆଜି ଏଭଳି ଘଟଣା ସମଗ୍ର ରାଜ୍ୟକୁ ନିନ୍ଦିତ କରିଛି ।

ବିଜେପି ଶାସନରେ ଗତ ୧୮ ମାସରେ ମହିଳା ବିରୋଧୀ ଅପରାଧ ମାମଲା ୪୦ ହଜାର ୯୪୭ ରୁଜୁ ହୋଇଛି । ସେଥିମଧ୍ୟରୁ ବଳାତ୍କାର ମାମଲା ୩ ହଜାର ୨୦୫ଟି, ବଳାତ୍କାର ଉଦ୍ୟମ ମାମଲା ୨୦୨ଟି, ବିବାହ ପ୍ରଲୋଭନ ମାମଲା ୪୪୦ଟି, ଶୋଷଣ ମାମଲା ୯ ହଜାର ୮୫୧ଟି, ଯୌନ ନିର୍ଯାତନା ୧ ହଜାର ୪୭୬, ସାର୍ବଜନନୀ ସ୍ଥାନରେ ଅସଦାଚରଣ ୨ହଜାର ୩୧୦ଟି, ଅପହରଣ ୮ ହଜାର ୮୬୩ଟି, ଯୌତୁକ ନିର୍ଯାତନା ୫ ହଜାର ୮୬୧ଟି, ଶୋଷଣା ଏବଂ ନିର୍ଯାତନା ୬ ହଜାର ୭୭୩ଟି, ଯୌତୁକ ଜନିତ ମୃତ୍ୟୁ ୪୯ଟି ମାମଲା ଦାୟର ହୋଇଛି ।

ସେହିପରି ଶ୍ରୀ ଦାସବର୍ମା କହିଥିଲେ, ନିକଟରେ ବାଲିହରଚଣ୍ଡି ଠାରେ ଘଟିଥିବା ଦୁଷ୍କର୍ମ ମାମଲା ପୁରୀବାସୀଙ୍କ ମନରୁ ନଲିଭୁଣୁ ଆଉ ଏକ ବର୍ବୋରୋଚିତ ଦୁଷ୍କର୍ମ ପୁରୀ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ହରିଦାସ ଗାଁରେ ନିରୀହ ମାଆମାନଙ୍କୁ ପ୍ରଶାସନ ଅତ୍ୟଧିକ ଅମାନୁଷିକ ନିର୍ଯାତନା ଦେଇ ଜେଲ ପଠାଇଛି । ଆଜିି ଦିନରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଓଡିଶା ବିଶ୍ୱ ଦରବାରରେ ବାରମ୍ବାର ନିନ୍ଦିତ ହେଉଛି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗୃହ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ଭାବେ ପୋଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରନ୍ତୁ ବୋଲି ବିଜେଡି ଦାବି କରିଛି ।

ଶ୍ରୀ ଦାସବର୍ମା କହିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମଗିରି ପୋଲିସ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିôବା ଆଇନÿ ଶୃଙ୍ଖଳା ପରିସ୍ଥିତି ରକ୍ଷା ନକରି ସରକାରୀ ଦଳର ହାତବାରିଶୀ ସାଜି ଯେଉଁ ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ବ୍ରହ୍ମଗିରିବାସୀ ଆସନ୍ତା ଦିନରେ ଏହାର ଦୃଢ ଜବାବ ଦେବେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପୁରୀ ଜିଲ୍ଲାରେ ସୃଷ୍ଟି ହେଉଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ଦୃଢ ପଦକ୍ଷେପ ନିଅନ୍ତୁ । ଯେଉଁଭଳି ଏପରି ଅମାନବୀୟ ଘଟଣା ଭବିଷ୍ୟତରେ ପୁନରାବୃତି ନଘଟେ ।

ଗତ ସପ୍ତାହ ମଧ୍ୟରେ ଚାନ୍ଦବାଲି, ଭୁବନେଶ୍ୱର, କଟକ, ବାରିପଦା, ପୁଣି ଭୁବନେଶ୍ୱର କ୍ରମାନ୍ୱୟରେ ମହିଳା ଦୁଷ୍କର୍ମ ଘଟିଛି, ତାହା ରାଜ୍ୟରେ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତିର ଚରମ ଅଧୋଗତି କେବଳ ସୂଚାଉନାହିଁ, ଓଡିଶାକୁ ସାରା ଭାରତ ବର୍ଷରେ କଳଙ୍କିତ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

Continue Reading
Previous Post

ବୟନଶିଳ୍ପ ସମ୍ମିଳନୀ ‘ଟେକ୍ସନୋଭା ଓଡ଼ିଶା’ ଉଦଘାଟିତ

Next Post

ଅନ୍ତଃକନ୍ଦଳରେ ଚାଲିଗଲା ୨୦୨୫

Next Post
ଅନ୍ତଃକନ୍ଦଳରେ ଚାଲିଗଲା ୨୦୨୫

ଅନ୍ତଃକନ୍ଦଳରେ ଚାଲିଗଲା ୨୦୨୫

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA