Tuesday, March 17, 2026 02:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍!

କୋଟିଏ ଟଙ୍କା ସହ ଆଦିତ୍ୟ ଇନଫ୍ରା ମାଲିକଙ୍କୁ ଧରିଲା ସିବିଆଇ

by Our Correspondent
07 Dec, 2024- 11:57 PM
in Crime, Latest News, News
1 min read
1
୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍!

ଭୁବନେଶ୍ୱର: ଶନିବାର ରାତିରେ ହୋଟେଲ ମେ’ ଫେୟାର ସାମନାରୁ ୪ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସିବିଆଇ । ୨ ଜଣ ହୋଟେଲ ସାମନାରେ ପାର୍କିଂ ହୋଇଥିବା ଏକ ମର୍ସିଡିଜ୍ କାର୍ ଭିତରେ ବସିଥିବା ବେଳେ ଅନ୍ୟ ଦୁଇ ଜଣ ହୋଟେଲ ଭିତରେ ସେମାନଙ୍କୁ ଅପେକ୍ଷା କରିଥିବା କୁହାଯାଉଛି । କାର୍ ରୁ କୋଟିଏରୁ ଅଧିକ ଟଙ୍କା ଏବଂ ବିପୁଳ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡ଼ିଛି । ନୟାପଲ୍ଲୀ ପୁଲିସ ସହଯୋଗରେ ସିବିଆଇର ଏହି ରେଡ୍ କୁ ନେଇ ହଟଚମଟ ସୃଷ୍ଟି ହୋଇଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ସିବିଆଇ ହାବୁଡରେ ପଡ଼ିଥିବା ବ୍ୟକ୍ତି ହେଉଛନ୍ତି ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ନିଦେ୍ର୍ଦଶକ ଦେବଦତ୍ତ ମହାପାତ୍ର ଏବଂ ତାଙ୍କର ସହଯୋଗୀ । ଆଜି ରାତି ପ୍ରାୟ ୯ଟା ବେଳେ ସିବିଆଇ ତାଙ୍କୁ ମେ’ ଫେୟାର ହୋଟେଲ ସାମନାରୁ କାବୁ କରିଥିଲା । ହୋଟେଲ୍ ସାମନା ପାର୍କିଂ ଜାଗାରେ ଆଦିତ୍ୟ ତାଙ୍କର ମର୍ସିଡିଜ୍ କାର୍ OD 05 BV 9999ରେ ଜଣେ ସହଯୋଗୀଙ୍କ ସହ କାହାରିକୁ ଅପେକ୍ଷା କରିଥିଲେ । ସେତିକି ବେଳେ ସିବିଆଇର ଏକ ଟିମ୍ ସେହି କାର୍ ଉପରେ ଚଢ଼ଉ କରି ଆଦିତ୍ୟ ଏବଂ ସହଯୋଗୀଙ୍କୁ ଧରିଥିଲା ବେଳେ ଅନ୍ୟ ଏକ ଟିମ୍ ହୋଟେଲ ଭିତରେ ଥିବା ଦୁଇଜଣଙ୍କୁ ବାହାରକୁ ଘୋଷାଡି ଆଣୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି ।

କାର୍ ଭିତରେ ସର୍ଚ୍ଚ ବେଳେ ସିବିଆଇ ଅଧିକାରୀମାନେ କୋଟିଏରୁ ଅଧିକ ଟଙ୍କା ଏବଂ ଏକ ମୁଣିରୁ ବିପୁଳ ପରିମାଣର ସୁନା ଅଳଙ୍କାର ପାଇଥିବା ଜଣାପଡ଼ିଛି ।

ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ବିରୋଧରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ପୂର୍ବରୁ ସିବିଆଇ ପାଖରେ ରହିଥିବା ସୂଚନା ମିଳିଛି । ଏହି ଅଭିଯୋଗ ଆଧାରରେ ପୁଲିସ ସଂସ୍ଥାର ନିଦେ୍ର୍ଦଶକ ତଥା ମାଲିକ ଦେବଦତ୍ତ ମହାପାତ୍ରଙ୍କ ଉପରେ ନଜର ରଖିଥିଲା । ଏକ ସୂତ୍ରର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କଠାରୁ ୧୦୦ କୋଟି ଟଙ୍କାର ଏକ କାମ ପାଇବା ପାଇଁ ସଂସ୍ଥା କଥାବାର୍ତ୍ତା କରୁଥିବା ସିବିଆଇ ଠୋସ୍ ଖବର ପାଇଥିଲା । ଆଜି ସେଥିପାଇଁ ଡିଲ୍ ହେଉଥିବା ସୂଚନା ମିଳିଲା ପରେ ମେ’ ଫେୟାର ଆଗରେ ସିବିଆଇର ଦୁଇଟି ଟିମ୍ ଛକି ରହିଥିଲେ ।

ଅନ୍ୟ ଏକ ସୂତ୍ରର ଖବର ଅନୁଯାୟୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡକୁ ସରକାରୀ ଅନୁଗ୍ରହ ଦେବା ପଛରେ ଜଣେ ବରିଷ୍ଠ ଅଧିକାରୀଙ୍କର ସଂପୃକ୍ତି ରହିଛି । ୧୦୦ କୋଟି ଟଙ୍କାର କାମକୁ ସଂସ୍ଥା ହାତରେ ଟେକି ଦେବା ଯୋଜନାରେ ସଂପୃକ୍ତ ଅଧିକାରୀଙ୍କର ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି ।

ତେବେ ଏ ସମ୍ପର୍କରେ ଠୋସ୍ ତଥ୍ୟ ମିଳିପାରିନାହିଁ । ଖୁବ୍ ଶୀଘ୍ର ସିବିଆଇ ଏହାର ଖୁଲାସା କରିବ ବୋଲି ଜଣାପଡ଼ିଛି ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍

Next Post

କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

Next Post
କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

Comments 1

  1. PURANJAN says:
    1 year ago

    Good information

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19165 shares
    Share 7666 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA