Monday, February 16, 2026 02:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ଉଦଯାପିତ

by Our Correspondent
30 Dec, 2020- 10:37 PM
in Latest News, News
1 min read
0
ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

ଭୁବନେଶ୍ୱର: ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ଓଡ଼ିଶା ପୁଲିସରେ ଏକ ସ୍ୱତନ୍ତ୍ର ୱିଙ୍ଗ୍ କାର୍ଯ୍ୟ କରିବ । ୬୨ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।

ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିଲା ବେଳେ ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହାର କମ୍ ଥିବାରୁ ଚିନ୍ତାପ୍ରକଟ କରିଛନ୍ତି । ଏହି ହାର ବଢ଼ାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପଡ଼ିବ । ସେଥିପାଇଁ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପୁଲିସ ଉପଯୁକ୍ତ ସମ୍ମାନ ଦେବା ହେଉଛି ‘ମୋ ସରକାର’ର ଲକ୍ଷ୍ୟ । ଏହାର ଫିଡ଼ବ୍ୟାକ୍ ସନ୍ତୋଷଜନକ ଥିଲେ ମଧ୍ୟ ଓଡ଼ିଶା ପୁଲିସ ଆପଣେଇଥିବା ୫-ଟି କାର୍ଯ୍ୟକ୍ରମରେ ଆହୁରି ଉନ୍ନତି ଆଣିବାର ଆବଶ୍ୟକତା ଅଛି ।

ତେବେ ସର୍ବୋପରି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ମାଓ ପରିସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବାରୁ ପୁଲିସକୁ ସାଧୁବାଦ ଜଣାଇଥିଲେ । ଚଳିତବର୍ଷ ମାଓବାଦୀଙ୍କ ସହ ମୁକାବିଲା ବେଳେ ଚଳିତବର୍ଷ ୨ ଜଣ ବୀର ଯବାନ ବଳିଦାନ ଦେଇଛନ୍ତି । ମାଓ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଏବଂ କନ୍ଧମାଳ ଏସପିଙ୍କ କାର୍ଯ୍ୟ ପ୍ରଶଂସନୀୟ । ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି କ୍ଷେତ୍ରରେ କେନ୍ଦୁଝର ଏବଂ ଅନୁଗୁଳ ଏସପିଙ୍କ ଉଦ୍ୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସାରା ରାଜ୍ୟରେ ନିଶା କାରବାରକୁ ରୋକିବାରେ ଏସଟିଏଫ ବିଶେଷ ସଫଳତା ହାସଲ କରିଛି । ଏଥିପାଇଁ ଏସଟିଏଫ ଡିଆଇଜି ଏବଂ କୋରାପୁଟ ଏସପିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

କରୋନା ମହାମାରୀର ମୁକାବିଲାରେ ଓଡ଼ିଶା ପୁଲିସର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । କରୋନା ଯୋଦ୍ଧାରେ ପ୍ରାଣ ହରାଇଥିବା ପୁଲିସମାନଙ୍କ ଆତ୍ମାର ସଦଗତି କାମନା କରି ସେମାନଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୮ ଜଣ ଦିବଙ୍ଗତ ପୁଲିସ ପରିବାରକୁ ସ୍ୱତନ୍ତ୍ର ଫ୍ୟାମିଲି ପେନସନ୍ ମଂଜୁର ହୋଇସାରିଛି । ୨୯ ଦିବଙ୍ଗତ ପୁଲିସ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ପାଇଁ ପ୍ରକ୍ରିୟା ଅବିଳମ୍ବେ ସାରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଟି ନୂଆ ଥାନାର ଶୁଭାରମ୍ଭ ଘୋଷଣା କରିଥିଲେ । ଥାନାଗୁଡ଼ିକରେ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ୯୦୫ ଅତିରିକ୍ତ ପଦବୀକୁ ମଞ୍ଜୁର କରିଛନ୍ତି । ପୁଲିସମାନଙ୍କ ପାଇଁ ବାସଗୃହ ଅଭାବ ପୂରଣ ପାଇଁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଦୁର୍ଦ୍ଦଶାଗ୍ରସ୍ତ ଲୋକ ଏବଂ ସେମାନଙ୍କ ପରିବାର ପ୍ରତି ଯତ୍ନବାନ ଏବଂ ସମ୍ବେଦନଶୀଳ ହୁଅନ୍ତୁ । ସମାଜର ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ରହୁ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶେଷରେ ପରାମର୍ଶ ଦେଇଥିଲେ ।

Previous Post

ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନ(ମୀନା ଅପା)ଙ୍କ ପରଲୋକ

Next Post

ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

Next Post
ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA