Wednesday, February 18, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ଭାଣ୍ଡିଆ ହେଲେ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଚିଡିଲେ

ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପ୍ରସଙ୍ଗ

by Our Correspondent
10 Dec, 2020- 10:05 PM
in Latest News, News
1 min read
0
ପୁଣି ଭାଣ୍ଡିଆ ହେଲେ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଚିଡିଲେ

ଭୁବନେଶ୍ୱର: ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁଣି ଭାଣ୍ଡିଆ ହୋଇଛନ୍ତି । ନୂଆବର୍ଷରୁ ସ୍କୁଲ ଖୋଲିପାରେ ଏବଂ ଦଶମ/ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଦୁଇ ତିନି ମାସ ଘୁଞ୍ଚାଇ ୧୦୦ ଦିନ କ୍ଲାସରୁମ୍ ଶିକ୍ଷାଦାନ କରାଯିବ ବୋଲି ଗଣମାଧ୍ୟମରେ ଆଜି ମନ୍ତ୍ରୀଙ୍କ ବିବୃତ୍ତି ତାଙ୍କୁ ମହଙ୍ଗା ପଡ଼ିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ଖାଲି ମନ୍ତ୍ରୀ ନୁହଁନ୍ତି, ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ରଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି । ନୂଆବର୍ଷରୁ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବାର ସମ୍ଭାବନା ଥିବା ଆଜି ଉଚ୍ଚଶିକ୍ଷା ସଚିବ କହିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କଲାବେଳେ ଟିଭି ଚାନେଲ୍ ଗୁଡ଼ିକରେ ପ୍ରସାରିତ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ମନ୍ତବ୍ୟ ତାଙ୍କ ଦୃଷ୍ଟିକୁ ଆସିଥିଲା । ସ୍କୁଲ ଓ କଲେଜ କେବେ ଖୋଲାଯିବ ସେ ସମ୍ପର୍କରେ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇ ନ ଥିଲା ବେଳେ ଦୁଇ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ବିବୃତ୍ତିକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ । ସବୁ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ।

ସ୍କୁଲ ଖୋଲିବା ପ୍ରସଙ୍ଗରେ ଏଥରକୁ ମିଶାଇ ମନ୍ତ୍ରୀ ସମୀର ଦାଶଙ୍କୁ ତିନି ଥର ଭାଣ୍ଡିଆ ହେବାକୁ ପଡ଼ିଲାଣି । ନଭେମ୍ବର ମାସରେ ସ୍କୁଲ୍ ଖୋଲିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ଡାକି ଯେଉଁଦିନ ବିବୃତି ଦେଇଥିଲେ ତାହାର ପରଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ସମାନ ଘଟଣାରେ ଏହା ପୂର୍ବରୁ ମନ୍ତ୍ରୀ ଆଉଥରେ ଅପଦସ୍ଥ ହୋଇଥିଲେ ।

ସୂଚନାଥାଉକି, ଜାନୁଆରୀ ୨ ତାରିଖରୁ ସ୍କୁଲ ଖୋଲିବ ବୋଲି ଆଜି ମନ୍ତ୍ରୀ ଟିଭି କ୍ୟାମେରା ଆଗରେ ଖାଲି ଇସାରା ଦେଇ ନ ଥିଲେ ବରଂ ବିଭାଗର ବ୍ଲୁ ପ୍ରିଣ୍ଟ ବଖାଣିଥିଲେ । ଅନ୍ତତଃ ୧୦୦ ଦିନ କ୍ଲାସରୁମ୍ ରେ ପାଠପଢ଼ା ହେବ ଏବଂ ତାପରେ ବୋର୍ଡ ପରୀକ୍ଷା କରାଯିବ । ପିଲାଙ୍କୁ ଛୁଟି ଦିଆଯିବନି । ଦଶମ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଷ୍ଟଡି ମ୍ୟାଟେରିଆଲ୍ ପ୍ରସ୍ତୁତ ସରିଥିବା ମଧ୍ୟ ମନ୍ତ୍ରୀ ଜଣାଇଥିଲେ ।
ଗଣଶିକ୍ଷାମନ୍ତ୍ରୀଙ୍କ ବିବୃତି ଶୁଣି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ମଧ୍ୟ ଟିଭି କ୍ୟାମେରା ଆଗରେ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବା ସମ୍ପର୍କରେ ସମାନ କଥା କହିଥିଲେ ।

ଟୀକାକରଣ ପାଇଁ ଜୋରଦାର ପ୍ରସ୍ତୁତି

ମୁଖ୍ୟମନ୍ତ୍ରୀଙ୍କ ଆଜିର କୋଭିଡ ମୁକାବିଲା ସମୀକ୍ଷା ବେଳେ ଟୀକାକରଣ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା । ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟା ବେସ୍ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଥିବାରୁ ଏ ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବଭଳି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ ଏମଏସଏମଇ ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସଂପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି କହିଥିଲେ।

ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । କୋଭିଡ ପରିଚାଳନାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Previous Post

ବିଶ୍ୱସ୍ତରୀୟ ହେବ ବରମୁଣ୍ଡା ବସଷ୍ଟାଣ୍ଡ

Next Post

ପ୍ରତୀକ୍ଷାର ଅବସାନ; ଶେଷ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର

Next Post
ପ୍ରତୀକ୍ଷାର ଅବସାନ; ଶେଷ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର

ପ୍ରତୀକ୍ଷାର ଅବସାନ; ଶେଷ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA