Wednesday, March 11, 2026 08:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋହେଲାରେ ସମାବେଶ, ଚାଷୀଙ୍କୁ ୮୦୦ ଟଙ୍କା ଇନ୍‌ପୁଟ ସହାୟତା

by Our Correspondent
08 Dec, 2024- 08:41 PM
in Latest News, News
1 min read
0
ସୋହେଲାରେ ସମାବେଶ, ଚାଷୀଙ୍କୁ  ୮୦୦ ଟଙ୍କା ଇନ୍‌ପୁଟ ସହାୟତା

ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’।

ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ।

ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା। ବରଗଡର ଏହି ସୋହେଲା ମାଟିରେ, ଆପଣମାନଙ୍କୁ ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ, ତାହା ପୁରଣ କଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୁରି ହୋନେ କି ଗ୍ୟାରେଣ୍ଟି”। ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୁରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ; ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ – ଆଜି ଆମ ସରକାର ଆପଣମାନଙ୍କୁ ଦେଇଥିବା ଚାରିଟି ଯାକ ପ୍ରତିଶୃତି, ଆଜି ପୂରଣ ହୋଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ। ବିଶେଷ କରି, କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜି ଆପଣମାନଙ୍କ ସରକାର, ଆପଣମାନଙ୍କୁ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ ଜିଲ୍ଲାର ସୋହେଲା ଠାରୁ ଆରମ୍ଭ କରିବାର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମଟି ହେଉଛି, ଏଠାରେ ଆମର ଅନ୍ନଦାତା ଚାଷୀଙ୍କୁ ୨୦୧୬ ମସିହାରେ ପ୍ରତାରଣାର ପ୍ରତିଶୃତି ଦିଆ ଯାଇଥିଲା। କୁଇଣ୍ଟାଲ ପିଛା ଏକ ଶହ ଟଙ୍କା ଦେବା ପାଇଁ ମିଛ ପ୍ରତିଶୃତି ଦିଆଯାଇଥିଲା।

ସେ ମିଛ ପ୍ରତିଶୃତି ଓ ପ୍ରତାରଣାର ଉଚିତ ଜବାବ ସ୍ୱରୂପ ମୁଁ ଆପଣମାନଙ୍କ ପାଖକୁ ଆସି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଇନ୍‌ପୁଟ ସବସିଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ହେଉଛି ଆମ ସରକାରର କଥା ଦେଇ କଥା ରଖିବାର ପ୍ରତିବଦ୍ଧତା ।

ଦ୍ଵିତୀୟଟି ହେଉଛି, ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି। ଏ ଜିଲ୍ଲାର ଚାଷୀଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରି ସାରା ଓଡିଶାରେ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ବରଗଡ ଜିଲ୍ଲାର ଅବଦାନ ମହତ୍ତ୍ୱପୂର୍ଣ୍ଣ।

ଆମ ଚାଷୀଭାଇ ଓ ଭଉଣୀମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ପ୍ରଗତି ନ ହେଲେ, ଦେଶର ପ୍ରଗତି ଅସମ୍ଭବ। ଚାଷୀ ତାର ଉତ୍ପାଦର ଉଚିତ ମୂଲ୍ୟ ପାଇବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନଭେମ୍ବର ୨୦ ତାରିଖ ଠାରୁ ଧାନସଂଗ୍ରହ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ୨୧,୫୦୦ ଚାଷୀ ଇନପୁଟ ସହାୟତା ପାଇଲେ।

ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ଜରିଆରେ ପାଇବେ ବୋଲି ସେ ସୂଚନା ଦେଇଥିଲେ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ନିଜେ ଏବଂ ଆମର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ସହିତ ସବୁ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳମାନଙ୍କ ସହିତ ବାରମ୍ବାର ସମୀକ୍ଷା କରି, ଏହି ପ୍ରକ୍ରିୟା ଯେପରି ସୁଦୃଢ, ସ୍ୱଚ୍ଛ ଓ ପାରଦର୍ଶୀ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ନେଇଛୁ। ଯେଭଳି କୌଣସି ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏଥି ପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ରାଜ୍ୟର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅନ୍ୟ ରାଜ୍ୟର ଧାନ ଯେଭଳି ଓଡ଼ିଶାକୁ ଆସି ବିକ୍ରୟ ନ ହୁଏ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଥିଲେ ।

ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ କଡ଼ା ନଜର ରଖିଛନ୍ତି । ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ଅଛନ୍ତି । ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଧାନ କିଣାରେ କୌଣସି ସମସ୍ୟା ଥିଲେ କିମ୍ବା ଅଭିଯୋଗ ଥିଲେ ଆପଣ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ । ଏହା ସହିତ ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ୟା ଜଣାଇପାରିବେ ବୋଲି ସେ ସୂଚନା ଦେଇଥିଲେ।

ଚାଷୀଭାଇ ଓ ଭଉଣୀମାନେ ଯେପରି ବର୍ଦ୍ଧିତ ୮୦୦ ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ, ସେଥିପାଇଁ କୃଷି ବିଭାଗ ବଜେଟରେ ୫ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ, ୩୧୦୦ ଟଙ୍କା ପାଇବାରେ ଅର୍ଥର ଅଭାବ ନାହିଁ। ଏହା ହେଉଛି ଡବଲ ଇଞ୍ଜିନ ସରକାର ର ଚାଷୀଭାଇ ଓ ଭଉଣୀଙ୍କ ପାଇଁ ଆନ୍ତରିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷକ ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ଉନ୍ନତି ଯେ କେବଳ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଲକ୍ଷ୍ୟ ତାହା ନୁହେଁ, ଆର୍ଥିକ ବିକାଶ ସହିତ ଅନ୍ନଦାତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି। ଏହି ଯୋଜନା ଅନ୍ତର୍ଗତ ତିନୋଟି କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥି ସହିତ ଆମ ସରକାରଙ୍କ ସି. ଏମ. କିଷାନ ଯୋଜନା ମାଧ୍ୟମରେ ଆଉ 4,000 ଟଙ୍କା ପ୍ରଦାନ କରାଯାଉଛି।

ଓଡିଶାର କୃଷକ ସମାଜର ମଙ୍ଗଳ ପାଇଁ ଚଳିତ ବର୍ଷ ରେକର୍ଡ ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ପ୍ରବଧାନ କରାଯାଇଛି। ଚାଷୀକୁଳର ବିକାଶ ପାଇଁ ଆମ ସରକାର ‘ସମୃଦ୍ଧ କୃଷକ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଦେଶରେ କୃଷକ ମାନଙ୍କ ଉନ୍ନତି ପାଇଁ ପୂର୍ବ ସରକାର ମାନଙ୍କର ନୀତି ତୃଟିପୂର୍ଣ୍ଣ ଥିଲା ବୋଲି ମତ ଦେଇ ସେ କହିଲେ ଯେ ଦେଶ ସ୍ୱାଧୀନତା ପରେ ସରକାର ଭିନ୍ନ ଭିନ୍ନ ସମୟରେ କୃଷକର ଉନ୍ନତି ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ଚାଷୀଭାଇ ଏହାର ସୁଫଳ ପାଇବାରେ ବିଫଳ ହୋଇଛି । ଏଥି ପାଇଁ ତତ୍କାଳୀନ ସରକାରଙ୍କ ନୀତି ଓ ବ୍ୟବସ୍ଥାରେ ଅନେକ ତ୍ରୁଟି ପରିଲକ୍ଷିତ ହୁଏ । ଯଶସ୍ୱୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସମୟରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତିବର୍ଷ ବଜେଟରେ ଅଧିକ ଅର୍ଥବରାଦ କରାଯାଉଛି। କୃଷକମାନଙ୍କ ସୁବିଧା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର, ଜମିର ମାଟି ପରୀକ୍ଷା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି ଐତିହାସିକ ପଦକ୍ଷେପ କେବଳ ମୋଦିଜୀଙ୍କ ଶାସନ କାଳରେ ହିଁ ନିଆଯାଇଛି ।

ଧାନର ଇନ୍‌ପୁଟ ସବ୍‌ସିଡି, ପିଏମ୍‌ ଓ ସିଏମ୍‌ କିଷାନ ଯୋଜନା, ପଶୁପାଳନ ଯୋଜନା ଆଦି ସବୁ କୃଷି କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣମାନେ ଏହି ସବୁ ଯୋଜନାର ଉପଯୋଗ କରନ୍ତୁ, ଯାହାଦ୍ୱାରା ଆପଣମାନେ ସମୃଦ୍ଧ ହେବେ ଏବଂ ଆପଣ ସମୃଦ୍ଧ ହେଲେ ରାଜ୍ୟ ସମୃଦ୍ଧ ହେବ, ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଆପଣମାନେ ହେଉଛନ୍ତି ‘ସମୃଦ୍ଧ ଓଡିଶା’ର ମୂଳଦୁଆ।

ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସମୃଦ୍ଧି ପଥରେ ଦୃତ ଅଗ୍ରସର ହେଉଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରୀକୁ ରୋକିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। ସେହିଭଳି ମାଣ୍ଡିଆ ଉତ୍ପାଦନକୁ ସରକାର ଆହୁରି ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ସରକାରଙ୍କ କଥା ଆଉ କାମ ସମାନ। ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଏହା ଆମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ଥିଲା। ଆଜି ତାହା ପୂରଣ ହୋଇଛି। ମଣ୍ଡି ମାନଙ୍କରୁ ଦଲାଲ୍ ମାନଙ୍କ ଦୌରତ୍ମ୍ୟ ବନ୍ଦ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଧାନ କିଣା ବ୍ୟବସ୍ଥାକୁ ସ୍ବଚ୍ଛ କରା ଯାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗର୍ତିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ ।

ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Previous Post

ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

Next Post

ସାମ୍ବାଦିକଙ୍କ ବୀମା ଅର୍ଥ ବୃଦ୍ଧି ଏବଂ ପେନସନ୍‌ ଲାଗୁ ନେଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

Next Post
ସାମ୍ବାଦିକଙ୍କ ବୀମା ଅର୍ଥ ବୃଦ୍ଧି ଏବଂ ପେନସନ୍‌ ଲାଗୁ ନେଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ସାମ୍ବାଦିକଙ୍କ ବୀମା ଅର୍ଥ ବୃଦ୍ଧି ଏବଂ ପେନସନ୍‌ ଲାଗୁ ନେଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA